• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rahul
ହାଥରସ ଯାଉଛନ୍ତି ରାହୁଲ-ପ୍ରିୟଙ୍କା ଗାନ୍ଧି; ଅଟକାଇବାକୁ ରାସ୍ତାରେ ପୋଲିସ ବି ପ୍ରସ୍ତୁତ

ନୂଆଦିଲ୍ଲୀ: ପୁଣି ଥରେ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ସେପଟେ ଦୁଇ କଂଗ୍ରେସ ନେତାଙ୍କୁ ଅଟକାଇବାକୁ ପ୍ରସ୍ତୁତ ଯୋଗୀ ଆଦିତ୍ୟନାଥଙ୍କ ପୋଲିସ। ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ପୀଡ଼ିତ ପରିବାର ସହିତ ଆଲୋଚନା କରିବ କଂଗ୍ରେସ। ତେବେ ଏହା ପୂର୍ବରୁ ଦିଲ୍ଲୀ-ନୋଏଡ଼ା (ଡିଏନ୍‌ଡି) ଫ୍ଲାଇୱେରେ ମୁତୟନ ଥିବା ପାଖାପାଖି ୧୦୦ ପୋଲିସ କର୍ମୀଙ୍କ ସହିତ ରାହୁଲଙ୍କ ଓ ପ୍ରିୟଙ୍କାଙ୍କ ସମ୍ନା ହେବ। କଂଗ୍ରେସର କୌଣସି ନେତାଙ୍କୁ ଦିଲ୍ଲୀ-ନୋଏଡ଼ା ବୋର୍ଡର […]

rhulds
ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଶେଷରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ପୀଡ଼ିତ ପରିବାର ସହିତ ଭେଟିବାକୁ ଅନୁମତି ମିଳିଛି। ତେବେ ଯୋଜନା ମୁତାବକ ପୋଲିସ ପ୍ରଥମେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବୋର୍ଡରେ ଅଟକାଇଲା। ଅନେକ ତର୍କ ବିତର୍କ ପରେ ରାହୁଲ ଓ ପ୍ରିୟଙ୍କା ସହିତ ୫ ଜଣଙ୍କୁ ପୀଡ଼ିତ ପରିବାରକୁ ଭେଟିବା ପାଇଁ ଅନୁମତି ମିଳିଛି। ରାହୁଲ ଓ ପ୍ରିୟଙ୍କା ତାଙ୍କ ସହିତ କେବଳ ୩ ଜଣ ଦଳୀୟ କର୍ମୀଙ୍କୁ ନେଇ ଯାଇପାରିବେ। ଉତ୍ତରପ୍ରଦେଶ ସରକାର ଶନିବାର […]

atal-tyubbnel
'ଅଟଳ ଟନେଲ୍ ଲେହ ଓ ଲଦାଖ ପାଇଁ ଜୀବନ ରେଖା'

ରୋହତଙ୍ଗ: ବହୁ ପ୍ରତୀକ୍ଷା ପରେ ଆଜି ହିମାଚଳ ପ୍ରଦେଶରେ ନିର୍ମାଣ ହୋଇଥିବା ଅଟଳ ଟନେଲ୍ ଉଦ୍‌ଘାଟିତ ହୋଇଛି। ଏହି ଟନେଲ ଦ୍ୱାରା ମନାଲିରୁ ଲେହକୁ ଯାତ୍ରା ପାଇଁ ମାତ୍ର ୫ ଘଣ୍ଟା ଲାଗିବ। ଏହା ଛଡ଼ା ଶୀତ ଦିନେ ବରଫ ବନ୍ଦୀ ଜୀବନରୁ ମୁକ୍ତି ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଯାଇ ଏହାର ଲୋକାର୍ପଣ କରିଛନ୍ତି। ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ଅଟଳ ଟନେଲ୍ […]

farmer
ହାଥରସ ଆକ୍ରୋଶ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇଲେ କଂଗ୍ରେସ କର୍ମୀ

