ବଣାଇ(ରଞ୍ଜିତ ଚୌଧୁରୀ): ବିବାହ ଭୋଜିରୁ ଦେଖା ସାକ୍ଷାତ, ତା’ପରେ ଆରମ୍ଭ ହେଲା ପ୍ରେମ। ଆଉ ଆର୍ମି ଯବାନଙ୍କୁ ହୃଦୟ ଦେଇ ବସିଲେ ଜଣେ ଆଦିବାସୀ ନାବାଳିକା। ଯବାନ ଜଣକ ବି ଚାକିରି କରାଇ ଦେବାର ବିଶ୍ୱାସ ଦେଇ ନାବାଳିକାଙ୍କ ହୃଦୟ ଜିତିଥିଲେ। ହେଲେ ପ୍ରେମିକାଙ୍କ ବିଶ୍ୱାସରେ ବିଷ ଦେଇ ହଠାତ୍ କେଉଁ ଆଡ଼େ ଚାଲିଗଲେ ଆର୍ମି ଯବାନ। ପୂରା ଘଟଣାଟି ଏମିତି… ସୁନ୍ଦରଗଡ ଜିଲ୍ଲାର ବାରକୋଟ ଥାନା ଅନ୍ତର୍ଗତ ମସିନ୍ଦା ଗାଁର ବୀରେନ୍ଦ୍ର ସାମାଡ ଆର୍ମିରେ ଯବାନ […]
ସୋର: ରାସ୍ତା ମଝିରେ ଫାଟିଲା ବସ୍ର ଆଗ ଚକ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚପରପଦା ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ସୂଚନା ଅନୁସାରେ, କୋଲକାତାରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ‘ଗ୍ରାଣ୍ଡ୍’ ନାମକ ଏହି ଯାତ୍ରୀବାହୀ ବସ୍ର ଆଗ ଚକ ଚପରପଦା ନିକଟରେ […]
ବାସୁଦେବପୁର: ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ରହିଛି। ମୃତକଙ୍କ ନାଁ କାଳିଆ ମଲିକ (୬)। ଗୁରୁତର ଶିଶୁର ନାଁ ଅନିରୁଦ୍ଧ ମଲିକ (୬)। ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କାଳିଆ ଓ ଅନିରୁଦ୍ଧ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ […]
ଭୁବନେଶ୍ୱର: ପ୍ଲାଷ୍ଟିକ୍ ଦିଅନ୍ତୁ, ଆହାର ଖାଆନ୍ତୁ। ଅଧା କିଲୋ ବର୍ଜ୍ୟ ପ୍ଲାଷ୍ଟିକ୍ ଦେଲେ ତା’ ବଦଳରେ ମିଳିବ ଗୋଟିଏ ଆହାର ମିଲ୍। ତେବେ ଜଣେ ବ୍ୟକ୍ତି ସର୍ବାଧିକ ଗୋଟିଏ ଦିନରେ ୧ କିଲୋ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଦେଇ ଆହାର ମିଲ୍ ପାଇଁ କୁପନ୍ ନେଇ ପାରିବେ। ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ। ଭୁବନେଶ୍ୱରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର […]
ଉଦଳା: ଔଷଧ କିଣିଲା ବେଳେ ତାହାର ବ୍ୟାଚ୍ ନମ୍ବର ଓ ଏକ୍ସପାଏରୀ ତାରିଖ ଦେଖି କିଣିବାକୁ ଲୋକଙ୍କୁ ସରକାର ସଚେତନ କରୁଛନ୍ତି। ଏକ୍ସପାଏରୀ ତାରିଖ ପରେ ଔଷଧ ରୋଗୀଙ୍କ ସ୍ୱାସ୍ଥ୍ୟ ସୁଧାରିବା ପରିବର୍ତ୍ତେ ଆହୁରି ବିଗାଡ଼ି ଦିଏ। ଏପରିକି ରୋଗୀଙ୍କୁ ବେଳେ ବେଳେ ମୃତ୍ୟୁ ମୁଖରେ ବି ପକାଇ ଦେଇଥାଏ। ଏଭଳି କିଛି ଚରମ ଅବହେଳା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।ସେଠାରେ ଜଣେ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍ ଦିଆଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା […]
