• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ନଦୀରୁ ମିଳିଲା ବସ୍ତା, ବାହାରିଲା ଏମିତି ଜିନିଷ...

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ଯାଇଥିବା ଅବସ୍ଥାରେ ଦୁଇଟି ଅଚିହ୍ନା ଶବ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସନ୍ଦେହ କରୁଛି। ନଦୀ ଅପରପାର୍ଶ୍ୱରେ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଞ୍ଚଳ ହୋଇଥିବା ବେଳେ ସେଠାରେ […]

  • Thursday, 22 July 2021
marriage 1
ଭାଇ ନାଁରେ ସିନ୍ଦୂର ପିନ୍ଧିଲେ ଯୁବତୀ

ଆନନ୍ଦପୁର(ମୁନା ସିଂ): ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ ଓ ସୀମା ସରହଦ। କେତେବେଳେ କାହା ସହ ପ୍ରେମ ହୋଇଯିବ ତାହା କେହିବି କହିପାରିବେ ନାହିଁ। ଆଉ ମନର ମଣିଷକୁ ପାଇବା ପାଇଁ ସମାଜର କଟକଣା/ପ୍ରତିବନ୍ଧକ ବି ବାଟ ଓଗାଳି ପାରେ ନାହିଁ। ଏପରି ପ୍ରେମରେ ପଡ଼ି ସାତ ଜନ୍ମର ସାଥୀ ପାଲଟିଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳର ଏକ ଆଦିବାସୀ ପ୍ରେମୀ ଯୁଗଳ। ସେମାନେ ସମ୍ପର୍କୀୟ ଭାଇଭଉଣୀ। ଯେଉଁଥିପାଇଁ ସେମାନେ ସମାଜ ଆଗରେ […]

  • Thursday, 22 July 2021
odisha
ପଥର ତଳୁ ବାହାରୁଛି ଡିଜେଲ !

ବାଲିଗୁଡ଼ା(ଅଜିତ ନାୟକ): ପଥର ତଳୁ ବାହାରୁଛି ଡିଜେଲ୍ ! କଥାଟା ବିଶ୍ୱାସ ଲାଗୁ ନ ଥିଲେ ବି ଘଟଣାଟି ବିଲ୍‌କୁଲ୍ ସତ। ଲୋକେ ପଥରୁ ତଳୁ ଡିଜେଲ ବାହାର କରି ଘରକୁ ବୋହି ନେଇ ଯାଉଛନ୍ତି। ଡିଜେଲକୁ କିଏ ବାଲ୍ଟିରେ ଭର୍ତ୍ତି କରି ପକାଉଛନ୍ତି ତ ଆଉ କିଏ ବୋତଲରେ ଭର୍ତ୍ତି କରି ଘରକୁ ନେବାରେ ଲାଗି ପଡ଼ିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ। ସୂଚନା ମୁତାବକ, ଲଦପଙ୍ଗାର ବିଲମାଳ […]

  • Thursday, 22 July 2021
traffic
ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପୁଅ, ୪୨ ହଜାର ଟଙ୍କା ଫାଇନ୍‌ ଦେଲେ ବାପା

ଭଦ୍ରକ (ପାର୍ଥସାରଥୀ ନାୟକ): ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପୁଅ, ଆଉ ବାପା ଦେଲେ ଫାଇନ୍‌। ତା’ ବି ପୁଣି ହଜାରେ କି ଦୁଇ ହଜାର ଟଙ୍କା ନୁହେଁ, ୪୨ ହଜାର ୫୦୦ ଟଙ୍କାର ଫାଇନ୍ ଦେଇଛନ୍ତି ଜଣେ ବ୍ୟକ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଗତ ୬ ତାରିଖରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କହଁରା ଛକରେ ଟ୍ରାଫିକ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଜଣେ ନାବାଳକ କଲେଜ ଛାତ୍ରଙ୍କ ବାପାଙ୍କ ନାଁରେ ଫାଇନ୍‌ କାଟିଛନ୍ତି ବିଭାଗୀୟ ଅଧିକାରୀ। ଭଦ୍ରକ ଆଞ୍ଚଳିକ […]

