• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ଖୁସି ଖବର: ଟ୍ରେନ୍‌ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ବୁକିଂ କରିହେବ ଟିକେଟ୍‌

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ reservation ଟିକେଟ୍। ଆସନ୍ତା ଅକ୍ଟୋବର ୧୦ରୁ reservation ଚାର୍ଟର ଏହି ପୁରୁଣା  ନିୟମ ଲାଗୁ ହେବାକୁ ଯାଉଛି। ଏ ନେଇ ଭାରତୀୟ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ/ପୁନଃନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ଭାରତୀୟ ରେଲ୍‌ୱେ ପକ୍ଷରୁ ଦ୍ୱିତୀୟ reservation ଚାର୍ଟ ଜାରି କରାଯିବ। ଯାହା ଫଳରେ ତୁରନ୍ତ […]

shital-cvr
କାହିଁକି 'କୁଛ୍‌ କୁଛ୍‌ ହୋତା ହୈ' ଫିଲ୍ମର କାଜୋଲ୍‌ଙ୍କ ଲୁକ୍ ନେଲେ ଶୀତଲ୍‌

ଭୁବନେଶ୍ୱର: ବଲିଉଡ୍‌ ଫିଲ୍ମ  ‘କୁଛ୍‌ କୁଛ୍‌ ହୋତା ହୈ’ ଆପଣ ଦେଖିଥିବେ। ୧୯୯୮ ମସିହାରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଏକ ପ୍ରେମ କାହାଣୀକୁ ନେଇ ଥିଲା। ଫିଲ୍ମରେ ଶାହାରୁଖ୍‌, କାଜୋଲ୍‌ ଏବଂ ରାଣୀ ମୁଖାର୍ଜୀ ମୁଖ୍ୟା ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ କାଜୋଲ୍‌ଙ୍କ ଅଭିନୟ ଯେତିକି ଦମ୍‌ଦାର୍‌ ଥିଲା ତାଙ୍କ ଲୁକ୍‌ ସେତିକି ନିଆରା ରହିଥିଲା। ଏଥିରେ ସେ‌ ଛୋଟ୍‌ ଚୁଟିରେ ଏକଦମ୍‌ ବବ୍‌ଲି ଲୁକ୍‌ରେ ନଜର ଆସିଥିଲେ। ଠିକ୍‌ ସେମିତି ଏକ ଲୁକ୍‌ରେ ନଜର […]

kajjj
ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌, ଟ୍ୱିଟ୍‌ କରି ଦେଲେ ସୂଚନା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। ଟ୍ୱିଟ୍‌ କରି କାଜଲ୍‌ ତାଙ୍କ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। କାଜଲ୍‌ ଟ୍ୱିଟ୍‌ରେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଖୁସିର ସହ ଏଇଟା କହିବାକୁ ଯାଉଛି ଯେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ମୁଁ ଗୌତମ କିଚଲୁଙ୍କୁ ବିବାହ କରିବି।  କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ହେବ।  ଏହି କରୋନା ମହାମାରୀ ଆମ ଜୀବନରୁ କିଛି ଖୁସିକୁ ଦୂରେଇ ଦେଇଛି। […]

neha
ଉଦିତ୍‌ଙ୍କ ପୁଅଙ୍କୁ ନୁହେଁ, ଏହି ପ୍ରତିଯୋଗୀଙ୍କୁ ବିବାହ କରିବେ କି ନେହା ?

ମୁମ୍ବାଇ: ଲଭ୍‌ ଲାଇଫ୍‌କୁ ନେଇ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ସହ ନେହାଙ୍କ ନାମ ଯୋଡ଼ା ଯାଇଥିଲା। ଏପରିକି ଉଭୟ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଖାଲି ଏତିକି ନୁହେଁ ଉଦିତ୍‌ ଖୋଦ୍‌ ନିଜେ ନେହାଙ୍କ ସହ ପୁଅ ଆଦିତ୍ୟଙ୍କ ବିବାହକୁ ନେଇ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ […]

who 22
କେବେ ମିଳିବ କରୋନା ଟିକା ? ସ୍ପଷ୍ଟ କଲା WHO

ନୂଆଦିଲ୍ଲୀ: କରୋନାକୁ ନେଇ ଆସିଲା ଖୁସି ଖବର। ସାରା ବିଶ୍ୱ କରୋନା ସହ ଲଢୁଥିବାବେଳେ ଏବେ ଏଥିରୁ ମୁକ୍ତି ପାଇବାର ଆଶା ଉଜ୍ଜ୍ୱଳ ହୋଇଛି। କାରଣ ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ମିଳିବାର ସମ୍ଭାବନା ଦେଖା ଦେଇଛି। ଏ ନେଇ ଆଶ୍ୱାସନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ୨୦୨୦ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ କରୋନା ଟିକା।  ବିଶ୍ୱ ସ୍ୱାସ୍ଥ୍ୟ  ସଂଗଠନ ମୁଖ୍ୟ ମହାମାରୀ କରୋନାକୁ ନେଇ ପରିଚାଳନା ବୋର୍ଡ ବୈଠକରେ ଉଦ୍‌ବୋଧନ ଦେଇଥିଲେ। ଏହି […]

