• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

puri
ଶ୍ରୀଜିଉ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହ ଆଜି ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହାସହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମଧ୍ୟ ଦର୍ଶନ କରିଛନ୍ତି ଶ୍ରୀ ଶାହ। ପୁରୀରେ ଶ୍ରୀଜିଉଙ୍କ ଆଶୀର୍ବାଦ ପରେ ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇଛନ୍ତି ଶ୍ରୀ ଶାହ। ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ ପରେ ଶ୍ରୀ ଶାହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହାପରେ ବେଢା ପରିକ୍ରମା ସହ ପାର୍ବତୀ […]

  • Thursday, 22 July 2021
odisha
ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ୭ଲକ୍ଷ ଟଙ୍କା

ଭଦ୍ରକ(ପାର୍ଥସାରଥୀ ନାୟକ): ବାଇକ୍‌ ଡିକି ଭାଙ୍ଗି ୭ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଗତକାଲି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ପୀରହାଟ ହାଇସ୍କୁଲ ନିକଟରେ ଏପରି ଏକ ଲୁଟ୍‌ ଘଟଣା ଘଟିଛି। ତିହିଡ଼ି ପୁଲିସ୍‌ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଚାନ୍ଦବାଲି ଥାନା ଖେରଙ୍ଗ ଅଧୀନ ତଳବନ୍ଧ ଗାଁର ସରୋଜ କୁମାର ରାଉତ ଗତକାଲି ଭଦ୍ରକ ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ନିଜ ଜମା ଖାତାରୁ ୭ ଲକ୍ଷ ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ […]

  • Thursday, 22 July 2021
odisha
ମାଟ୍ରିକ୍‌ ପରୀକ୍ଷା ଦେଇ ଘରକୁ ଫେରୁଥିଲେ, ଓଲଟି ପଡ଼ିଲା ଅଟୋ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମାଟ୍ରିକ୍‌ ପରୀକ୍ଷା ଦେଇ ଅଟୋରେ ପରୀକ୍ଷା କେନ୍ଦ୍ରରୁ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟି ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଛାତ୍ରୀ ଥିବାବେଳେ ଜଣେ ଛାତ୍ର ଅଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ଜୁନାପାଣି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।  ସମସ୍ତ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ, ତେଲନଦୀ […]

  • Thursday, 22 July 2021
odisha
ନିଆଁ ଆଁରେ ଜଳିଗଲା ଝିଅ ବାହାଘର ପାଇଁ ରଖାଯାଇଥିବା ଆସବାବ ପତ୍ର

କାମାକ୍ଷାନଗର: ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ରଖାଯାଇଥିବା ଆସବାବ ପତ୍ର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡରେ ୧୩ ବଖରା ଘର ଜଳି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ନିଆଁ ଲାଗିଯିବା ଫଳରେ ଗାଁର ଧନୁ ପ୍ରଧାନଙ୍କ ୨ ବଖରା […]

  • Thursday, 22 July 2021
Untitled-1
ପାଣିରେ ଭାସୁଥିଲା ନିଖୋଜ ନାବାଳକଙ୍କ ମୃତଦେହ

ଜଗତସିଂହପୁର: ଦୁଇ ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଘାଟରେ ଗାଧୋଉଥିବା ବେଳେ ନାବାଳକ ଜଣକ ଗତ ଗୁରୁବାର ଦିନଠୁ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କିଛି ପତ୍ତା ମିଳିପାରିନଥିଲା। ଆଜି ସକାଳୁ ପାଣିରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ମୃତଦେହ ନିଖୋଜ ନାବାଳକଙ୍କର ବୋଲି ସୂଚନା ମିଳିଛି। ମୃତ ନାବାଳକଙ୍କ ନାଁ ରୁଦ୍ର […]

  • Thursday, 22 July 2021
fish
ମାଛ ଭାଜିଲା ବେଳେ ବାହାରିଲା ପୋକ, ତା’ପରେ...