  • Thursday, 22 July 2021
cloudy
୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି। ଆଜି ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ […]

  • Thursday, 22 July 2021
lingaraj
୨୧ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ  ମହାଶିବରାତ୍ରି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ ଶିବରାତ୍ରି ଦିନ, ରାତି ୧୦ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ ସାଢେ ୩ ଟାରୁ ସାହାଣମେଲା ଦର୍ଶନ କରିପାରିବେ ବୋଲି ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ଏହି ନୀତିକାନ୍ତି […]

  • Thursday, 22 July 2021
lightning
ବର୍ଷା ଓ ବଜ୍ରପାତ ନେଇ ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ପାଗ କୋହଲା ରହିବା ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବଜ୍ରପାତ ମଧ୍ୟ ହୋଇପାରେ। ଏନେଇ ୭ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଓ କେନ୍ଦୁଝର। ସକାଳ ୯ଟା ୪୫ ଯାଏ ଏହି […]

  • Thursday, 22 July 2021
odisha
ସାବାସ୍‌ ! ପାଣିକୁ ଡେଇଁ ଜୀବନ ବଞ୍ଚାଇଲେ ଦୁଇ ନାବାଳକ

ଜୟପୁର: ଦୁଇ ନାବାଳକଙ୍କ ସାହାସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା। କେନାଲରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଏହି ଦୁଇ ନାବାଳକ ଏହି ପ୍ରଶଂସା ସାଉଁଟିଛନ୍ତି। ନାବାଳକ ଦ୍ୱୟ ହେଲେ କୋରାପୁଟ ଜିଲ୍ଲା ଜୟପୁରର କିଶାନ ମାଝୀ ଓ ସଞ୍ଜୟ ପୂଜାରୀ। ଏମାନଙ୍କର ବୟସ ୧୨ରୁ ୧୩ ବର୍ଷ ହେବବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମଣ ସାହୁ ନାମକ ଜଣେ ବ୍ୟକ୍ତି ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। […]

  • Thursday, 22 July 2021
Police-SI-Suspended
ଲାଞ୍ଚ ନେବା ଅଭିଯୋଗରେ ଏସ୍‌ଆଇଙ୍କୁ ନିଲମ୍ବନ ସହ ଗିରଫ

ଜୟପୁର: ଲାଞ୍ଚ ନେବା ଅଭିଯୋଗରେ କୋରାପୁଟ ଜିଲ୍ଲା ଆମ୍ବଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି। କୋରାପୁଟ ଏସ୍‌ପି ମୁକେଶ ଭାମୁ ଏକ ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଗତ ଡିସେମ୍ବର ୨୪ରେ ଆମ୍ବଗୁଡା ଫାଣ୍ଡି ଅନ୍ତର୍ଗତ କୁମୁଲିପୁଟ ଦୁର୍ଘଟଣାରେ ମୂଳାଶୁର ଗାଁର ଦେବେନ୍ଦ୍ର ତନ୍ତୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ ସମବେଦନା ବଦଳରେ ନାରାୟଣ ପଟ୍ଟନାୟକ ଗାଡ଼ିର ଇନ୍‌ସ୍ୟୁରାନ୍ସ ଓ ଅନ୍ୟାନ୍ୟ ବାବଦକୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। […]

  • Thursday, 22 July 2021
heavy rainfall
୩ ଜିଲ୍ଲାରେ ପ୍ରବଳ ବର୍ଷିବ, କୁଆପଥର ଓ ବଜ୍ରପାତ ନେଇ ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର। ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଓ କୁଆପଥର ମଧ୍ୟ ପଡ଼ିପାରେ। ଏହାସହ […]

  • Thursday, 22 July 2021
odisha
କୂଅ ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଉମରକୋଟ: ତିନି ଧରି ନିଖୋଜ ଥିବା ୨ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ପକନାଗୁଡ଼ା ଗାଁର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ଓ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ୭ ବର୍ଷର ଝିଅ ଲକ୍ଷ୍ମୀ। ଗତ ୪ ତାରିଖରୁ ଉଭୟ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ସେମାନଙ୍କର କୌଣସି ପତ୍ତା ନ ମିଳିବାରୁ ଏନେଇ ଉଭୟ […]

