ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଗାୟତ୍ରୀ ବିହାର ଥାନା ଅନ୍ତର୍ଗତ ପୁରୁଣା ବସ୍ତିରୁ ୩ ଜଣ ନାବାଳିକା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ କୈଳାସ ଦାସଙ୍କ ଦୁଇ ଝିଅ ଗୀତା ଦାସ(୧୩), ରଶ୍ମିତା ଦାସ(୧୨ )ଓ ଭଗବାନ ଛନ୍ଛନ୍ଙ୍କ ଝିଅ ବନିତା ଛନ୍ଛନ୍। ଏହି ୩ ନାବାଳିକା ସ୍କୁଲ୍ ଯିବା ପାଇଁ ଗତକାଲି ସକାଳୁ ଘରୁ ବାହାରି ଆସିଥିଲେ। ହେଲେ ସ୍କୁଲ୍ ନ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସ୍କୁଲ୍ ଛୁଟି ହେବାପରେ ଘରକୁ ନ […]
ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠ ଦୁବେସିଙ୍ଗା ବ୍ରିଜ୍ ନିକଟରେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍। ହେଲେ ଏହି ସବୁ ନୋଟ୍ ଗୁଡ଼ିକ ମଧ୍ୟରୁ କିଛି ନୋଟ୍ ଉଇ ଖାଇ ଯାଇଥିବାବେଳେ ଆଉ କିଛି ନୋଟ୍ ଚିରି ଯାଇଛି। ଏନେଇ ସ୍ଥାନୀୟ ଲୋକେ ପୁଲିସ୍ ଖବର ଦେବାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏହିସବୁ ନୋଟ୍କୁ ଜବତ କରିଛି। ଏହା ନୂଆ ୫୦୦ ଶହ ଟଙ୍କିଆ ନୋଟ୍ ବୋଲି ଜଣାପଡ଼ିଛି। ତେବେ ଏହି ଟଙ୍କା ଗୁଡିକ […]
ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍ ବଜାରକୁ ସିଲ୍ କରାଯାଇଛି। ସିଲ୍କୁ ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ବିଡିଏର ବିଲ୍ଡିଂ ପ୍ଲାନ୍ ମୁତାବକ କାର୍ଯ୍ୟ କରାଯାଇ ନଥି ବାବେଳେ ପାର୍କିଂ ସ୍ଥାନରେ ଗୋଦାମ କରାଯାଇଛି। ଏ ନେଇ […]
ବ୍ରହ୍ମପୁର: ଆଖି ବୁଜିଲେ ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସ୍ପି ଅଫିସ୍ ସମ୍ମୁଖରେ ଆତ୍ମାହୁତି ଦେଇଥିବା ମିନାକ୍ଷୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା। ଫେବୃଆରୀ ୧୨ ତାରିଖ ଦିନ ବ୍ରହ୍ମପୁର ଏସ୍ପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ମିନାକ୍ଷୀ। ଗୁରୁତର ଅବସ୍ଥାରେ […]
ରାଇରଙ୍ଗପୁର: ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଥିବାବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିିଫିକେଟ୍ ପରୀକ୍ଷାର ପ୍ରଶ୍ନପତ୍ରରେ ସମସ୍ୟା ଯୋଗୁ ଅପରାହ୍ଣ ବଦଳରେ ସନ୍ଧ୍ୟାରେ ପରୀକ୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ହାଇସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ହାଇସ୍କୁଲରେ ଗତକାଲି ସନ୍ଧ୍ୟା ୬ରୁ ରାତି ସାଢ଼େ ୮ଟା ଯାଏ ଓଡ଼ିଶା ଷ୍ଟେଟ୍ […]
କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଧିରପୁର ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ମୃତ ଶିକ୍ଷକ ହେଲେ ଆର୍ତ୍ତତ୍ରାଣ ସ୍ୱାଇଁ (୫୦)। ଆଜି ସକାଳେ ଆର୍ତ୍ତତ୍ରାଣ ଘରୁ ବାହାରି ସ୍କୁଲ୍କୁ ଆସିଥିଲେ। ସ୍କୁଲରେ ପହଞ୍ଚି ଏକ ଶ୍ରେଣୀ ଗୃହ କବାଟ ଭିତର ପଟୁ ବନ୍ଦ କରି ଦେଇଥିଲେ। ସ୍କୁଲ୍ ଟାଇମ୍ ହେବାରୁ ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀ ସ୍କୁଲ୍ରେ ପହଞ୍ଚି […]
