• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

narendra-singh-tomar
ଆଜି ବି ଚାଷୀଙ୍କୁ ମନେଇ ପାରିଲେନି ସରକାର; ଆସନ୍ତା ଶନିବାର ପୁଣି ବୈଠକ

ନୂଆଦିଲ୍ଲୀ: ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ କୌଣସି ନିଷ୍କର୍ଶ ବାହାରି ପାରିଲା ନାହିଁ। ୭ ଘଣ୍ଟାର ବୈଠକ ପରେ ଏମ୍ଏସ୍‌ପିରେ କୌଣସି ପରିବର୍ତ୍ତନ ହେବନି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ସତ୍ତ୍ୱେ, ଅନ୍ୟ ସବୁ ଦାବି ପୂରଣ ଜିଦ୍‌ରେ ଅଟଳ ରହିଥିଲେ ଚାଷୀ। ଫଳରେ ସମସ୍ୟାର ସମାଧାନ ପାଇଁ କୌଣସି ବାଟ ବାହାରି ପାରିନଥିଲା। ଆସନ୍ତା ଶନିବାର ପୁଣି ବୈଠକ ବସିବ ବୋଲି ସୂଚନା ମିଳିଛି। ଆଜି କେନ୍ଦ୍ର […]

ଆଜି ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ବୁରେଭି’, ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁରେଭି’ ଆଜି ଅପରାହ୍ଣ ସୁଦ୍ଧା ଥିରୁଅନନ୍ତପୁରମ୍‌ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ‘ବୁରେଭି’ ପ୍ରଭାବରେ କେରଳ ଓ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ବେଳେବେଳେ ପବନର ବେଗ ୯୦ କିଲୋମିଟର ମଧ୍ୟ ରହିପାରେ। କେରଳ ସରକାରଙ୍କ […]

1
'ଚଳିତ ମାସ ଶେଷ ସପ୍ତାହରେ ଆସିପାରେ କରୋନା ଟିକା'

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କରୋନା ଟିକାକୁ ନେଇ ତାଙ୍କର ବୟାନ ରଖିଛନ୍ତି। ସେ କହିଛନ୍ତି, ଭାରତରେ ଏକାଧିକ କରୋନା ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ସରକାର ମଧ୍ୟ ଟିକା ବିତରଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେଣୁ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଜାନୁଆରୀ ଆରମ୍ଭରୁ ଦେଶରେ ଯେମିତି ହେଲେ ଗୋଟିଏ ଟିକା ଉପଲବ୍ଧ ହୋଇଯିବ ବୋଲି  ଗୁଲେରିଆ କହିଛନ୍ତି। ଚଳିତ ବର୍ଷ […]

gdp
ଭାରତୀୟ ଅର୍ଥବ୍ୟବସ୍ଥାରେ ଆସିବ କି ସୁଧାର ? ଜାଣନ୍ତୁ କ’ଣ କହିଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଆହୁରି ବର୍ଷେ ଯାଏ ରହିପାରେ କରୋନାର ପ୍ରଭାବ। ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ ବୋଲି ଆକଳନ କରିଛି RBI। RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ମାଇନସ୍‌ ୭.୫% ରହିବାର ଆକଳନ କରାଯାଇଛି। ତେବେ ଟିକେ ଆଶ୍ୱସ୍ତିର କଥା ହେଲା, ଅବସ୍ଥା ଧୀରେ ଧୀରେ ସୁଧୁରୁଛି ଏବଂ ଅର୍ଥନୀତି ଟ୍ରାକ୍‌କୁ ଫେରୁଛି। ପୂର୍ବରୁ ଆକଳନ […]

3
ନୌସେନା ଦିବସରେ ଚୀନ୍‌ର ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ୧୯୭୧ ଯୁଦ୍ଧ- ଅପରେସନ ଟ୍ରାଇଡେଣ୍ଟରେ ସାମିଲ ହୋଇ ନୌସେନା ଆଜିର ଦିନରେ ପାକିସ୍ତାନର ୪ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରିବା ସହ ଶତାଧିକ ପାକିସ୍ତାନୀ ସୈନ୍ୟଙ୍କୁ ମାରିଥିଲା। ଏହା ଭିତରେ ଶକ୍ତିଶାଳୀ ପିଏନ୍ଏସ୍ ଖାଇବର ମଧ୍ୟ ଥିଲା। ନୌସେନା ଦିବସ ଓ ନୌସେନା ସପ୍ତାହରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥାଏ। […]

