• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

loot
ପତ୍ନୀଙ୍କ ସହ କ’ଣ ହେଲା ଯେ ସ୍ୱାମୀ ସାଜିଲା ବଡ଼ ଲୁଟେରା

ଗୁଜରାଟ: ପତ୍ନୀଙ୍କ ସହ ସବୁବେଳେ ଲାଗୁଥିଲା ଝଗଡ଼ା। ବାରମ୍ବାର ତାଗିଦ୍ ସତ୍ତ୍ୱେ ସ୍ତ୍ରୀ ହେଉଥିଲେ ନଛୋଡ଼ବନ୍ଦା। ବାଧ୍ୟ ହୋଇ ଚୋର ସାଜିଲେ ସ୍ୱାମୀ। ବନିଗଲେ କୁଖ୍ୟାତ ବାଇକ୍ ଲୁଟେରା। ବିଭିନ୍ନ ସ୍ଥାନରୁ ଉଠାଇ ଆଣିଲେ ୩୦ରୁ ଊର୍ଦ୍ଧ୍ୱ ବାଇକ୍। ଏଭଳି ଏକ ଘଟଣା ଘଟିଛି ଗୁଜରାଟ ସୁରତ ସହରରେ।ଖାଲି ଏତିକି ନୁହେଁ ଚୋରା ବାଇକ୍ କାଳେ ପୋଲିସ ଧରିନେବ, ସେହି ବାଇକଗୁଡିକୁ ଏକ ବ୍ରିଜ୍ ତଳେ ଲୁଚାଇ ରଖିଥିଲା ଲୁଟେରା। କିଛି ଦିନ ପରେ ସ୍ଥାନୀୟ ଲୋକଙ୍କ […]

cyclone
୪ରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ବୁରେଭି’, ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍ ବାତ୍ୟା ‘ବୁରେଭି’ର ରୂପ ନେଇଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ‘ବୁରେଭି’ ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ। ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।  ଆସନ୍ତାକାଲି ‘ବୁରେଭି’ ଗଲ୍ଫ ଅଫ୍ ମାନାର୍ ଦେଇ ୪ ତାରିଖରେ ଏହା ତାମିଲନାଡୁରେ ଲ୍ୟାଣ୍ଡଫଲ୍‌ କରିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ପଢ଼ନ୍ତୁ: ଉପହାର ଦେଇ ଗଲା ବାତ୍ୟା […]

sunny deol
ବଲିଉଡ୍‌ ଅଭିନେତା ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ନି ଦେଓଲ କରୋନା ଆକ୍ରାନ୍ତ ନେଇ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେ ଏବେ ଆଇସୋଲେସନ୍‌ରେ ଅଛନ୍ତି। ସନ୍ନି ଟ୍ୱିଟ୍‌ କରି ଏହା କହିଛନ୍ତି। କିଛି ଦିନ ପୂର୍ବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। मैंने […]

vlcsnap-error134
ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା

ମୁମ୍ବାଇ: ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା । ଏଭଳି ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହି ଟିକାକରଣ କେନ୍ଦ୍ରରେ ଏତେ ଲୋକଙ୍କ ଭିଡ଼ ଜମିଥିଲା ଯେ ସେଠାରେ ଦଳାଚକଟା ଭଳି…

accident
କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍, ୮ ମୃତ

ଲକ୍ଷ୍ନୌ: ରାସ୍ତାକଡ଼ରେ ଛିଡ଼ା ହୋଇଥିବା କାର୍‌ ଉପରେ ବାଲି ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ କୌଶମ୍ବି ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାର୍‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ବାଲି ବୋଝେଇ ଟ୍ରକ୍‌ କାର୍‌ ଉପରେ ଓଲଟି ପଡ଼ିଥିଲା। ଏହି ସମୟରେ କାର୍‌ ଭିତରେ ୧୦ଜଣ ଲୋକ ଥିଲେ। ସମସ୍ତେ ଏକ ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ […]

aditya narayan marriage
୧୦ ବର୍ଷର ସମ୍ପର୍କକୁ ବିବାହର ରୂପ ଦେଲେ ଆଦିତ୍ୟ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ ୫୦ରୁ ଅଧିକ ଲୋକ ଯୋଗ ଦେଇନଥିଲେ।   View this post on Instagram   A post shared by #Shwetya my life❤❤❤ (@adiholic_till_last_breath) ଆଦିତ୍ୟ, କ୍ରିମ୍‌ ରଙ୍ଗର ଶେର୍‌ୱାନି ପିନ୍ଧି ଥିବାବେଳେ ଶ୍ୱେତା ହେଭି ୱାର୍କ ହୋଇଥିବା […]

