ମୁମ୍ବାଇ: ବେଲୁନ ଗିଳିଦେବାରୁ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ମୁମ୍ବାଇର ଅନ୍ଧେରୀରେ ଏଭଳି ଅଘଟଣ ଘଟିଛି। ମୃତ ଶିଶୁର ନା ଦେବାରାଜ। ଦେବରାଜ ଭଉଣୀ ସହିତ ଖେଳୁଥିବା ବେଳେ ବେଲୁନ୍ ଗିଳିଦେଇଥିଲା। ବେଲୁନ୍ଟି ଗଳାରେ ଅଟକିଯିବାରୁ ଶିଶୁଟିର ମୃତ୍ୟୁ ହୋଇଛି। ଖବର ଅନୁସାରେ, ଭାଇଭାଉଣୀ ବେଲୁନ ଫୁଙ୍କି ଖେଳୁଥିଲେ। ୪ ବର୍ଷୀୟ ଶିଶୁ ଦେବରାଜ ଶୋଇପଡ଼ିବା ବେଳେ ବଠାତ୍ ବେଲୁନଟି ତାଙ୍କ ପାଟିରେ ପଶିଯାଇଥିଲା। ବେଲୁନ୍ଟି ଗଳା ଭିତରକୁ ପଶିଯିବାରୁ ପରିବାର ଲୋକେ ବେଲୁନ୍ କାଢ଼ିପାରି […]
ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟିରେ ସବୁଠୁ ସୁନ୍ଦର ନାରୀ। ଆଉ ଯେତେବେଳେ ନାରୀ ସଜେଇ ହୁଏ ସେତେବେଳେ ସେ ଦେବୀ ପରି ଲାଗେ। ସାଧାରଣତଃ ଝିଅମାନଙ୍କର ସାଜସଜ୍ଜା ପ୍ରତି ଅହେତୁକ ଦୁର୍ବଳତା ଥାଏ। ବାହାଘର ହେଉ କିମ୍ବା କୌଣସି ଉତ୍ସବ, ବିନା ମେକଅପ୍ରେ ଯିବାକୁ ଝିଅମାନେ ପସନ୍ଦ କରନ୍ତି ନାହିଁ। ଆଉ ବାହାଘର ସମୟରେ ତ କନ୍ୟା ସଜେଇ ହେବା ଅଧିକ ଗୁରୁତ୍ୱ ବହନ କରେ। ମୁହଁର ସାଜସଜ୍ଜା ସହିତ ଅଳଙ୍କାରରେ ସଜାଇ ହେଲେ ଫଟୋ ସୁଟ୍ ପାଇଁ […]
କ୍ୟାନବେରା: କାନବେରାରେ ଅଷ୍ଟ୍ରେଲିଆ ସହିତ ଖେଳାଯାଉଥିବା ଶେଷ ତଥା ଅନ୍ତିମ ଦିନିକିଆରେ ପାଣ୍ଡ୍ୟା ଓ ଜାଡେଜାଙ୍କର ରେକର୍ଡ ବ୍ରେକିଂ ପାଟନରସିପ୍ ଦେଖିବାକୁ ମିଳିଛି। ୨୦ ବର୍ଷର ତଳର ରେକର୍ଡ ଭାଙ୍ଗିଛି ଏହି ଯୋଡ଼ି। ମ୍ୟାଚ୍ ଚାଲିଥିବା ବେଳେ ୩୨ ଓଭରେ ବିରାଟ କୋହଲି ମାତ୍ର ୬୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିବାର ଆଶା ମଉଳି ଯାଇଥିଲା। କିନ୍ତୁ ଏହି ଆଶାକୁ ପୁନର୍ଜିବୀତ କରିଥିଲା ପାଣ୍ଡ୍ୟା ଓ […]
ଡିସେମ୍ବର ପହିଲାରେ ପାଳନ ହେଲା ବିଶ୍ୱ ଏଡସ ଦିବସ। ଚାରିଆଡ଼େ ସଚେତନତା କାର୍ଯ୍ୟକ୍ରମ ବି ହେଲା। ଲୋକେ ଅଳ୍ପ ବହୁତ ସଚେତନ ହେଲେ। କିନ୍ତୁ ଦୁଃଖର ବିଷୟ ହେଲା ଏଡ୍ସର ମୂଳୋତ୍ପାଟନ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରିପାରିନାହିଁ। ଏହି ଅପେକ୍ଷା ଦିନେ କି ଦୁଇ ଦିନର ନୁହେଁ, ଦୀର୍ଘ ୪୦ ବର୍ଷ ହେଲା ବାହାରିପାରିନି ଏଚଆଇଭି ପାଇଁ ଭ୍ୟାକସିନ୍। ଏଚଆଇଭିକୁ ପ୍ରତିହତ କରିବା ପାଇଁ ସେମିତି କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିନାହିଁ। […]