ଖୋର୍ଦ୍ଧା: ଖୋର୍ଦ୍ଧାର ଏକ କ୍ଲିନିକ୍ରେ ହୋଇଥିବା ଗୁଳିମାଡ଼ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ଼ରେ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଡାକ୍ତର ମାନସ ଦାସ କ୍ଲିନିକ୍ରେ ବସିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା। ତାଙ୍କ ଛାତି ଓ ପେଟରେ ଗୁଳି […]
ଯାଜପୁର: ସପ୍ତାହ ତଳେ ବାହା ହୋଇଥିଲେ। ଆଉ ଖୁସିରେ ବାପ ଘରକୁ ଆସିଥିଲେ ବୁଲିବାକୁ। ହେଲେ ସେ ଜାଣି ନ ଥିଲେ ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି କିଛି ଘଟିବ। ଆଉ ଏସବୁ ପଛରେ କାରଣ କ’ଣ ଜାଣନ୍ତି ? ସେଲ୍ଫି ନିଶା। ଆଜିକାଲି ଯୁବପିଢ଼ିଙ୍କ ମନରୁ ସେଲ୍ଫି ଉଠାଇବା ନିଶା ଆଦୌ ଯାଉନାହିଁ। ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। […]
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଥିବା ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ବିଭିନ୍ନ ଷ୍ଟେସନରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡିଶାକୁ ଏବଂ ଓଡିଶା ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍ ପ୍ରଭାବିତ ହୋଇଛି। ଓଡ଼ିଶା ଦେଇ ଯାଉଥିବା ଅନେକ ଟ୍ରେନ୍ ଗତକାଲି ବାତିଲ ହୋଇଥିଲା। ଆସନ୍ତାକାଲି କୋଲକାତାରୁ ଆସୁଥିବା ସାଲଦା-ପୁରୀ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି। ଏପଟେ ପୁରୀରୁ କୋଲକାତା ଯାଉଥିବା ପୁରୀ-ଚେନ୍ନାଇ […]
ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ନିଖୋଜ ଘଟଣା ନାଟକୀୟ ମୋଡ଼ ନେଇଛି। ଯେଉଁମାନେ ନିଖୋଜ ଥିଲେ ବୋଲି ଅଭିଯୋଗ ହୋଇଥିଲା ସେମାନଙ୍କ ସହିତ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ସମସ୍ତେ ମାର୍ଚ୍ଚ ୨୮ ତାରିଖରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। କେହି ସେମାନଙ୍କୁ ଅପହରଣ କରି ନାହାନ୍ତି। ବିଜେପି ମିଛ କହୁଛି। ବିଜେପି ଦ୍ୱାରା ନିଜ ଅଞ୍ଚଳର ବିକାଶ […]
ନରସିଂହପୁର: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ରତାପାଟ ନିକଟ ହାଡୁଆ ନାଳରୁ ୨ ଜଣ ମହିଳା ଶୌଚ ସାରି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ରତାପାଟ ଗାଁର ଉପର ସାହିର ରଙ୍ଗବତୀ ସାହୁ ଓ ତାରା ନାୟକ। ଆଜି ସକାଳ ପ୍ରାୟ ୫ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ […]
