କଟକ: ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ହୋଇ ସାରିଥିଲା। ଖାଲି ବାକି ଥିଲା ହାତଗଣ୍ଠି ପଡ଼ିବା। ହେଲେ ତା’ପୂର୍ବରୁ ସବୁକିଛି ଠପ୍ ହୋଇଗଲା। ଆଉ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍। ଗତକାଲି କଟକ ମହାନଦୀ ବିହାର ଅଞ୍ଚଳରେ ଏପରି ଘଟଣା ଘଟିଛି। ଅଭିଯୋଗ ହେଉଛି, ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବାରୁ ପୁଲିସ୍ ବରକୁ ଉଠାଇ ନେଇଛି। ଅଭିଯୋଗ ଅନୁସାରେ, କଟକ ତୁଳସୀପୁର ଅଞ୍ଚଳର ପ୍ରିୟରଞ୍ଜନ ପତି ନାମକ ଜଣେ […]
ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନ୍ରେ ଶ୍ରମିକଙ୍କ ଟିପ ଚିହ୍ନ ସମସ୍ୟାକୁ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଶ୍ରମିକ ମାନଙ୍କ ଟିପ ଚିହ୍ନ ଠିକ୍ ଭାବେ ଆସୁନଥିବାରୁ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ଖାଦ୍ୟ ଶସ୍ୟ ନେବାବେଳେ ଅସୁବିଧା ହେଉଛି। ଯାହାକୁ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ,ଏହି […]
ସମ୍ବଲପୁର(ସଞ୍ଜୟ ଜେନା): “ଆମେ ତେଲେଙ୍ଗାନାକୁ କାମ କରିବାକୁ ଚାଲି ଆସିଲୁ। ଜଣେ ଠିକାଦାର ଆଣି ଏଠାରେ ଇଟାଭାଟିରେ କାମ କରିବାକୁ ଛାଡ଼ି ଦେଲା। ହେଲେ ଏଠାରେ ମାଲିକର ନିର୍ଯାତନା ସହି ହେଉ ନାହିଁ। ଏଠାରେ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ। ଖାଇବା, ପିଇବା ଭଲ ଭାବରେ ମିଳୁ ନାହିଁ। ଏପରିକି ଆମକୁ ପାରିଶ୍ରମିକ ମଧ୍ୟ ମିଳୁ ନାହିଁ। ଓଡ଼ିଶା ସରକାର ଆମକୁ ଏଠାରୁ ବଞ୍ଚାଇ ନେଇଯାଅ।”`ଏଭଳି କିଛି ଆକୁଳ ନିବେଦନ କରିଛନ୍ତି ଦାଦନ ଖଟିବାକୁ ଯାଇ […]
ଜଗତସିଂହପୁର: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଶ୍ରୀ ନାୟକ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୯ଟା ୪୫ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜନ୍ମଗ୍ରହଣ କରିଥିବା ବିଜୟ ନାୟକ ଛାତ୍ର […]
ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): “ପୁଲିସ୍ ଆମକୁ ସାହାଯ୍ୟ କଲାନାହିଁ। ଫଳରେ ଆମେ ନିଜେ ଯାଇ ବାଇକ୍ରେ ମୃତଦେହକୁ ଆଣିଲୁ’‘। ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପୁଲିସ୍ର ପ୍ରାଥମିକ ଦାୟିତ୍ୱ ହୋଇଥିବାବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ଭିନ୍ନ ଚିତ୍ର। ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ ହେଉଥିବା ରାସ୍ତା କାମକୁ ସମର୍ଥନ କରି ୨ ଦିନ ପୂର୍ବେ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାର ବିହନଗୁଡ଼ି ଛକରେ ମାଓବାଦୀଙ୍କ ଗୁଳିରେ ଦୀନବନ୍ଧୁ ବେପାରୀ ନାମକ ଜଣେ ବ୍ୟକ୍ତି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ବିଜେଡି ସଭାପତି ହୋଇଛନ୍ତି। ଅଷ୍ଟମ ଥର ପାଇଁ ସେ ଦଳର ସଭାପତି ହୋଇଛନ୍ତି। ଏନେଇ ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଘୋଷଣା କରିଛନ୍ତି। ବିଜେଡି ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ନବୀନ ପଟ୍ଟନାୟକ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜିତିବା […]
