ଗୁଜୁରାଟ: ମଦ ଢାଳି ଭୂମି ପୂଜନ। ଗୁଜରାଟରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ପୂର୍ବତନ ବିଜେପି ବିଧାୟକ ମୋତି ସିଂ ଭସାବା ଓ ଭାରତୀୟ ଟ୍ରାଇବାଲ ପାର୍ଟି ବା ବିଟିପି ବିଧାୟକ ମହେଶ ଭସାବା ମଦ ଢାଳି ଭୂମି ପୁଜା କରୁଥିବା ଦେଖାଦେଇଛି। ଗୁଜରାଟର ନର୍ମଦା ଜିଲ୍ଲାର ଦରିଆପଡ଼ା ତହସିଲରେ ନୂଆ ରାସ୍ତା ର୍ନିମାଣ ପାଇଁ ଗତ ଶନିବାର ଏହି ଭୂମି ପୂଜନ କରାଯାଇଥିଲା। ଭୂମି ପୂଜନ ପରେ ଲୋକଙ୍କୁ ପ୍ରସାଦ ଭାବେ ଏହି ମଦକୁ […]
ନୂଆଦିଲ୍ଲୀ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଆଜିକାଲି ତାଙ୍କର ଫିଲ୍ମ ଲକ୍ଷ୍ମୀ ବମ୍ର (Laxmmi Bomb) ପ୍ରମୋଶନକୁ ନେଇ ଖୁବ୍ ବ୍ୟସ୍ତ। ତେବେ ସୋସିଆଲ ମିଡିଆରେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଟାଇଟଲକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଏହି ମାମଲାରେ ଅଭିନେତା ମୁକେଶ ଖନ୍ନା ତାଙ୍କର ଇନ୍ଷ୍ଟାଗ୍ରାମରେ ଏକ ଲମ୍ବା ଚୌଡା ପୋଷ୍ଟ ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ମୁକେଶ ଖନ୍ନା ପୋଷ୍ଟରେ ଲେଖିଛନ୍ତି, “ଲକ୍ଷ୍ମୀ ବମ୍’ ଟାଇଟଲରେ କୌଣସି […]
ବିଶାଖାପାଟଣା: ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଭ୍ୟାନ୍ ଓଲଟି ପଡ଼ିବା ଯୋଗୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଭ୍ୟାନ୍ରେ ୧୫ଜଣ ଥିଲେ ବୋଲି ସୂଚନା ମିଳିଛି। ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଭାରସାମ୍ୟ ହରାଇ ଭ୍ୟାନ୍ଟି ଓଲଟି ପଡ଼ିଥିଲା।
ମୁମ୍ବାଇ: ୨୦୨୦ର ସବୁଠାରୁ ଚର୍ଚ୍ଚିତ ବିବାହ ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହ ବୋଲି କୁହାଯାଉଛି। ଅକ୍ଟୋବର ୨୪ରେ ନେହା ନିଜ ପ୍ରେମିକ ତଥା ସିଙ୍ଗର୍ ରୋହନପ୍ରୀତ୍ ସିଂଙ୍କୁ ଦିଲ୍ଲୀର ଏକ ଗୁରୁଦ୍ୱାରରେ ବିବାହ କରିଥିଲେ। ଏହି ବିବାହରେ ଉଭୟଙ୍କ ପରିବାର ସଦସ୍ୟ ଓ ଅତି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ବିବାହକୁ ନେଇ ଯେତିକି ଚର୍ଚ୍ଚା ବିବାହର ଫଟୋ ଓ ଭିଡିଓକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା। ଯାହା ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ […]
ମୁମ୍ବାଇ: ଆଜିକାଲି ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ କୁ ନେଇ ଜବରଦସ୍ତ ଆଲୋଚନା ଚାଲିଛି। ରିଲିଜ୍ ପୂର୍ବରୁ ନାମକୁ ନେଇ ବିବାଦ ଘେରକୁ ଆସିଥିଲା ଏହି ଫିଲ୍ମ । ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଙ୍କ ଜବରଦସ୍ତ ବିରୋଧ ପରେ ନିର୍ମାତାମାନେ ଏହି ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ‘ଲକ୍ଷ୍ମୀ ବମ୍’ର ନାମକୁ ପରିବର୍ତ୍ତନ କରାଯାଇ ‘ ଲକ୍ଷ୍ମୀ ‘ ରଖାଯାଇଛି। ଦୀର୍ଘ ଦିନ […]
ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ଆଉ ପାଦେ ଆଗକୁ ବଢ଼ିଲା ଭାରତ। କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟ ହୋଇପାରେ ବିସିଜି ଭ୍ୟାକସିନ୍। ବୟସ୍କଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଫଳପ୍ରଦ ହୋଇପାରେ ବୋଲି ICMR ଗବେଷଣାରୁ ଜଣାପଡ଼ିଛି। ବୟସ୍କଙ୍କ ମେମୋରି ସେଲ୍କୁ କାର୍ଯ୍ୟକ୍ଷମ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବ। ୮୬ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ICMR ଗବେଷଣା କରିିଥିଲା। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର […]
ନୂଆଦିଲ୍ଲୀ: ଗୁରୁବାର ଭାରତ ବିପକ୍ଷ ODI ଏବଂ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଘୋଷଣା କରିଛି। ଏହି ୧୮ ସଦସ୍ୟ ବିଶିଷ୍ଟ ଦଳରେ ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ ସାମିଲ କରାଯାଇଛି। ୩ ବର୍ଷ ପରେ ଦଳକୁ ଫେରିଛନ୍ତି ମୋଇସ୍ । ଗୋଡ ଆଘାତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇ ନ ଥିବା ମିଚେଲ ମାର୍ଶଙ୍କ ସ୍ଥାନରେ ମୋଇସ୍ ହେନରିକ୍ସଙ୍କୁ ଏହି ସୁଯୋଗ ମିଳିଛି। ଏଠି କହିରଖିବୁ, ମୋଇସ୍ ହେନରିକ୍ସ ୨୦୧୭ରେ ତାଙ୍କର ଶେଷ ଅନ୍ତର୍ଜାତୀୟ […]
ନୂଆଦିଲ୍ଲୀ: ଶପିଂ ପ୍ଲାଟ୍ଫର୍ମ ଫ୍ଲିପ୍କାର୍ଟରେ(Flipkart) ବିଗ୍ ଦିୱାଲି ସେଲ୍ (Big Diwali Sale) ଗୁରୁବାର ଦିନଠୁ ଆରମ୍ଭ ହୋଇଯାଇଛି। ଏହା ନଭେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଫେଷ୍ଟିଭ୍ ସିଜନ୍କୁ ଦୃଷ୍ଟିରେ ରଖି ଫ୍ଲିପ୍କାର୍ଟ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର ଆଣିଛି। ଜାଣନ୍ତୁ ଫ୍ଲିପ୍କାର୍ଟର Big Diwali Saleରେ କେଉଁ ସବୁ ସ୍ମାର୍ଟଫୋନ୍ରେ କ’ଣ ସବୁ ଅଫର ରହିଛି… iPhone SE iPhone SE ର ସବୁଠୁ ଅଧିକ ଡିମାଣ୍ଡ ଦେଖିବାକୁ ମିଳିଛି। ଫ୍ଲିପ୍କାର୍ଟର ନୂଆ ସେଲ୍ରେ ଏହି […]
ଆବୁଧାବି: ଆଇପିଏଲ୍ରେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇର ଚମକପ୍ରଦ ବିଜୟ ହାସଲ କରିଛି । କୋଲକତା ନାଇଟ୍ ରାଇଡର୍ସ(KKR) କୁ ୬ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ। ଶେଷ ଓଭରର ଶେଷ ୨ ବଲ୍ରେ ୨ଟି ଛକା ମାରି କେକେଆରଠୁ ମ୍ୟାଚ ଛଡାଇ ନେଇଥିଲେ ରବୀନ୍ଦ୍ର ଜାଡେଜା । ଶେଷ ୨ ଓଭରରେ ବିଜୟ ପାଇଁ ୩୦ ରନ୍ ଆବଶ୍ୟକ ଥିବା ବେଳେ ଜାଡେଜା ୧୧ ବଲ୍ରେ ଧୂଆଁଧାର ୩୧ ରନ୍ କରି […]
