Advertisment

ଗରମରେ ଆନନ୍ଦ ଦେବ ଦହି-ଭାତ : ଆସନ୍ତୁ ଜାଣିବା ପ୍ରସ୍ତୁତି

ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ପାଣିପାଗର ପରିବର୍ତ୍ତନ ଶରୀର ଉପରେ ମଧ୍ୟ ପ୍ରଭାବ ପକେଇଥାଏ। ଅତ୍ୟଧିକ ଗରମ ପେଟ ସମସ୍ୟାକୁ ବୃଦ୍ଧି କରିଥାଏ।  ଏହାକୁ ଦୃଷ୍ଟିରେ ରଖି ଥଣ୍ଡା ପାନୀୟ ବ୍ୟବସାୟୀମାନେ ମଧ୍ୟ ତତ୍ପର ହୋଇ ଉଠିଲେଣି। ଏହିଭଳି ସବୁ ପାନୀୟର ଚାହିଦା ଏବେ ମାର୍କେଟରେ ବଢିବାରେ ଲାଗିଛି। ତେବେ କରୋନାର ଦ୍ଵିତୀୟ ଲହରୀ ଏବେ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ସରକାରଙ୍କ କଟକଣା ମଧ୍ୟ ଜାରି ହୋଇଛି ଘରେ ରହିବା ନେଇ। […]

author-image
Pramod Behera
ଗରମରେ ଆନନ୍ଦ ଦେବ ଦହି-ଭାତ : ଆସନ୍ତୁ ଜାଣିବା ପ୍ରସ୍ତୁତି

1

ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ପାଣିପାଗର ପରିବର୍ତ୍ତନ ଶରୀର ଉପରେ ମଧ୍ୟ ପ୍ରଭାବ ପକେଇଥାଏ। ଅତ୍ୟଧିକ ଗରମ ପେଟ ସମସ୍ୟାକୁ ବୃଦ୍ଧି କରିଥାଏ।  ଏହାକୁ ଦୃଷ୍ଟିରେ ରଖି ଥଣ୍ଡା ପାନୀୟ ବ୍ୟବସାୟୀମାନେ ମଧ୍ୟ ତତ୍ପର ହୋଇ ଉଠିଲେଣି। ଏହିଭଳି ସବୁ ପାନୀୟର ଚାହିଦା ଏବେ ମାର୍କେଟରେ ବଢିବାରେ ଲାଗିଛି।

Advertisment

ତେବେ କରୋନାର ଦ୍ଵିତୀୟ ଲହରୀ ଏବେ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ସରକାରଙ୍କ କଟକଣା ମଧ୍ୟ ଜାରି ହୋଇଛି ଘରେ ରହିବା ନେଇ। ଏଭଳି ପରିସ୍ଥିତିରେ ବାହାରକୁ ଯିବା କଠିନ ମଧ୍ୟ ହୋଇଯିବ। ତେବେ ବଜାରରେ ମିଳୁଥିବା ବିଭିନ୍ନ ସ୍ଵାଦଯୁକ୍ତ ଥଣ୍ଡା ପାନୀୟ ମିଳିବା କଷ୍ଟ ହୋଇଯିବ। ତେବେ ଘରେ ରହି ଆମେ ପାନୀୟର ତ ବ୍ୟବସ୍ଥା କରିବା କିନ୍ତୁ ଖାଦ୍ୟ ପ୍ରତି ମଧ୍ୟ ନଜର ଦେବା ଜରୁରୀ ଯାହା ଗରମରେ ପେଟ ପାଇଁ ହିତକର ହୋଇପାରିବ। ସେହିଭଳି ଏକ ଖାଦ୍ୟ ହେଲା ‘ଦହି-ଭାତ’। ତେବେ ଆସନ୍ତୁ ଏହାର ପ୍ରସ୍ତୁତି ବିଷୟରେ ଆଲୋଚନା କରିବା

