ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହେବା ପରେ ଦେଶ ବିଦେଶରୁ ବହୁ ନେତା ଓ ସେଲିବ୍ରେଟି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି “ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଶୀଘ୍ର ସୁସ୍ଥ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି।” ମୋଦିଙ୍କ ପରେ ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋର ବ୍ୟାଟ୍ସମ୍ୟାନ୍ […]
ୱାଶିଂଟନ: କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।ଆସନ୍ତା ମାସ ୩ ତାରିଖରେ ଆମେରିକାରେ […]
ମୁମ୍ବାଇ: ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ପକ୍ଷରୁ ସୋନୁ ସୁଦ୍ଙ୍କୁ ସମ୍ମାନିତ କରାଯାଇଛି। ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ତାଙ୍କୁ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ ମିଳିଛି। ଜିସିଓଟିର ତିନି ଦିନିଆ ଭର୍ଚୁଆଲ୍ କନ୍ଫରେନ୍ସର ପ୍ରଥମ ଦିନରେ ହିଁ ସୋନୁଙ୍କୁ ସମ୍ମାନିତ କରାଯାଇଛି। ଏହି କନ୍ଫରେନ୍ସର ଉଦଘାଟନ ତେଲେଙ୍ଗାନା ବିଧାନ ପରିଷଦର ଅଧ୍ୟକ୍ଷ ଗୁଥା ସୁଖେନ୍ଦ୍ର ରେଡ୍ଡି କରିଛନ୍ତି। ଏହି ଅବସରରେ ସୋନୁ ସୁଦ ଜିସିଓଟିକୁ ପ୍ରସ୍ତାବ ଦେଇଛନ୍ତି […]
ଭୋପାଳ: ହାଥରସ ଗ୍ୟାଙ୍ଗରେପ ଓ ହତ୍ୟା ଘଟଣାକୁ ବିରୋଧ କରି ସାରା ଦେଶରେ ବିଦ୍ରୋହର ନିଆଁ ଜଳୁଛି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଉଠୁଛି। ହେଲେ ଦେଶରେ ମହିଳାଙ୍କ ସହ ଅପରାଧ କମିବାର ନାଁ ଧରୁନାହିଁ। ଉତ୍ତରପ୍ରଦେଶ ଗୋରଖପୁର ନିକଟ ମହାରାଜଗଞ୍ଜ ଜିଲ୍ଲାରେ ଜଣେ ୨୨ ବର୍ଷିୟ ଯୁବତୀ ଗୁରୁବାର ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରିବାର ଲୋକେ ଦାବି କରିଛନ୍ତି, ପଡୋଶୀ ପରିବାରର ୪ ଜଣ ଯୁବକ ତାଙ୍କୁ […]
ଦୁବାଇ: ଚେନ୍ନାଇ ସୁପର କିଙ୍ଗସ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ(CSK Vs SRH) ମଧ୍ୟରେ ଶୁକ୍ରବାର ହୋଇଥିବା ଆଇପିଏଲ୍ ମୁକାବିଲାରେ କ୍ରିକେଟପ୍ରେମୀ ମାନେ ଜଣେ ନୂଆ ଯୁବ କ୍ରିକେଟ୍ ଷ୍ଟାରଙ୍କୁ ଦେଖିବାକୁ ପାଇଛନ୍ତି। ସେ ହେଉଛନ୍ତି ସନ୍ରାଇଜର୍ସର ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ। ତାଙ୍କର ଦମ୍ଦାର ବ୍ୟାଟିଂ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା। ସନ୍ରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ସବୁଠାରୁ ବଡ଼ କଥା, ଗର୍ଗ ଏପରି […]
ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ୍ କେସ୍ରେ କରଣୀ ସେନା ନେତା ସୁରଜିତ ସିଂହ ରାଠୋର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବଦିନ ଅର୍ଥାତ୍ ଜୁନ ୧୩ ତାରିଖ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଦେଖା କରିଥିଲେ। ସେ ଦାବି କରିଛନ୍ତି, ରିୟା ସୁଶାନ୍ତଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ। ସୁରଜିତ୍ ସିଂଙ୍କ ଏହି ଦାବିକୁ ନେଇ ଦିବଂଗତ ନେତା ସୁଶାନ୍ତଙ୍କ ଫ୍ଲାଟମେଟ୍ ତଥା ବନ୍ଧୁ ସିଦ୍ଧାର୍ଥ ପିଠାନୀ ପ୍ରତିକ୍ରିୟା ରଖିଛନ୍ତି। ସୁରଜିତ […]
