ନମସ୍ତେ କମଳା ମାଗୋ ସାଗର ଦୁଲଣୀ, ନମନ୍ତେ ନମନ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ…। ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ଏମିତି କିଛି ଆଧ୍ୟାତ୍ମିକ ଗୀତ ସହ ଭାସିଆସେ ମାଆ ଲକ୍ଷ୍ମୀଙ୍କ ବନ୍ଦନା। ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ମାଣବସା ଗୁରୁବାର । ବିଶ୍ୱାସ ରହିଛି ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ବିରାଜମାନ କରେ। ଘର ପରିଜନଙ୍କ ଦୁଃଖ ଶୋକ ଦୂର ହୁଏ। ଅଶାନ୍ତ ବାତାବରଣ ପାଖ ମାଡ଼େ ନାହିଁ। ଘରର ଆର୍ଥିକ […]
ମୁମ୍ବାଇ: ପାରମ୍ପରିକ ରୀତିନୀତିରେ ବିବାହ ପରେ ଗତକାଲି ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍ଙ୍କ ଗ୍ରାଣ୍ଡ୍ ରିସେପସନ୍ ପାର୍ଟି ଆୟୋଜିତ ହୋଇଥିଲା। View this post on Instagram A post shared by Shweta Agarwal (@shweta_agarwalofficial) ରିସେପସନ୍ ପାର୍ଟିରେ ଆଦିତ୍ୟ କଳା ରଙ୍ଗର ସୁଟ୍ ସହ ଧଳା ରଙ୍ଗର ଶାର୍ଟ ପିନ୍ଧି ଥିବାବେଳେ ଶ୍ୱେତା ରେଡ୍ ଗାଉନ୍ରେ ବେଶ୍ ସୁନ୍ଦର ଦିଶୁଥିଲେ। ଏହି ପାର୍ଟିରେ […]
ନୂଆଦିଲ୍ଲୀ: ବାପା ଚାହୁଁଥିଲେ ଛାଡ଼ପତ୍ର, କିନ୍ତୁ ମାଆ ଅରାଜି ହେଲେ। ଏନେଇ ବାହାରେ ଟାହିଟାପରାର ଶିକାର ହେଲେ ନାବାଳକ ପୁଅ। ଆଉ ଶେଷରେ ଜନ୍ମକଲା ମାଆକୁ ହତ୍ୟା କଲା ସୈତାନ ପୁଅ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଆସନ୍ତୁ ଜାଣିବା ପ୍ରକୃତରେ କଣ ଘଟିଲା ଯେ ଏତେ ତଳକୁ ଚାଲିଯାଇ ବୀଭତ୍ସ ଭାବେ ମାଆକୁ ହତ୍ୟା କଲା ପୁଅ।ସୂଚନା ଅନୁସାରେ ଆଉଟର ଦିଲ୍ଲୀର ଏକ ଅଞ୍ଚଳରେ ସ୍ୱାମୀଙ୍କ ଠାରୁ ସାଢ଼େ ୩ ବର୍ଷ […]
ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ବିରୋଧ ସହ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି। ରାଜରାସ୍ତାରେ ଚାଷୀ ଆନ୍ଦୋଳନ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରି ପ୍ରକାଶ ସିଂ ବାଦଲ ଏହି ସମ୍ମାନ ଫେରାଇ ଦେଇଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପଦ୍ମ ବିଭୂଷଣ […]
ବିଶ୍ୱବନ୍ଦିତା ସ୍ୱାଇଁ ଲଢ଼େଇର ଅନ୍ଧାରୀ ଗଳିକୁ ବାହାରି ନ୍ୟାୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେ ବାଟସାରା ଯାହା ଛାଡ଼ିଦେଉ, ସେସବୁ ଯନ୍ତ୍ରଣାର ଛିଟା ବହନ କରୁଥିବା ଗୋଟେ ଗୋଟେ ପରିବର୍ତ୍ତନ। ଏ ପରିବର୍ତ୍ତନ ଶକ୍ତ ଏବଂ ସମାନତାର ବାର୍ତ୍ତା ବାଣ୍ଟୁଥିବା ଏକ ସମାଜ ଗଢ଼ିବାକୁ। ନୟାଗଡ଼ ଜିଲ୍ଲାର ୫ବର୍ଷର ଝିଅ ପରୀ ପାଇଁ ନ୍ୟାୟର ଲଢ଼େଇ ସେଭଳି ଏକ ପରିବର୍ତ୍ତନ ପାଇଁ ପ୍ରୟାସର ଅଂଶବିଶେଷ। ଅନେକ ଆଶା ଏବଂ ଅବଶୋଷର ସମୁଦ୍ର ମଧ୍ୟରେ ଏକ ଅଦମନୀୟ ଜିଦ୍ […]