ମୁମ୍ବାଇ: ଗିରଫର ୩ ମାସ ପରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍। ବୁଧବାର ମୁମ୍ବାଇର ଏନ୍ଡିପିଏସ୍ କୋର୍ଟ ସୌଭିକ୍ଙ୍କୁ ଜାମିନ ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ନେଇ ସୌଭିକ୍ଙ୍କୁ ଗରିଫ କରିଥିଲା ଏନ୍ସିବି(ନାର୍କୋଟିକ୍ସି କଣ୍ଟ୍ରୋଲ୍ ବ୍ୟୁରୋ)। ସେପ୍ଟେମ୍ବର ୪ ତାରିଖରେ ଏନ୍ସିବି ସୌଭିକ୍ଙ୍କ ଘରେ ରେଡ୍ କରିଥିଲା। ପରେ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରାଣ୍ଡା ଓ ସୌଭିକ୍ଙ୍କୁ ଗରିଫ କରିଥିଲା ଏନ୍ସିବି। […]
ନୂଆଦିଲ୍ଲୀ: ୨୦୨୧ ସାଧାରଣତନ୍ତ୍ର ଦିବସ ପାଇଁ ଉତ୍ସବ ପାଇଁ ଏଥର ଭାରତର ଅତିଥି ହେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍। ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଜନସନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୭ ତାରିଖରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଟେଲିଫୋନିକ୍ ବର୍ତ୍ତାଳାପରେ ଜନ୍ସନ୍ଙ୍କୁ ନିମନ୍ତ୍ରଣ କରିଥିଲେ ମୋଦି। ଜନ୍ସନ୍ ମଧ୍ୟ ଭାରତ ଆସିବାକୁ ଉତ୍ସୁକ ଥିବା ବ୍ରିଟେନ୍ ତରଫରୁ କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟତା […]
କ୍ୟାନବେରା: ଅଷ୍ଟ୍ରେଲିଆର କ୍ୟାନବେରାରେ ଖେଳାଯାଉଥିବା ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ରେ ସମ୍ମାନ ରଖିଲା ଭାରତ। ୩୦୩ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୧୩ ରନ୍ରେ ଭାରତ ଠାରୁ ହାରିଯାଇଛି। ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ୪୯.୩ ବଲ୍ ଖେଳି ମାତ୍ର ୨୮୯ ରନ୍ କରିପାରିଥିଲା। ଅଷ୍ଟ୍ରେଲିଆ ଏହି ତିନିଟିକିଆ ସିରିଜ୍କୁ ୨-୧ରେ ଜିତି ନେଇଥିଲେ ବି କ୍ଲିନ୍ ସୁଇପ୍ କରିପାରିନଥିଲା। ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ […]
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ବାତ୍ୟାର ନାଁ ‘ବୁରେଭି’ ରଖାଯାଇଛି। ଆସନ୍ତାକାଲି ସକାଳେ ଏହା ତାମିଲନାଡୁ ଅତିକ୍ରମ କରିବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ‘ବୁରେଭି’ ଆଜି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଏହା ପଶ୍ଚିମ ଦିଗରେ ଗତି କରିବ। ଏହାପରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ମୁହାଁ ହେବ। ଆସନ୍ତାକାଲି […]