ସମ୍ବଲପୁର: ମାଛ ଭାଜିଲା ବେଳେ ପୋକ ବାହାରିବାରୁ ତୁମୁଳ କାଣ୍ଡ। ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲିରେ। ଶଙ୍କର ପ୍ରସାଦ ନାମକ ଜଣେ ବ୍ୟକ୍ତି ଗତକାଲି ସକାଳେ ଅଇଁଠାପାଲିର ଜଣେ ମାଛ ବିକାଳିଙ୍କ ପାଖରୁ ରୋହି ମାଛ କିଣିଥିଲେ। ମାଛକୁ ନେଇ ଘରେ ଭାଜିବାବେଳେ ସେଥିରୁ ପୋକ ବାହାରିଥିଲା। ଏହାପରେ ଶଙ୍କର ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ପାଖରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ। କମିଶନରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଫୁଡ୍ ଇନ୍ସପେକ୍ଟର […]

  • Thursday, 22 July 2021
flight
ଆଜିଠୁ ଭୁବନେଶ୍ୱରରୁ ବାରାଣସୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ବାରାଣସୀକୁ ଆଜିଠାରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବ। ଇଣ୍ଡିଗୋ ଏଟିଆର-୭୨ ଆଜି ରାତି ୯ଟା ୨୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ୯ଟା ୪୫ରୁ ଉଡ଼ାଣ ଆରମ୍ଭ କରିବ। ରାତି ୧୧ଟା ୪୦ରେ ବାରାଣସୀରେ ପହଞ୍ଚିବ। ଏହି ବିମାନରେ ମୋଟ୍ ୭୨ ଜଣ ଯାତ୍ରୀ ଯାତ୍ରା କରିବେ। ଦୁଇ ପର୍ଯ୍ୟଟନ ସହର ମଧ୍ୟରେ ବିମାନ ସେବା ଲାଗି ଦୀର୍ଘଦିନରୁ ଦାବି ହେଉଥିବା ବେଳେ ଆଜି ଏହା ପୂରଣ ହେବାକୁ ଯାଉଛି।

  • Thursday, 22 July 2021
odisha
ବାହା ବେଦୀ ପାଲଟିଗଲା ବ୍ରତ ବେଦୀ !

ଆଠଗଡ଼: ବାହା ବେଦୀ ପାଲଟିଗଲା ବ୍ରତ ବେଦୀ। ଆଉ ବିବାହ ପାଇଁ ସଜା ଯାଇଥିବା ବେଦୀ ସାଙ୍ଗେସାଙ୍ଗେ ହୋଇଗଲା ବ୍ରତ ବେଦୀ। ହଠାତ୍‌ ବଦଳିଗଲା ଚିତ୍ର ଓ ଚରିତ୍ର। ହେଲେ କ’ଣ ପାଇଁ କ୍ଷଣକ ଭିତରେ ବଦଳିଗଲା ସବୁକିଛି?  ହୁଏତ ଆପଣଙ୍କୁ ଏହା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗାଁରେ। ସୂଚନା ଅନୁସାରେ, ଜଣେ ନାବାଳିକାଙ୍କୁ ବିବାହ କରାଇବା ପାଇଁ ସମସ୍ତ […]

  • Thursday, 22 July 2021
amit saha
ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଓଡ଼ିଶାଗସ୍ତକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏକ ଟିମ୍  ଶାହଙ୍କ ଗସ୍ତକୁ ବିରୋଧ କରି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ ଶାହଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ସେହିଭଳି ଭଦ୍ରକରେ ବି ଅମିତ ଶାହଙ୍କୁ ବିରୋଧ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ସହର ପରିକ୍ରମା […]