ମୁମ୍ବାଇ: ଫିଲ୍ମ ଜଗତରେ କାମ କରୁଥିବା ସମସ୍ତ କଳାକାରଙ୍କୁ ସମାନ ଲୋକପ୍ରିୟତା ମିଳେନି। କିଛି କଳାକାର ଦର୍ଶକଙ୍କୁ ଛୁଇଁବା ପରି ଏକ ଚରିତ୍ରରେ ଅଭିନୟ କରିବାକୁ ଦୀର୍ଘ ସମୟ ଲଗାଇଦେଉଥିବା ବେଳେ କିଛି କଳାକାର ଅଭିନୟ ଯାତ୍ରା ଆରମ୍ଭରୁ ସେ ସୁଯୋଗ ହାତେଇନିଅନ୍ତି। ଏମିତି ଏକ କଳାକାର ହେଉଛନ୍ତି ବାହୁବଲୀ ଫିଲ୍ମରେ କଟ୍ଟପା ଚରିତ୍ରରେ କାମ କରିଥିବା ସଥ୍ୟରାଜ। ଏହି ଫିଲ୍ମରେ ତାଙ୍କ ଦମ୍ଦାର୍ ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। କିନ୍ତୁ ଏହି ଚରିତ୍ର […]
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ ଅଟଳ ଟନେଲ୍କୁ (Atal Tunnel) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପଣ କରିଛନ୍ତି। ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଅଟଳ ଟନେଲକୁ ହିମାଚଳ ପ୍ରଦେଶ ରୋହତାଙ୍ଗ୍ରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଲୋକାର୍ପଣ କରିଛନ୍ତି। ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି ଏହି ଟନେଲ୍। ୯ କିମି ଲମ୍ବ ବିଶିଷ୍ଟ ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ୍। ଟନେଲ୍ ନିର୍ମାଣ ଦ୍ୱାରା ମନାଲିରୁ ଲେହ […]
ଆବଶ୍ୟକୀୟ ସାମଗ୍ରୀ : ମୁଟୁଲା ମାଛ ଭଜା, କଟା ଟମୋଟୋ, କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ସୋରିଷ, ରସୁଣ, କଞ୍ଚାଲଙ୍କା ଓ ପୋସ୍ତ ଦାନା ବଟା, ପାଣି, ତେଲ ଓ ମହୁଲ ଫଳ ଟୋଲକୁ କାଟି ଲୁଣ ହଳଦୀ ଗୋଳାଇ ରଖନ୍ତୁ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍ ଲଗାଇ ମୁଟୁଲା ମାଛକୁ ଭାଜି ରଖନ୍ତୁ। ଏହାପରେ ଟୋଲ୍ ବା ମହୁଳ ଫଳକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ […]
ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ମିଳିଲା ବଡ଼ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ସୁଧ ଦେବାକୁ ପଡ଼ିବ ନାହିଁ । ମୋରାଟୋରିୟମ୍ ଅବଧିରେ ୨ କୋଟି ଟଙ୍କାର ଋଣ ପରିଶୋଧ କରି ନ ଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ ।ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର। ସମସ୍ତ ପ୍ରକାର MSME, ଶିକ୍ଷା ଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ ପ୍ରତି ଏହା ଲାଗୁ ହେବ। କରୋନା ପାଇଁ […]
ନୂଆଦିଲ୍ଲୀ: ଲକ୍ଡାଉନ୍ ସରିଯାଇଛି। ଏବେ ଅନଲକ୍-୫ ଆରମ୍ଭ ହୋଇଯାଇଛି। ଦେଶରେ କରୋନା କଟକଣାକୁ ଟିକେ କୋହଳ କରି ବ୍ୟବସାୟ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ତଥାପି ଲୋକଙ୍କ ମନରୁ କରୋନା ପ୍ରତି ଥିବା ଭୟ ଦୂର ହୋଇପାରିନି। ଯାହାର ଉଦାହରଣ ଏକ ଭାଇରାଲ୍ ଭିଡ଼ିଓରୁ ଦେଖିବାକୁ ମିଳିଛି। ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡ଼ଓ ଭାଇରାଲ୍ ହୋଇଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ଦୂରରେ ଥାଇ ପେଣ୍ଟ ରୋଲର୍ ବ୍ରଶ୍ ସାହାଯ୍ୟରେ ପରିବାର ଲୋକେ […]
ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଦେଶରେ ଲକ୍ଷେ ଟପିଛି କରୋନା ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୬୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪୨କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ୭୯ ହଜାର ୪୭୬ ଆକ୍ରାନ୍ତ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୫ରେ ପହଞ୍ଚିଛି । ଆଜି […]
ନୂଆଦିଲ୍ଲୀ: ମୁମ୍ବାଇ ବାନ୍ଦ୍ରାର ବସ୍ତି ଅଞ୍ଚଳରେ ବାସ କରନ୍ତି ମଲିଶା ଖରୱା। ବୟସ ୧୨। ପାଲରେ ପ୍ରସ୍ତୁତ ଘରେ ପୁରା ପରିବାର ସହ ରହୁନ୍ତି ସେ। ଏହି ଧୂଳି ମାଟିର ଘର ଭିତରୁ କିନ୍ତୁ ମଲିଶା ଗୋଟେ ସୁନ୍ଦର ସ୍ୱପ୍ନ ସଜେଇଛନ୍ତି। ଜଣେ ସଫଳ ସୁପର ମଡେଲ୍ ହେବାର ସ୍ୱପ୍ନ ଦେଖିଛନ୍ତି ମଲିଶା। ଆଉ ଏଥିପାଇଁ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍ ଅଭିନେତା ରୋବର୍ଟ ହୋଫ୍ମ୍ୟାନ୍। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଅସଲ କାରଣ କଣ ? ହତ୍ୟା ନା ଆତ୍ମହତ୍ୟା ? ଏହାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଥିଓରୀ। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ସୁରାକ୍ ଏମ୍ସ ଡାକ୍ତରୀ ଟିମ୍ ହାତରେ ଲାଗିନି। ସୁଶାନ୍ତଙ୍କ ଶରୀରରେ ବିଷକ୍ରିୟା ହୋଇନଥିବା ପୂର୍ବରୁ ଜଣାପଡ଼ିଥିଲା। ବେକରେ ଥିବା ଆଘାତକୁ ନେଇ ବି ତଥ୍ୟ ମିଳିନି। ଯାହା ସିବିଆଇକୁ ଜଣାଇଛି ଏମ୍ସ ଟିମ୍। ଜାତୀୟ […]
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (CSK) ଲଗାତାର ତୃତୀୟ ମ୍ୟାଚରେ ହାରିଯାଇଛି। ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ (SRH) ଚେନ୍ନାଇକୁ ୭ ରନ୍ରେ ହରାଇ ଦେଇଛି। ଏହି ମ୍ୟାଚ୍ ପରେ କ୍ରିକେଟ ଏକ୍ସପର୍ଟସମାନେ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ କ୍ରିକେଟରମାନେ ମଧ୍ୟ ସମୀକ୍ଷା କରି କହିଛନ୍ତି, ଧୋନି ଯଥେଷ୍ଟ ବିଳମ୍ବରେ ଦ୍ରୁତ ରନ୍ କରିବା ଆରମ୍ଭ କରିଥିଲେ, ଆଉ ସେତେବେଳକୁ ମ୍ୟାଚ୍ ଚେନ୍ନାଇ ହାତରୁ ଖସି ଯାଇଥିଲା। ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ […]
ମୁମ୍ବାଇ: ବହୁଚର୍ଚ୍ଚିତ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍ ସିଜନ୍ ୧୪’ ଆଜିଠୁ ଆରମ୍ଭ ହେଉଛି। କଲର୍ସରେ ପ୍ରସାରିତ ହେଉଥିବା ଏହି ଶୋ’ କୁ ପ୍ରତିଥର ପରି ଏଥର ମଧ୍ୟ ସଲମାନ୍ ଖାନ୍ ହୋଷ୍ଟିଂ କରିବାକୁ ଯାଉଛନ୍ତି। କରୋନା ମହାମାରୀ ପାଇଁ ଏଥର ବିଗ୍ବସ୍ର ଶୁଟିଂ ହେବ କି ନାହିଁ ସେଥିପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ଥିବା ବେଳେ ଆଜି ଏହି ରିଆଲିଟି ଶୋ’ର ଆରମ୍ଭ ହେଉଛି। ପ୍ରତ୍ୟେକ ଥର ପରି ଏଥର ମଧ୍ୟ ବିଗ୍ ବସ୍ ଘରକୁ ବେଶ୍ […]
ବାଲିଗୁଡ଼ା (ଅଜିତ୍ ନାୟକ): କଥାରେ ଅଛି ଇଛାଶକ୍ତି ଆଗରେ ହାର୍ ମାନେ ଅସମ୍ଭବ। ମନରେ ଥିବା ଦୃଢ ବିଶ୍ୱାସ ଆଉ ନିରନ୍ତର ଚେଷ୍ଟା ମଣିଷକୁ ଯେକୌଣସି କଠିନ କାମରେ ସଫଳତା ପ୍ରଦାନ କରେ। ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି କନ୍ଧମାଳର ସୁନେଲି। ଏହି କୁନି ଝିଅ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ତଥାପି ସେ ବେଶ୍ ଚମତ୍କାର ନୃତ୍ୟ କରିପାରନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା କଲୋନୀ ସାହିରେ ରୁହନ୍ତି ସୁନେଲି। ବୟସ ମାତ୍ର ୧୧ ବର୍ଷ। […]