  • Thursday, 22 July 2021
odisha
ଖାସ୍‌ ପ୍ରେମ ପାଇଁ... ଝିଅ ହେଲେ ପୁଅ

ମାଲକାନଗିରି: କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ନା ମାନେ କୌଣସି ବାଧାବିଘ୍ନ ନା ସମାଜର ପ୍ରତିବନ୍ଧକ। ଏପରିକି ପ୍ରେମକୁ ସବୁଦିନ ପାଇଁ ନିଜର କରିବା ଲାଗି ସେମାନେ ସବୁ କିଛି କରିପାରନ୍ତି। ଏମିତି କିଛି ଘଟଣା ଘଟିଛି ଦିଲ୍ଲୀରେ। ଯାହାକୁ ନେଇ ଏବେ ମାଲକାନଗିରିରୁ ଦିଲ୍ଲୀ ସବୁଆଡେ ଚର୍ଚ୍ଚା। ମାଲକାନଗିରିର ଦୁଇ ଜଣ ଝିଅ ପରସ୍ପରଙ୍କୁ ଭଲ ପାଉଥିଲେ। ସାରା ଜୀବନ ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଲେ। ହେଲେ କେମିତି ସମ୍ଭବ ? ସାମାଜିକ […]

  • Thursday, 22 July 2021
odisha
ରାସ୍ତା ଉପରେ ଅଳିଆ ଫିଙ୍ଗି ୧୦ ହଜାର ଟଙ୍କା ଫାଇନ୍‌ ଦେଲେ ଦୋକାନୀ

ବ୍ରହ୍ମପୁର: ରାସ୍ତା ଉପରେ ଅଳିଆ ପକାଇଥିବା ୬ ଜଣ ଦୋକାନୀଙ୍କୁ ୧୦ ହଜାର ଲେଖାଏ ଅର୍ଥ ଦଣ୍ଡ ଦେବାକୁ ପଡ଼ିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବ୍ରହ୍ମପୁରର ମୁଖ୍ୟ ମାର୍କେଟ କୁହାଯାଉଥିବା ଅନ୍ନପୂର୍ଣ୍ଣା ମାର୍କେଟ ଓ ଏସ୍ଏନଟି ରୋଡ୍‌ରେ ବୁଲୁଥିଲେ। ଏହି ସମୟରେ ମାର୍କେଟରେ ଥିବା ଦୋକାନୀ ମାନେ ସେମାନଙ୍କ ଦୋକାନ ବନ୍ଦ କରୁଥିବା […]

  • Thursday, 22 July 2021
odisha
ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଉଥିଲେ ସାବଧାନ ! ନ ହେଲେ...

ଭୁବନେଶ୍ୱର: ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଉଛନ୍ତି କି ? ତା’ହେଲେ ହୋଇଯାଆନ୍ତୁ ସାବଧାନ ! ନ ହେଲେ ଅସୁବିଧାରେ ପଡ଼ିପାରନ୍ତି। କାହିଁକି ନା ଏଣିକି ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ୍‌ ଜୋରଦାର ଅଭିଯାନ ଆରମ୍ଭ କରିଛି। ଗତକାଲି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନରେ ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଉଥିବା ୮୦ ଜଣଙ୍କୁ ପୁଲିସ୍‌ ଧରିଛି। ଏହାସହ ସେମାନଙ୍କର ଗାଡ଼ିକୁ ମଧ୍ୟ ସିଜ୍ କରାଯାଇଛି। ଅନ୍ୟପକ୍ଷରେ ରାସ୍ତାରେ ରଙ୍ଗ୍ […]

  • Thursday, 22 July 2021
odisha
ସମୁଦ୍ରରେ ଗାଧୋଉଥିଲେ, ହଠାତ୍ ମାଡ଼ି ଆସିଲା ବଡ଼ ଲହଡି....