ବରଗଡ଼: ବରଗଡ଼ ଜିଲ୍ଲାର ୨ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଭେଡେନ ୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ୧ ନମ୍ବର ଜୋନର ସଦସ୍ୟା ପାର୍ବତୀ ଭୋଇଙ୍କୁ କେଉଁଠି ଲୁଚା ଯାଇ ରଖାଯାଇଛି ବୋଲି ସେମାନଙ୍କ ସ୍ୱାମୀ ଓ ବିଜେପି କର୍ମୀ, ଏସ୍ପି ପଦ୍ମିନୀ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୁଷମା ଓ ପାର୍ବତୀଙ୍କୁ କିଛି ଜିଲ୍ଲା ପରିଷଦ ସଦସ୍ୟମାନେ ସୋହେଲାକୁ ବୁଲି […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତାଳସାରୀ ବେଳାଭୂମି ଅଞ୍ଚଳରେ ଥିବା ଏକ ହୋଟେଲ୍ର ମାଲିକ ଏବଂ ମ୍ୟାନେଜରଙ୍କୁ ପୁଲିସ୍ ଗିରଫ କରିଛି। ହୋଟେଲ୍ ଭିତରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ପୁଲିସ୍ ଏହି ୨ ଜଣଙ୍କୁ ଗିରଫ କରିଛି। ଏହାସହ ହୋଟେଲ୍ରୁ ଅନେକ ଆପତ୍ତିଜନକ ଜିନିଷ ଜବତ ହୋଇଛି। ହୋଟେଲ୍ ଭିତରେ ବାହାରୁ ଝିଅଙ୍କୁ ଆଣି ସେକ୍ସ ରାକେଟ ଚାଲିଥିବା ନେଇ ଖବର ପ୍ରସାରଣ ହୋଇଥିଲା। ସୂଚନାଥାଉ କି, ଜଳେଶ୍ୱର ଷ୍ଟେସନ […]
ଝାରସୁଗୁଡ଼ା: ଚାଷୀ ଫେରି ପାଇଲେ ସେମାନଙ୍କ ଧାନ। ଛତିଶଗଡ଼ ପୁଲିସର ଜୁଲମ ଉପରେ ଲାଗିଲା ରୋକ। ସ୍ଥାନୀୟ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ସହ ବ୍ରଜରାଜନଗର ବିଧାୟକଙ୍କ ହସ୍ତକ୍ଷେପ ପରେ ଜବତ ଧାନ ଫେରାଇବାକୁ ବାଧ୍ୟ ହୋଇଛି ଛତିଶଗଡ଼ର ରାୟଗଡ଼ ପୁଲିସ। ଗତକାଲି ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି। ଧାନ ଜବତ ଘଟଣାର ପ୍ରତିବାଦ କରି କନକତୋରା-ଏକତାଲ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ […]
ଭୁବନେଶ୍ୱର: 5Tରେ ସାମିଲ ହେଲା କୃଷି ଓ ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମ ଅଧୀନକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆସିବା ସହ ଏ ନେଇ ଏକ ୧୭ ସୂତ୍ରୀ ଆକ୍ସନ ପ୍ଲାନ୍ ତିଆରି ହୋଇଛି ଏବଂ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି। ଏଥି ମଧ୍ୟରେ ରହିଛି, ଆକ୍ସନ ପ୍ଲାନ୍ରେ ସ୍କଲାରସିପ୍ କାଉନସିଲ ଗଠନ। ଫଳରେ ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ […]
ମାଲକାନଗିରି: ଲାଲ୍ବାହିନୀଙ୍କ ଧମକ। କାହାକୁ ଫୋନ୍ କଲେ ମିଳିବ ମୃତ୍ୟୁଦଣ୍ଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତର ଅରାପଦର ଗାଁରେ ଥିବା ଏକ ନାମଫଳକରେ ଏହି ସତର୍କବାଣୀ ଲେଖାଯାଇଛି। ଲୋକମାନେ କାହାରିକୁ ଫୋନ ନ କରିବାକୁ ଏଥିରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହି ଗାଁରେ ରହୁଥିବା ଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ଗାଁରେ ରହୁଥିବା ଲୋକଙ୍କୁ ଫୋନ ନ କରିବାକୁ ଚେତାବନୀ ଦିଆଯାଇଛି। ଅନୁମତି ନେଇ ଫୋନ୍ରେ କଥା ହେବାକୁ ଲୋକଙ୍କୁ ଚେତାବନୀ […]