1
ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ବିଫଳ, ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲୋଚନା ପାଇଁ ଡାକିଥିବା ବୈଠକରେ ସମାଧାନର ବାଟ ବାହାରି ପାରିନାହିଁ। ଆଲୋଚନା ପରେ ବି ଆନ୍ଦୋଳନରୁ ଚାଷୀ ଓହରି ନାହାନ୍ତି। କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଜାରି ରହିଛି। ଆଜି ବି ଦିଲ୍ଲୀ ସୀମା ସିଙ୍ଘୁ-ଟିକ୍ରୀରେ ରାସ୍ତା ଅବରୋଧ ରହିଛି। ପରିସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଅପରପକ୍ଷେ ଦିଲ୍ଲୀରୁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି। ଦିଲ୍ଲୀ-ଅମୃତସର, […]

Chef Lost Job
ଦିନେ ପଞ୍ଚ ତାରକା ହୋଟେଲ୍‌ରେ ସେଫ୍‌ ଥିଲେ, ଆଜି ରାସ୍ତାକଡ଼ରେ ବିକ୍ରି କରୁଛନ୍ତି ବିରିୟାନୀ

ମୁମ୍ବାଇ: ମହାମାରୀ କରୋନା ଯୋଗୁ ବଦଳି ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। କିଏ ଚାକିରି ହରାଇଛି ତ ଆଉ କାହାର ବଦଳି ଯାଇଛି ପେଶା। ଆମେ ଏଠି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ, ଯାହାଙ୍କର ଜୀବନଶୈଳୀ ବଦଳାଇ ଦେଇଛି କରୋନା। ଯିଏ ଦିନେ ପଞ୍ଚ ତାରକା ହୋଟେଲ୍‌ରେ ସେଫ୍(chef)‌ ଥିଲେ, ଆଜି ସେ ରାସ୍ତାକଡ଼ରେ ଷ୍ଟଲ୍‌ ଲଗାଇ ବିରିୟାନୀ ବିକ୍ରି କରୁଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମୁମ୍ବାଇର ଅକ୍ଷୟ […]

viart
ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

କାନବେର୍ରା: କ୍ରିକେଟ ଭଗବାନ ଭାବେ ପରିଚିତ‌ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପ୍ଟେନ୍‌ ବିରାଟ କୋହଲି। ଏକ ଦିବସୀୟ ଫର୍ମାଟ୍‌ରେ ସବୁଠୁ କମ୍ ଇନିଂସ ଖେଳି ୧୨ ହଜାର ରନ୍‌ ପୂରଣ କରିଛନ୍ତି ବିରାଟ। ବୁଧବାର କାନବେରାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ୱାନ୍‌ଡେ ମ୍ୟାଚ୍‌ରେ ବିରାଟ ଏହି ସଫଳତା ପାଇଛନ୍ତି। ମାତ୍ର ୨୫୧ ମ୍ୟାଚ୍‌ରେ ୨୪୨ ୱାନ୍‌ଡେ ଇନିଂସ ଖେଳି ୧୨ ହଜାର ରନ୍ ପୂରଣ କରିଛନ୍ତି ବିରାଟ। ଏହା ପୂର୍ବରୁ ସଚିନ୍‌ ୩୦୯ ମ୍ୟାଚ୍‌ରେ […]

sbi
କ’ଣ ପାଇଁ ୪୨ କୋଟି ଗ୍ରାହକଙ୍କୁ ସାବଧାନ କଲା SBI

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ସାଇବର ଠକେଇର ଶିକାର ହେଉଛନ୍ତି ଗ୍ରାହକ। ବିଭିନ୍ନ ସାଇବର ଥାନାରେ ରୁଜୁ ହେଉଛି ସଂଖ୍ୟାଧିକ ମାମଲା। ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଗ୍ରାହକଙ୍କୁ କରୁଛନ୍ତି ଶୋଷଣ । ଫେକ୍ ଇ-ମେଲ୍ ଗ୍ରାହକଙ୍କ ପାଖକୁ ପଠାଇ ଅନଲାଇନ୍ ଦ୍ୱାରା ଟଙ୍କା ଉଠାଇ ନେଉଛନ୍ତି। ଏ ନେଇ ଦେଶର ୪୨ କୋଟି ଗ୍ରାହକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି SBI । ତେବେ ଏମିତି କୌଣସି ଇ-ମେଲ ଗ୍ରାହକମାନଙ୍କ ପାଖକୁ ପଠାଯାଉନଥିବା ନିଜେ ଟ୍ୱିଟ୍ […]