ବାରାଣସୀ: ସାରା ଦେଶରେ ହାଥରସ ଘଟଣା ପାଇଁ ଜନ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ୟୁପି ସରକାରଙ୍କର ପୀଡ଼ିତାଙ୍କ ପରିବାରକୁ କାହାକୁ ଭେଟିବାକୁ ନ ଦିଆଯିବା ନିଷ୍ପତ୍ତିକୁ ଚାରିଆଡ଼ୁ ବିରୋଧ କରାଯାଉଛି। ହାଥରସ ଅସନ୍ତୋଷର ନିଆଁ ବାରାଣସୀରେ ବି ଦେଖିବାକୁ ମିଳିଛି। ଏଠାରେ କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀଙ୍କ ଗାଡ଼ିକୁ ଅଟକାଇଛନ୍ତି କଂଗ୍ରେସ କର୍ମୀ। ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିବା ସହିତ ସରକାରୀ ବିରୋଧୀ ନାରାବାଜୀ ବି ଦେଇଛନ୍ତି। […]

chahal
ଚହଲ ଧରିଲେ ଏମିତି କ୍ୟାଚ୍‌, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠିଲା ଅଙ୍ଗୁଳି: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ବିପକ୍ଷରେ ସଞ୍ଜୁ ସାମସନ୍‌ ଆଜି ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ମାତ୍ର ୪ ରନ୍ କରି ଯୁଜ୍‌ବେନ୍ଦ୍ର ଚହଲଙ୍କ ବଲ୍‌ରେ ଆଉଟ୍‌ ହୋଇଗଲେ। ଚହଲଙ୍କ ଲେଗ୍‌ସ୍ପିନ୍‌ ବଲ୍‌କୁ ବୁଝିପାରିଲେନି ସଞ୍ଜୁ। ସିଧା ବୋଲରଙ୍କ ହାତକୁ କ୍ୟାଚ୍‌ ଦେଇଦେଲେ। ଚହଲଙ୍କର ଏହି କ୍ୟାଚ୍‌କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ତର୍କ ବିତର୍କ ଲାଗି ରହିଛି। କାରଣ ଚହଲ ଏମିତି ଶୈଳୀରେ କ୍ୟାଚ୍ ଧରିଛନ୍ତି ଯେ କିଛି ଲୋକଙ୍କୁ ଲାଗୁଛି ବଲ୍‌ଟି ମାଟିରେ ଲାଗିଯାଇଛି। […]

mamata-banerji
ବିଜେପି ସବୁଠାରୁ ବଡ଼ ମହାମାରୀ: ମମତା ବାନାର୍ଜୀ

କୋଲକାତା: ହାଥରସ ଘଟଣା ପାଇଁ ଆଜି କୋଲକାତା ଏକ ବିଶାଳ ରାଲିର ଆୟୋଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଲିରେ ସମ୍ବୋଧନ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ମମତା। ହାଥରସ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ବି ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି “ ବର୍ତ୍ତମାନ ମୋତେ ଲାଗୁଛି ମୁଁ ଯେମିତି ଉତ୍ତରପ୍ରଦେଶ ଆଡ଼କୁ ଯାଉଛି। ମୁଁ ଗତକାଲି ଏକ ପ୍ରତିନିଧିମଣ୍ଡଳ ପଠାଇଥିଲି, କିନ୍ତୁ […]

priyanka
ପୋଲିସର ଲାଠି ମାଡ଼ରୁ ଦଳୀୟ କର୍ମୀଙ୍କୁ ଏମିତି ବଞ୍ଚାଇଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ୟୁପି ହାଥରସ ପୀଡ଼ିତାଙ୍କୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କାଙ୍କ ସହିତ ୫ ଜଣଙ୍କୁ ଅନୁମତି ଦେଲେ ଉତ୍ତରପ୍ରଦେଶ ସରକାର। ହେଲେ ତା ପୂର୍ବରୁ ଦିଲ୍ଲୀ-ନୋଏଡ଼ା ରାସ୍ତାରେ ଏକ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା। ଅନୁମତି ଦେବା ପୂର୍ବରୁ ଅନେକ ଯୁକ୍ତିତର୍କ ହୋଇଥିଲା। ପରେ ରାହୁଲ୍ ଓ ପ୍ରିୟଙ୍କାଙ୍କୁ ଯିବାକୁ ଅନୁମିତ ମିଳିଥିଲା। କିନ୍ତୁ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ନମାନିବାରୁ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା ପୋଲିସ। ଏହା ଦେଖି ପ୍ରିୟଙ୍କା ଗାନ୍ଧି ନିଜେ ଗାଡ଼ିରୁ ଓହ୍ଲାଇ […]