  • Thursday, 22 July 2021
patholab
ପାଥୋଲାବ୍ ଉପରେ ଅଚାନକ ଚଢ଼ଉ

ବାଲେଶ୍ୱର: ବାଲେଶ୍ୱର ସହରରେ ଥିବା ବିଭିନ୍ନ ପାଥୋଲାବ୍ ଉପରେ ଅଚାନକ ଚଢ଼ଉ ହୋଇଛି। ଜଣେ ମାଜିଷ୍ଟ୍ରେଟ୍, ଡିଏସ୍‌ପିଙ୍କ ସମେତ ଛଅ ଜଣିଆ ଟିମ୍ ମିଳିତ ଭାବେ ୩୦ଟି ଲାବ୍‌ରେ ଚଢ଼ଉ କରି ଯାଞ୍ଚ କରିଛନ୍ତି। ଲାବ୍ ଉପକରଣ ଦେଖିବା ସହ ବିଭିନ୍ନ ନିୟମାବଳୀକୁ ସେମାନେ ମାନୁଛନ୍ତି କି ନାହିଁ, ସେନେଇ ତନାଘନା କରିଛନ୍ତି ଡିଏସ୍‌ପି ଓ ଟିମ୍‌। ପାଥୋଲାବ୍ ମାଲିକମାନଙ୍କ କହିବା ଅନୁଯାୟୀ, ସେମାନଙ୍କ ଲାବଗୁଡ଼ିକ ଛେ।ଟ ପରିସୀମା ଭିତିରେ ହେ।ଇଥିବାରୁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ନାହିଁ। […]

  • Thursday, 22 July 2021
salepur
ଛେଳି ଚୋରି କରିବାକୁ ଆସିଥିଲେ, ଖାଇଲେ ଉତ୍ତମ ମଧ୍ୟମ

ସାଲେପୁର: ଛେଳି ଚୋରି କରିବାକୁ ଆସି ଇଲ୍ରେକ୍ଟ୍ରି ଖୁଣ୍ଟରେ ବନ୍ଧା ହେଲା ଚୋର।  ଆଉ ଉତ୍ତମ ମଧ୍ୟମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଧର୍ମାଗତପୁର ଗାଁରେ। ଗତକାଲି ବିଳମ୍ୱିତ ରାତିରେ ୫ରୁ ଅଧିକ ଚୋର ଗୋରୁ ଓ ଛେଳି ଚୋରି କରିବା ପାଇଁ ଗାଁକୁ ଆସିଥିଲେ। ସେମାନେ ଗାଁର ଗୋବିନ୍ଦ ଚନ୍ଦ୍ର ମଳିକଙ୍କ ଗୁହାଳରେ ପଶି ତାଙ୍କ ଛେଳିକୁ ନେଇ ପଳାଇ ଯାଉଥିଲେ। ଏହି ସମୟରେ […]

  • Thursday, 22 July 2021
kidnap 1
କଲେଜରୁ ଘରକୁ ଫେରୁଥିବାବେଳେ ଛାତ୍ରୀଙ୍କୁ ଅପହରଣ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ଏଥିସହ ଏକ କାର୍‌ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଜଣକ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ। ଏହି ସମୟରେ ଛାତ୍ରୀଙ୍କ ଜଣକ ଚିତ୍କାର କରିଥିଲା। ଯାହାକୁ ଶୁଣି ସେଠାରେ ଥିବା ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ। […]

  • Thursday, 22 July 2021
amit-shah-11
ଏକାଠି ଖାଇବେ ନବୀନ-ଶାହ, ପରଷା ଯିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଖାଲି ଅମିତ ଶାହ ନୁହଁନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନବୀନ ନିବାସରେ ଆଜି ମଧ୍ୟାହ୍ନ ଭୋଜନ କରିବେ। ଏଥିଲାଗି ଭବ୍ୟ ଆୟୋଜନ କରାଯାଇଛି। ହୋଟେଲ୍‌ ମେ’ ଫେୟାର୍‌ରୁ ଖାଦ୍ୟ ଆସିଥିବା ଜଣାପଡ଼ିଛି।  ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏହି ଫୁଡ୍‌ ମେନ୍ୟୁରେ ଓଡ଼ିଆ ଖାଦ୍ୟ ମଧ୍ୟ ରହିଛି। […]

