• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

traffic dcp
‘ରାସ୍ତାରେ ଯିବାବେଳେ ଆମ୍ବୁଲାନ୍ସକୁ ବାଟ ଛାଡ଼ନ୍ତୁ’

ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁତର ହେଉଛି ଟ୍ରାଫିକ୍ ସମସ୍ୟା। ଏଥିରୁ ଆମ୍ବୁଲାନ୍ସ ବି ବାଦ୍‌ ପଡ଼ୁନାହିଁ। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫଶି ଯାଇଥିବାରୁ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ଚାଲି ଯାଇଥିଲା।  ଏହି ଘଟଣାକୁ ନେଇ ଟ୍ରାଫିକ ଡିସିପି ସାଗରିକା ନାଥ ଦୁଃଖ ପ୍ରକାଶ କରିଛନ୍ତି। ଜାପାନର ଏକ ଭିଡିଓକୁ ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘ରାସ୍ତା ଯିବାବେଳେ ଆମ୍ବୁଲାନ୍ସକୁ ବାଟ ଛାଡ଼ନ୍ତୁ। କାରଣ ଏହା ଉପରେ ଜଣଙ୍କ ଜୀବନ ନିର୍ଭର କରିଥାଏ। […]

  • Thursday, 22 July 2021
odisha
ଡ୍ରେନ୍‌ ପାଣିରେ ଭାସୁଛି ପୁରୀ ବଡ଼ଦାଣ୍ଡ

ପୁରୀ: ପୁରୀର ସୌନ୍ଦର୍ଯ୍ୟକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ପୁରୀ ଆଖପାଖ ପରିବେଶ ଯେପରି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ଛୁଇଁବ ସେଥିଲାଗି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ। କିନ୍ତୁ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ବଡ଼ଦାଣ୍ଡରେ ଡ୍ରେନେଜ୍‌ ବ୍ୟବସ୍ଥାର ସୁଧାର ଲାଗି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଅପରିଷ୍କାର ପାଣି ବାଟଦେଇ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ କ୍ଷୋଭ […]

  • Thursday, 22 July 2021
odisha
ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଢିଆ ନିକଟରେ ଘନ କୁହୁଡି ଯୋଗୁ ଏକ ଆମ୍ବୁଲାନ୍ସକୁ ପଛରୁ ଆସୁଥିବା ଆଉ ଏକ ଆମ୍ବୁଲାନ୍ସ ପିଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ୨ଜଣ ପାରାଲିସିସ୍‌ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା। ଡାହାଣୀଗଢିଆ ଛକ […]

  • Thursday, 22 July 2021
naveen patnaik
ଧନୀ ତାଲିକାରେ ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ, ଶୁଝି ପାରୁ ନାହାନ୍ତି ୧୫ ଲକ୍ଷ

ଭୁବନେଶ୍ୱର: ବର୍ଷ ୨୦୧୮-୧୯ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ତାଲିକା ଜାରି ହୋଇଛି। ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବଭଳି ସବୁଠୁ ଧନୀ ରହିଛନ୍ତି। ଫରିଦାବାଦ ନିକଟରେ ଥିବା ନବୀନ ପଟ୍ଟନାୟକଙ୍କ ୨୨.୭ ଏକର ଫାର୍ମ ହାଉସର ମୂଲ୍ୟ ୧୦.୭୫କୋଟି ଟଙ୍କା ୨୦୧୭ ମାର୍ଚ୍ଚ ମାସରେ ଏହା ଆକଳନ କରାଯାଇଥିଲା। ସେହିପରି ନୂଆଦିଲ୍ଲୀ ସ୍ଥିତ ଏ.ପି.ଜେ ଅବଦୁଲ୍‌ କଲାମ ରୋଡରେ ଥିବା ପୈତୃକ […]

  • Thursday, 22 July 2021
bhadrak
ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌; ୨ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ଏକ ତୀର୍ଥଯାତ୍ରୀ ବସ୍‌ ସାମ୍ନା ପଟୁ ଧକ୍କା ଦେବା ଫଳରେ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି […]