rcb
ଫର୍ମକୁ ଫେରିଲେ ବିରାଟ; ୫ ବଲ୍ ବାକିଥାଇ ମ୍ୟାଚ୍ ଜିତିଲା ଆର୍‌ସିବି

ଦୁବାଇ: ଫର୍ମକୁ ଫେରିଲେ ବିରାଟ। ଲଗାତର ୩ଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିଥିବା ବିରାଟ କୋହଲି ଆଜି ରାଜସ୍ଥାନ ରୟାଲ୍ସ ଉପରେ ପ୍ରବଳ ବର୍ଷିଛନ୍ତି। ଆଜିର ମ୍ୟାଚ୍‌ରେ ୭୨ ରନ୍‌ର ଅପରାଜେୟ ଇନିଂସ ଖେଳିଛନ୍ତି ବିରାଟ। ତେବେ ବିରାଟଙ୍କ ବ୍ୟତୀତ ଯୁବ ତାରକା ଦେବଦୂତ ପାଡିକ୍କଲ ମଧ୍ୟ ୬୩ ରନ୍‌ର ଆକର୍ଷଣୀୟ ଇନିଂସ୍‌ ଖେଳିଛନ୍ତି। ଏହି ଦୁଇ ଖେଳାଳୀଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି। ରାଜସ୍ଥାନ ଟସ୍‌ ଜିତି […]

rjd
ବିହାରରେ ବିରୋଧୀ ଦଳର ମହାମେଣ୍ଟ: ତେଜସ୍ୱୀ ଯାଦବ ହେବେ ମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ହୋଇଛି। ଏହି ମହାମେଣ୍ଟରେ ନେତୃତ୍ୱ ନେବେ ଆର୍‌ଜେଡି ସୁପ୍ରିମୋ ତେଜସ୍ୱୀ ଯାଦବ। ତାଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ବେଳେ ଦଳକୁ ଅଧିକ ସିଟ୍ ମିଳିଛି। ସେହିପରି କଂଗ୍ରେସ ମେଣ୍ଟର ଦ୍ୱିତୀୟ ଦଳ ଭାବେ ଅଧିକ ସିଟ୍‌ ପାଇଛି। କାହାକୁ କେତେ ଆସନ ମିଳିବ ମହାମେଣ୍ଟରେ ଆର୍‌ଜେଡି ସର୍ବାଧିକ ୧୪୪ ଆସନ ଦାବି କରୁଥିବା ବେଳେ କଂଗ୍ରେସ ୭୦ ସିପିଆଇ-୬, ସିପିଏମ୍-୪, ସିପିଆଇ(ଏମ୍‌ଏଲ୍‌)-୧୯ ସିଟ୍‌ ମିଳିଛି। ଆର୍‌ଜେଡିକୁ […]

yogi
ହାଥରସ ମାମଲା: ଶେଷରେ ସିବିଆଇ ତଦନ୍ତ ସୁପାରିଶ କଲେ ଯୋଗୀ ସରକାର

ଲକ୍ଷ୍ନୌ: ବହୁ ତର୍କ ବିତର୍କ ଓ ଚାରିଆଡ଼ୁ ସମାଲୋଚିତ ହେବା ପରେ ଶେଷରେ ହାଥରସ ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।  मुख्यमंत्री श्री @myogiadityanath जी ने सम्पूर्ण हाथरस प्रकरण की जांच सीबीआई से कराए जाने के आदेश दिए […]