  • Thursday, 22 July 2021
naveen patnaik
ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି କରିଛନ୍ତି। ଲଗାତର ଭାବେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ପାଇଁ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି। ସ୍ପେଶାଲ ଫୋକସ୍ ଷ୍ଟେଟ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ, ଟେଲି ଯୋଗାଯୋଗ, ରେଲ୍‌ୱେ ଏବଂ ସଡ଼କର ବିକାଶ ପ୍ରସଙ୍ଗ ମଧ୍ୟ ଦାବିରେ ଉଲ୍ଲେଖ କରିଛନ୍ତି। ଟେଲି, ବ୍ୟାଙ୍କ, ରେଳ ଓ ରୋଡ୍ ଘନତ୍ୱରେ ପୂର୍ବାଞ୍ଚଳ […]

  • Thursday, 22 July 2021
ganja
କଦଳୀ କାନ୍ଧି ଗାଡ଼ିରେ ଚାଲାଣ ହେଉଥିଲା ଏମିତି ଜିନିଷ...

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଗାଡ଼ିରେ ହେଉଛି ଗଞ୍ଜେଇ ଚୋରା  ଚାଲାଣ। ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ପୁଲିସ୍‌ ନିକଟରୁ ବର୍ତ୍ତିବା ପାଇଁ ଦୁର୍ବୃତ୍ତମାନେ ଏଭଳି କିଛି ନୂଆ ପନ୍ଥା ଆପଣାଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଭୁବନେଶ୍ୱରକୁ ଏକ ଟ୍ରକ୍ ଯୋଗେ କଦଳୀ କାନ୍ଧି ଆସୁଥିବା ବେଳେ ଏହି ଗାଡ଼ିକୁ ଅଟକା ଯିବାରୁ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ଗାଡ଼ି ଭିତରେ ଥିବା କଦଳୀ କାନ୍ଧି ତଳେ […]

  • Thursday, 22 July 2021
odisha
ଆର୍‌ଟିଓ କାର୍ଯ୍ୟାଳୟ ପରିସରରେ ପାନ ଛେପ ପକାଇ ଗଣିଲେ ୫୦୦ ଟଙ୍କା ଫାଇନ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜିଠାରୁ ରାଉରକେଲା ଆର୍‌ଟିଓ କାର୍ଯ୍ୟାଳୟ ଭିତରରେ ପାନ, ଗୁଟଖା ଖାଇବାକୁ ବାରଣ କରାଯାଇଛି। ଆରଟିଓ କର୍ମଚାରୀଙ୍କ ସହିତ ସାଧାରଣ ଲୋକ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ କଟକଣା ଜାରି କରିଛନ୍ତି। ଏଣିକି ପାନ କିମ୍ୱା ଗୁଟଖା ଖାଇ କାର୍ଯ୍ୟାଳୟ ପରିସରରେ ଛେପ ପକାଇଲେ ତଣ୍ଡ ଗଣିବାକୁ ପଡ଼ିବ। ଆର୍‌ଟିଓ କାର୍ଯ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଏଭଳି ଏକ ପଦକ୍ଷପ ନିଆଯାଇଥିବା ଆର୍‌ଟିଓ କହିଛନ୍ତି। ତେବେ ଏହି ନିୟମ […]