ପିରାମିଡ ସାମ୍ନାରେ ‘ସେକ୍ସି’ ଫଟୋସୁଟ। ଫସିଲେ ମଡେଲଙ୍କ ସହ ଫଟୋଗ୍ରାଫର। ଏମିତିକି ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଶେଷରେ ଗିରଫ କରିବାକୁ ବାଧ୍ୟ ହୋଇଛି ପୋଲିସ। ଭାରତରେ ନୁହେଁ, ଏମିତି ଘଟଣା ଦେଖିବାକୁ ମିଲିଛି ମିଶରରେ। ବିଦେଶୀ ପୋଷାକ ପିନ୍ଧି ସଲମା-ଏଲ-ସିମି ପିରାମିଡ ଆଗରେ ଫଟୋସୁଟ କରିଥିଲେ। ଯାହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ସେଠାକାର ସରକାର। ବେଶଭୂଷା ସାଙ୍ଗକୁ ପ୍ରାଚୀନ ସ୍ଥଳରେ ଫଟୋସୁଟ କରିଥିବା ହୁସେନ ମହମ୍ମଦ ନାମକ ଫଟୋ ଗ୍ରାଫରଙ୍କୁ ମିଶର ପୋଲିସ ଗିରଫ […]
କରୋନାର କରୁଣ ଚିତ୍ର ଦେଖୁଛି ସାରା ବିଶ୍ୱ। ଏହି ମହାମାରୀ ପୁଣି ରିଟର୍ଣ୍ଣ କରିଛି। ଫଳରେ ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି। ଏତିକି ବେଳେ ଗୋଟିଏ କଥା ବିଶ୍ୱବାସୀକୁ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ଦେଶ କରୋନାର ସ୍ଥାୟୀ ମୁକାବିଲା କରିବାରେ ଲାଗି ପଡିଥିବା ବେଳେ ଚୁପ ହୋଇ ବସିଛି ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ। କରୋନା ସଂକ୍ରମଣକୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରୁନାହିଁ। ଏମିତିକି ଏହି ଦେଶର କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା […]
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଛି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ବୈଠକ। ଚାଷୀ ନେତାଙ୍କ ସହ ଆଲୋଚନା କରୁଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆଜି କଣ ରହିବ ? ଚାଷୀଙ୍କୁ ମନାଇବାକୁ କି ପଦକ୍ଷେପ ନେବେ କେନ୍ଦ୍ର ସରକାର ? ଏସବୁ ଦିଗ ଉପରେ ସାରା ଦେଶର ଚାଷୀଙ୍କ ନଜର ରହିଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ଚାଷୀଙ୍କ ଦାବି ଅନୁସାରେ ଦର ଦେବା ପ୍ରସଙ୍ଗ ଉପରେ ସରକାର […]
ଚେନ୍ନାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ନେତା ହେବାକୁ ଯାଉଛନ୍ତି ତାମିଲ୍ ଷ୍ଟାର୍ ରଜନୀକାନ୍ତ। ୨୦୨୧ ଜାନୁଆରିରେ ନିଜର ଦଳ ଗଠନ କରିବେ। ଏନେଇ ଡିସେମ୍ବର ୩୧ ତାରିଖରେ ଏ ବିଷୟରେ ସମସ୍ତ ସୂଚନା ଦେବେ। ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ରଜନୀକାନ୍ତ। କରୋନା ଭାଇରସ ପାଇଁ ଯୋଜନା ପ୍ରଭାବିତ ହୋଇଥିଲା। ଏବେ ତାମିଲନାଡୁକୁ ପରିବର୍ତ୍ତନ କରିବାର ସମୟ ଆସିଛି। ଯଥା ସମ୍ଭବ ଆମେ ଲୋକଙ୍କ ପାଇଁ କାମ କରିବୁ। ଯଦି ଏହି ସମୟରେ […]