ବ୍ରହ୍ମପୁର: ହତ୍ୟା ପରେ ଆତ୍ମହତ୍ୟା ! ଗୋଟିଏ ପରିବାରର ତିନି ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ବାପାର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମା’ ଓ ଝିଅଙ୍କ ମୃତଦେହ ଘର ବାହାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ପାଲିଆ ଗାଁରେ। ମୃତକ ହେଲେ- ବାପା ବୃନ୍ଦାବନ ନାୟକ, ମା’ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ। ସୂଚନା […]
ରାଉରକେଲା: ଚୋରି କରିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଗତ ରବିବାର ରାତିରେ ୭ ଜଣ ଦୁର୍ବୃତ୍ତ ଚୋରି କରିବା ପାଇଁ ଗୋଟିଧାରାରେ ଥିବା ଏକ କ୍ରସରରେ ପଶିଥିଲେ। ଚୋରମାନେ ଉକ୍ତ କ୍ରସରରେ ଥିବା ଏକ ବିଲ୍ଡିଂରେ ଚୋରି କରିବା ଉଦ୍ଦେଶ୍ୟରେ ପଶିଥିଲେ। ବିଲ୍ଡିଂର ତଳ ଘରେ କେୟାରଟେକର୍ ଶୋଇଥିବା ବେଳେ କେୟାରଟେକର୍ଙ୍କ ସ୍ତ୍ରୀ ଉପର ମହଲାରେ ଥିଲେ। ଉପର ଘରେ […]
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଦୁଇ ଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଘଡ଼ଘଡ଼ି ମାରିବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା […]
ସମ୍ବଲପୁର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଜଣେ ଯୁବକ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଯୁବକଙ୍କୁ ସନ୍ଦେହରେ ସମ୍ବଲପୁର ବୁର୍ଲା ବଡ଼ ମେଡ଼ିକାଲ୍ର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। ହେମଗିରି ଅଞ୍ଚଳର ଏହି ଯୁବକ ଜଣକ ଦକ୍ଷିଣ କୋରିଆରେ ଚାକିରି କରୁଥିଲେ। ଗତ ୨୨ ତାରିଖରେ ସେ ଦକ୍ଷିଣ କୋରିଆରୁ ହେମଗିରି ଅଞ୍ଚଳର ନିଜ ଗାଁକୁ ଫେରିଥିଲେ। ଏହା ପରଠୁ ତାଙ୍କୁ ସର୍ଦ୍ଦି, କାଶ ସହ ଜ୍ୱର ଲାଗି ରହିଥିବାରୁ କରୋନାରେ ସେ […]
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଜଗନ୍ନାଥପୁର ସମବାୟ ସମିତି ଧାନ ମଣ୍ଡିରେ ଜଣେ ଚାଷୀଙ୍କୁ ଗୋଇଠା ମାଡ଼ ମରା ଯାଇଛି। ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଜଣେ ଚାଷୀଙ୍କୁ ସର୍ବ ସମ୍ମୁଖରେ ଅଶ୍ଲୀଳ ଭାଷା ସହ ଗୋଇଠା ମାରିଥିବା ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିସହ ସମବାୟ ସମିତିରେ ଡାଟା ଏଣ୍ଟ୍ରି କାମ କରୁଥିବା ଅଶୋକଙ୍କ ପୁଅ ମଧ୍ୟ ସମ୍ପୃକ୍ତ ଚାଷୀଙ୍କୁ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। […]
ଭୁବନେଶ୍ୱର: ଘରୋଇ ୟେସ୍ ବ୍ୟାଙ୍କରେ ଏବେ ବି ରହିଛି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା। ବିଧାନସଭାରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତର ଅନୁସାରେ, ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ପାଣ୍ଠିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ୪୪୪ ଟଙ୍କା। ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ଜମା ଥିଲା। ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଥିଲା। ଏହା […]