ପୁରୀ: ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ମାଡ଼ି ଆସିଲା ବଡ଼ ଲହଡି। ସମୁଦ୍ରରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ମୃତ୍ୟୁ ମୁଖରୁ ୪ଜଣଙ୍କ ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ଦମ୍ପତ୍ତି ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ଏହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡି ଆସିବାରୁ ଭାସି ଯାଇଥିଲେ ୪ ଜଣ। ସମୁଦ୍ର ବେଳାଭୂମିରେ କର୍ତ୍ତବ୍ୟରତ ଲାଇଫ ଗାର୍ଡ ତୁରନ୍ତ […]

  • Thursday, 22 July 2021
girl
ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ୍‌, ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ

ବାସୁଦେବପୁର: ଭଦ୍ରକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ପୁଲିସ୍‌ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ଏବେ ଏହି ଘଟଣାର ଏକ ନୂଆ ଗୁମର ପଦାକୁ ଆସିଛି। ଦୁଇ ଜଣ ଯୁବକଙ୍କ ସହ ସମ୍ପୃକ୍ତ ମୃତ ଛାତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହୋଇଛି। ଏଥିସହ ଛାତ୍ରୀ ଜଣଙ୍କ ରହୁଥିବା ମେସ୍‌ର ମାଲିକ ତାଙ୍କ ସହ ଅଶାଳୀନ ବ୍ୟବହାର କରୁଥିବା ଭିଡିଓ […]

  • Thursday, 22 July 2021
cloudy
ବର୍ଷା ଓ ବଜ୍ରପାତ ନେଇ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଦୁଇ ଦିନ ହେବ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ତେବେ ଆଉ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-ରାୟଗଡ଼ା, ଗଞ୍ଜାମ ଓ ଗଜପତି। ଉତ୍ତର କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ବର୍ଷା […]

  • Thursday, 22 July 2021
odisha
ଏସ୍‌ସିବିରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ: କଟକ ବଡ଼ ଡାକ୍ତରଖାନାରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ସ୍ୱାଇନ ଫ୍ଳୁ ସନ୍ଦେହରେ ତିନି ଜଣଙ୍କୁ କଟକ ଏସ୍‌ସିବିର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏହାସହ ସେମାନଙ୍କର ରକ୍ତ ନମୁନା ଭୁବନେଶ୍ୱର RMRCକୁ ପଠାଯାଇଥିଲା। ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ବେଳେ ଆଉ ଦୁଇଜଣଙ୍କୁ ପ୍ରାଥମିକ […]

  • Thursday, 22 July 2021
bus accident
ଘାଟିରେ ଫାଟିଲା ଟାୟାର୍‌, ଝୁଲି ରହିଲା ବସ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ବସ୍‌ ଓଲଟିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଦାରିଙ୍ଗବାଡ଼ି ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଗାଡ଼ିଟି ଘାଟି ତଳକୁ ନ ଖସି ଘାଟି ଉପରେ ଝୁଲି ରହିଥିଲା। ଫଳରେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ୫୦ ଜଣ ଟୁରିଷ୍ଟ୍‌ ବର୍ତ୍ତି ଯାଇଥିଲେ। ସେମାନଙ୍କ ମଧ୍ୟରେ କିଛି ଛାତ୍ରଛାତ୍ରୀ ଥିଲେ। ସୂଚନା ଅନୁସାରେ, ଭୁବନେଶ୍ୱରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଦାରିଙ୍ଗିବାଡିକୁ […]

  • Thursday, 22 July 2021
odisha
ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ

କଟକ: ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨, ୮୮୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍‌ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି। ସମ୍ବେଦନଶୀଳ ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପରୀକ୍ଷା ପାଇଁ […]

  • Thursday, 22 July 2021
odisha
ଦିନ ମଜୁରିଆଙ୍କୁ ୨ ଲକ୍ଷ ୫୯ ହଜାର ଟଙ୍କାର ଆୟକର ନୋଟିସ୍‌