  • Thursday, 22 July 2021
odisha
ମାଟ୍ରିକ୍‌ ହବ୍‌ ସେଣ୍ଟରରେ ଅଗ୍ନିକାଣ୍ଡ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି। କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ହବ୍‌ ସେଣ୍ଟର କରାଯାଇ ଏଠାରେ ନୀଳଗିରି ବ୍ଲକ୍‌ର ସମସ୍ତ ସ୍କୁଲ ଓ ଔପଦା ବ୍ଲକର କେତେକ ସ୍କୁଲ ପାଇଁ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ରଖାଯାଇଛି। ଏଥିନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ତେବେ ଗତ ରାତି ପ୍ରାୟ ୧୦ଟା ୩୦ରେ ପ୍ରଶ୍ନପତ୍ର ରଖାଯାଇଥିବା ପାଖ ରୁମ୍‌ରୁ ପ୍ରବଳ […]

  • Thursday, 22 July 2021
odisha
ମହାନଦୀକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଗଡ଼ାରେ ଗାଧୋଉଥିବା ବେଳେ ଜଣେ ୧୨ ବର୍ଷର ନାବାଳକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ନାବାଳକଙ୍କ ନାଁ ରୁଦ୍ର ନାରାୟଣ ଦାସ। ତାଙ୍କ ଘର ରାହାଡ଼ିଙ୍ଗା ଗାଁରେ। ସେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ରୁଦ୍ର କୋଟକଣା ସ୍ଥିତ ମାମୁ ଘରେ ରହି ପାଠ ପଢ଼ୁଥିଲେ। ଗତକାଲି ମଧ୍ୟାହ୍ନରେ ରୁଦ୍ର ନିଜ ସାଙ୍ଗମାନଙ୍କ ସହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧାନତାବଶତଃ ସେ ପାଣିରେ ବୁଡ଼ି […]

  • Thursday, 22 July 2021
naveen
୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଅନୁଷ୍ଠାନ ପାଇଁ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ସେଥିରେ ବରଗଡ଼ର ଶ୍ରୀ ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗିରର ହରିଶଙ୍କର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢେଙ୍କାନାଳର କପିଳାସ […]

  • Thursday, 22 July 2021
traffic
ମାର୍ଚ୍ଚ ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି, ଜୋରଦାର ହେବ ଚେକିଂ

ଭୁବନେଶ୍ୱର: ଏଣିକି ମାର୍ଚ୍ଚ ପହିଲାରୁ ଜୋରଦାର ଧରପଗଡ଼ ସହ  କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ଉପରେ ପଡ଼ିବ ମୋଟା ଅଙ୍କର ଜରିମାନା। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଟ୍ରାଫିକ୍‌ ନିୟମକୁ ନେଇ ରାଜ୍ୟ ସରକାର କୋହଳ କରିଥିବା ତାରିଖ ପୂରିବାକୁ ହାତରେ ମାତ୍ର ଆଉ ଦିନ କେଇଟା ଅଛି। ନୂଆ ସଂଶୋଧନ ମୋଟରଯାନ ଆଇନ୍‌ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଜରିମାନା ଆଦାୟକୁ କଡ଼ାକଡ଼ି କରାଯିବ ବୋଲି ରାଜ୍ୟ ପରିବହନ […]

  • Thursday, 22 July 2021
suchitra-1-1
ମରି ବି ଅମର: ଅଙ୍ଗଦାନ କରି ଦୁଇ ଦୁଇଟି ଜୀବନ ବଞ୍ଚାଇଲେ ସୁଚିତ୍ରା

ଭୁବନେଶ୍ୱର: ମରି ବି ଅମର ହୋଇଗଲେ। ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲେ ବି ଆଜି ବି ସେ ଅମର। ନିଜେ ମରି ବି ଆଉ ୨ ଅମୂଲ୍ୟ ଜୀବନ ବଞ୍ଚାଇ ଦେଇଗଲେ କଟକର ସୁଚିତ୍ରା ଦାସ। କାଡାଭେରିକ ପଦ୍ଧତିରେ ଅଙ୍ଗଦାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡ଼ିଶା। ବ୍ରହ୍ମପୁରର ପ୍ରିୟଙ୍କାଙ୍କ ପରେ ଏଥର ଉଦାହରଣ ସୃଷ୍ଟି କରିଛନ୍ତି କଟକ ରାଜା ବଗିଚା ଲେବର କଲୋନୀ ଅଞ୍ଚଳରେ ରହୁଥିବା ସୁଚିତ୍ରା ଦାସ। ସୂଚନା ଅନୁଯାୟୀ, ୫୬ ବର୍ଷୀୟା ସୁଚିତ୍ରା […]