ଭୁବନେଶ୍ୱର: ବିଭିନ୍ନ ସରକାରୀ ଯୋଜନାରେ ଗ୍ରାମାଞ୍ଚଳରେ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ସରକାରୀ ଛାଟ। ଯଦି ଟଙ୍କା ନେଇ କୌଣସି କାରଣରୁ ସରକାରୀ ଯୋଜନାରେ ପକ୍କାଘର କରି ପାରିନାହାନ୍ତି ତେବେ ହିତାଧିକାରୀ ଟଙ୍କା ଫେରାଇବେ। ଏଭଳି କଡ଼ା ଚିଠି କରିଛି ପଞ୍ଚାୟତିରାଜ ବିଭାଗ। ବିଭାଗର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଏନେଇ ସବୁ DRDA ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଇନ୍ଦିରା ଆବାସ, ବିଜୁ ପକ୍କା ଘର ଓ ମୋ କୁଡ଼ିଆ ଯୋଜନାରେ ୨୦୧୬-୧୭ପୂର୍ବରୁ ଯେଉଁ ହିତାଧିକାରୀ ଘର […]
ବ୍ରହ୍ମପୁର: ଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା ବାଇକ୍, ଆଉ ଚାଲିଗଲା ଦୁଇ ଦୁଇଟି ଜୀବନ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଦ୍ୱୟ ହେଲେ ମୌଳାଭଣଞ୍ଜା ଗାଁର ବିପୁନ ଗୌଡ଼ ଓ ଶଙ୍କର ପାତ୍ର। ଆଜି ସକାଳେ ବିପୁନ ଓ ଶଙ୍କର ବାଇକ୍ ଯୋଗେ ଗାଁରୁ ବ୍ରହ୍ମପୁର ଯାଉଥିଲେ। ତେବେ ଦ୍ରୁତଗତିରେ ଯାଉଥିବା ଯୋଗୁ ପୁଞ୍ଜିକୟାଁ ଛକ ନିକଟରେ ଥିବା ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଘର […]
ସୋନପୁର: କ୍ଲାସ୍ରୁମ୍ରେ ଶିକ୍ଷକ ମୋବାଇଲ୍ରେ ବ୍ୟସ୍ତ, ଆଉ ସେପଟେ ଖେଳକୁଦରେ ମାତିଛନ୍ତି ପିଲାମାନେ। କିଏ କ୍ଲାସ୍ରୁମ୍ରେ ତାସ୍ ଖେଳୁଛନ୍ତି ତ ଆଉ କିଏ ଡ୍ୟାନ୍ସ ଓ ବ୍ୟାୟାମ କରୁଛନ୍ତି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି, ଏକ ଶ୍ରେଣୀ ଗୃହରେ ଶିକ୍ଷକ ମୁରଲୀଧର ସାହୁ ମୋବାଇଲ୍ରେ କଥା ହେଉ ଥିବା […]
ବିନିକା: ପୁଣି କାଳ ହେଲା ସେଲ୍ଫି ନିଶା। ଗତ କିଛିଦିନ ତଳେ ତେଲେଙ୍ଗାନାର ନିଜାମାବାଦ୍ ଜିଲ୍ଲାର ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ବ୍ରେକ୍ ଡ୍ୟାନ୍ସ ଦୋଳିରେ ବସି ସେଲ୍ଫି ଉଠାଉଥିବା ବେଳେ ସେ ଖସି ପଡ଼ି ବ୍ରେକ୍ ଡ୍ୟାନ୍ସ ମେସିନ୍ରେ ଫସି ଯାଇଥିଲେ। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ରାମଦୋଳିରେ ବସି ସେଲ୍ଫି ନେବା ବେଳେ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ଏହି […]