anshari
କରୋନାରୁ ସୁସ୍ଥ ହେବାର ଦିନକ ପରେ ଝାଡ଼ଖଣ୍ଡ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ: କୋଭିଡ-୧୯ରୁ ସୁସ୍ଥ ହେବାର ଗୋଟିଏ ଦିନ ପରେ ଝାଡ଼ଖଣ୍ଡର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ ଅନସାରୀଙ୍କର ପରଲୋକ ହୋଇଛି। ସେ ଗତକାଲି ହିଁ କରୋନାରୁ ସୁସ୍ଥ ହୋଇଥିଲେ। ହୃଦ୍‌ଘାତରେ ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେପ୍ଟେମ୍ବର ୨୬ ତାରିଖରେ ଅନସାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଞ୍ଚିର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ଗତକାଲି […]

rahul-gandhi
ହାଥରସ ମାମଲା: ପୀଡ଼ିତ ପରିବାରକୁ ଭେଟିବା ପରେ କ'ଣ କହିଲେ ରାହୁଲ ?

ନୂଆଦିଲ୍ଲୀ: ବହୁ ସଂଘର୍ଷ ପରେ କଂଗ୍ରେସ ସାଂସଦ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ହଥାରସ ପୀଡ଼ିତାଙ୍କ ପରିବାକୁ ଭେଟିବାକୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର। ୩ ଦଳୀୟ କର୍ମୀଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ସନ୍ଧ୍ୟାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ପୀଡ଼ିତ ପରିବାରକୁ ଭେଟିବା ପରେ ରାହୁଲ କହିଥିଲେ “ କୌଣସି ବି ଶକ୍ତି ଆମକୁ ଚୁପ୍ କରାଇପାରିବ ନାହିଁ।” ପରିବାରକୁ ନ୍ୟାୟ  ନ ମିଳିବା ପର୍ଯ୍ୟନ୍ତ ସରକାରଙ୍କ ଉପରେ ଏମିତି ଚାପ ପକାଇବେ […]

dc
କୋଲକାତାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ, ଟାର୍ଗେଟ୍ ୨୨୯

ଆବୁଧାବି: ସାହରାଜ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ଆଇପିଏଲ୍ ଲିଗ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ ବନାମ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ ବେଶ୍ ରୋମାଞ୍ଚକର ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ୧୫ ଓଭରରେ କୋଲକାତା ୬ ୱିକେଟ୍ ହରାଇ ୧୩୭ ରନ୍ ସଂଗ୍ରହ କରିଛି। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥଲା ଦିଲ୍ଲୀ କ୍ୟାପିଟାଲ। ଦିଲ୍ଲୀ ପକ୍ଷରୁ ଓପନର ପୃଥିବୀ ୪୧ ବଲରୁ […]

akshay
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଅକ୍ଷୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଡ୍ରଗ୍ସ ସଂଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଳାକାରମାନେ ଡ୍ରାଗ୍ସ ସେବନ କରୁଥିବା ନେଇ ସୂଚନା ମିଳିବା ପରେ ଲୋକମାନଙ୍କର ବଲିଉଡ୍‌ ପ୍ରତି ଗୋଟେ ନକରାତ୍ମକ ଭାବନା ଆସିଯାଇଛି। ଅନ୍ୟପଟେ କିଛି କଳାକାର ସୁଶାନ୍ତଙ୍କ ମୃତ୍ୟୁ ଏବଂ ଡ୍ରଗ୍ସ ସେବନକୁ ନେଇ ଚୁପ୍‌ ରହୁଥିବା ବେଳେ କିଛି କଳାକାର ସାମ୍ନାକୁ ଆସି ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ଭିଡ଼ିଓ ଶେଆର […]

donald trump
ଆସନ୍ତା ୪୮ ଘଣ୍ଟା ଟ୍ରମ୍ପଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା

ୱାଶିଂଟନ୍‌: କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିକିତ୍ସା ଏବେ Marylandରେ ଥିବା ୱାଲଟର ରିଡ୍ ନ୍ୟାସ୍‌ନାଲ୍‌ ମିଲିଟାରୀ ମେଡିକାଲ ସେଣ୍ଟରରେ ଚାଲିଛି। ଏନେଇ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଛି। ତେଣୁ ଆସନ୍ତା ୪୮ ଘଣ୍ଟା ଟ୍ରମ୍ପଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ମିଳିଛି। ସୂଚନାଥାଉ କି, ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଟ୍ରମ୍ପ ଟ୍ୱିଟ୍‌ରରେ ଏକ […]

dillip
ପାକିସ୍ତାନ ସାମ୍ବାଦିକଙ୍କୁ ଧନ୍ୟବାଦ ଦେଲେ ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ପାକିସ୍ତାନର ଜଣେ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ମଙ୍ଗଳବାର ଦିନ ସାମ୍ବାଦିକ ଶିରାଜ ହାସନ୍ ପେଶୱାରରେ ଥିବା ଦିଲ୍ଲୀପଙ୍କ ପୈତୃକ ଘରର ୪ଟି ଫଟୋ ଟ୍ୱିଟରରେ ଶେଆର କରିଥିଲେ। ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ପୈତୃକ ଘରର ଛବି ଦେଖିବା ପରେ ଦିଲ୍ଲୀପ କୁମାର ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଏହଂ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ପେଶୱାର ବାସିନ୍ଦାଙ୍କୁ ସେ ତାଙ୍କ ଘରର ଆଉ କିଛି ଫଟୋ […]

chingudi
ଘରେ ପ୍ରସ୍ତୁତ କରନ୍ତୁ 'ସନ୍ତରା ଚିଙ୍ଗୁଡ଼ି ପୋଡ଼ା'

ଆବଶ୍ୟକ ସାମଗ୍ରୀ : ଚୁଙ୍ଗୁଡ଼ି, କମଳା, ଅଦାରସୁଣ ବଟା, ଧନିଆ ଜିରା ବଟା, ଅଦା ବଟା, ଲଙ୍କାଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ସୋରିଷ ବଟା, ଅଟା ଚକଟା, ଜୁଆଣି ପତ୍ର ବଟା, ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଜୁଆଣି ପତ୍ରକୁ ବାଟି ରଖନ୍ତୁ। ପରେ ଚିଙ୍ଗୁଡ଼ିରେ ହଳଦୀଗୁଣ୍ଡ, ରସୁଣ ବଟା, ସୋରିଷ ବଟା, ଅଦା ବଟା, ଜିରା ଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣି ପତ୍ର ବଟାକୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ବଡ଼ […]

krit
ସଂସ୍କାର ଶିଖାଇଲେ ଦୁଷ୍କର୍ମ ହେବନି କହିଲେ ବିଧାୟକ, କ୍ରିତି ଦେଲେ ଏମିତି ଉତ୍ତର

ମୁମ୍ବାଇ: ଉତ୍ତରପ୍ରଦେଶର ବାଲିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂ ୟୁପିରେ ବଳାତ୍କାର ବୃଦ୍ଧି ଘଟଣାର କାରଣ ଝିଅମାନଙ୍କ ସଂସ୍କାର ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ‘ସମସ୍ତ ମା ଏବଂ ବାପାଙ୍କ ଧର୍ମ ହେଉଛି ତାଙ୍କ ଝିଅମାନଙ୍କୁ ସଂସ୍କାରି ବାତାବରଣରେ ରଖିବେ। ଝିଅ ମାନଙ୍କୁ ଆଚାର ବ୍ୟବହାର ସହ ଶାଳୀନତା ଶିଖାନ୍ତୁ। ଛୁରି ଖଣ୍ଡାରେ ଦୁଷ୍କର୍ମର ସମାଧାନ ହୋଇପାରିବ ନାହିଁ। ଏଇଟା ସଂସ୍କାର କଥା। ସଂସ୍କାର ଠିକ୍‌ ଥିଲେ ସରକାର ଏବଂ ସଂସ୍କାର ମିଶି […]