• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

b
'ଟ୍ରମ୍ପଙ୍କ ରାଲିରେ ଯୋଗ ଦେଇଥିବା ଲୋକଙ୍କୁ ଦେବାକୁ ପଡ଼ିବ ବହୁ ମୂଲ୍ୟ'

ନିୟୁର୍କ : ଆମେରିକା ନିର୍ବାଚନ ପ୍ରଚାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ପାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାର ପାଇଁ କରିଥିବା ୧୮ଟି ରାଲିରେ ୩୦ ହଜାର ଲୋକ କରୋନାରେ ଆକ୍ରନ୍ତ ହେବା ସହ ୭ ଶହ ମରିଛନ୍ତି। ଏ ନେଇ  ଷ୍ଟାନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ୟୁନିଭର୍ସିଟି ଗବେଷକମାନେ କିଛି ଦିନ ପୂର୍ବରୁ ସାମୂହିକ ଲୋକଙ୍କୁ ନେଇ କରାଯାଉଥିବା ସଭାରେ କୋଭିଡ୍‌ର ପ୍ରଭାବ ଶୀର୍ଷକ […]

cc
ପୋଲିସ୍‌ ବିରୋଧରେ ରୁଜୁ ହେଲା ମୃତ୍ୟୁ ମାମଲା

ବିହାର: ମୁଙ୍ଗେର ଗୁଳିକାଣ୍ଡରେ ମୃତ ଯୁବକ ଅନୁରାଗ ପୋଦ୍ଦାରଙ୍କ ପିତା ଦେଇଥିବା ବୟାନକୁ ନେଇ ପୋଲିସ୍‌ ବିରୋଧରେ କେସ୍ ରୁଜୁ କରାଯାଇଛି। ତାଙ୍କ ପିତା ପୋଲିସ୍‌ ଉପରେ ହତ୍ୟାର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ପୋଲିସ୍‌ ଚଳାଇଥିବା ଗୁଳି କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏ ନେଇ କୋତୱାଲି ଥାନାରେ ବିସର୍ଜନବେଳେ ଲାଠି ଚାଳନା କରିଥିବା ୨୦ରୁ ୨୫ ପୋଲିସ୍‌ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେଇଛି। ଘଟଣା ମୁତାବକ ୨୬ ଅକ୍ଟୋବର ରାତିରେ […]

dd
ହିଜ୍‌ବୁଲ୍‌ ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ଣୀରର ରାଜଧାନୀ ଶ୍ରୀନଗରରେ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କୀ ସଙ୍ଗଠନର ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ ହୋଇଛି। ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ୍‌ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନାକୁ ଶ୍ରୀନଗରର ରଙ୍ଗରେଥ ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନାର ରାଷ୍ଟ୍ରୀୟ ରାଇଫଲ, ଜାମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ଓଜି ଏବଂ ସିଆରପିଏଫ […]

e
ଚେନ୍ନାଇ ଜିତି ପ୍ଲେ ଅଫ୍‌ରୁ ପଞ୍ଜାବକୁ ବିଦା କଲା

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୩ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଚେନ୍ନାଇ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୫୩ ରନ୍‌ କରି ପାରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍‌ ଖେଳି ବିସ୍ପୋରକ ୬୨ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ପରେ […]

f
ଦୁଇ ମହଲା ଛାତ ଉପରୁ ୫ ପିଲାଙ୍କୁ ତଳକୁ ଠେଲିଦେଲେ ମହିଳା

ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଦୁଇ ମହଲା ଛାତ ଉପରକୁ ୫ ଜଣ ପିଲାଙ୍କୁ ଡାକି ନେଇ ଜଣ ଜଣ କରି ତଳକୁ ଫୋପାଡ଼ିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଝାଡ଼ଖଣ୍ଡର ନଗର ଥାନା ଅଧିନ ପୁରୁଣା ସାହିବଗଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବିହାରି ଲାଲ ମଣ୍ଡଳ ଭବନରେ ପାଖ ପଡ଼ୋଶୀଙ୍କ କିଛି ପିଲା ଟିଭି ଦେଖୁଥିଲେ। ସେହି ଘରର ଜଣେ ମହିଳା ପିଲାଙ୍କୁ […]

gg
ମିଠା କେଜି ୯ ହଜାର

ସୁରତ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି। ଆଗକୁ ଆସୁଥିବା ଦୀପାବଳୀ ପାଇଁ ଏବେ ଲେକମାନେ ସଜବାଜ ହେଲେଣି। ଏଥିସହ ମିଠାର ମଧ୍ୟ ଚାହିଦା ବଢ଼ିଛି। ଗୁଜୁରାଟ ସୁରତର ଏକ ଦୋକାନରେ ସ୍ଥାନୀୟ ଅଞ୍ଚଳର ଦାମୀ ମିଠାର ବିକ୍ରି ଅଧିକ ମାତ୍ରାରେ ହେଉଛି। ଯାହାର କେଜି ପ୍ରତି ଦାମ୍‌ ୯ ହଜାର ରହିଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ ଆପଣ ଠିକ୍‌ ପଢ଼ିଛନ୍ତି। ବାସ୍ତବରେ ଏହି ମିଠାର ନାମ ସୁନା ଘାରୀ। ଏହା ସୁରଟର ଏକ […]

hh
ରାଜସ୍ଥାନକୁ ୧୯୨ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଦୁବାଇ: ଚଳିତ ଆଇପିଏଲ୍‌ର ୫୪ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଫଳରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍‌ କରିଛି। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୯୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ମର୍ଗାନ ଦ୍ରୁତତମ ୩୫ ବଲ୍‌ ଖେଳି ସର୍ବାଧିକ ୬୮ […]

sleep
ରାତିରେ ନଖାଇ ଶୋଇଲେ ଏହିସବୁ ସମସ୍ୟାରେ ପଡ଼ିପାରନ୍ତି

ଆଧୁନିକ ଜୀବନଶୈଳୀ ରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଂଶ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ, ତା’ହେଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ। ଖାଲି ପେଟରେ ରାତିରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ କେଉଁ ସବୁ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ… ଶରୀରରେ ଶକ୍ତି କମ୍‌ […]

WHO Chief
ସେଲ୍‌ଫ୍‌ କ୍ୱାରେଣ୍ଟିନ୍‌ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(WHO) ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ସେଲ୍‌ଫ୍‌ କ୍ୱାରେଣ୍ଟିନ୍‌ରେ ଥିବା ସୂଚନା ମିଳିଛି। ସେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସେ ନିଜକୁ ସେଲ୍‌ଫ୍‌ କ୍ୱାରେଣ୍ଟିନରେ ରଖିବା ନେଇ ରବିବାର ଟ୍ୱିଟ୍‌ କରି ସୂଚନା ଦେଇଥିଲେ। ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଏବେ ସେ ସୁସ୍ଥ ଅଛନ୍ତି। WHOର ସମସ୍ତ ପ୍ରୋଟୋକଲ୍‌ ପାଳନ କରିବେ ବୋଲି ସେ କହିଛନ୍ତି। ଏହାସହ ଘରେ ରହି କାର୍ଯ୍ୟ କରିବେ ବୋଲି ଟ୍ୱିଟ୍ […]

baba ka dhaba owner
ଥାନାର ଦ୍ୱାରସ୍ଥ ହେଲେ ‘ବାବା କା ଢାବା’ର ମାଲିକ, ୟୁଟ୍ୟୁବରଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ୍‌‌ ମିଡିଆରେ ସେନ୍‌ସେସନ୍‌ ସାଜିଥିବା ଦିଲ୍ଲୀ ମାଲଭିଆ ନଗରର ଲୋକପ୍ରିୟ  ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିବା ୟୁଟ୍ୟୁବର ଗୌରବ ବାସନ୍‌ଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି।ସହାୟତା ପାଇଁ ଆସିଥିବା ଆର୍ଥିକ ଅନୁଦାନକୁ ଗୌରବ ହଡ଼ପ କରିଥିବା ନେଇ କାନ୍ତା ଅଭିଯୋଗ କରିଛନ୍ତି। ରବିବାର ପୋଲିସ୍‌ ଏସମ୍ପର୍କରେ ସୂଚନା ଦେଇଛି। କାନ୍ତା ଅଭିଯୋଗ ଆଣିଛନ୍ତି, ଗୌରବ ଜାଣିଶୁଣି  ନିଜର ଓ […]

jharkhand
୫ ଛୁଆଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ଦେଲେ ମହିଳା

ରାଞ୍ଚି: ଦୁଇ ମହଲାରୁ ଗୋଟିଏ ପରେ ଗୋଟିଏ ୫ ଜଣ ଛୁଆଙ୍କୁ ତଳକୁ ଫିଙ୍ଗି ଦେଲେ ମହିଳା। ହୋସ୍‌ ଉଡ଼ାଇ ଦେବା ଭଳି ଏହି ଘଟଣା ରବିବାର ସନ୍ଧ୍ୟା ୭ଟାରେ ଝାଡ଼ଖଣ୍ଡ ସାହିବଗଞ୍ଜରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ବିହାରୀ ଲାଲ୍‌ ମଣ୍ଡଲ୍‌ ଭବନରେ ୧୦ଜଣ ଛୁଆ ଟିଭି ଦେଖୁଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ବାହାନା ଦେଖାଇ ଛୁଆମାନଙ୍କୁ ଛାତ ଉପରକୁ ନେଇ ଯାଇଥିଲେ। ଏହାପରେ ଜଣକ ପରେ ଜଣେ ୫ଜଣ ଛୁଆଙ୍କୁ  ଛାତ ଉପରୁ […]

covaxin
୨୦୨୧ ମଧ୍ୟଭାଗ ଆଡ଼କୁ ଆସିପାରେ କୋଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ବାହାର କରିବା ପାଇଁ ବିଶ୍ୱର ଅନେକ ଦେଶ ଲାଗିଛନ୍ତି। ଭାରତରେ ମଧ୍ୟ କୋଭାକ୍ସିନର ପରୀକ୍ଷଣ ଏବଂ ପ୍ରସ୍ତୁତି ଆଗେଇ ଚାଲିଛି। ଏହାକୁ ଭାରତ ବାୟୋଟେକ ନାମକ କମ୍ପାନୀ ବିକଶିତ କରୁଛି। ଭାରତ ବାୟୋଟେକ୍‌ ଏହି ଭ୍ୟାକ୍ସିନ୍‌କୁ ୨୦୨୧ର ମଧ୍ୟଭାଗ ଆଡ଼କୁ ବଜାରକୁ ଛାଡ଼ିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯଦି ସରକାରଙ୍କ ତରଫରୁ ଅନୁମତି ମିଳେ ତେବେ ଏହା ଯୋଜନା ମୁତାବକ ସମୟ ମଧ୍ୟରେ ବଜାରକୁ ଛଡ଼ାଯାଇ ପାରିବ ବୋଲି ଭାରତ ବାୟୋଟେକ୍‌ର […]