ସେକ୍ସ କଲ୍ଟ ଗୁରୁ କିଥ୍ ରୋନିଏରିକୁ ଆମେରିକାର ଏକ କୋର୍ଟ ୧୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସେ ବହୁ ମହିଳାଙ୍କୁ ନିଜର କ୍ରୀତଦାସ କରି ରଖିଥିଲେ । ସେମାନଙ୍କ ସହିତ ଶାରୀରିକ ସଂପର୍କ ରଖୁଥିଲେ । ସେ ନେକ୍ସିଅମ୍ ସେକ୍ସ କଲ୍ଟ ନାମରେ ଏକ ସଂଗଠନ ଗଢି ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ । ସେ ଠକେଇ, ଯୁବତୀ ଚାଲାଣ, ଶିଶୁ ପର୍ଣ୍ଣୋଗ୍ରାଫି ଓ ଅନ୍ୟ ଅପରାଧ କରିଥିବା ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଛି […]
ଶ୍ରୀନଗର: କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି। ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତିନି ଜଣ କର୍ମୀ କାଶ୍ମୀର ଉପତ୍ୟକାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କଠିନ ସମୟରେ ମୃତକଙ୍କ ପରିବାର ସହ ସେ ଛିଡ଼ା ହୋଇଥିବା ଟ୍ୱିଟ୍ କରି କହିଛନ୍ତି। ଆଜି ଶ୍ରୀନଗର, ଜମ୍ମୁ ସମେତ ଅନ୍ୟ ଅଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତଙ୍କବାଦୀ ମାନେ କିଭଳି ଏହି ବର୍ବରକାଣ୍ଡ ଭିଆଇଲେ ତାକୁ ନେଇ […]
ମଥୁରା: କ୍ରାଇମ୍ ଶୋ’ ଦେଖି ଜଣେ ନାବାଳକ ତାଙ୍କ ବାପାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ପଛାଇ ନଥିଲେ। ଉତ୍ତରପ୍ରଦେଶ ମଥୁରାରେ ଏହି ଘଟଣା ଘଟିଥିବା ଗୁରୁବାର ଦିନ ପୋଲିସ୍ ସୂଚନା ଦେଇଛି। ୨୦୨୦ ମେ’ରେ ନାବାଳକ ଜଣକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ମନୋଜ ମିଶ୍ରା। ପୋଲିସ୍ ସୂଚନା ଅନୁଯାୟୀ, ‘ମନୋଜ ବହୁତ୍ ରାଗୀ ସ୍ୱଭାବର ଥିଲେ। ମେ’୨ରେ ସେ ସମ୍ପୃକ୍ତ ନାବାଳକଙ୍କୁ ବାଡ଼େଇ ଥିଲେ। […]
ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପ୍ସର ତିଆରିକୁ ନେଇ କିଛିଦିନ ତଳେ ବିବାଦ ଦେଖାଦେଇଥିଲା। ସରକାରଙ୍କ ପାଖରେ ଏନେଇ ତଥ୍ୟ ନଥିଲା। ଦୁଇ ମାସ ତଳେ ଜଣେ ବ୍ୟକ୍ତି ଆରଟିଆଇ ଜରିଆରେ ଏହାର ତଥ୍ୟ ମାଗିଥିଲେ। ହେଲେ ଏହାର ତଦାରଖ କରୁଥିବା ଏନଆଇସି କିମ୍ବା ମନ୍ତ୍ରଣାଳୟ ନିକଟରେ ଆରୋଗ୍ୟ ସେତୁକୁ କିଏ ଡେଭଲପ କରିଥିଲା, ତା’ର ତଥ୍ୟ ନାହିଁ। ଏହାକୁ ନେଇ ବିବାଦ ଦେଖାଦେବା ପରେ ସରକାର ଏହାର ସ୍ସଷ୍ଟୀକରଣ […]
ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲିଯିବା ପରେ ସଫେଇ ଦେଇଛନ୍ତି ଇମ୍ରାନ ଖାନ୍। ଇମ୍ରାନ କହିଛନ୍ତି, ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ପାକିସ୍ତାନ ସେନା କିମ୍ବା ସରକାର ଉପରେ କୌଣସି ଚାପ ପଡ଼ି ନ ଥିଲା। ସୂଚନାଥାଉ କି, ପାକିସ୍ତାନରେ ବିପକ୍ଷ ସାଂସଦ ଅୟାଜ ସାଦିକ ଦାବି କରିଥିଲେ, ଭାରତ କାଳେ ଆକ୍ରମଣ କରିବ, ସେହି ଭୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଭିନନ୍ଦନଙ୍କୁ […]