  • Thursday, 22 July 2021
firing
ଭୁବନେଶ୍ୱରରେ ଫ୍ୟାଶନ୍‌ ଡିଜାଇନିଂ ଛାତ୍ରୀଙ୍କୁ ଫାୟାରିଂ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ଼ ହୋଇଛି। ଆଜି ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତ ଛାତ୍ରୀଙ୍କ ନାଁ ସୋନାଲି। ସେ ଜଣେ ଫ୍ୟାଶନ୍‌ ଡିଜାଇନିଂ ଛାତ୍ରୀ। ତାଙ୍କ ଘର ବାଲେଶ୍ୱରରେ। ତାଙ୍କ ଜଙ୍ଘରେ ଗୁଳି ବାଜିଛି। ଆଜି ଅପରାହ୍ଣରେ ସୋନାଲି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଛିଡ଼ା ହୋଇଥିଲେ। ଏହି ସମୟରେ ବାଇକ୍‌ରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ […]

  • Thursday, 22 July 2021
odisha
୧୦ ମୁଣ୍ଡ ଯିବାପରେ ପଶିଲା ଚେତା, ୪ ଇଞ୍ଜିନିୟର୍‌ ସସ୍‌ପେଣ୍ଡ୍‌

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ଅଭିଯୋଗରେ ଆଜି ୪ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ଲୋକସେବା ଭବନରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ଦିଗରୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି। ନିଲମ୍ବିତ ୪ ଇଞ୍ଜିନିୟର ହେଲେ- ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ଜେଇ, ସହକାରୀ ଯନ୍ତ୍ରୀ। ଏହାସହ […]

  • Thursday, 22 July 2021
odisha
ଚାଲିଛି ଦୋଷ ଠେଲାଠେଲି !

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍‌ ଟ୍ରାଜେଡିକୁ ନେଇ ଚାଲିଛି ଦୋଷ ଠେଲାଠେଲି। ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଏହି ଘଟଣା ପାଇଁ ବିଦ୍ୟୁତ୍‌ ବିଭାଗ ଉପରେ ପରିବହନ ବିଭାଗ ଦୋଷ ଲଦି ଥିବାବେଳେ ନିଜ ଉପରେ ଲାଗିଥିବା ସବୁ ଦୋଷକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଠେଲିଛି ସାଉଥ୍‌କୋ। ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଯାତ୍ରୀ ମୃତାହତ ଘଟଣାରେ ପରୋକ୍ଷରେ ଦୋଷ ଠେଲିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀ ପଦ୍ମନାଭ […]

  • Thursday, 22 July 2021
odisha
‘ମୋ କଥାକୁ ଉପେକ୍ଷା କରିବାରୁ ମୁଁ ବାଧ୍ୟ ହୋଇ ବୈଠକରୁ ଉଠି ଆସିଲି’

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଆଜି ରେଲ୍‌ୱେ ଅନୁଦାନ ସଂପର୍କିତ ଗୃହ କମିଟି ବୈଠକ ଚାଲିଥିବା ବେଳେ ଅଧାରୁ ଉଠି ଆସିଛନ୍ତି ବିଜେପି ବିଧାୟକ ମୋହନ ମାଝୀ। ସରକାରୀ ଅଧିକାରୀଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନିତ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସାମିଲ ହେବେ ନାହିଁ ବୋଲି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି। ସେ ଆହୁରି କହିଛନ୍ତି,“ ଗୃହ କମିଟି […]

  • Thursday, 22 July 2021
newly married woman
ଲକ୍ଷେ ଟଙ୍କା ପାଇଁ ନବବଧୂଙ୍କୁ ହତ୍ୟା !

ଉଦଳା(ମାନସ ପାଣି): ଯାହା ଭରସାରେ ଆପଣାର ଲୋକଙ୍କୁ ପର କରିବାକୁ ପଛାଇଲେ ନାହିଁ, ଏପରିକି ଘର ଛାଡ଼ି ପଳାଇବାକୁ ମଧ୍ୟ ନିଷ୍ପତ୍ତି ନେଲେ…ଶେଷରେ ସେ ଧୋକ୍କା ଦେଲେ। ଦୁନିଆକୁ ଭଲ ଭାବେ ଜାଣିବା ପୂର୍ବରୁ ଆଖି ବୁଜିଲେ ନବବଧୂ। ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଉପରଖୁଂଟା ଗାଁରେ। ସୂଚନା ଅନୁଯାୟୀ, ଉପରଖୁଂଟା ଗାଁର ରବି ଖିଲାର ଭଦ୍ରକ ଜିଲ୍ଲା ରାଣୀତାଲ […]