ପିପିଲି: ପୁରୀ ଜିଲ୍ଲା କଣ୍ଟି ପଞ୍ଚାୟତର କାକୁଡ଼ିଆ ଗାଁରେ ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ହୋଇଛି। ଏଥିସହ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଗୁରୁତର ଯୁବକଙ୍କ ନାଁ ଅଜୟ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗୁରୁତର ଯୁବକ ସ୍ଥାନୀୟ ଅଞ୍ଚଳରେ ନିଶା କାରବାରକୁ ବିରୋଧ କରୁଥିଲେ। ଏନେଇ ଦୁର୍ବୃତ୍ତମାନେ ସମ୍ପୃକ୍ତ ଯୁବକଙ୍କୁ […]
ଭୁବନେଶ୍ୱର: ଜଣେ ସ୍ୱାମୀ, ୨ ଜଣ ସ୍ତ୍ରୀ। ଜଣଙ୍କୁ ପରିବାର ଲୋକଙ୍କ ସହମତିରେ ବିବାହ କରିଥିବାବେଳେ ଆଉ ଜଣଙ୍କୁ ଚୋରା ପୀରତିରେ ବିବାହ କରିଛନ୍ତି ଜଣେ ଯୁବକ। ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା। କେନ୍ଦୁଝରର ଶଶାଙ୍କ ଶେଖର ମହନ୍ତ ନାମକ ଜଣେ ଯୁବକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ନିଜକୁ ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି, […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ଯାଏ ୧୨ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଓ କନ୍ଧମାଳ।
ଝାରସୁଗୁଡ଼ା(ଭାଗିରଥୀ ସାହୁ): ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବାବେଳେ ସାଇକେଲରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଭଉଁରା ସ୍କୁଲର ଛାତ୍ର ଈଶ୍ୱର ରୋହିଦାସ ଆଜି ବାଗଡ଼ିହି ହାଇସ୍କୁଲକୁ ସାଇକେଲ ଯୋଗେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିଲେ। ତେବେ ପରୀକ୍ଷା କେନ୍ଦ୍ର ନିକଟରେ ସେ ସାଇକେଲରୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ […]
ନବରଙ୍ଗପୁର: “ବେଶୀ ଯୁକ୍ତିତର୍କ କରନା। କାହାକୁ କେତେ ପଇସା ଦେଇଥିଲୁ କହ, ତୁ ତୋର ପଇସା ପାଇଲେ, କଥା ଛିଣ୍ଡିଲା।” ଏକ ଭିଡିଓରେ ଏପରି କହି ଅଡ଼ୁଆରେ ପଡ଼ିଛନ୍ତି ନବରଙ୍ଗପୁର ଆରଟିଓ। ନିଜ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି। ସ୍ଥାୟୀ ଚାକିରି କରାଇ ଦେବାକୁ ଜଣେ ଯୁବକଙ୍କଠାରୁ ନେଇଥିବା ଲାଞ୍ଚ ଟଙ୍କା ସମ୍ପର୍କରେ ବଖାଣି ଏପରି […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆଞ୍ଜିଆପେଟା ଛକ ନିକଟ ନୂଆସାହି ପାହାଡ଼ ଉପରୁ ଏକ ନରକଙ୍କାଳ ମିଳିଛି। ଉଦ୍ଧାର କରାଯାଇଥିବା ଏହି ନରକଙ୍କାଳ ପାଖରୁ ସିଆର୍ପିଏଫ୍ ୟୁନିଫର୍ମ ଓ ପରିଚୟ ପତ୍ର ମିଳିଥିବାରୁ ଏହି କଙ୍କାଳ ଜଣେ CRPF ଯବାନଙ୍କ ମୃତଦେହ ହୋଇଥିବାର ସନ୍ଦେହ କରାଯାଉଛି। ଏହାକୁ ନେଇ ଏବେ ତନାଘନା ଚାଲିଛି। ପରିଚୟପତ୍ରରେ ଧରମ ଦେବ ନାଁ ଲେଖାଯିବା ସହ ଠିକଣାରେ ଉତ୍ତରପ୍ରଦେଶ ଲେଖା ଅଛି। ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ ସେ କାର୍ଯ୍ୟରତ ଥିଲେ […]
