ବାଲେଶ୍ୱର: ମରି ବି ଅମର ହୋଇଗଲେ ବାଲେଶ୍ୱର ଜିଲ୍ଲା ଅମର୍ଦ୍ଦା ନାରାୟଣପୁର ଗାଁର କରୁଣାକର ବେହେରା। ତାଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲେ ବି ୨ ଆଖିରେ ସେ ଦୁନିଆ ଦେଖୁଛନ୍ତି। ଆଉ ପରିବାର ଲୋକେ କରୁଣାକରଙ୍କୁ ହରାଇ ମଧ୍ୟ ଦୁଃଖ ଭିତରେ ସୁଖୀ ହୋଇଛନ୍ତି। କାହିଁକି ନା ନିଜର ଆଖି ଦାନ କରି କରୁଣାକର ଅନ୍ୟକୁ ଦୃଷ୍ଟିଶକ୍ତି ଦେଇଛନ୍ତି ଓ ମରି ବି ଅମର ହୋଇଯାଇଛନ୍ତି। ସେ ଜଣେ ଦିନ ମଜୁରିଆ ଥିଲେ। ଗତକାଲି କାମ […]
କଟକ: କାଠ ଫାଳିଆରେ ଶାଶୂଙ୍କୁ ପିଟି ପିଟି ହତ୍ୟା କଲା ଜ୍ୱାଇଁ ! ପାରିବାରିକ କଳହକୁ କେନ୍ଦ୍ର କରି ଶାଶୂଙ୍କୁ କାଠ ଫାଳିଆରେ ଜ୍ୱାଇଁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ମୃତକ ହେଲେ ସାଲକେ ହେମ୍ବ୍ରମ୍। ତେବେ ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଆଦିବାସୀ ମହିଳା ସାଲକେ କଟକ ଓଏମ୍ପି ଛକ ନିକଟରେ ଗୋର୍ଖା କଲୋନୀରେ ରହୁଥିଲେ। ଆଜି ସକାଳେ ଅଭିଯୁକ୍ତ ଜଣକ ହାଣ୍ଡିଆ ପିଇ […]
ଭୁବନେଶ୍ୱର: ରାଜ୍ୟରେ ଇଞ୍ଜିନିୟରିଂ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଛି। ଛାତ୍ରଛାତ୍ରୀମାନେ ଆଉ ଇଞ୍ଜିନିୟରିଂ ପଢ଼ିବାକୁ ବିଶେଷ ମନ ବଳାଉ ନାହାନ୍ତି। ଏହାର ପ୍ରମାଣ ହେଉଛି ୬୦ ପ୍ରତିଶତ ସିଟ୍ ଖାଲି ପଡ଼ିବା। ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି, ରାଜ୍ୟର ମୋଟ ୯୩ଟି ଇଞ୍ଜିନିୟରିଂ କଲେଜରେ ରହିଛି। ୩୧ ହଜାର ୧୭୪ ସିଟ୍। ସେଥିମଧ୍ୟରୁ ୨୦୧୯-୨୦ ଶିକ୍ଷା ବର୍ଷରେ ୧୯ ହଜାର ୪୨୯ […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ୩ ଦିନ ହେବ ନିଆଁ ଲାଗି ଯାଇଛି। ଏଥିଯୋଗୁ ଦାରୁଠେଙ୍ଗ ସହ ପାଖାପାଖି ସମସ୍ତ ଗାଁରେ ଧୂଆଁ ବ୍ୟାପି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏଥିଯୋଗୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲେ ବି ନିଆଁ ଲିଭାଯାଉ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହାସହ ଧୂଆଁମୟ ସ୍ଥିତି ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ଜଣେ ସ୍ଥାନୀୟ ବାସିନ୍ଦା […]
କଟକ: ରାଜ୍ୟରେ ସବୁଠାରୁ ଅଧିକ ଭିକାରି କଟକ ଜିଲ୍ଲାରେ ଅଛନ୍ତି। ଏନେଇ ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ୍ ୫ହଜାର ୯ଶହ ୫୦ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକରେ ସର୍ବାଧିକ ୧ହଜାର ୬୦ ଜଣ ଭିକାରି ଥିବା ମନ୍ତ୍ରୀ କହିଛନ୍ତି। ସେହିପରି ଗଞ୍ଜାମରେ ୫୪୫, ସୁନ୍ଦରଗଡ଼ରେ ୪୨୩, ପୁରୀରେ ୩୬୬ ଓ ଖୋର୍ଦ୍ଧାରେ ୧୯୭ଜଣ ଭିକାରି ଥିବା ନେଇ ବିଧାନସଭାରେ ମନ୍ତ୍ରୀ ଆଜି ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି।ଆଜି ଯୁକ୍ତ ୩ ତୃତୀୟ ସେମିଷ୍ଟରର ଗଣିତ (Hons.) ପରୀକ୍ଷା ଥିବା ବେଳେ ପ୍ରଶ୍ନ ଲିକ୍ ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଆଜି ଦିନ ୧ଟାରୁ ୪ଟା ମଧ୍ୟରେ ପରୀକ୍ଷା ହେବାର ଥିଲା ହେଲେ ତା’ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଆଜି ଦିନ ୧୨ଟା ୩୦ ମଧ୍ୟରେ ଇମେଲ୍ରେ ପ୍ରଶ୍ନ ପଠାଯିବ ଓ ଏହାକୁ ଡାଉନ୍ଲୋଡ୍ କରି ପରୀକ୍ଷା କରିବାକୁ କଲେଜଗୁଡିକୁ […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ତନ୍ତିଆପାଳ ଥାନା ଅନ୍ତର୍ଗତ ତରପଦା ଗାଁରେ ଏକ ବାଲି ବୋଝେଇ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ବରଜ ବାହାକୁଦ ଗାଁର ପ୍ରଭାତ ସେଠୀ। ସୂଚନା ଅନୁଯାୟୀ, ତରପଦା ଗାଁର ସୁରେନ୍ଦ୍ର ରାଉତରାୟଙ୍କ ଘରେ ପ୍ରଭାତ ବାଲି ଅନ୍ଲୋଡ୍ କରୁଥିବା ବେଳେ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ […]
ଝାରସୁଗୁଡ଼ା: ଡବଲ୍ ମର୍ଡର ମାମଲାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ବର୍ଦ୍ଧନଙ୍କୁ ଗତକାଲି ରାତିରେ ପୁଲିସ୍ ଘରୁ ଉଠାଇ ନେଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ପୁଲିସ୍ ତାଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ବର୍ଦ୍ଧନ ନିର୍ଦ୍ଦୋଷ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଏହି ଘଟଣାକୁ ନେଇ ବର୍ଦ୍ଧନଙ୍କ ଝିଅ କହିଛନ୍ତି, ‘ମୋ ବାପା ନିର୍ଦ୍ଦୋଷ। ସେ […]
ପୁରୀ: ପୁରୀର ୫ଶହ ବର୍ଷ ପୁରାତନ ଗଙ୍ଗାମାତା ମଠ ସୁଡ଼ଙ୍ଗ ଦେଇ ବିଦେଶୀମାନଙ୍କ ପ୍ରବେଶକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ସୁଡଙ୍ଗ ଏବେ ବିଦେଶୀମାନଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ଏହି ସୁଡଙ୍ଗ ପୁରୁଣା ରାଜବାଟୀ ଓ ରତ୍ନବେଦୀଙ୍କୁ ସଂଯୋଗ କରୁଥିବା କିଛି ଐତିହାସିକମାନେ ପୂର୍ବରୁ ମତ ଦେଇଥିଲେ। ଏହାକୁ ନେଇ ବିଦେଶୀ ପର୍ଯ୍ୟଟକମାନେ ଏହି ସୁଡ଼ଙ୍ଗ ଦେଇ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ସୁଡଙ୍ଗର କିଛି ବାଟ ପରେ ରାସ୍ତା […]
କୋରାପୁଟ: ଶବ ବ୍ୟବଚ୍ଛେଦ କରିବାକୁ ଟଙ୍କା ମାଗି ଗିରଫ ହେଲେ ଡାକ୍ତର। କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର ମନୋଜ ଜେନାଙ୍କୁ ଏହି ଅଭିଯୋଗରେ ପୁଲିସ୍ ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୪ ତାରିଖରେ ଜୟପୁର ସଦର ଥାନା ଅଞ୍ଚଳରେ ଏକ ବାଇକ୍ ଓ ଅଟୋ ମଧ୍ୟରେ ଧକ୍କା ହୋଇଥିଲା। ଉକ୍ତ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ିକୁ ପୁଲିସ୍ ଜବତ କରିଥିବା […]