5
ଗୀତାଞ୍ଜଳି ହେଲେ ଟାଇମସ୍‌ ମାଗାଜିନ୍‌ର ପ୍ରଥମ କିଡ୍ ଅଫ୍ ଦ ଇଅର

ନୂଆଦିଲ୍ଲୀ: ଟାଇମସ୍‌ ମାଗାଜିନ୍‌ର ପ୍ରଥମ କିଡ୍ ଅଫ୍ ଦ ଇଅର ଜଣେ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି। ଆମେରିକା ବାସିନ୍ଦା-ଭାରତୀୟ ବଂଶୋଦ୍ଭବ ଗୀତାଞ୍ଜଳି ରାଓ ତାଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ଏହି ଟାଇଟଲ୍‌ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଦୂଷିତ ପାନୀୟ ଜଳଠାରୁ ଆରମ୍ଭ କରି ଓପିଓଏଡ୍ ନିଶା ଏବଂ ସାଇବର ବୁଲିଂ ଭଳି ସମସ୍ୟାର ମୁକାବିଲା ପାଇଁ ସେ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ୧୫ ବର୍ଷୀୟ ଗୀତାଞ୍ଜଳି ଆମେରିକା କୋଲରଡୋରେ ବାସ କରନ୍ତି। ପ୍ରଥମ କିଡ୍ ଅଫ୍ […]

coronavirus-2
କରେ।ନା ଟିକା ବଂଟନ ପ୍ରକ୍ରିୟା : ରାଜ୍ୟରେ ଟାସ୍କଫେ।ର୍ସ ଗଠନ ପ୍ରକ୍ରିୟା ଶେଷ ବେ।ଲି ସୂଚନା ଦେଲେ ବିଜେଡି ସାଂସଦ ଚନ୍ଦ୍ରଶେଖର

ସାରା  ଦେଶରେ କରେ।ନା ଟିକାକୁ ନେଇ ଅନିଶ୍ଚିତତା  ଲାଗି ରହିଛି । ତେବେ କରେ।ନା ଟିକା ଆସିବା ପୂର୍ବରୁ ନିଜ ନିଜ  ରାଜ୍ୟକୁ ଟିକା ଦେବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ଜେ।ରଦାର ଦାବି କରାଯାଇଛି

10
ଲାଞ୍ଚ ନେଇ ବନ୍ଧା ହେଲେ ବିଜେପି କାଉନ୍‌ସିଲର୍‌

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ଅଭିଯୋଗରେ ଆଜି ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ନୂଆଦିଲ୍ଲୀ ବସନ୍ତକୁଞ୍ଜର କାଉନ୍‌ସିଲର୍‌ ମନୋଜ ମେହଲାୱାତଙ୍କୁ ସିବିଆଇ ଗିରଫ କରିଛି। ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ କନ୍‌ଷ୍ଟ୍ରକ୍ସନ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ଗୋଟିଏ ଏଜେନ୍ସି ପ୍ରକାଶ କରିଛି। ଏଣ୍ଡିଆ ଟୁଡେର ଖବର ମୁତାବକ ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି […]

8
ଜହ୍ନ ରାଇଜରୁ ଧୂଳି କିଣିବ ନାସା

ନୂଆଦିଲ୍ଲୀ: ଜହ୍ନ ରାଇଜରୁ ମାଟି ଆଣିବ ନାସା। ଚନ୍ଦ୍ର ପୃଷ୍ଠରୁ ଡଷ୍ଟ ଏବଂ ସାମ୍ପଲ୍‌ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନ୍ୟାସ୍‌ନାଲ୍‌ ଏରୋନେଟିକ୍‌ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ବା ନାସା। ଏ ନେଇ ଗୁରୁବାର  ନାସା ପକ୍ଷରୁ ୪ଟି କମ୍ପାନୀ ସହିତ ଚୁକ୍ତି କରାଯାଇଛି। ଚୁକ୍ତି ଅନୁସାରେ କମ୍ପାନୀଗୁଡ଼ିକ ଚନ୍ଦ୍ର ମିଶନ୍‌ରେ ଯାଇ ଚନ୍ଦ୍ର ପୃଷ୍ଠରୁ ଧୂଳି ସହ କିଛି ସାମ୍ପଲ ସଂଗ୍ରହ କରିବେ, ଏବଂ ଏହି ସାମ୍ପଲ୍‌କୁ ନାସାକୁ ହସ୍ତାନ୍ତର କରିବେ।  ଏହି ଚୁକ୍ତିରେ […]

MP EDUCATION MINISTER
ଫି' ଦେଇପାରୁନାହଁ ତ ମରିଯାଅ: କାହିଁକି ଏମିତି କହିଲେ ଶିକ୍ଷାମନ୍ତ୍ରୀ?

କରୋନା ପାଇଁ ଦେଶର ସମସ୍ତଙ୍କ ବଜେଟ୍‌ ବିଗିଡ଼ିଯାଇଛି। କିନ୍ତୁ ପିଲାଙ୍କ ସ୍କୁଲ ଫି'କୁ ନେଇ ଏବେ ଚିନ୍ତାରେ ଅଭିଭାବକ ଅଛନ୍ତି। ଆଉ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।