  • Thursday, 22 July 2021
odisha
ଛିଣ୍ଡି ପଡ଼ିଲା ବିଦ୍ୟୁତ୍ ତାର, ଜଳିଗଲା ବାଇକ୍‌

ଚାନ୍ଦବାଲି: ବାଲେଶ୍ୱର ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଏକ ଅଘଟଣ ଘଟିଛି। ଆଜି ସକାଳେ ଏକ ବାଇକ୍‌ରେ ଦାଦା-ପୁତୁରା ଯାଉଥିବାବେଳେ ଗୁଆଁଳ ନିକଟରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ି ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଏହାସହ ବାଇକ୍‌ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ଉଭୟ ସାମାନ୍ୟ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ସେମାନେ ଏକ ବଡ଼ ଧରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ବାଇକ୍‌ରେ ନିକଟସ୍ଥ ବଜାରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ସୂଚନାଥାଉ […]

  • Thursday, 22 July 2021
aska
ନିଲାମ ହେବ ଆସିକା ସମବାୟ ଚିନି ଶିଳ୍ପ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନି ଶିଳ୍ପ ନିଲାମ ହେବ। ଋଣ ଭାର ୭ କୋଟିରୁ ୨୯ କୋଟିକୁ ଛୁଇଁବା ପରେ ଏହାକୁ ନିଲାମ କରିବା ପାଇଁ ନୋଟିସ୍‌ ଆସିଛି। ଦିଲ୍ଲୀ ସ୍ଥିତ ନ୍ୟାସନାଲ କୋ-ଅପରେଟିଭ ଡେଭଲପମେଣ୍ଟ କର୍ପୋରେସନ (NCDC) ଏହି ନୋଟିସ୍‌ ପଠାଇଛି। ୧୯୯୪-୯୫ ଆର୍ଥିକ ବର୍ଷରେ ଆସିକା ସମବାୟ ଚିନି ଶିଳ୍ପ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ଏହି ଋଣ ନିଆଯାଇଥିଲା। ବର୍ତ୍ତମାନ ଆସିକା ଚିନି ଶିଳ୍ପରେ ଉତ୍ପାଦନ କମି ଯାଇଛି। ଫଳରେ ଦିଲ୍ଲୀରୁ […]

  • Thursday, 22 July 2021
odisha
ବନ୍ଧୁକ ଦେଖାଇ ଲୁଟିନେଲେ କେଜିଏ ଓଜନର ସୁନା ଗହଣା

କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହିରେ ଥିବା ଲଳିତା ଜୁଏଲାରୀରୁ କେଜିଏରୁ ଉର୍ଦ୍ଧ୍ୱ ଓଜନର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଜୁଏଲାରୀ ମାଲିକ ଦୋକାନ ବନ୍ଦ କରିବା ବେଳେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଧୁକ ପଛରେ ତାଙ୍କ ମୁଣ୍ଡକୁ ଆଘାତ କରିବାରୁ ସେ ତଳେ ପଡ଼ି ଯାଇଥିଲେ। ପରେ ଦୁର୍ବୃତ୍ତମାନେ ଦୋକାନରେ ପଶି ସୁନାଗହଣା ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା […]

  • Thursday, 22 July 2021
bus-mishap
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ବସ୍‌ ଆସିବା ଘଟଣା: ଖୋଳତାଡ଼ ଆରମ୍ଭ, ମାମଲା ରୁଜୁ କଲା ପୁଲିସ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଗତକାଲି ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ପୁଲିସ୍‌ ନିଜ ଆଡୁ ଏନେଇ ମାମଲା ରୁଜୁ କରି ଖୋଳତାଡ଼ କରୁଛି। ଗୋଳନ୍ଥରା ଥାନା ପୁଲିସ୍‌ IPC ଧାରା 279, 304-A, 337 ଓ 338ରେ ମାମଲା ରୁଜୁ […]

  • Thursday, 22 July 2021
bus-mishap
୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବସ୍‌ରେ ଲାଗିଲା ନିଆଁ, ୪୦ ଯାତ୍ରୀ ଗୁରୁତର