ଭୁବନେଶ୍ୱର: ଏଣିକି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ଅଧିକ କ୍ଷତିପୂରଣ ରାଶି ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିଦ୍ୟୁତ୍ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା, ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲେ ୨ ଲକ୍ଷ, ଶରୀରରେ ୪୦ରୁ ୬୦ ପ୍ରତିଶତ କ୍ଷତି ହୋଇଥିଲେ ୫୯ ହଜାର ୧୦୦ ଟଙ୍କା ସହାୟତା ମିଳିବ। ଏନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ବିଦ୍ୟୁତ୍ ଆଘାତ ଜନିତ […]
ଧର୍ମଗଡ଼: ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଣୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆଜି ପ୍ରଥମ ଦିନ ଥିବା ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏହି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ମୋବାଇଲ୍ରୁ ମୋବାଇଲ୍କୁ ପ୍ରଶ୍ନପତ୍ର ଘୂରି ବୁଲୁଛି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଭାଇରାଲ ହୋଇଥିଲେ ତଦନ୍ତ କରାଯିବ ଏବଂ ଏଥିରେ ଯିଏ ସଂପୃକ୍ତ ଥିବେ […]
ଭଦ୍ରକ: ମରିଗଲା ମାନବିକତା, ହଜିଗଲା ବିବେକ। ଦୁର୍ଘଟଣାରେ ସଙ୍କଟାପନ୍ନ ହୋଇ ଯନ୍ତ୍ରଣାରେ ରାସ୍ତା ଉପରେ ଜଣେ ଯୁବକ ଛଟପଟ ହେଉଥିବାବେଳେ ଲୋକେ ଉଦ୍ଧାର କରିବା ବଦଳରେ ମୋବାଇଲରେ ଫଟୋ ଉଠାଉଥିବା ଓ ଭିଡିଓ ଶୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ହୁଏତ ଆଉ କିଛି ସମୟ ପୂର୍ବରୁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତାଙ୍କ ଜୀବନ ବଞ୍ଚି […]
ବ୍ରହ୍ମପୁର: ଅଟୋରୁ ଖସିପଡ଼ି ଜଣେ ୫ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ତିଳେଶ୍ୱର ରାମମନ୍ଦିର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଏକ ଅଟୋ ସ୍କୁଲ ପିଲାଙ୍କୁ ନେଇ ଦିଗପହଣ୍ଡି ସ୍ଥିତ ଏକ ଘରୋଇ ସ୍କୁଲକୁ ଯାଉଥିବାବେଳେ ତିଳେଶ୍ୱର ରାମମନ୍ଦିର ନିକଟରେ ସମ୍ପୃକ୍ତ ଛାତ୍ର ଜଣକ କୌଣସି କାରଣରୁ ଅଟୋରୁ ଖସି ପଡ଼ିଥିଲେ। ତାଙ୍କୁ ଦିଗପହଣ୍ଡି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ […]
ବ୍ରହ୍ମପୁର: ମାଛଧରା ଜାଲରେ ପଡିଲା ସାର୍କ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବା ମତ୍ସଜୀବୀଙ୍କ ଜାଲରେ ଏକ ବିରାଟ ସାର୍କ ପଡ଼ିଥିଲା। ଜୀବନ୍ତ ଅବସ୍ଥାରେ ମତ୍ସଜୀବୀମାନେ ତାକୁ ଧରିଥିଲେ। ଏତେ ବଡ଼ ସାର୍କକୁ ଦେଖିବାକୁ କିଛି ସମୟ ଭିଡ଼ ହୋଇଥିଲା। ପରେ କିଛି ମତ୍ସ୍ୟଜୀବୀ ଏହି ସାର୍କ ମାଛଟିକୁ ଠେଲି ଠେଲି ସମୁଦ୍ର ଭିତରକୁ ଛାଡି ଦେଇଥିଲେ। ବ୍ରହ୍ମପୁର: ମାଛଧରା ଜାଲରେ ପଡିଲା ସାର୍କ। ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବାବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ […]
ଭୁବନେଶ୍ୱର: କରୋନା ନୁହେଁ ନିମୋନିଆ। ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପ୍ରାଣଘାତୀ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଚାର ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ଏପରି ଗୁଜବକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷ। ଚିହ୍ନଟ ହୋଇଥିବା ଭାଇରସ୍ ମାରାତ୍ମକ କରୋନା ଭାଇରସ୍ ନୁହେଁ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ନିମୋନିଆ ବୋଲି କୁହାଯାଇଛି। ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ମାଇକ୍ରୋବାୟୋଲୋଜି ରିପୋର୍ଟ ସୋଶାଲ୍ ମିଡିଆରେ […]
ଭୁବନେଶ୍ୱର: ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚେତାବନୀ। ଯଦି ଛୁଟି ମଞ୍ଜୁର ନ ହୋଇ ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ଛୁଟିରେ ରୁହନ୍ତି ତେବେ “ନୋ ୱାର୍କ ନୋ ପେ’ ” ନିୟମ ଲାଗୁ ହେବ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି କଡ଼ା ନିର୍ଦ୍ଦେଶ ଆସିଛି। ଏନେଇ ଉଚ୍ଚ ଶିକ୍ଷା ସଚିବ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ […]
ଭଦ୍ରକ(ପାର୍ଥସାରଥୀ ନାୟକ): ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଆଜି ଭୋରରୁ ଓଲଟି ପଡ଼ିଥିବା ଜଣାପଡ଼ିଛି। ବସ୍ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍ରେ ୪୮ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍ଟି ବାଲେଶ୍ୱରରୁ ଭୋର ପ୍ରାୟ ୪ଟାରେ ବାହାରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା। […]
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳୁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଏହାପରେ ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ା ଯାଇଥିଲା ଓ ଦିନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମୋଟ୍ ୫ଲକ୍ଷ ୬୦ ହଜାର ୯୦୫ଜଣ ଛାତ୍ରଛାତ୍ରୀ ୨ହଜାର ୮ଶହ ୮୮କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ପ୍ରଶ୍ନପତ୍ର […]
ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଐତିହ୍ୟ ବିକାଶକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ବଜେଟ୍ରେ ମୋଟ୍ ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଯାହା ମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ ୬୫ ହଜାର ୬୫୫ କୋଟି ଟଙ୍କା ଦେଇଛନ୍ତି ଅର୍ଥମନ୍ତ୍ରୀ। ତା‘ସହ ୭୪ ହଜାର କୋଟି କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଉଦ୍ଦିଷ୍ଟ ଥିବାବେଳେ ଉନ୍ନୟନ ସଂସ୍ଥା ପାଇଁ ୭ […]
ଭୁବନେଶ୍ୱର: ରାଜ୍ୟ ବଜେଟ୍ ପୂର୍ବରୁ ବିଧାନସଭାରେ ୨୦୧୯-୨୦ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଗତବର୍ଷ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୭.୯୦% ଥିଲା। ତେବେ ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ନେଇ ଆକଳନ କରାଯାଇଛି। ବାତ୍ୟା ପାଇଁ କୃଷି ଉତ୍ପାଦନ କମିଥିବାରୁ ଓ ଖଣିଜ କାରବାରରେ ମାନ୍ଦା ଯୋଗୁ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରୁ ଖସି ପଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି। ଏହା ଦୁର୍ଘଟଣା ନା ଆତ୍ମହତ୍ୟା ସେ ନେଇ ଉଠିଛି ପ୍ରଶ୍ନ। ହେଲେ ଏବେ ସାମ୍ନାକୁ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ଯାହା ଏହି ଘଟଣାକୁ ଆହୁରି ରହସ୍ୟଜନକ କରିଛି। ଗତକାଲି ଭୁବନେଶ୍ୱରର ଜଣେ ଛାତ୍ରୀ ଭାରସାମ୍ୟ ହରାଇ ଆପାର୍ଟମେଣ୍ଟରୁ ଖସି ପଡ଼ିଥିବା ନେଇ ପ୍ରାଥମିକ ସୂଚନା ମିଳିଥିଲା। କିନ୍ତୁ ଆଜି ମୃତ୍ୟୁର କାରଣ ଭିନ୍ନ ବୋଲି ଚର୍ଚ୍ଚା […]
