• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dama
ରାଜନୀତିରୁ ସନ୍ନ୍ୟାସ ଖବରକୁ ନେଇ ଏମିତି କହିଲେ ଦାମୋଦର ରାଉତ

ଭୁବନେଶ୍ୱର: ରାଜନୀତିରୁ ସନ୍ନ୍ୟାସ ଖବରକୁ ସଫା ସଫା ପ୍ରତ୍ୟାଖ୍ୟାନ କଲେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ହାତଗୋଡ଼ ଚଳୁଥିବା ଯାଏ ରାଜନୀତି କରୁଥିବି ବୋଲି ଦାମ କହିଛନ୍ତି। ଅବସର, ସନ୍ନ୍ୟାସ ନେବାକୁ ବେଳ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନୌପଚାରିକ ଭାବେ କହିଥିବା କଥାକୁ ପ୍ରସଙ୍ଗ କରାଯାଇଛି ବୋଲି କହିଛନ୍ତି ଦାମ। ଦାମ କହିଛନ୍ତି, କ୍ଷମତା ରାଜନୀତିରେ ଲୋଭ ନାହିଁ ବୋଲି କହିଥିଲି। ମୋ କଥାକୁ ଭୁଲ ତର୍ଜମା ଓ ଭୁଲ ଉପସ୍ଥାପନ […]

  • Friday, 23 July 2021
f
ପୁଲିସର ଦାଦାଗିରି: ୧୨ ବର୍ଷର କୁନି ଝିଅକୁ ଠେଲିଦେଲା

ଯାଜପୁର: ଯାଜପୁର ସୁକିନ୍ଦା ପୁଲିସର ଦାଦାଗିରି। ଗିରଫ କରିବାକୁ ଯାଇ ଅନ୍ୟ ଜଣଙ୍କ ଘରେ ପଶି ୧୨ବର୍ଷର ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ନାବାଳିକା ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଯାଜପୁର ଏସ୍‌ପି ଚରଣ ସିଂହ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ। ଅଭିଯୋଗକାରିଣୀଙ୍କ କହିବାନୁଯାୟୀ ପୁଲିସ୍‌ ହଠାତ୍ ତାଙ୍କ ଘରକୁ ବୁଟ୍‌ ପିନ୍ଧି ପଶି ଆସିଥିଲେ। ପରେ ତାଙ୍କ କୁନି ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ଝିଅଟିର କାନ୍ଧରେ ଆଘାତ […]

  • Friday, 23 July 2021
Ashirbad Behera
ଅସୁସ୍ଥ ଆଶୀର୍ବାଦ: ଜେଲ୍‌ରୁ ଗଲେ ଡାକ୍ତରଖାନା

ଭୁବନେଶ୍ୱର: ଓସିଏର ପୂର୍ବତନ ,ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡ଼ିଛନ୍ତି। ଆଶୀର୍ବାଦଙ୍କୁ ଝାରପଡ଼ା ଜେଲରୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଆଶୀର୍ବାଦ। ସୂଚନା ଅନୁଯାୟୀ, ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଗୁରୁବାର ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା। ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। […]

  • Friday, 23 July 2021
korea
ନୂଆ ସ୍ୱପ୍ନ ନେଇ ଫେରିଛି କୋରିଆ: ଏଥର ଇସ୍ପାତ ନୁହେଁ ଇଲୋକ୍ଟ୍ରୋନିକ୍ସରେ ପୁଞ୍ଜିନିବେଶ

ଭୁବନେଶ୍ୱର:ପୋସ୍କୋ ବିଫଳତା ପରେ କୋରିଆର ଓଡ଼ିଶା ସ୍ୱପ୍ନ।  ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ସହ ୧୪ ଜଣିଆ ପ୍ରତିନିଧି ଦଳ। ତେବେ ଏଥର ଇସ୍ପାତ ଶିଳ୍ପ ନୁହେଁ ବରଂ ଇଲୋକ୍ଟ୍ରୋନିକ୍ସ  ଓ ଅଟୋମୋବାଇଲ୍ ଭଳି ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି କୋରିଆ। ଓଡ଼ିଶା ପ୍ରତି କୋରିଆର ଆଗ୍ରହ, ଶିଳ୍ପାୟନର ନୂଆ ସମ୍ଭାବନା ସୃଷ୍ଟି କରିଛି। ସାମ୍‌ସଙ୍ଗ, ଏଲଜି, ହୁଣ୍ଡାଇ, କିଆ ପରି ଜଣାଶୁଣା କମ୍ପାନୀର […]

  • Friday, 23 July 2021
dance
ପୁଣି ମତୁଆଲା ହେବ ରାଜଧାନୀ

ଭୁବନେଶ୍ୱର: ସଞ୍ଜ ନଇଁବା କ୍ଷଣି ରାଜଧାନୀର ରାତି ହେବ ରଙ୍ଗୀନ୍‌। ସୁରା ସହିତ ଯୁବତୀଙ୍କ ନୃତ୍ୟରେ ମତୁଆଲା ହେବେ ଗ୍ରାହକ। ପୁଣି ଖୋଲିବ ଡ୍ୟାନ୍ସବାର୍। ଏନେଇ ୭ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଲେ ଅବକାରୀ କମିଶନର। ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍‌ ଖୋଲାଯିବ। ତେବେ ଏଥିରେ କଟକଣା ରଖାଯାଇଛି। ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ସେହିପରି ବାର୍ ଡ୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି […]

  • Friday, 23 July 2021
raha
ନର୍ସ ନିହାରିକା ହତ୍ୟାକାରୀ ରାଜାକୁ ୩ ଦିନ ରିମାଣ୍ଡରେ ନେବ ପୁଲିସ୍

ଜଗତସିଂହପୁର: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେବ ପୁଲିସ୍। ଏଥିପାଇଁ ଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡ ଦିନ ଓ ପରେ ଫେରାର୍‌ ହୋଇଥିବା ରାଜାକୁ ପୁଲିସ ଅଧିକ ପଚରାଉଚରା କରିବ। ଗତ ଦୁଇ ଦିନ ତଳେ କୋର୍ଟରେ ହାଜର ହେବା ପରେ ରାଜାକୁ ଜେଲ୍‌ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ ଗତ ୮ […]

  • Friday, 23 July 2021
dutee
ପଲିଟିକ୍ସରେ ଏଣ୍ଟ୍ରି କରିବେ ଦୂତୀ ଚାନ୍ଦ

ଭୁବନେଶ୍ୱର: ରାଜନୀତିରେ ଯୋଗ ଦେବେ ଆଥ୍‌ଲେଟ ଦୂତି ଚାନ୍ଦ୍। ଦୂତି ଆଜି କରିଥିବା ଏକ ଟୁଇଟ୍‌ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଏହି ଟୁଇଟ୍‌ରେ ଦୂତି ଲେଖିଛନ୍ତି ଯେ ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ତାଙ୍କର ଇଛା ଥିଲା। ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ବୋଲି ଦୂତି ଲେଖିଛନ୍ତି। ଏପରିକି ତାଙ୍କ ମାଆ ଗାଁରେ ସରପଞ୍ଚ ରହିଥିବା କଥା ସେ ଟୁଇଟରେ ଉଲ୍କେଖ କରିଛନ୍ତି। ଏନେଇ ଓଟିଭିକୁ ପ୍ରତିକ୍ରିୟା ଦେଇ […]

  • Friday, 23 July 2021
loot
ଟଙ୍କା ନେଇଯାଉଥିଲେ ସାବଧାନ! ନଜର ରଖିଛନ୍ତି ଲୁଟେରା; ଦୁଇଟି ସ୍ଥାନରୁ ୧୨ ଲକ୍ଷ ଲୁଟ୍

ରାଉର୍‌କେଲା/ବଲାଙ୍ଗିର୍: ରାଜ୍ୟରେ ଦିନକୁ ଦିନ ଲୁଟ୍‌ତରାଜ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ୍‌ର ଖବର ଶୁଣିବାକୁ ମିଳୁଛି। ଆଜି ଗୋଟିଏ ଦିନରେ ଦୁଇଟି ଜାଗାରୁ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ରାଉରକେଲା ମହାନଗର ଅଫିସ ସମ୍ମୁଖରୁ ରଂଜନ କୁମାର ଧଳ ନାମକ ବ୍ୟକ୍ତିଙ୍କଠାରୁ ୨ଜଣ ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଏହି ଲୁଟ୍ କରିଥିବା ଜଣାପଡ଼ିଛି। ଲୁଟ୍‌ର ଶିକାର ରଂଜନ କୁମାର […]

  • Friday, 23 July 2021
snake
ମାତିଛନ୍ତି ସାପ; ୬ ଜଣଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସବୁ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଅନୁଗୋଳ ଜିଲ୍ଲା ବେଣ୍ଟପୁର ଗାଁରେ ସାପ କାମୁଡ଼ି ଦେବାରୁ ସୁମନ୍ତ ସାହୁଙ୍କ ଦୁଇ ଝିଅ ରୋଜାଲିନ୍‌ (୧୩) ଓ ସୁଜାତା (୧୧)ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରୋଜାଲିନ୍‌ଙ୍କ ବେକରେ ଓ […]

  • Friday, 23 July 2021
mo-beach-programme-in-puri1
ବିଶ୍ୱ ରେକର୍ଡ ହାସଲ୍‌ କରିବାକୁ ଯାଉଛି ପୁରୀ

ପୁରୀ: ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ ସହ “ମୋ ବିଚ୍‌”ର ବାର୍ତ୍ତା ବିଶ୍ୱକୁ ଦେବାପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ଆରମ୍ଭ କରିଛି। ୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଯୋଗ ଦେଇଥିଲେ। ତେବେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଆକ୍ଟର ବିଦ୍ୟୁତ ଜାମଓ୍ୱାଲ ଓ […]

  • Friday, 23 July 2021
congress
କଟକ ଡିସିପିଙ୍କୁ ବଦଳି କରାଯାଉ: କଂଗ୍ରେସ

ଭୁବନେଶ୍ୱର: କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନ ଡକାଯିବା ଓ ଜାଣିଶୁଣି ତାଙ୍କୁ ଅସମ୍ମାନ କରାଯିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଥିପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ତୁରନ୍ତ ଦଶହରା ପୂଜା ପୂର୍ବରୁ ସେଠାରୁ ବଦଳି କରିବା ନିମନ୍ତେ ଦାବି କରିଛି କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ […]

  • Friday, 23 July 2021
45
ନନ୍ଦନକାନନରେ ହରପିସ୍ ଭାଇରସ୍‌ ଆତଙ୍କ; ଗଜରାଜଙ୍କୁ ବଞ୍ଚାଇବା ପାଇଁ ବୈଷୟିକ କମିଟି ଗଠନ

ଭୁବନେଶ୍ୱର: ନନ୍ଦନକାନନରେ ଆତଙ୍କ ଖେଳାଇ ଦେଇଛି ହରପିସ୍ ଭାଇରସ୍‌। ଶତଚେଷ୍ଟା ସତ୍ତ୍ୱେ ହାତୀ ‘ଗୌରୀ’କୁ ବଞ୍ଚାଇ ପାରି ନାହାନ୍ତି। ଜୁଲି, ଚନ୍ଦନ ଓ କମଳା ପରେ ଗୌରୀର ମଧ୍ୟ ଜୀବନ ନେଇଛି ହରପିସ୍‌ ଭାଇରସ୍। ଗୌରୀର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ହାତୀ ମୃତ୍ୟୁ କେମିତି ରୋକା ଯାଇପାରିବ, ସେଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ହରପିସ୍‌ ଭାଇରସ୍‌ରେ ଆକ୍ରାନ୍ତ ‘ଗୌରୀ’କୁ ଅଲଗା ରଖି ଚିକିତ୍ସା କରାଯାଉଥିଲା। ଏହା ସତ୍ତ୍ୱେ ଗତକାଲି […]

  • Friday, 23 July 2021
bsnl
୯ଟି ଜିଲ୍ଲାରେ ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର: କଟକ ବିଏସ୍ଏନ୍ଏଲ୍ ଆଞ୍ଚଳିକ କାର୍ଯ୍ୟାଳୟରେ ଗତକାଲିର ଅଗ୍ନିକାଣ୍ଡ ପରେ ରାଜ୍ୟର ୯ଟି ଜିଲ୍ଲାରେ ବିଏସ୍ଏନ୍ଏଲ୍‌ର ସବୁ ପ୍ରକାର ସେବା ବନ୍ଦ ହୋଇଯାଇଛି। ମୋବାଇଲ, ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ୍ ଭଳି ଅତ୍ୟାବଶ୍ୟକ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ଲୋକେ ଅସୁବିଧାର ସମ୍ମଖୀନ ହୋଇଛନ୍ତି। ସେହିଭଳି ବ୍ରଡ୍‌ବ୍ୟାଣ୍ଡ୍ ସର୍ଭିସ୍ ଫେଲ୍ କାରଣରୁ ବିଭିନ୍ନ ସରକାରୀ ଅଫିସରେ ବି ଅଟକିଛି କାମ। ଏପଟେ କିଛି ଅଞ୍ଚଳରେ ମୋବାଇଲ ସେବା ସ୍ବାଭାବିକ ହୋଇଥିବା ବେଳେ ଆଉ ଦିନେ ଦୁଇ ଭିତରେ ସମସ୍ୟାର […]

  • Friday, 23 July 2021
big_380140_1440399998
ଆକାଶ ଛୁଆଁ ପିଆଜ ଦର

ଭୁବନେଶ୍ୱର: ପୁଣି କନ୍ଦାଇଲା ପିଆଜ ଦର। ଗଲା କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜର ଏଭଳି ଦରବୃଦ୍ଧି ପଛରେ ସ୍ବଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି। ସେପଟେ ପିଆଜ […]

  • Friday, 23 July 2021
google-pay
ଗୁଗଲ୍ -ପେ ବ୍ୟବହାର କରୁଥିଲେ ସାବଧାନ; ଆକାଉଣ୍ଟ୍‌ରୁ ଗାଏବ୍‌ ହୋଇପାରେ ଟଙ୍କା

ବାଲେଶ୍ୱର: ଟଙ୍କା ନେଣ-ଦେଣ ପାଇଁ ‘ଗୁଗୁଲ୍‌ ପେ’ ଆପ୍‌ ବ୍ୟବହାର କରୁଛନ୍ତି କି? ତାହାହେଲେ ଏବେଠାରୁ ସତର୍କ ହୋଇଯାଆନ୍ତୁ। କାରଣ ଏହାଦ୍ୱାରା ଆପଣ ସାଇବର କ୍ରାଇମ୍‌ର ଶିକାର ହୋଇପାରନ୍ତି। ନିକଟରେ ଗୋଟିଏ ଦିନରେ ବାଲେଶ୍ୱରରେ ଏଭଳି ଦୁଇଦୁଇଟି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଖବର ଅନୁସାରେ, ରେମୁଣା ବ୍ଲକ୍ ଦୁମୁଦା ଗାଁର ବିଜୟ କୁମାର ଦାସ ନିଜର ଅଲ୍‌ଟୋ କାର୍ ବିକ୍ରି ପାଇଁ ଗତ […]

  • Friday, 23 July 2021
nigarika
ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍‌; ରାଜା ମାରିଛି ପ୍ରେମିକା ନିହାରିକାକୁ

କଟକ: ବହୁଚର୍ଚ୍ଚିତ ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍ ହୋଇଛି। ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ହିଁ ନିହାରିକାଙ୍କ ହତ୍ୟାକାରୀ ବୋଲି ନିଜ ମୁହଁରେ ମାନିଛି ରାଜା। ଯୋଜନା ବଦ୍ଧ ଭାବେ କଟକ ଚାଉଳିଆଗଞ୍ଜ ସ୍ଥିତ ଜଣେ ସାଙ୍ଗର ଭଡ଼ା ଘରେ ରାଜା ନିହାରିକାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର କାରଣ ସମ୍ପର୍କରେ ଖୁଲାସା କରି ଜଗତସିଂହପୁର ଏସପି କହିଛନ୍ତି, ରାଜାକୁ ବିବାହ କରିବାକୁ ଅମଙ୍ଗ ଥିଲେ ନିହାରିକା। କାରଣ ନିହାରିକା ଏକ ପ୍ରାଇଭେଟ୍‌ ନର୍ସିଂହୋମ୍‌ରେ […]

  • Friday, 23 July 2021
story
ଗାଡ଼ି ଚାଳକଙ୍କ ସହିତ ସୋ’ ରୁମ୍‌ ମାଲିକଙ୍କୁ ବି ଫାଇନ୍‌

ରାୟଗଡ଼ା: ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିବା ସୋରମକୁ ମହଙ୍ଗା ପଡ଼ିଲା। ସୋରୁମ ମାଲିକ ଉପରେ ୧ ଲକ୍ଷ ଟଙ୍କା ଜରିମାନା ସହ ଲାଇସେନ୍ସ ରଦ୍ଦ ପାଇଁ ରାୟଗଡା ଆରଟିଓଙ୍କୁ ଚିଠି ଲେଖିଛି ଗଜପତି ଜିଲ୍ଲା ପରିବହନ ବିଭାଗ। ସୂଚନା ଅନୁଯାୟୀ, ରାୟଗଡ଼ା ସ୍ଥିତ ସୀତାରାମ ମୋଟରରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ଗାଁର ଜୁବିନାସ ଭୂୟାଁ ଏକ ମୋଟର ସାଇକେଲ କିଣିଥିଲେ। ତେବେ ବିନା ପଞ୍ଜିକରଣ ନମ୍ବରରେ ସମ୍ପୃକ୍ତ ସୋରୁମ ଜୁବିନାସଙ୍କୁ ଗାଡ଼ି ଦେଇଥିଲା। […]

  • Friday, 23 July 2021
bangia
ରାସ୍ତା ମଝିରେ ନିଶା ଚୁର୍ ଦୁଇ ବଙ୍ଗୀୟ ଯୁବତୀଙ୍କ ଏ କି କାଣ୍ଡ !

ଭୁବନେଶ୍ୱର: ରାସ୍ତା ମଝିରେ କାର୍‌ ଛିଡ଼ା କରି ହଙ୍ଗାମା କଲେ ଦୁଇ ନିଶାସକ୍ତ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍‌କୁ ଜବତ କରିଛି। ଆଜି କପିଳେଶ୍ୱର ରାସ୍ତା ମଝିରେ ହଠାତ୍‌ ଏକ କାର୍‌ ଅଟକିଗଲା। ଆଉ ତା’ପରେ କାର୍‌ ଭିତରେ ବସିଥିବା ବ୍ୟକ୍ତି ଡୋର୍‌ ଖୋଲି ଦେଇଥିଲେ। କାର୍‌ର ଡୋର୍‌ଟି ଜଣେ ବ୍ୟକ୍ତିଙ୍କ ଦେହରେ ବାଜିଥିଲା। […]

  • Friday, 23 July 2021
trfi
ଡ୍ରଗ୍ସ ମାଫିଆ ସହ ପୁଲିସ୍‌ ବାବୁଙ୍କ ଲିଙ୍କ୍‌

ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍‌ ରାଜା ସହ ଲିଙ୍କ୍ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍‌ ଜଜ୍‌ଙ୍କ କୋର୍ଟରେ ହାଜର କରିବା ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଦୁଇ ଦିନ ତଳେ ତାଙ୍କୁ ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ବାଲେଶ୍ୱର ଏସ୍‌ପି ନିଲମ୍ବିତ କରିଥିଲେ। ଡ୍ରଗ୍ସ କାରବାର ସମ୍ପର୍କରେ […]

  • Friday, 23 July 2021
ଦେପମୂ
ଟ୍ରାଫିକ୍‌ ନିୟମ କୋହଳ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ କଟକଣାକୁ ୩ ମାସ ଯାଏ କୋହଳ କରିବା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। କମିଶନ କହିଛନ୍ତି, ଆଇନ କୋହଳ ହେବା ପରେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ପୂର୍ବଭଳି ଦୁର୍ଘଟଣାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉଲ୍ଲଂଘନକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏହାଦ୍ୱାରା ଦୁର୍ଘଟଣାର ହାର ବଢ଼ିବା ସହ […]

  • Friday, 23 July 2021
asia
ଭୁବନେଶ୍ୱର-ବ୍ୟାଙ୍କକ୍ ଏୟାର ଏସିଆ ବିମାନ ଉଡ଼ାଣ ବନ୍ଦ ହେବ !

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଏୟାର ଏସିଆ ବିମାନ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କରିଛନ୍ତି ଏୟାର ଏସିଆ କର୍ତ୍ତୃପକ୍ଷ। ଭୁବନେଶ୍ୱର ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି କରି ଜଣାଇଥିବା ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ବେଳକୁ ଏହି ଉଡ଼ାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ବିମାନ ବନ୍ଦରରୁ ସପ୍ତାହରେ ତିନି ଦିନ ବ୍ୟାଙ୍କକୁ ବିମାନ ଉଡ଼ାଣ […]

  • Friday, 23 July 2021
Cuttack Youth Alleges Torture By Wife
‘ଚତୁର୍ଥୀ ରାତିରେ ଫୋନ୍‌ ଆସିଲା- ତୋ ସ୍ତ୍ରୀର ବଡିରେ ମୋ ନାଁର ଟାଟୁ ହୋଇଛି’

ସ୍ତ୍ରୀ ନିର୍ଯାତନା ଦେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା। ବୟଫ୍ରେଣ୍ଡ ସହ ମିଶି ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

Jagannath Suna besha
ସୁନାବେଶରେ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ

ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା।

Ambulance
ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମିଳିଛି ମୃତଦେହ । ଭଏଁରିପାଲି ଗାଁର ବାଲାର ନାଗ, ଏହି ଜଙ୍ଗଲରେ ଶ୍ରମିକ ଭାବେ କାମ କରୁଥିଲେ ।

Total Seats 70

BJP 48
APP 21
INC 1
OTHERS 0

Delhi Vidhan Sabha Election Result