ସୋର: ଅଧା ପ୍ରୋସେସନ୍ରୁ ଫେରିଗଲା ବର ଓ ବରଯାତ୍ରୀ। ରୋଷଣୀ ବି ଶେଷ ହୋଇ ପାରିଲା ନାହିଁ। କନ୍ୟା ନାବାଳିକା ଥିବାରୁ ଏକ ବିବାହ ଅଧାରୁ ବନ୍ଦ ହୋଇଯାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ ସାରଙ୍ଗପୁର ଗାଁରେ। ସୂଚନା ଅନୁସାରେ, ବାହାନଗା ବ୍ଲକ୍ର ଜଣେ ନାବାଳିକାଙ୍କ ସହ ଡାଲଙ୍ଗ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଗତକାଲି ବିବାହ ହୋଇଥାନ୍ତା। ହେଲେ ଝିଅଟି ନାବାଳିକା ହୋଇଥିବାରୁ ବିବାହ ହୋଇପାରିନାହିଁ। ଝିଅକୁ ୧୮ […]
ଝାରସୁଗୁଡ଼ା: ଛତିଶଗଡ଼ର ରାଇଗଡ଼ ଜେଲ୍ରେ କଟିଲା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରାତି। ଗତକାଲି ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ତାଙ୍କୁ ଡବଲ୍ ମର୍ଡର ମାମଲାରେ ପୁଲିସ୍ ଗିରଫ କରିଥିଲା। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅନୁପ୍ଙ୍କ ଡ୍ରାଇଭର୍ ଏବେ ବି ପୁଲିସ୍ କବ୍ଜାକୁ ଆସିନି। ତାଙ୍କୁ କେବେ ଗିରଫ କରାଯିବ ତା’ ଉପରେ ଏବେ ସମସ୍ତଙ୍କ ନଜର। କୋର୍ଟରେ ଅନୁପଙ୍କ ବିରୋଧରେ ପ୍ରମାଣ, ସାକ୍ଷୀଙ୍କ ବୟାନ୍କୁ ରଖିବ ପୁଲିସ୍। ଏହାସହ […]
ବାରିପଦା(ମାଣିକଲାଲ ପାଣି): ଡ୍ୟୁଟି ସମୟରେ ଜଣେ ପୁଲିସ୍ କନଷ୍ଟେବଲ୍ଙ୍କ ମାତାଲ୍ ଅବସ୍ଥାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହିରେ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ମୁତୟନ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣେ କନଷ୍ଟେବଲ୍ ମାତାଲ୍ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଡ୍ୟୁଟି ସମୟରେ ମଦ ପିଇ କନଷ୍ଟେବଲ୍ ଗଗନ ବିହାରୀ […]
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ରାଜ୍ୟ ସରକାର ସ୍ଥାନାନ୍ତର କରିଛନ୍ତି। ଓକିଲଙ୍କ ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତି ଓ ତ୍ୱରିତ ବିଚାର ପ୍ରକ୍ରିୟା ସାରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଗତ […]
ବଲାଙ୍ଗିର: ଡ୍ୟୁଟିରେ ଥିବା ଜଣେ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟ ପିଟିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ନର୍ସ ପ୍ରତିମା ପ୍ରଧାନ ଆହତ ହୋଇଛନ୍ତି। ଏନେଇ ସେ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଜଣେ ରୋଗୀଙ୍କୁ ତାଙ୍କ ସଂପର୍କୀୟମାନେ ଅର୍ଥୋପେଡ଼ିକ ୱାର୍ଡରୁ ମେଡିସିନ ୱାର୍ଡକୁ ଆଣିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ରୋଗୀଙ୍କ […]