କାମାକ୍ଷାନଗର: ମହଙ୍ଗା ପଡିଲା ମାଟ୍ରିକ୍ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଖୁଲମ୍ଖୁଲା କପି ଯୋଗାଇ ଦେବା। କପି ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଜାରି ହୋଇଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ ସୂଚନା ଦେଇଛନ୍ତି। ପୁଲିସ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଲାଗି ରହିଛି। କିଛି ଜିଲ୍ଲାରେ ବର୍ଷା ମଧ୍ୟ ହେଉଛି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ଦିନ ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଓ ଆସନ୍ତାକାଲି ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୬ ତାରିଖ ବେଳକୁ ଅଳ୍ପ […]
ଭୁବନେଶ୍ୱର: ପିପିଲି ପରେ ଏବେ ରାଜଧାନୀ ଭୁବନେଶ୍ୱର ମୁହାଁ ହୋଇଛି ନରହନ୍ତା ଦନ୍ତା। ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ନରହନ୍ତା ଦନ୍ତା ପହଞ୍ଚି ଥିବାବେଳେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ଏହି ଦନ୍ତା ଆକ୍ରମଣରେ ଗତକାଲି ପୁରୀ ଜିଲ୍ଲା ପିପିଲିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଅବସ୍ଥା ଗୁରୁତର ରହିଛି। ବିଳମ୍ବିତ ରାତିରେ […]
ଭୁବନେଶ୍ୱର: କିଛି ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ପରେ ଆଜି ପାଗରେ ପରିବର୍ତ୍ତନ ଆସିଛି। ଆଜି ସକାଳୁ ସକାଳୁ ପାଗ କୋହଲା ରହିଥିବା ଦେଖିବାକୁ ମିଳିଛି। ଆଜି ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦିନ ୧୨ଟା ଯାଏ ସତର୍କ ରହିବାକୁ ନୟାଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।
ନିଆଳି: କଟକ ନିଆଳି ତହସିଲ୍ ଅଫିସ୍ରେ ଅଗ୍ନିକାଣ୍ଡ। ନିଆଁ ଲାଗି ବହୁ ଗରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବରପାଇ ନିଆଳି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢ଼େ ୪ଟା ସମୟରେ କମ୍ପ୍ୟୁଟର ସେକ୍ସନରୁ ଧୂଆଁ ବାହାରୁଥିବା ଦେଖି ଜଣେ ଜଗୁଆଳୀ ଅନ୍ୟ କର୍ମଚାରୀଙ୍କୁ ଖବର […]
ମୋହନା: ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ଚନ୍ଦ୍ରଗିରି ଫାଣ୍ଡି ଗୋବିନ୍ଦପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ର ଜଣକ ଆଜି ମାଟ୍ରିକ୍ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ ଛାତ୍ର ଜଣକ। ଗାଁ ଲୋକେ ସମ୍ପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ […]
ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବାପାକୁ ଠେଙ୍ଗାରେ ପିଟିପିଟି ମାରି ଦେଲା ପୁଅ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ ଜଣେ ବ୍ୟକ୍ତି ନିଜ ବାପାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପାଳ ନାଏକ। ପୁଲିସ୍ ଅଭିଯୁକ୍ତ ପୁଅ ଜିତେନ ନାଏକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତକାଲି ଗୋପାଳ ଓ ତାଙ୍କ ପୁଅ ଜିତେନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ […]