ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆସନ୍ତାକାଲି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସମୀର କହିଛନ୍ତି। ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପୁରରେ ବିଜେପି କାହାକୁ ଓହ୍ଲାଇବ, ତାକୁ ନେଇ ଉତ୍କଣ୍ଠା ଲାଗି […]
ଭୁବନେଶ୍ୱର: ରାଜ୍ୟ ପାଇଁ ଏବେ ବିଜେପୁର ହୋଇଛି ଟପ୍ ଇଲେକ୍ସନ୍ ବେଟଲ୍ ଫିଲ୍ଡ। କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ବିଜେଡି ପୁଣିଥରେ ରୀତା ସାହୁଙ୍କୁ ନିଜର ପ୍ରାର୍ଥୀ କରିଛି। ତେବେ ଏ ସଂପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ନିଜର ପ୍ରତିକ୍ରିୟାରେ ନିରଞ୍ଜନ କହିଛନ୍ତି, “ସେ କାଲି ଆମ ବୋହୂ ଥିଲେ, ଆଜି ତାଙ୍କ ଘରକୁ ଯାଇଛନ୍ତି। କିନ୍ତୁ ସବୁବେଳେ ସିମ୍ପାଥି ନଥାଏ। ନବୀନ ବାବୁ କେତେଦିନ ବିଜେପୁର […]
ଭୁବନେଶ୍ୱର: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଛନ୍ତି ଜଣେ ଓଡ଼ିଆ ଆଇଏଏସ୍ ଅଧିକାରୀ। ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ତଥା ଆଇଏଏସ୍ ଅଧିକାରୀ ଅନୂପ ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଜଣାପଡ଼ିଛି। ଓଡ଼ିଆ ଅଫିସର ଅନୂପ ପୂଜାରୀଙ୍କ ସମେତ ଅନ୍ୟ ତିନିଜଣ ଆଇଏସ୍ ଅଧିକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନେ ହେଲେ ଅଣ୍ଡର ସେକ୍ରେଟାରୀ ଆର ପ୍ରସାଦ, ଡାଇରେକ୍ଟର୍ ପ୍ରବୋଧ ସକ୍ସେନା, ଓ ପୂର୍ବଚନ ଅର୍ଥନୈତିକ ବ୍ୟାପାର ବିଭାଗ ଅତିରିକ୍ତ […]
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟର ବିଜେଡି ସରକାର କ୍ରମାଗତ କିଛିବର୍ଷ ହେବ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କଠୁ ବାହାବା ନେବାକୁ ପ୍ରୟାସ କରୁଛି। କେନ୍ଦ୍ରୀୟ […]
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଟୁଇଷ୍ଟ। ଯିଏ ବାଇକ୍ରେ ଲିଫ୍ଟ ଦେଇଥିଲା ଓ ଯାହାକୁ ପୁଲିସ ମାମଲାରେ ରାଜସାକ୍ଷୀ ସଜାଇଥିଲା, ସେ ହିଁ ଲଳିନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର ଘଟଣାର ମୁଖ୍ୟ ଖଳନାୟକ। ସୋଶାଲ୍ ମିଡ଼ିଆରେ ପୀଡ଼ିତାଙ୍କ ବୟାନ ଭାଇରାଲ୍ ହେବା ପରେ ମାମଲା ଏବେ ନୂଆ ମୋଡ଼ ନେଇଛି। ପୁଲିସ ତତ୍ପର ହୋଇଛି। ପୀଡ଼ିତାଙ୍କ ସାନି ବୟାନ ନିଆଯିବ ବୋଲି କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର କହିଛନ୍ତି। ସେ କହିଛନ୍ତି-“ପୀଡ଼ିତା […]
ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ତଥ୍ୟ କେନ୍ଦ୍ରକୁ ନଦେଲେ ମଧ୍ୟ ‘ପିଏମ୍ କିଷାନ’ ଯୋଜନାରେ ସିଧାସଳଖ ସାମିଲ ହୋଇପାରିବେ ଚାଷୀ। ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ‘ପିଏମ୍ କିଷାନ’ ଯୋଜନାରେ ଅସହଯୋଗକୁ ଦେଖି ଏଭଳି ବାଟ ବାହାର କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ‘ପିଏମ୍ କିଷାନ’ ୱେବ୍ସାଇଟକୁ ଯାଇ ନିଜ ସଂପର୍କିତ ତଥ୍ୟ ଅପ୍ଲୋଡ୍ କରିବେ ଚାଷୀ। ସମ୍ବଲପୁର ଦଣ୍ଡେଇପାଲି ଗାଁର ରାମ ସାଗର ସାହୁ। ସେ ଜଣେ ଚାଷୀ ହୋଇଥିଲେ ମଧ୍ୟ ପାଇ ନାହାନ୍ତି […]
ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ପରିବେଶ ଭିତରେ ଲୋକଙ୍କୁ କନ୍ଦାଉଛି ପିଆଜ ଦର। ସବୁଠାରୁ ଅଧିକ ପିଆଜ ଯୋଗାଉଥିବା ମହାରାଷ୍ଟ୍ରରେ ଆସନ୍ତା ମାସରେ ନିର୍ବାଚନ ଥିବାରୁ ଏହି ସମୟରେ ପିଆଜ ସଙ୍କଟ ଚିନ୍ତାର କାରଣ ପାଲଟିଛି। ତେବେ ପିଆଜ ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଆଶ୍ୱସ୍ତି ମିଳିବା ପିଆଜ ପାଇଁ ବିଭିନ୍ନ ରାଜ୍ୟ ଦାବି କରିସାରିଲେଣି। ଏବଂ ପିଆଜ ଯୋଗାଣ ଆରମ୍ଭ ମଧ୍ୟ ହେଲାଣି। କିନ୍ତୁ ଯାଏ ଓଡ଼ିଶା ଏନେଇ କୌଣସି ମତ ସ୍ପଷ୍ଟ କରିନାହିଁ। ତେବେ […]
ଗଞ୍ଜାମ: ରଙ୍ଗେଇଲୁଣ୍ଡାରେ ପହଞ୍ଚିଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ। ଏୟାରଷ୍ଟ୍ରପି୍ରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ସେନାର ବରିଷ୍ଠ କର୍ମଚାରୀ। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଆର୍ମି ଏୟାର ଡିଫେନ୍ସ କଲେଜ୍କୁ ନିଆଯାଇଛି। ଏହାପୂର୍ବରୁ ରାଷ୍ଟ୍ରପତି ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ସେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ରେ ପହଞ୍ଚିଥିଲେ। ସେ ଆସନ୍ତାକାଲି ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ସେନା ମୁଖ୍ୟ ଏବଂ […]
ବଲାଙ୍ଗିର/କଳାହାଣ୍ଡି (ଘଟେଶ୍ୱର/ରାଜକୁମାର): ଘରକୁ ଫେରିବା ପାଇଁ ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ ଜଣେ ଛାତ୍ରୀ। ଠିକ୍ ଏହି ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କୁ କମେଣ୍ଟ ମାରିଥିଲେ। ଏପରିକି ମାଡ଼ ମାରିଥିଲେ। ଯେଉଁଥିପାଇଁ ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରେ। ପରିବାର ଲୋକଙ୍କ କହିବା ଅନୁସାରେ, ଅଳତାରା ଗାଁର କବିତା ପଧାନ ମଦନପୁର-ରାମପୁର ସରକାରୀ କଲେଜର ଯୁକ୍ତ […]
ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନା ହଡ଼ପ ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି। ଏ ନେଇ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଏବଂ ପୌରାଞ୍ଚଳ ଘେରାଉ କରିଛି ବିଜେପି। ରାଜଧାନୀ ଭୁବନେଶ୍ୱରରେ ବି ବିଜେପି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ହୋଇଛି। BMC ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଅତିରିକ୍ତ କମିଶନ୍ରଙ୍କୁ ଭେଟି ରାଜ୍ୟପାଳଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘରକୁ ରାଜ୍ୟ ସରକାର ବିଜୁ ପକ୍କାଘର […]
ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରୁ ପୁଲିସ ୪ ଦଲାଲ ଗିରଫ କରିବା ଘଟଣାରେ ନୂଆ ଟ୍ୱିଷ୍ଟ। ଗିରଫ ହୋଇଥିବା ବ୍ୟକ୍ତିମାନେ ଦଲାଲ୍ ନୁହନ୍ତି ବରଂ ସେମାନେ ମେଡିକାଲ୍ ରି-ପ୍ରେଜେଣ୍ଟେଟିଭ୍। ଆଜି ଏନେଇ ଅଭିଯୋଗ ଆଣିଛି ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍ ୟୁନିଅନ୍। OSRU ଏମ୍.ଆର୍ୟୁଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି। ତୁରନ୍ତ ଏମାନଙ୍କୁ ଖଲାସ କରାଯାଉ ବୋଲି OSRU ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତ୍ରୀବ କରିବା ନେଇ ଚେତାବନୀ ଦେଇଛି ସଂଘ। ଦୁଇ […]
ଭୁବନେଶ୍ୱର: ଜୁନାଗଡ଼ ଗଣଦୁଷ୍କର୍ମରେ ବିଜେଡି ଲିଙ୍କ୍ ଆଣି ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଦଳର ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବର ହେଉଛି ଜଣେ ବିଜେଡି ନେତାଙ୍କ ସହଯୋଗୀ। ସେ ହେଉଛି ବିଜେଡି ନେତା ପ୍ରବୋଧ ରଥଙ୍କ ବସ୍ ଡ୍ରାଇଭର। ଆଉ ପ୍ରବୋଧ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି। ଏହି ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ରଙ୍କ ସହିତ ବିଜେଡି ନେତାଙ୍କ ସଂପର୍କ ଥିବାରୁ […]
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଣୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟ ଶାସନ ସଚିବ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ସେ ଗୋଳାବନ୍ଧ ପାଇଁ ବାହାରିଯାଇଥିଲେ। ଏବେ ତାଙ୍କ ହେଲିକ୍ପଟର୍ ଗଞ୍ଜାମ୍ର ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ରେ ଅବରତର କରିଛି। ଆସନ୍ତାକାଲି ସେ ଗୋଳାବନ୍ଧ ଆର୍ମି […]
ଭୁବନେଶ୍ୱର: ଅଧିକ ସଭ୍ୟ ସଂଗ୍ରହ କରିବାକୁ ବିଜେଡି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ହୋଇଥିବା ବୈଠକ ପରେ ଦଳର ଉପସଭାପତି ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି। ଦେବୀ ମିଶ୍ର କହିଛନ୍ତି, ରାଜ୍ୟର ବିକାଶ, ‘5T’ ଓ ‘ମୋ ସରକାର’ ନେଇ ଆଲୋଚନା ହୋଇଛି। ଅଧିକ ସଭ୍ୟ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଏହି ବୈଠକରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, […]
ସମ୍ବଲପୁର: ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆଜିଠୁ ୩ ଦିନିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଆଜି, ଆସନ୍ତାକାଲି ଓ ୩୦ ତାରିଖ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ କମିଟି ଆହ୍ୱାନ ଦେଇଛି। ତେବେ ବନ୍ଦରୁ ଗାଡ଼ି ଚଳାଚଳ ଓ ଶିକ୍ଷାନୁଷ୍ଠାନ ବାଦ୍ ଦିଆଯାଇଛି। ଆଜି ସମମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଦେବଗଡ଼ ଓ ଝାରସୁଗୁଡ଼ା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ […]
ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀ ସଂଲଗ୍ନ ୭୫ ମିଟର ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେବ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବା SIA ସର୍ବେକ୍ଷଣ। ୫ଟି ମୌଜାରେ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଏଥିପାଇଁ ୫ଟି ଟିମ୍ ଗଠନ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ମାସେ ମଧ୍ୟରେ ଏହି ସର୍ବେକ୍ଷଣ ସମ୍ପୂର୍ଣ୍ଣ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜିଲ୍ଲାପାଳ। ଗତକାଲି ରାଜସ୍ୱ […]
ଭୁବନେଶ୍ୱର : ଦେଶରେ କେହି ଭୋକିଲା ରହିବେ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍। ଏଥିରେ ବାହାରିଛି ଦୁର୍ନୀତିର ଗନ୍ଧ। ଗରିବ କଲ୍ୟାଣ ନାଁରେ ରାଜ୍ୟରେ ୧୮ ଲକ୍ଷ ୬୭ ହଜାର ୮୦୩ ଭୂତ ହିତାଧିକାରୀ ୧୩୯୦ କୋଟି ଟଙ୍କାର ଚାଉଳ ଖାଇଯାଇଛନ୍ତି। ରାସନ୍କାର୍ଡ଼ରେ ଆଧାର ସଂଯୋଗ ପରେ ଏପରି ତଥ୍ୟ ପଦାକୁ ଆସିଛି। ଯାହାକୁ ନେଇ ଏବେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ୨୦୧୫ ମସିହା ସେପ୍ଟେମ୍ୱର ମାସରେ […]
ଭୁବନେଶ୍ୱର: ଦୁଇ ଦିନରେ ରାଜ୍ୟର ବିଭିନ୍ନ ମେଡିକାଲ୍ରୁ ଧରାଗଲେଣି ୩୦ ଦଲାଲ। ଏଥିରେ ଭୁବନେଶ୍ୱରରୁ ୪, ସମ୍ବଲପୁର ଭିମ୍ସାରରୁ ୫, ବଲାଙ୍ଗିରରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ରାଉରକେଲାରୁ ୪, ବାଲେଶ୍ୱରରୁ ୩ ଓ ନବରଙ୍ଗପୁରରୁ ୨ ଦଲାଲ ଅଛନ୍ତି। ଦଲାଲମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଓ ଏସ୍ପିମାନେ ଏପରି ଏହି ଚଢ଼ଉ କରିଛନ୍ତି। ସମ୍ୱଲପୁର ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରୁ ୫ ଜଣ ଦଲାଲ ଗିରଫ […]
ଭୁବନେଶ୍ୱର: ବିଶ୍ୱଶାନ୍ତି, ସଂହତି ତଥା ସବୁଜ ବିଶ୍ୱ ପାଇଁ ଜାତିସଂଘର ଏକ ସମ୍ମିଳନୀରେ ଯୋଗ ଦେବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡର-ଇନ୍-ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ। ଆଗାମୀ ଦିନରେ ଜେନେଭାଠାରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏଥିରେ ୫୦ଟି ଦେଶର ପ୍ରତିନିଧିଙ୍କ ସହିତ ଶ୍ରୀଚନ୍ଦନ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବେ। ଏ ନେଇ ଆସନ୍ତା ୩ତାରିଖ ସକାଳ ୯ରେ ରବୀନ୍ଦ୍ର ମଣ୍ଡପରେ ଏକ ଆନ୍ତର୍ଜାତିକ ୱାକାଥନ୍ ଓ ଆନ୍ତର୍ଜାତିକ […]
ଅନୁଗୋଳ: ବହୁଚର୍ଚ୍ଚିତ କୁଶକୀଳା ଡବଲ ମର୍ଡର ଘଟଣାରେ ଅନୁଗୋଳ ଜିଲ୍ଲା ଦୌରାଜଜ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଝସକେତନ ରାଉତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ୩୯ ଜଣଙ୍କ ସାକ୍ଷ୍ୟ ଆଧାରରେ ଏହି ରାୟ ପ୍ରକାଶ ପାଇଥିବାବେଳେ ଅଭିଯୁକ୍ତ ଉପରେ ୩୦୨,୨୦୧ ଓ ୩୬୪ ଦଫା ଲାଗିଥିଲା। ଆର୍ଥିକ କାରବାରକୁ ନେଇ ୨୦୧୬ ଫେବୃଆରୀ ମାସରେ କୁଶକୀଳା ଗାଁର ୨ ସମ୍ପର୍କୀୟ ଭାଇ ଯୋଗେଶ୍ୱର ସାହୁ ଓ ହିରଣାକ୍ଷ ସାହୁଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରି […]
ଭୁବନେଶ୍ୱର: ଏଏସ୍ଆଇଙ୍କୁ ଦେବୋତ୍ତର କମିଶନ୍ଙ୍କ ଚିଠି ପରେ ଲିଙ୍ଗରାଜ ମନ୍ଦିର ବିପଦସଙ୍କୁଳ ହୋଇପଡ଼ିଥିବା ସନ୍ଦେହ ସୃଷ୍ଟି ହୋଇଛି। ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ୍ ଥିବା ନେଇ ଏଏସ୍ଆଇକୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର୍। ଏଏସ୍ଆଇ ବାରମ୍ବାର ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଅବହେଳା କରିଛି। ଫଳରେ ଏବେ ଦଧିନଉତିରେ ଫାଟ୍ ସୃଷ୍ଟି ହୋଇଛି। ଯାହାକୁ ନେଇ କମିଶନର ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ମରାମତି ପାଇଁ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ପ୍ରତିଦିନ ମନ୍ଦିରକୁ ୮ ହଜାରରୁ […]
ଭୁବନେଶ୍ୱର: ମନ୍ଦିର ପାଣ୍ଠିଉପରେ ରହିବ ଏଜି(ଆକାଉଣ୍ଟିଂ ଜେନେରାଲ୍)ଙ୍କ ନଜର। ଏଣିକି ଅଡିଟ୍ ହେବ ମନ୍ଦିରର ସମସ୍ତ ଆୟଓ ବ୍ୟୟ। ଏଥିପାଇଁ ଦେବୋତ୍ତର କମିଶନର୍ ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍ ପାଇଁ ଏଜିଙ୍କୁ ଚିଠି ହୋଇଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରେ ରହିଛି- ଭୁବନେଶ୍ୱରର ଲିଙ୍ଗରାଜ, ରାମ ମନ୍ଦିର, ଶନି ମନ୍ଦିର, କଟକର କଟକ ଚଣ୍ଡୀ, ପଞ୍ଚମୁଖୀ ହନୁମାନ, ବାଙ୍କୀ ଚର୍ଚ୍ଚିକା, ଜଗତସିଂହପୁରର ମା’ ଶାରଳା, ଗୋରଖନାଥ ମନ୍ଦିର, କେନ୍ଦ୍ରାପଡ଼ା ବଳଦେବଜୀଉ, ଯାଜପୁରର ବିରଜା ମନ୍ଦିର, […]
ଭୁବନେଶ୍ୱର: ନୂତନ ସଂଶୋଧିତ ମୋଟର୍ ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପକଡ଼ ଚାଲିଛି। ତେଣୁ ଡ୍ରାଇଭିଂ ଲାଇସେନ୍ସ ସହ ଗାଡ଼ିର ସମସ୍ତ କାଗଜପତ୍ର କରିବାକୁ ଆରଟିଓ ଅଫିସ୍ରେ ଲୋକଙ୍କ ଲମ୍ୱା ଲାଇନ୍ ଲାଗୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ଓ ସବ୍ଡିଭିଜନ୍ ସ୍ତରରେ କ୍ୟାମ୍ପ କରାଯିବ ବୋଲି ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଫଳରେ ଲୋକେ ସେଠାରୁ ଡ୍ରାଇଭିଂ ଲାଇସେନ୍ସ ପାଇ ପାରିବେ। ପ୍ରଥମେ ଗାଡ଼ି ଚାଳକଙ୍କୁ ଲର୍ଣ୍ଣିଂ […]
ଭୁବନେଶ୍ୱର: ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ। VAHANରେ ପଲ୍ୟୁସନ ସାର୍ଟିଫିକେଟ ଅପଲୋଡ ହୋଇଥିବା ଆବଶ୍ୟକ। ପୁରୁଣା ଅଫଲାଇନ ପଲ୍ୟୁସନ ସାର୍ଟିଫିକେଟ ଚଳିତମାସ ଶେଷରେ ଅକାମି ହୋଇଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ସଂଖ୍ୟା କମ ଥିବାରୁ ଚଳିତମାସ ଶେଷ ଯାଏ ପଲ୍ୟୁସନ ସାର୍ଟିଫିକେଟ କରିବାକୁ ସମୟ ଦିଆଯାଇଛି। ଅକ୍ଟୋବର ୧ ତାରିଖରୁ VAHANରେ ଅପ୍ଲୋଡ ହୋଇଥିବା ସାର୍ଟିଫିକେଟ ହିଁ ଗ୍ରହଣୀୟ ହେବ। ପଲ୍ୟୁସନ […]
ବରଗଡ଼: ବରଗଡ଼ ଜିଲ୍ଲା ଏସ୍ ଡୁମେରପାଲି ପଞ୍ଚାୟତରେ ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ନୂଆପଲ୍ଲୀ ଗାଁର ଚାଷୀ ମହେନ୍ଦ୍ର ସାହୁ ଗତ ଗୁରୁବାର ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଋଣ ଭାର ଓ ଫସଲହାନୀ ଯୋଗୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହେନ୍ଦ୍ରଙ୍କ ପରିବାର ଲୋକ କହିଛନ୍ତି ଯେ ଗତବର୍ଷ […]