  • Thursday, 22 July 2021
doctor farewell
ଡାକ୍ତର ବାବୁଙ୍କୁ ଅଶ୍ରୁଳ ବିଦାୟ ଦେଲେ ଗାଁ ଲୋକେ

ଭବାନୀପାଟଣା: ଡାକ୍ତର ବାବୁଙ୍କ ବଦଳି ପରେ ତାଙ୍କୁ ଅଶ୍ରୁଳ ବିଦାୟ ଦେଲେ ଗାଁ ଲୋକେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ରଥଙ୍କ ନିକଟରେ ପୁରୀ ଜିଲ୍ଲା ପିପିଲି ଡାକ୍ତରଖାନାକୁ ବଦଳି ହୋଇଥିଲା। ହେଲେ ଗତକାଲି ଡାକ୍ତର ବାବୁଙ୍କୁ ବିଦାୟ ସମ୍ୱର୍ଦ୍ଧନା ଦେଲା ବେଳେ ଗାଁ ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ। ୨୦୧୫ ମସିହାରେ ଡାକ୍ତର ଅବିନାଶ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାବେ ଯୋଗ ଦେଇଥିଲେ। […]

  • Thursday, 22 July 2021
odisha
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କୀ: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ। ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭିଜିଲାନ୍ସ ଧରିଛି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଲେ କଟକ ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଗଣି ସାହି ପ୍ରାଥମିକ ବିଦ୍ୟାଳୟର ରଶ୍ମୀପ୍ରଭା ଶତପଥୀ। ସାର୍ଟିଫିକେଟ୍‌ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଖୋର୍ଦ୍ଧା ଭିଜିଲାନ୍ସ […]

  • Thursday, 22 July 2021
khallikote
ଏକକ ବିଶ୍ୱବିଦ୍ୟାଳୟ ହେବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ୨୦୧୫ ମେ’ ୩୦ରେ ଖଲ୍ଲିକୋଟ, କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା। କିନ୍ତୁ ଆଖିଦୃଶିଆଅ ସଫଳତା ନ ପାଇବାରୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର କରଯାଇଛି। ଏହା ବଦଳରେ ଏହା ଏକକ ବିଶ୍ୱବିଦ୍ୟାଳୟ ଭାବେ ଉଚ୍ଚତର ଗବେଷଣାରେ ଉତ୍କର୍ଷ ଗୁରୁତ୍ୱ […]

  • Thursday, 22 July 2021
marriage
ହାତଗଣ୍ଠି ପଡ଼ିବା ପୂର୍ବରୁ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌

କଟକ: ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ହୋଇ ସାରିଥିଲା। ଖାଲି ବାକି ଥିଲା ହାତଗଣ୍ଠି ପଡ଼ିବା। ହେଲେ ତା’ପୂର୍ବରୁ ସବୁକିଛି ଠପ୍‌ ହୋଇଗଲା। ଆଉ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌। ଗତକାଲି କଟକ ମହାନଦୀ ବିହାର ଅଞ୍ଚଳରେ ଏପରି ଘଟଣା ଘଟିଛି। ଅଭିଯୋଗ ହେଉଛି, ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବାରୁ ପୁଲିସ୍‌ ବରକୁ ଉଠାଇ ନେଇଛି। ଅଭିଯୋଗ ଅନୁସାରେ, କଟକ ତୁଳସୀପୁର ଅଞ୍ଚଳର ପ୍ରିୟରଞ୍ଜନ ପତି ନାମକ ଜଣେ […]

  • Thursday, 22 July 2021