କେନ୍ଦ୍ରାପଡ଼ା: ପେଟ୍ରୋଲ ପମ୍ପ୍ର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଦୁର୍ବୃତ୍ତମାନେ ପ୍ରାୟ ୫୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର କ ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ୍ରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକ୍ରେ […]
କଟକ: ଆସନ୍ତା ରବିବାର କଟକ ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ଭାରତ- ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ କଟକରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡ଼ ଓ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ଏହାକୁ ଦୃଷ୍ଟିରେ ରଖି ଏହି ପାର୍କିଂ ବ୍ୟବସ୍ଥା କରାଯାଇଛି। ଜାଣି ରଖନ୍ତୁ କ’ଣ ରହିଛି ପାର୍କିଂ ବ୍ୟବସ୍ଥା … ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡ଼ି ଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ […]
ଭୁବନେଶ୍ୱର: ଡେରିରେ ହେଲେ ବି ଶୀତ ଫେରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଡ଼ଭଙ୍ଗା ଶୀତ ଆରମ୍ଭ ହେଲାଣି। ତେବେ ଆଗକୁ ଆହୁରି ଶୀତ ବଢ଼ିବ। ରାଜ୍ୟରେ ଶୀତର ପ୍ରକୋପ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତାପମାତ୍ରା ୧ରୁ ୨ ଡିଗ୍ରୀ ହ୍ରାସ ପାଇଥିବାବେଳେ ଆଗକୁ ଆହୁରି କମିବ। ଫଳରେ ଆହୁରି ଅଧିକ ଶୀତ ଅନୁଭୂତ ହେବ। ସେହିପରି କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୦ ଡିଗ୍ରୀ କମିଛି। ଉତ୍ତରା […]
ଆଠଗଡ଼: ପିକ୍ନିକ୍ରୁ ଫେରି ଛାତ୍ରଛାତ୍ରୀ ଅସୁସ୍ଥ। କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକ୍ନିକ୍ କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଖାଦ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବା ଡାକ୍ତର କହିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାଧପୁର ଓ ଆଠଗଡ଼ ମେଡିକାଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି। […]
ଭୁବନେଶ୍ୱର: ବିନା ହେଲ୍ମେଟ୍ରେ ବାଇକ୍ ଚଲାଇ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍ ଷ୍ଟାର ବାବୁଶାନ୍ଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି। ସେ ବିନା ହେଲ୍ମେଟ୍ରେ ବାଇକ୍ ଚଲାଉଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାବୁଶାନ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନା ମୁଁ କୌଣସି ଟ୍ରାଫିକ୍ ଛକରେ ନା […]
ବଣାଇ (ରଞ୍ଜିତ ଚୌଧୁରୀ): ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଲା ନିକଟ ଜଙ୍ଗଲରେ ଏହି ହତ୍ୟାକାଣ୍ଡ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଯୁବକଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତା’ସହିତ ତାଙ୍କ ଗଳା ବି କଟା ଯାଇଛି। ମୃତ ଯୁବକଙ୍କ ନାଁ ଅନୀଲ ମୁଣ୍ଡା। ତାଙ୍କ ଘର […]
ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାପରେ ଚେକିଂ ଜୋରଦାର ହେଉଛି। ଆଉ ଯେଉଁମାନେ ଧରା ପଡ଼ୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି ଟ୍ରାଫିକ୍ ପୁଲିସ୍। ତେବେ ହେଲ୍ମେଟ୍ ନ ପିନ୍ଧି ବାଇକ୍ ଚଲାଇବା ଜଣେ ଓଡ଼ିଆ ଅଭିନେତାଙ୍କ ପାଇଁ ମହଙ୍ଗା ପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ବିନା ହେଲ୍ମେଟ୍ରେ ଗାଡ଼ି ଚଲାଉଥିବା ଅଭିଯୋଗରେ ଓଲିଉଡ୍ ଷ୍ଟାର୍ ବାବୁଶାନ୍ଙ୍କ ନାଁରେ ଚାଲାଣ କଟିଛି। ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ତାଙ୍କ ନାଁରେ ହଜାରେ ଟଙ୍କାର […]
ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବା ପରେ ରାଜ୍ୟରେ ଦୁର୍ଘଟଣା କମିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛି। ଦୁର୍ଘଟଣାରେ ମୃତ୍ୟୁ ହାର ୧୨ପ୍ରତିଶତ କମିଛି। ସଡକ ସୁରକ୍ଷା ନେଇ ରାଜଧାନୀର ଲୋକସେବା ଭବନରେ ଆଜି ବସିଥିବା ରାଜ୍ୟ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରୁ ଏନେଇ ସୂଚନା ମିଳିଛି। ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ଆଦି ଜିଲ୍ଲା ସର୍ବାଧିକ ଦୁର୍ଘଟଣା ପ୍ରବଣ। ୨୦୧୮ରେ ସମଗ୍ର ଭାରତରେ ୧ […]
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ […]
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ। BDA ସେକ୍ସନ୍ ଅଫିସର ବିଭୂତି ଭୂଷଣ ରାୟଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ଭୁବନେଶ୍ୱରର ଝାରପଡା, ଜିଜିପି କଲୋନୀ ସ୍ଥିତ ଘର ସମେତ ଅଫିସ୍ରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ଏମିତିକି ଜଗତସିଂହପୁର ସ୍ଥିତ ବିଭୂତିଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ର ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ଜାରି […]
ବଣାଇ(ରଞ୍ଜିତ ଚୌଧୁରୀ): ବିବାହ ଭୋଜିରୁ ଦେଖା ସାକ୍ଷାତ, ତା’ପରେ ଆରମ୍ଭ ହେଲା ପ୍ରେମ। ଆଉ ଆର୍ମି ଯବାନଙ୍କୁ ହୃଦୟ ଦେଇ ବସିଲେ ଜଣେ ଆଦିବାସୀ ନାବାଳିକା। ଯବାନ ଜଣକ ବି ଚାକିରି କରାଇ ଦେବାର ବିଶ୍ୱାସ ଦେଇ ନାବାଳିକାଙ୍କ ହୃଦୟ ଜିତିଥିଲେ। ହେଲେ ପ୍ରେମିକାଙ୍କ ବିଶ୍ୱାସରେ ବିଷ ଦେଇ ହଠାତ୍ କେଉଁ ଆଡ଼େ ଚାଲିଗଲେ ଆର୍ମି ଯବାନ। ପୂରା ଘଟଣାଟି ଏମିତି… ସୁନ୍ଦରଗଡ ଜିଲ୍ଲାର ବାରକୋଟ ଥାନା ଅନ୍ତର୍ଗତ ମସିନ୍ଦା ଗାଁର ବୀରେନ୍ଦ୍ର ସାମାଡ ଆର୍ମିରେ ଯବାନ […]
ସୋର: ରାସ୍ତା ମଝିରେ ଫାଟିଲା ବସ୍ର ଆଗ ଚକ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚପରପଦା ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ସୂଚନା ଅନୁସାରେ, କୋଲକାତାରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ‘ଗ୍ରାଣ୍ଡ୍’ ନାମକ ଏହି ଯାତ୍ରୀବାହୀ ବସ୍ର ଆଗ ଚକ ଚପରପଦା ନିକଟରେ […]
ବାସୁଦେବପୁର: ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ରହିଛି। ମୃତକଙ୍କ ନାଁ କାଳିଆ ମଲିକ (୬)। ଗୁରୁତର ଶିଶୁର ନାଁ ଅନିରୁଦ୍ଧ ମଲିକ (୬)। ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କାଳିଆ ଓ ଅନିରୁଦ୍ଧ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ […]