ଭୁବନେଶ୍ୱର: ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଜଣେ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ଘଟଣାର ପ୍ରତିକ୍ରିୟା ରଖିଛନ୍ତି ଅନୁପଙ୍କ ଏହି ସହଯୋଗୀ। ଅନୁପଙ୍କ ସହଯୋଗୀ ରମେଶ ଗେନେରିଓ୍ୱାଲଙ୍କୁ ପୁଲିସ୍ ଗିରଫ କରିବା ନେଇ କିଛି ଗଣମାଧ୍ୟମର ସୂଚନା ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି ରମେଶ। ‘ମୁଁ ଘରେ ଅଛି’ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି। ସେ କହିଛନ୍ତି, ‘ମୁଁ ଘରେ ଅଛି। ଗଣମାଧ୍ୟମରେ କ’ଣ […]
ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ଛାତ୍ର ନେତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ଏବଂ ୩ଟି ଗାଡ଼ି ଜବତ ହୋଇଥିବା ନେଇ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ୍ ଖୋଳତାଡ଼ ଜାରି ରଖିଛି। 7 accused persons arrested in connection with Sahidnagar PS case no 87, with regard […]
ଭଦ୍ରକ: ମାଇକ୍ରୋଫୋନ୍ରେ ବ୍ୟବହୃତ ଏକ ଚାଇନା ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଥିବାବେଳେ ଓ ଆଉ ଜଣେ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତରାଶୁଣୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ନାବାଳକ ଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଆହତ ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ଗୁରୁତରଙ୍କୁ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କୁ କଟକ […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବକେୟା ବିଦ୍ୟୁତ୍ ବିଲ୍କୁ ନେଇ ଉଭୟ ସାଉଥ୍କୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ମଧ୍ୟ ଏହା ଜାରି ରହିବ। ଗତକାଲି ସାଉଥ୍କୋର ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ କଟା ଯାଇଥିଲା। ଅନେକ ଲୋକଙ୍କ ଲକ୍ଷାଧିକ ଟଙ୍କା ବକେୟା ଥିବା ଜଣା ପଡିଥିଲା। ଯେଉଁମାନେ ବକେୟା ବିଲ୍ର ୬୦ ପ୍ରତିଶତ ବିଲ୍ […]
ରାଉରକେଲା: ଘର ଭାଙ୍ଗିବାକୁ ଉଦ୍ୟମ ବେଳେ ରାଉରକେଲା ଇସ୍ପାତ କାରଖାନାର ଲ୍ୟାଣ୍ଡ ଗାର୍ଡଙ୍କୁ ଖଣ୍ଡା ଧରି ଗୋଡ଼ାଇଲେ ଘର ମାଲିକ। ଗତକାଲି ରାଉରକେଲା ସାରନଗରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭଜହରି ନାମକ ଜଣେ ବ୍ୟକ୍ତି ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ ଗତ ୪୦ ବର୍ଷ ହେବ ରହି ଆସୁଛନ୍ତି। ସେ ରହୁଥିବା ଜାଗାରେ ଏବେ ଏକ ଘର ନିର୍ମାଣ କରୁଛନ୍ତି। ହେଲେ ଉକ୍ତ ଜାଗା କମ୍ପାନୀର ବୋଲି ଦାବି କରୁଛନ୍ତି ଆରଏସ୍ପି କର୍ତ୍ତୃପକ୍ଷ। ଏହାକୁ […]
ଝାରସୁଗୁଡ଼ା: ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଗିରଫ କରିଛି। ଉଭୟଙ୍କୁ ଗିରଫ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ […]
ଭୁବନେଶ୍ୱର: ଡବଲ୍ ମର୍ଡର ମାମଲାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଗିରଫ କରିଛି। ଏହି ମାମଲାରେ ବର୍ଦ୍ଧନଙ୍କ ସମ୍ପୃକ୍ତି ନେଇ ପୁଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତାଙ୍କ ନାଁରେ ପୁଲିସ୍ ସଙ୍ଗୀନ ଦଫା ଲଗାଇଛି। ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। […]