hathras
ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ମିଳିଲା ୧୦ ଦିନର ମହଲତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଯାଞ୍ଚ କରୁଥିବା ଏସଆଇଟି ତାର ତଦନ୍ତ ରିପୋର୍ଟ ବୁଧବାର ପ୍ରଦାନ କରିବାର ଥିଲା। ହେଲେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ୧୦ ଦିନର ମହଲତ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍  ଏସଆଇଟି ଆଜି ରିପୋର୍ଟ ପ୍ରଦାନ କରିବାର ଥିଲା। ପୂର୍ବରୁ ଏସଆଇଟିକୁ ସପ୍ତାହେ ମହଲତ ଦିଆଯାଇ ସାରିଛି । ତେବେ ମାମଲାର ପୂରା ଯାଞ୍ଚ ପାଇଁ ଅଧିକ ୧୦ ଦିନ ମାଗିଥିଲା […]

school
କାନ୍ଥରେ ହୋଇଛି କଳାପଟା, ୨୦୦ ପିଲାଙ୍କୁ ମାଇକ୍‌ ସାହାଯ୍ୟରେ ପାଠ ପଢାଉଛନ୍ତି ଶିକ୍ଷକ

ନୂଆଦିଲ୍ଲୀ: ସାମାଜିକ ଦୂରତା ରଖି ଚାଲିଛି ପାଠପଢା। ଗୋଟେ କି ଦୁଇଟି ନୁହେଁ ଝାଡଖଣ୍ଡ ସ୍କୁଲ୍‌ରେ ୨୦୦ରୁ ଅଧିକ ପିଲାଙ୍କୁ ନିଆରା ଢଙ୍ଗରେ ପାଠ ପଢାହେଉଛି। କାନ୍ଥରେ କଳାପଟା ହୋଇଛି, ପିଲାମାନେ ପରସ୍ପରଠୁ ଦୂରତା ରଖି ବସୁଛନ୍ତି। ଦୂରରେ ଥାଇ ଶିକ୍ଷକ ମାଇକ୍‌ ମାଧ୍ୟମରେ କଥାବାର୍ତ୍ତା କରୁଛନ୍ତି। କରୋନା ମହାମାରୀ ସମୟରେ ଏମିତି ନିଆରା ଶୈଳୀରେ ପାଠ ପଠାଉଥିବାରୁ ଏହି ସ୍କୁଲ୍‌ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଉଦ୍ୟୋଗପତି ହର୍ଷ ଗୋଏଙ୍କା। ଟୁଇଟ୍‌ କରି ହର୍ଷ ଲେଖିଛନ୍ତି, […]

border
ସୋପିଆନରେ ଲୁଚି ରହିଥିବା ୨ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନ ସୁଗାନ ଅଞ୍ଚଳରେ ସେନାର ଅପରେସନ ‘ଅଲଆଉଟ’ରେ ନିପାତ ହୋଇଛନ୍ତି ୨ ଆତଙ୍କୀ।  ସୁରକ୍ଷାବଳ ସହ ଗୁଳିବିନିମୟ ବେଳେ  ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏବେ ବି ଅପରେସନ ଚାଲିଥିବା ସୂଚନା ରହିଛି ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଜୈନାପୋରା ଇଲାକାର ସୁଗାନ ଗ୍ରାମରେ ସୁରକ୍ଷାକର୍ମୀମାନେ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।  କାଶ୍ମୀର ଜୋନ ପୋଲିସର ଟ୍ୱିଟର ଆକାଉଣ୍ଟ ତଥ୍ୟ ଅନୁସାରେ, ତଲାସୀ ଅଭିଯାନବେଳେ ଆତଙ୍କୀମାନେ […]

03
ବିଶ୍ୱର ସବୁଠାର ଲମ୍ବା ଗୋଡ଼ ଥିବା ଯୁବତୀ; ଉଚ୍ଚତା କେତେ ଜାଣନ୍ତି ?