ଭୁବନେଶ୍ୱର: ପ୍ଲାଷ୍ଟିକ୍ ଦିଅନ୍ତୁ, ଆହାର ଖାଆନ୍ତୁ। ଅଧା କିଲୋ ବର୍ଜ୍ୟ ପ୍ଲାଷ୍ଟିକ୍ ଦେଲେ ତା’ ବଦଳରେ ମିଳିବ ଗୋଟିଏ ଆହାର ମିଲ୍। ତେବେ ଜଣେ ବ୍ୟକ୍ତି ସର୍ବାଧିକ ଗୋଟିଏ ଦିନରେ ୧ କିଲୋ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଦେଇ ଆହାର ମିଲ୍ ପାଇଁ କୁପନ୍ ନେଇ ପାରିବେ। ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ। ଭୁବନେଶ୍ୱରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର […]
ଉଦଳା: ଔଷଧ କିଣିଲା ବେଳେ ତାହାର ବ୍ୟାଚ୍ ନମ୍ବର ଓ ଏକ୍ସପାଏରୀ ତାରିଖ ଦେଖି କିଣିବାକୁ ଲୋକଙ୍କୁ ସରକାର ସଚେତନ କରୁଛନ୍ତି। ଏକ୍ସପାଏରୀ ତାରିଖ ପରେ ଔଷଧ ରୋଗୀଙ୍କ ସ୍ୱାସ୍ଥ୍ୟ ସୁଧାରିବା ପରିବର୍ତ୍ତେ ଆହୁରି ବିଗାଡ଼ି ଦିଏ। ଏପରିକି ରୋଗୀଙ୍କୁ ବେଳେ ବେଳେ ମୃତ୍ୟୁ ମୁଖରେ ବି ପକାଇ ଦେଇଥାଏ। ଏଭଳି କିଛି ଚରମ ଅବହେଳା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।ସେଠାରେ ଜଣେ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍ ଦିଆଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା […]
ଖୋର୍ଦ୍ଧା: ଖୋର୍ଦ୍ଧାର ଏକ କ୍ଲିନିକ୍ରେ ହୋଇଥିବା ଗୁଳିମାଡ଼ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ଼ରେ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଡାକ୍ତର ମାନସ ଦାସ କ୍ଲିନିକ୍ରେ ବସିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା। ତାଙ୍କ ଛାତି ଓ ପେଟରେ ଗୁଳି […]
ଯାଜପୁର: ସପ୍ତାହ ତଳେ ବାହା ହୋଇଥିଲେ। ଆଉ ଖୁସିରେ ବାପ ଘରକୁ ଆସିଥିଲେ ବୁଲିବାକୁ। ହେଲେ ସେ ଜାଣି ନ ଥିଲେ ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି କିଛି ଘଟିବ। ଆଉ ଏସବୁ ପଛରେ କାରଣ କ’ଣ ଜାଣନ୍ତି ? ସେଲ୍ଫି ନିଶା। ଆଜିକାଲି ଯୁବପିଢ଼ିଙ୍କ ମନରୁ ସେଲ୍ଫି ଉଠାଇବା ନିଶା ଆଦୌ ଯାଉନାହିଁ। ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। […]
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଥିବା ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ବିଭିନ୍ନ ଷ୍ଟେସନରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡିଶାକୁ ଏବଂ ଓଡିଶା ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍ ପ୍ରଭାବିତ ହୋଇଛି। ଓଡ଼ିଶା ଦେଇ ଯାଉଥିବା ଅନେକ ଟ୍ରେନ୍ ଗତକାଲି ବାତିଲ ହୋଇଥିଲା। ଆସନ୍ତାକାଲି କୋଲକାତାରୁ ଆସୁଥିବା ସାଲଦା-ପୁରୀ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି। ଏପଟେ ପୁରୀରୁ କୋଲକାତା ଯାଉଥିବା ପୁରୀ-ଚେନ୍ନାଇ […]
ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ନିଖୋଜ ଘଟଣା ନାଟକୀୟ ମୋଡ଼ ନେଇଛି। ଯେଉଁମାନେ ନିଖୋଜ ଥିଲେ ବୋଲି ଅଭିଯୋଗ ହୋଇଥିଲା ସେମାନଙ୍କ ସହିତ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ସମସ୍ତେ ମାର୍ଚ୍ଚ ୨୮ ତାରିଖରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। କେହି ସେମାନଙ୍କୁ ଅପହରଣ କରି ନାହାନ୍ତି। ବିଜେପି ମିଛ କହୁଛି। ବିଜେପି ଦ୍ୱାରା ନିଜ ଅଞ୍ଚଳର ବିକାଶ […]