publive-image

‘ଦହି-ଭାତ’ ପ୍ରସ୍ତୁତି କରିବା ସେତେ କଷ୍ଟକର ନୁହେଁ। ଖାଲି ଏତିକି ଯେ ଦହି ଓ ଚାଉଳ ସହିତ ଆଉ କିଛି ଜିନିଷର ଆବଶ୍ୟକତା ରହିଛି। କିଛି ନ ହେଲେ ବି ଖାଲି ଦହି ଚାଉଳ ହିଁ ଢେର। କେବଳ ଧନିଆ ଓ କଞ୍ଚା ଲଙ୍କା ମିଶେଇ ସୋରିଷ ଓ ଲଙ୍କା ସହ ତଡକା ବନେଇ ଦେଲେ ହେଲା।

Advertisment

‘ଦହି-ଭାତ’ କେବଳ ଭାରତରେ ହିଁ ଖିଆଯାଉଥିବା ବେଳେ ଏହାର ଉତ୍ପତ୍ତି ମଧ୍ୟ ଏହି ଭାରତରେ। ଦକ୍ଷିଣ ଭାରତରେ ଏହାର ବ୍ୟବହାର ଏକ ମୁଖ୍ୟ ଖାଦ୍ୟ ଭାବେ କରାଯାଏ। ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଦ୍ର ପ୍ରଦେଶ ସହିତ ମହାରାଷ୍ଟ୍ରରେ ମଧ୍ୟ ଏହାକୁ ଜମେଇକି ଖିଆଯାଏ। ହଁ, ଏତିକି କଥା ଯେ ଯାଗା ନେଇ ଏହାର ପ୍ରସ୍ତୁତି କିଛି କିଛି ଭିନ୍ନ ହୋଇଥାଏ।

publive-image

ଏହାକୁ କରିବା ନେଇ ସିଝା ଚାଉଳକୁ ଖଟା ଦହିରେ ମିଶାଅ। ଏହା ପରେ ଏଥିରେ ହରଡ ଡାଲି, ରାଇ, ଅଦା, ଜୀରା ଓ ହେଙ୍ଗୁ ଆଦି ପକାଅ। ଗୋଟିଏ ନାଲି ଲଙ୍କା ମଧ୍ୟ ଏହାର ସ୍ଵାଦକୁ ଦ୍ଵିଗୁଣିତ କରେ। ଆପଣଙ୍କ ସ୍ଵାଦ ଅନୁସାରେ ଏଥିରେ ଲୁଣ ମିଶାନ୍ତୁ। ଏବେ ‘ଦହି-ଭାତ’ ପ୍ରସ୍ତୁତ ହୋଇଗଲା। ଆପଣ ଏହାକୁ ପ୍ରାପ୍ତ ବା ମଧ୍ୟାହ୍ନ ଭୋଜନରେ ଆନନ୍ଦରେ ଖାଇପାରିବେ।

ଏହା ପଛରେ ଆଧ୍ୟାତ୍ମିକ ମହତ୍ଵ ମଧ୍ୟ ରହିଛି। ଦକ୍ଷିଣ ଭାରତରେ ଅନେକ ମନ୍ଦିରରେ ଏହାକୁ ପ୍ରସାଦ ଆକାରରେ ମଧ୍ୟ ଚଢାଯାଏ। ଏହାର ସାତ୍ତ୍ଵିକ ଗୁଣ କାରଣରୁ ହିଁ ଏହାକୁ ମନ୍ଦିରରେ ସ୍ଥାନ ମିଳିଛି। ପେଟ ସହିତ ଏହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବହୁ ହିତକର। ସପ୍ତାହକୁ ଦିନେ ବା ଦୁଇ ଦିନ ଏହାକୁ ଆପଣ ପ୍ରସ୍ତୁତ କରିପାରିବେ।

Odia Food Recipes
Advertisment
Advertisment