ନୂଆଦିଲ୍ଲୀ: ଏଣିକି ଦେଶର ସବୁ ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ଏଥିସହ ଅନ୍ୟ ତଦନ୍ତକାରୀ ସଂସ୍ଥା ଯଥା- ସିବିଆଇ, ଏନ୍ସିବି, ଏନ୍ଆଇଏ, DRI ଓ ଇଡି ଅଫିସରେ ମଧ୍ୟ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବା ସହ ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ। ତଦନ୍ତକାରୀ ସଂସ୍ଥା ଗୁଡିକ ଅଫିସରେ ପଚରାଉଚରା କରୁଥିବାରୁ ସେଠାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ […]
ନୂଆଦିଲ୍ଲୀ: ଏମ୍ଡିଏଚ୍ (MDH) ମସଲାର ମାଲିକ ମହାଶୟ ଧର୍ମପାଲ୍ ଗୁଲାଟିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସାଢ଼େ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩ ସପ୍ତାହ ହେବ ସେ ଦିଲ୍ଲୀର ଏକ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ସୂଚନାଥାଉ କି, ୨୦୧୮ରେ ଧର୍ମପାଲ୍ଙ୍କ ମୃତ୍ୟୁ ଖବରକୁ ନେଇ ସୋଶାଲ୍ ମିଡିଆରେ ଗୁଜବ ଖବର ପ୍ରସାରିତ ହୋଇଥିଲା। ଏହାପରେ ତାଙ୍କ ପରିବାର […]
ସୁରତ: ପେଟି ପେଟି ମଦ ବୋତଲ ଉପରେ ଚାଲିଲା ବୁଲ୍ଡୋଜର। ଆଉ ରାସ୍ତାରେ ଭାସିଲା ମଦ। ଗୁଜରାଟ ସୁରତ ସହର ନିକଟ ଅମରୋଲି ଅଞ୍ଚଳର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୁରତର ଏକାଧିକ ଅଞ୍ଚଳରୁ ଏହିସବୁ ମଦକୁ ଅବକାରୀ ଓ ପୋଲିସ୍ ବିଭାଗ ଜବତ କରିବା ପରେ ଏହାକୁ ନଷ୍ଟ କରାଯାଇଥିଲା। ରାସ୍ତା ଉପରେ ମଦ ବୋତଲ ସବୁ ରଖାଯାଇ ଏହା ଉପରେ ବୁଲ୍ଡୋଜର ଚଲା ଯାଇଥିଲା। ନଷ୍ଟ ହୋଇଥିବା ମଦର ମୂଲ୍ୟ ପ୍ରାୟ ୧ କୋଟି […]
ଜାମ୍ମୁରେ ଏନକାଉଁଟର। ୨ ଆତଙ୍କବାଦୀ ମୃତ। ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଆମ୍ବ ଡଜନକୁ ୧ ଲକ୍ଷ କୋଡିଏ ହଜାର ଟଙ୍କା । ଅର୍ଥାତ୍ ଗୋଟିଏ ଆମ୍ବର ମୂଲ୍ୟ ୧୦ ହଜାର ଟଙ୍କା । ଝାଡଖଣ୍ଡର ଜାମସେଦପୁର ଅଂଚଳରେ ଜଣେ ଛାତ୍ରୀ ଏହି ମୂଲ୍ୟରେ ବିକ୍ରି କରିଛନ୍ତି ଆମ୍ବ । ଏହି ଘଟଣା ପରେ…
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ CBSE ବୋର୍ଡ ପରୀକ୍ଷାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଥିବା ବେଳେ ଅନ୍ଲାଇନ୍ରେ ନୁହେଁ ବରଂ ଅଫଲାଇନ୍ରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ପୂର୍ବବର୍ଷ ଭଳି ୨୦୨୧ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନ୍ରେ କରାଯିବ ବୋଲି ଜଣାପଡ଼ିଛି। ପରୀକ୍ଷା ସମୟରେ କୋଭିଡ୍ ଗାଇଡ୍ଲାଇନ୍ କଡ଼ାକଡ଼ି ପାଳନ କରାଯିବ। ତେବେ କେଉଁ ତାରିଖରେ ପରୀକ୍ଷା ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏବେ ବି ଅନେକ ସ୍ଥାନରେ ଅନ୍ଲାଇନ୍ରେ […]