ଭୁବନେଶ୍ୱର: ନିଜ ପାଇଁ ତଥା ପରିବାର ପାଇଁ ୨ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଯାହା ପାଇଁ କାଠିକର ପାଠ, ତା’ଙ୍କ ପାଖକୁ ଆସିଛି ଆୟକର ନୋଟିସ୍‌। ଜଣେ ଦିନ ମଜୁରିଆଙ୍କ ନିକଟକୁ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଆୟକର ନୋଟିସ୍‌ ହୋଇଛି। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋରାପୁଟ ଜିଲ୍ଲା ଉମରକୋଟ ସ୍ଥିତ ପୁଜାରୀଭରଣ୍ଡି ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି। ପୁଜାରୀଭରଣ୍ଡି ଗାଁର ସନଥର ଗଣ୍ଡଙ୍କ […]

  • Thursday, 22 July 2021
odisha
ଏଣିକି ଲର୍ଣ୍ଣସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ

ଭୁବନେଶ୍ୱର: ଲର୍ଣ୍ଣସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ପରିବହନ କମିଶନର ନୂଆ ନିୟମ କରିଛନ୍ତି। ଏହି ନୂଆ ନିୟମଟି ହେଲା ଏଣିକି ଲାଇସେନ୍ସ ପାଇଁ ଆବଶ୍ୟକ ପଡ଼ୁଥିବା ପେପର୍‌ ଡକ୍ୟୁମେଣ୍ଟ୍‌ସ୍‌ ସବୁ ଆପଣ ଅନ୍‌ଲାଇନ୍‌ରେ ଅପଲୋଡ୍‌ କରି ଆବେଦନ କରିପାରିବେ। ଫେବୃଆରୀ ୧ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ଯଦି ଆପଣଙ୍କ ପାଖରେ ଲର୍ଣ୍ଣସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ନାହିଁ ତା‘ହେଲେ ଆପଣ RTO ଅଫିସ ଯାଇ ଡକ୍ୟୁମେଣ୍ଟସ୍‌ ସବୁ ଦାଖଲ କରିବା ପରିବର୍ତ୍ତେ […]

  • Thursday, 22 July 2021
rainfall
ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲାରେ ବର୍ଷା !

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ମଧ୍ୟ ମାରିପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, ନୟାଗଡ଼, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ା। ଏସବୁ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଘନ କୁହୁଡ଼ି ନେଇ […]

  • Thursday, 22 July 2021
odisha
‘କରୋନା’କୁ ନେଇ ରାଜ୍ୟ ସରକାରଙ୍କ ଆଡଭାଇଜରି ଜାରି, ଏସ୍‌ସିବିରେ ୨ ‘କରୋନା’ ସନ୍ଦିଗ୍ଧ ଭର୍ତ୍ତି

କଟକ: କାୟା ମେଲାଉଛି ‘କରୋନା’ ଭାଇରସ୍‌। ଭାରତରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍‌ସିବିରେ ୨ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠା ଯାଇଥିବା ବେଳେ ଆଜି ଆଉ ଜଣକର ନମୁନା ପଠାଯିବ ବୋଲି ଜଣାପଡ଼ିଛି । ରାଜ୍ୟରୁ ସମୁଦାୟ ୫ ଜଣଙ୍କ ନମୁନା ପୁଣେ ଭାଇରଲୋଜି ଲ୍ୟାବକୁ […]

  • Thursday, 22 July 2021
odisha
ଚାକିରି ନାଁରେ ଠକୁଥିଲେ, ଧରିଲା ପୁଲିସ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସରକାରୀ ଅନୁଷ୍ଠାନରେ ଚାକିରି ଦେବା ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ୍‌ ଧରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଭୁବନେଶ୍ୱରର ଏକ ଅନୁଷ୍ଠାନର କାର୍ଯ୍ୟରତ ଯାଜପୁର ଜିଲ୍ଲାର ରବୀନ୍ଦ୍ର କୁମାର ବେହେରା ଓ ଦିଗପହଣ୍ଡିର ଅରୁଣ କୁମାର ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି। ଏମାନେ ଯାଜପୁର, ତାଳଚେର, ଅନୁଗୁଳ, ଜଗତସିଂହପୁର ଆଦି ଅଞ୍ଚଳରେ ଚେର୍ ଲମ୍ବାଇଥିବା […]

  • Thursday, 22 July 2021

Total Seats 70

BJP 42
APP 27
INC 1
OTHERS 0

Delhi Vidhan Sabha Election Result