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସହର ସ୍ଥିତ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲପତୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୪୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍‌ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। କିଛି ଯାତ୍ରୀ ପୋଡ଼ି ଯାଇଛନ୍ତି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍‌ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଉଛନ୍ତି। ଘଟଣାସ୍ଥଳରେ ୫ଟି ଆମ୍ୱୁଲାନ୍ସ ପହଞ୍ଚିବା ଜଣାପଡ଼ିଛି। […]

  • Thursday, 22 July 2021
odisha
୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୭୦ ଟୁରିଷ୍ଟ୍‌

ଜଳେଶ୍ୱର: ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ୭୦ ତୀର୍ଥଯାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଟୁରିଷ୍ଟ୍‌ ବସ୍‌ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ତେବେ ବସ୍ ଡ୍ରାଇଭରଙ୍କ ଉଦ୍ୟମ ଯୋଗୁ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଏକ ବଡ଼ ଧରଣର ଅଘଟଣରୁ ରକ୍ଷା ପାଇଛନ୍ତି। ସୂଚନା ଅନୁସାରେ, ଟୁରିଷ୍ଟ୍‌ ବସ୍‌ଟି ଆଜି ବାରିପଦାରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଡଗରା ସମୁଦ୍ର କୂଳ ଅଭିମୁଖେ ଯାଉଥିଲା। ତେବେ ସମୁଦ୍ର କୂଳରେ ପହଞ୍ଚିବାର ୧ କି.ମି. […]

  • Thursday, 22 July 2021
odisha
ହାତୀ ଶିକାରୀ ଗିରଫ, ଗୋଟିଏ ହାତୀ ମାରିବା ପାଇଁ ନେଉଥିଲେ ୩୦ ହଜାର ଟଙ୍କା

ଭୁବନେଶ୍ୱର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁରୁ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକକୁ ବନ ବିଭାଗ ଗିରଫ କରିଛି। ତାଙ୍କ ନିକଟରୁ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ ହୋଇଛି। ବାବୁଲିକୁ ବନ ବିଭାଗ ଜେରା କରିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ସେ ୨୦ରୁ ଅଧିକ ହାତୀ ମାରିଥିବା କଥା ସ୍ୱୀକାର କରିଛନ୍ତି। ଗୋଟିଏ ହାତୀକୁ ଗୁଳି କରିବାକୁ ସେ ୩୦ ହଜାର ଟଙ୍କା […]

  • Thursday, 22 July 2021
rourkela
ରାଉରକେଲା ଝିଅ ଦିଲ୍ଲୀରୁ ଉଦ୍ଧାର

ରାଉରକେଲା: ରାଉରକେଲାର ଜଣେ ନାବାଳିକାଙ୍କୁ ରାଉରକେଲା ପ୍ଳାଣ୍ଟ୍‌ ସାଇଟ୍‌ ପୁଲିସ୍‌ ଦିଲ୍ଲୀର ଗୁରୁଗ୍ରାମରୁ ଉଦ୍ଧାର କରିଛି। ତାଙ୍କୁ ରାଉରକେଲା ଅଣାଯାଇଛି। ଏହାସହ ପୁଲିସ୍ ସୁନୀତା ସିଂ ନାମକ ଜଣେ ମହିଳା ଦଲାଲଙ୍କୁ ଗିରଫ କରି ପଚରାଉଚରା କରୁଛି। ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ନାବାଳିକଳାଙ୍କ ଘର ରାଉରକେଲାର ଗୋପବନ୍ଧୁପାଲିରେ। ସେଠାରେ ରହୁଥିବା ସୁନୀତା ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ଜାନୁଆରୀ ୨୦ ତାରିଖରେ ଦିଲ୍ଲୀ ନେଇ ପଳାଇଥିଲେ। ସେ […]

  • Thursday, 22 July 2021
rain
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

  • Thursday, 22 July 2021
odisha
ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବୋଲେରୋ; ୨ ମୃତ, ୭ ଗୁରୁତର

ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକ ଦ୍ୱୟ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍। ସମସ୍ତ ମୃତାହାତଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁର। ସୂଚନା ଅନୁସାରେ, ଗତକାଲି […]

  • Thursday, 22 July 2021
odisha
ନଦୀରୁ ମିଳିଲା ବସ୍ତା, ବାହାରିଲା ଏମିତି ଜିନିଷ...