ନରସିଂହପୁର: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ରତାପାଟ ନିକଟ ହାଡୁଆ ନାଳରୁ ୨ ଜଣ ମହିଳା ଶୌଚ ସାରି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ରତାପାଟ ଗାଁର ଉପର ସାହିର ରଙ୍ଗବତୀ ସାହୁ ଓ ତାରା ନାୟକ। ଆଜି ସକାଳ ପ୍ରାୟ ୫ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ […]
ବରଗଡ଼: ବରଗଡ଼ ଜିଲ୍ଲାର ୨ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଭେଡେନ ୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ୧ ନମ୍ବର ଜୋନର ସଦସ୍ୟା ପାର୍ବତୀ ଭୋଇଙ୍କୁ କେଉଁଠି ଲୁଚା ଯାଇ ରଖାଯାଇଛି ବୋଲି ସେମାନଙ୍କ ସ୍ୱାମୀ ଓ ବିଜେପି କର୍ମୀ, ଏସ୍ପି ପଦ୍ମିନୀ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୁଷମା ଓ ପାର୍ବତୀଙ୍କୁ କିଛି ଜିଲ୍ଲା ପରିଷଦ ସଦସ୍ୟମାନେ ସୋହେଲାକୁ ବୁଲି […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତାଳସାରୀ ବେଳାଭୂମି ଅଞ୍ଚଳରେ ଥିବା ଏକ ହୋଟେଲ୍ର ମାଲିକ ଏବଂ ମ୍ୟାନେଜରଙ୍କୁ ପୁଲିସ୍ ଗିରଫ କରିଛି। ହୋଟେଲ୍ ଭିତରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ପୁଲିସ୍ ଏହି ୨ ଜଣଙ୍କୁ ଗିରଫ କରିଛି। ଏହାସହ ହୋଟେଲ୍ରୁ ଅନେକ ଆପତ୍ତିଜନକ ଜିନିଷ ଜବତ ହୋଇଛି। ହୋଟେଲ୍ ଭିତରେ ବାହାରୁ ଝିଅଙ୍କୁ ଆଣି ସେକ୍ସ ରାକେଟ ଚାଲିଥିବା ନେଇ ଖବର ପ୍ରସାରଣ ହୋଇଥିଲା। ସୂଚନାଥାଉ କି, ଜଳେଶ୍ୱର ଷ୍ଟେସନ […]
ଝାରସୁଗୁଡ଼ା: ଚାଷୀ ଫେରି ପାଇଲେ ସେମାନଙ୍କ ଧାନ। ଛତିଶଗଡ଼ ପୁଲିସର ଜୁଲମ ଉପରେ ଲାଗିଲା ରୋକ। ସ୍ଥାନୀୟ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ସହ ବ୍ରଜରାଜନଗର ବିଧାୟକଙ୍କ ହସ୍ତକ୍ଷେପ ପରେ ଜବତ ଧାନ ଫେରାଇବାକୁ ବାଧ୍ୟ ହୋଇଛି ଛତିଶଗଡ଼ର ରାୟଗଡ଼ ପୁଲିସ। ଗତକାଲି ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି। ଧାନ ଜବତ ଘଟଣାର ପ୍ରତିବାଦ କରି କନକତୋରା-ଏକତାଲ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ […]
ଭୁବନେଶ୍ୱର: 5Tରେ ସାମିଲ ହେଲା କୃଷି ଓ ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମ ଅଧୀନକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆସିବା ସହ ଏ ନେଇ ଏକ ୧୭ ସୂତ୍ରୀ ଆକ୍ସନ ପ୍ଲାନ୍ ତିଆରି ହୋଇଛି ଏବଂ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି। ଏଥି ମଧ୍ୟରେ ରହିଛି, ଆକ୍ସନ ପ୍ଲାନ୍ରେ ସ୍କଲାରସିପ୍ କାଉନସିଲ ଗଠନ। ଫଳରେ ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ […]
ମାଲକାନଗିରି: ଲାଲ୍ବାହିନୀଙ୍କ ଧମକ। କାହାକୁ ଫୋନ୍ କଲେ ମିଳିବ ମୃତ୍ୟୁଦଣ୍ଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତର ଅରାପଦର ଗାଁରେ ଥିବା ଏକ ନାମଫଳକରେ ଏହି ସତର୍କବାଣୀ ଲେଖାଯାଇଛି। ଲୋକମାନେ କାହାରିକୁ ଫୋନ ନ କରିବାକୁ ଏଥିରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହି ଗାଁରେ ରହୁଥିବା ଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ଗାଁରେ ରହୁଥିବା ଲୋକଙ୍କୁ ଫୋନ ନ କରିବାକୁ ଚେତାବନୀ ଦିଆଯାଇଛି। ଅନୁମତି ନେଇ ଫୋନ୍ରେ କଥା ହେବାକୁ ଲୋକଙ୍କୁ ଚେତାବନୀ […]