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ବକେୟା ୧୦% ପ୍ରଦାନ ନେଇ ଘୋଷଣା କରିଥିଲେ ସରକାର। ଏବେ ବକେୟା ଦରମାର ୧୦% ଓ ମହଙ୍ଗା ଭତ୍ତା ୫% ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ମିଳିବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସି ଦେଖା […]
ବିନିକା: ପୋଖରୀକୁ ଫୁଲ ତୋଳିବାକୁ ଯାଇଥିବାବେଳେ ଜଣେ ଯୁବତୀଙ୍କ ଗୋଡ଼ ଖସି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବତୀ ହେଲେ ଚରଦା ଗାଁର ପ୍ରିୟଙ୍କା ଥନାପତି(୧୮)। ଆଜି ସକାଳ ୬ଟାରେ ପ୍ରିୟଙ୍କା ପୋଖରୀକୁ ଫୁଲ ତୋଳିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ତାଙ୍କ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): “୧୫ ଦିନ ମଧ୍ୟରେ ନ୍ୟାୟ ନ ମିଳେ, ତା’ହେଲେ ଡିଜି ଅଫିସ୍ ଆଗରେ ମୁଁ ଆତ୍ମାହୂତି ଦେବି। ମୋ ମା’ ଆତ୍ମାହୂତି ଦେଲେ, ମୁଁ ଆତ୍ମାହୂତି ଦେବି।” ଏଭଳି କିଛି ଧମକ ଦେଇଛନ୍ତି ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ ରାଜା ମିଶ୍ର। ଜାମିନରୁ ବାହାରିବା ପରେ ରାଜା ଅଭିଯୋଗ କରିଛନ୍ତି, ମିଥ୍ୟା କେସ୍ରେ ତାଙ୍କୁ ଫସାଇ ଦିଆଯାଇଛି। ତାଙ୍କୁ ଯେତେବେଳେ ପ୍ରଥମେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ, […]
ଭୁବନେଶ୍ୱର: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଫେବ୍ରୁଆରୀ ୨୦ ସୁଦ୍ଧା ଯଦି ଖିଲାପକାରୀମାନେ ବାକି ଥିବା ଗୃହ ଟିକସ ପୈଠ ନ କରନ୍ତି ତେବେ ଓଡ଼ିଶା ପବ୍ଲିକ୍ ଡିମାଣ୍ଡ ରିକଭରି ଆକ୍ଟ-୧୯୬୨ ଅନୁସାରେ ବାକି ଟିକସ ଆଦାୟ କରାଯିବ। ଏନେଇ ନୋଟିସ୍ରେ ସ୍ପଷ୍ଟ ଭାବେ କୁହାଯାଇଛି। ଏହାସହ ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ-୨୦୦୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ବିଏମ୍ସି ଚେତାବନୀ ଦେଇଛି। ୩୬୪ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରାଜଧାନୀ ଛକରେ କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଦୋକାନୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁବାସ ପାତ୍ର। ସିଗାରେଟ୍ କିଣାକୁ କେନ୍ଦ୍ର କରି ଯୁବକମାନେ ସୁବାସଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ୪ଜଣ ଯୁବକ ସୁବାସଙ୍କ ଦୋକନକୁ ସିଗାରେଟ୍ କିଣିବାକୁ ଆସିଥିଲେ। ସିଗାରେଟ୍ ଦର ଦାମକୁ ନେଇ ସୁବାସ ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଯୁବକମାନେ ତାଙ୍କୁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଫିସ୍ରେ ଅର୍ଥ ହଡ଼ପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ କନିଷ୍ଠ କିରାଣି ପ୍ରମୋଦ ରଥଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଅର୍ଥ ହଡ଼ପ ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା କନିଷ୍ଠ କିରାଣିଙ୍କ ବିରୋଧରେ। ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ନେଇ ଓଟିଭିରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସାରଣ ହୋଇଥିଲା। ବାରମ୍ବାର ପ୍ରସାରଣ ପରେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ କେନାଲ ବ୍ରିଜ୍ ନିକଟ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଲୱେ ଲାଇନ୍ ଦବିଯାଇଛି। ରେଲୱେ ଲାଇନ୍ଟି ୨୦୦ ମିଟର ଲମ୍ବରେ ପ୍ରାୟ ୨୦ ଫୁଟ ତଳକୁ ଧସି ଯାଇଛି। ରେଳ ଲାଇନ୍ ଦବିବା ଦ୍ୱାରା ୩ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଘର ଉପରକୁ ମାଟି ଅତଡ଼ା ମାଡ଼ି ଆସିଛି। ଏହାସହ ସେମାନଙ୍କ ଛାତ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଟ୍ରେନ ଲାଇନ୍ର ପ୍ରାୟ ୫୦ ଫୁଟ୍ ଦୂରରେ ଘର […]
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏ ଗିରଫ ହୋଇଥିବା ସୂଚନା ମିଳିଛି।ଛତିଶଗଡ଼ର ରାୟଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏକ ଡବଲ୍ ମର୍ଡର ମାମଲାରେ ଅନୁପ ସାଏଙ୍କୁ ପୁଲିସ୍ ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ରାତିରେ ପୁଲିସ୍ ତାଙ୍କୁ ଘରୁ ଉଠାଇ ନେଇଥିଲା। ତାଙ୍କୁ ଏବେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ତିନି ଥର ବିଧାୟକ ଥିଲେ। କଂଗ୍ରେସ ଟିକେଟ୍ରୁ ସେ […]
ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ପଥର ତଳୁ ଡିଜେଲ ବାହାରିବା ଘଟଣା ପରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି। ଡିଜେଲ ପାଇପ୍ ଲାଇନ୍ରେ କୌଣସି ଲିକ୍ ଥିବା ସନ୍ଦେହରେ କମ୍ପାନୀର ଏକ ଟେକନିକାଲ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପେଟ୍ରେଲ ପମ୍ପ ବନ୍ଦ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଇଛି। ଏହାସହ ବଜାରରେ ପେଟ୍ରୋଲ ଓ ଡିଜେଲର କଳାବଜାରୀ ଦେଖିବାକୁ ମିଳିଛି। ଅଧିକ ଟଙ୍କା […]
ଭୁବନେଶ୍ୱର: ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ନାଁରେ କଳିଙ୍ଗ ସେନାର ଫତ୍ୱା। ପ୍ରେମ ଦିବସ ନାଁରେ ଅଶ୍ଲୀଳତାକୁ ପ୍ରଶୟ ଦେଉଥିବା ପ୍ରେମୀ ଯୁଗଳଙ୍କୁ ଟାର୍ଗେଟ କରିବ କଳିଙ୍ଗ ସେନା। ଏନେଇ କଳିଙ୍ଗ ସେନା ପକ୍ଷରୁ ପୁଲିସ୍ କମିଶନରଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ଦିଆଯାଇଛି। ସହରରେ ବିଭିନ୍ନ ପାର୍କ, ପବ୍ଲିକ୍ ସ୍ଥାନରେ ପ୍ରେମ ଦିବସ ନାଁରେ ଅଶ୍ଳୀଳତାକୁ ଆଦୌ ଗ୍ରହଣ କରାଯିବ ନାହିଁ। ପ୍ରେମ ଦିବସକୁ ସହିଦ ଦିବସ ଭାବେ କଳିଙ୍ଗ ସେନା ପାଳନ କରିବା ସହ […]