ବାଲେଶ୍ୱର: ପୁଲିସ୍ ହାତରୁ ଖସିଗଲା କୁଖ୍ୟାତ ଡ୍ରଗ୍ସ ମାଫିଆ ମୁନ୍ନା ଖାଁ ଓରଫ ମିର୍ ରାହତ ଅଲ୍ଲୀ ଖାଁ। ଆଜି ସକାଳେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଓ ବାଲେଶ୍ୱର ପୁଲିସ୍ ମିଳିତ ଭାବେ ଜଳେଶ୍ୱରର ଶାସନବାଡ଼ ଗାଁ ସ୍ଥିତ ମୁନ୍ନାର ଘର ଉପରେ ଚଢ଼ଉ କରିଥିଲା। ହେଲେ ଏହି ସମୟରେ ଚତୁରତାର ସହ ମୁନ୍ନା ଖସି ଯାଇଥିଲା। ତେବେ ତା’ ମାଆଙ୍କୁ ଗିରଫ କରାଯାଇଛି। ଏଥିସହ ମୁନ୍ନା ଘରୁ ୩୧୦ ଗ୍ରାମ ବ୍ରାଉନ୍ସୁଗର୍ ଜବତ […]
କଟକ: କଟକରେ ଏନ୍କାଉଣ୍ଟର। ନରାଜ ବଜାର ଅଞ୍ଚଳରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡର ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍ଲୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା ବେଳେ ବବ୍ଲୁ ନରାଜ ବଜାର ଅଞ୍ଚଳର ଏକ ଘରେ ରହିଥିବା ନେଇ ଚୌଦ୍ୱାର ପୁଲିସ୍ ଖବର ପାଇଥିଲା। ଏହାପରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ […]
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ସୂଚନା ଅଧିକାର(ଆର୍ଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ତାଙ୍କ ନାଁ ଅଭିମନ୍ୟୁ ପଣ୍ଡା। ଆଜି ସକାଳେ ପାତ୍ର ସାହି ସ୍ଥିତ ନିଜ ବାସଭବନ ଆଗରେ ଅଭିମନ୍ୟୁ ଛିଡା ହୋଇଥିଲେ। ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ଛାତିରେ ବାଜି ଥିଲା। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ […]
ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଳିସାହି ଗାଁର ଦେବ ପ୍ରକାଶ ବେହେରା (୨୧)। ସେ ଗତ ଜୁନ୍ ୨୦ ତାରିଖରୁ ଜେଲ୍ରେ ଥିଲେ। ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୨ଟା ବେଳେ ଦେବ ପ୍ରକାଶ ଜେଲ୍ ପରିସରରେ ଥିବା ଏକ ଆମ୍ୱ ଗଛରେ ନିଜ ଗାମୁଛାରେ ଫାଶୀ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ […]
ମାଲକାନଗିରି: ଗାଡ଼ି ଛାଡ଼, ଘୋଡ଼ା ଚଢ଼। ଏକଥା ଆମେ କହୁନୁ, ଟ୍ରାଫିକ୍ ନିୟମର ଝିନ୍ଝଟ୍ରୁ ବର୍ତ୍ତିବା ପାଇଁ ଏବେ ଏମିତି ତରିକା ଆପଣାଇଛନ୍ତି ମାଲ୍କାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ। ଯତୀଶଙ୍କର ମୋଟର ସାଇକେଲ୍ଟିଏ ଅଛି ହେଲେ ସେ କିନ୍ତୁ ଟ୍ରାଫିକ୍ ଚେକିଂରୁ ବର୍ତ୍ତିବା ପାଇଁ ଘୋଡ଼ା କିଣି ଚଢୁଛନ୍ତି। ଦିନ ଯାକର ସବୁ କାମ, ବଜାର ସଉଦାଠୁ ଆରମ୍ଭ କରି ପିଲାଙ୍କୁ ସ୍କୁଲ ଛାଡ଼ିବା ପର୍ଯ୍ୟନ୍ତ ଯାହାବି କାମ ମୋଟରସାଇକେଲ୍ ଚଢ଼ି କରୁଥିଲେ, ସେ ସବୁ […]