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ଯାଇଥିବା ଅବସ୍ଥାରେ ଦୁଇଟି ଅଚିହ୍ନା ଶବ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସନ୍ଦେହ କରୁଛି। ନଦୀ ଅପରପାର୍ଶ୍ୱରେ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଞ୍ଚଳ ହୋଇଥିବା ବେଳେ ସେଠାରେ […]

  • Thursday, 22 July 2021
marriage 1
ଭାଇ ନାଁରେ ସିନ୍ଦୂର ପିନ୍ଧିଲେ ଯୁବତୀ

ଆନନ୍ଦପୁର(ମୁନା ସିଂ): ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ ଓ ସୀମା ସରହଦ। କେତେବେଳେ କାହା ସହ ପ୍ରେମ ହୋଇଯିବ ତାହା କେହିବି କହିପାରିବେ ନାହିଁ। ଆଉ ମନର ମଣିଷକୁ ପାଇବା ପାଇଁ ସମାଜର କଟକଣା/ପ୍ରତିବନ୍ଧକ ବି ବାଟ ଓଗାଳି ପାରେ ନାହିଁ। ଏପରି ପ୍ରେମରେ ପଡ଼ି ସାତ ଜନ୍ମର ସାଥୀ ପାଲଟିଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳର ଏକ ଆଦିବାସୀ ପ୍ରେମୀ ଯୁଗଳ। ସେମାନେ ସମ୍ପର୍କୀୟ ଭାଇଭଉଣୀ। ଯେଉଁଥିପାଇଁ ସେମାନେ ସମାଜ ଆଗରେ […]

  • Thursday, 22 July 2021
odisha
ପଥର ତଳୁ ବାହାରୁଛି ଡିଜେଲ !

ବାଲିଗୁଡ଼ା(ଅଜିତ ନାୟକ): ପଥର ତଳୁ ବାହାରୁଛି ଡିଜେଲ୍ ! କଥାଟା ବିଶ୍ୱାସ ଲାଗୁ ନ ଥିଲେ ବି ଘଟଣାଟି ବିଲ୍‌କୁଲ୍ ସତ। ଲୋକେ ପଥରୁ ତଳୁ ଡିଜେଲ ବାହାର କରି ଘରକୁ ବୋହି ନେଇ ଯାଉଛନ୍ତି। ଡିଜେଲକୁ କିଏ ବାଲ୍ଟିରେ ଭର୍ତ୍ତି କରି ପକାଉଛନ୍ତି ତ ଆଉ କିଏ ବୋତଲରେ ଭର୍ତ୍ତି କରି ଘରକୁ ନେବାରେ ଲାଗି ପଡ଼ିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ। ସୂଚନା ମୁତାବକ, ଲଦପଙ୍ଗାର ବିଲମାଳ […]

  • Thursday, 22 July 2021
traffic
ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପୁଅ, ୪୨ ହଜାର ଟଙ୍କା ଫାଇନ୍‌ ଦେଲେ ବାପା

ଭଦ୍ରକ (ପାର୍ଥସାରଥୀ ନାୟକ): ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପୁଅ, ଆଉ ବାପା ଦେଲେ ଫାଇନ୍‌। ତା’ ବି ପୁଣି ହଜାରେ କି ଦୁଇ ହଜାର ଟଙ୍କା ନୁହେଁ, ୪୨ ହଜାର ୫୦୦ ଟଙ୍କାର ଫାଇନ୍ ଦେଇଛନ୍ତି ଜଣେ ବ୍ୟକ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଗତ ୬ ତାରିଖରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କହଁରା ଛକରେ ଟ୍ରାଫିକ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଜଣେ ନାବାଳକ କଲେଜ ଛାତ୍ରଙ୍କ ବାପାଙ୍କ ନାଁରେ ଫାଇନ୍‌ କାଟିଛନ୍ତି ବିଭାଗୀୟ ଅଧିକାରୀ। ଭଦ୍ରକ ଆଞ୍ଚଳିକ […]

  • Thursday, 22 July 2021
cloudy
୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି। ଆଜି ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ […]

  • Thursday, 22 July 2021

Total Seats 70

BJP 47
APP 22
INC 1
OTHERS 0

Delhi Vidhan Sabha Election Result