coronavirus-1
ଭାରତରେ ସ୍ପୁଟିନିକ୍-ଭିର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେବ ଋଷିଆ ଭ୍ୟାକସିନ୍ ସ୍ପୁଟିନିକ୍-ଭିର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ସ୍ପୁଟିନିକ୍ ଭିର ଟ୍ରାଏଲ ପାଇଁ ଔଷଧ ନିୟନ୍ତ୍ରକ ଅନୁମତି ଦେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତରେ ବିତରଣ ସଂସ୍ଥା ଡକ୍ଟର ରେଡ୍ଡୀ ଓ ସହଯୋଗୀ ଜେଏସ୍‌ଏସ୍‌ ମେଡିକାଲ୍ ରିସର୍ଚ୍ଚର ସହଭାଗିତା ସହ ପ୍ରକ୍ରିୟା ଆରମ୍ଭ କରିଛି। ଭାରତକୁ ଋଷିଆନ୍ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ ଦ୍ୱାରା ସ୍ପୁଟିନିକ୍-ଭି ଭ୍ୟାକସିନ୍ ଆସିବା ପରେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ। […]

marige
ବିବାହର ୨ ଘଣ୍ଟା ପରେ ଥାନାକୁ ଗଲା ମାମଲା, କନ୍ୟାପକ୍ଷ କହିଲେ କାହିଁକି ଏମିତି କଲ ?

ଗୋରଖପୁର- ସାତ କଳସ ଆଠ ଦୀପ, ପବିତ୍ର ସାହାନାଇ, ବାହାବେଦି ଏମିତି କିଛି ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ବିବାହର ୨ ଘଣ୍ଟା ବିତିଲା ପରେ ଘଟିଗଲା ଅବିଶ୍ୱସନୀୟ ଘଟଣା । ବଦଳିଗଲା ୨ଟି ମଣିଷର ବୈବାହିକ ଜୀବନ।  ସାତ ଜନମର ସାଥୀ ହେବାର ସ୍ନପ୍ନ ହେଲା ଚୂରମାର । କ’ଣ ଥିଲା ଘଟଣାକ୍ରମ ଆସନ୍ତୁ ଜାଣିବା- ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ହେମଚ୍ଛାପୁର ନିବାସୀ ଭୂଆଲ ନିଷାଦଙ୍କ […]

figer
ଫାଇଜର ବାୟୋଟେକ୍‌ ଭ୍ୟାକ୍ସିନ୍‌କୁ ବ୍ରିଟେନ୍‌ର ଅନୁମତି; ଆସନ୍ତା ସପ୍ତାହରେ ମିଳିବ ଟିକା

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଫାଇଜର ବାୟୋଟେକ୍‌ ଟିକା ବ୍ୟବହାର କରିବାକୁ ଅନୁମତି ଦେଲା ବ୍ରିଟେନ୍‌। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍‌ ଫାଇଜକୁ କରୋନା ବିରୋଧରେ ବ୍ୟବହାର କରିବାକୁ ସରକାରୀ ସ୍ତରରେ ଅନୁମତି ଦେଇଛି। ଆସନ୍ତା ସପ୍ତାହରେ ଏହି ଟିକା ବଜାରରେ ଉପଲବ୍ଧ ହେବ ବୋଲି ବ୍ରିଟେନ୍ କହିଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। “ଫାଇଜର ବାୟୋଟେକ୍‌ କୋଭିଡ-୧୯ ଭ୍ୟାକ୍ସିନ୍‌କୁ ବ୍ୟବହାର ପାଇଁ ମେଡିକାଲ୍‌ ଆଣ୍ଡ ହେଲ୍‌ତ ପ୍ରଡକ୍ଟ ରେଗୁଲଟୋରୀ ଏଜେନ୍ସି(MHRC) ଅନୁମୋଦନ ଦେଇଥିଲା। ତେଣୁ […]