ନୂଆଦିଲ୍ଲୀ:ପୃଥିବୀର ସବୁଠାରୁ ଲମ୍ବା ଗୋଡ ଥିବା ଯୁବତୀଙ୍କୁ ଜାଣନ୍ତି ? ସେ ହେଉଛନ୍ତି ମାକି କୁରିନ (Maci Currin) । ୧୭ ବର୍ଷର ଏହି ନାବାଳିକା ଜଣକ ନିଜ ଲମ୍ବା ଗୋଡ଼ ପାଇଁ ଗିନିଜ ବୁକ୍‌ରେ ନିଜ ନାଁ ସାମିଲ କରାଇ ପାରିଛନ୍ତି। ମାକି ଆମରିକାର ଟେକ୍ସାସ ଅଞ୍ଚଳରେ ରୁହନ୍ତି। ତାଙ୍କର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ମାକିଙ୍କ ଡାହାଣ ଗୋଡ ୫୩.୨୫୫ ଇଞ୍ଚ ହୋଇଥିବାବେଳେ ବାମ ଗୋଡର ଲମ୍ବ ୫୨.୮୭୫ ଅଟେ। ଋଷର ଏକାତେରିନା […]

rhea
ଡ୍ରଗ୍ସ ମାମଲା: ରିୟାଙ୍କୁ ମିଳିଲା ଜାମିନ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋର (ଏନସିବି)ଜେରା ପରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ବମ୍ବେ ହାଇକୋର୍ଟ ଆଜି ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା , ପାସ୍‌ପୋର୍ଟ ଡିପୋଜିଟ୍ କରିବାକୁ କୋର୍ଟ ରିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେନି ରିୟା।  ସେହିପରି ରିୟା ଯଦି ଗ୍ରେଟର୍‌ ମୁମ୍ବାଇ […]

pitha
'କଖାରୁ ଫୁଲ ଅଣ୍ଡା ଚାଟ୍‌'

ଆବଶ୍ୟକ ସାମଗ୍ରୀ: ଲୁଣ, କଟା ଟମାଟୋ, କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ […]

harsh
କରୋନାରେ ଆକ୍ରାନ୍ତ ହେଲେ ହର୍ଷ: କହିଲେ, ଭଲପାଇବା ପଠାଅ

ମୁମ୍ବାଇ: ବଲିଉଡ ଅଭିନେତା ତଥା ସନମ୍‌ ତେରି କସମ୍‌ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା  ହର୍ଷବର୍ଦ୍ଧନ ରାଣେ କରନୋରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ  ହର୍ଷବର୍ଦ୍ଧନ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି। କୋଭିଡ୍‌ ନେଇ ହର୍ଷ ଟ୍ୱିଟ୍‌ କରି ଜଣାଇଥିଲେ। ଟ୍ୱିଟ୍‌ରେ ହର୍ଷ ଲେଖିଛନ୍ତି, କିଛିଦିନ ହେବ ତାଙ୍କର ଜ୍ୱର ଓ ପେଟରେ ଯନ୍ତ୍ରଣା ହେଉଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର କରୋନା ପରୀକ୍ଷା ପାଇଁ କହିଥିଲେ। କରୋନା ପରୀକ୍ଷା କରିବା […]

donald trump
ଟ୍ରମ୍ପଙ୍କ ପରେ ହ୍ୱାଇଟ୍‌ ହାଉସରେ ବଢିଲା କରୋନା ସଂକ୍ରମଣ

ୱାଶିଂଟନ:କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେରିବା ପରେ ଏବେ ହ୍ୱାଇଟ ହାଉସରେ ଅଧିକ ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଟ୍ରମ୍ପ ଓ ପତ୍ନୀ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀମାନେ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରିଷ୍ଠ ଆଇନ ପରାମର୍ଶଦାତାଙ୍କଠାରୁ ଆରମ୍ଭ କରି ଶୀର୍ଷ ସେନା ଅଧିକାରୀ ଅଛନ୍ତି। ଜଣାଯାଇଛି, ହ୍ୱାଇଟ ହାଉସର ବରିଷ୍ଠ  ପଲିସି ଆଡ୍‌ଭାଇଜର ଷ୍ଟିଫନ ମିଲର ଗତ ୫ […]

drug
ଡ୍ରଗ୍ସ କାରବାରକୁ ନେଇ NCBର ବଡ ଖୁଲାସା

ନୂଆଦିଲ୍ଲୀ:ଦେଶରେ ନିଶା କାରବାରରେ ଲଗାମ ଟାଣିବା ପାଇଁ ନାର୍କୋଟିକ୍‌ ବ୍ୟୁରୋ (NCB) ଉଦ୍ୟମ ଚଳାଇଛି। ଦେଶର ପ୍ରାୟ ୨୦ ଲକ୍ଷ ଡ୍ରଗ୍‌ ଆଡିକ୍ଟ  ଏନସିବି ରାଡରରେ ଅଛନ୍ତି। ୧୪୨ ଡ୍ରଗ୍ସ ସିଣ୍ଡିକେଟର ଯାଞ୍ଚ ଚାଲିଛି। ଏହି ସିଣ୍ଡିକେଟ ମାଧ୍ୟମରେ ୧.୪୦ ଲକ୍ଷ କୋଟିର କାରବାର ହୋଇଥିବା ଏନସିବି ହାତରେ ଲାଗିଛି। କାଲି ବଲିଉଡ ନୁହେଁ, ସାରା ଦେଶରେ ଏନସିବି ତାର ତଦନ୍ତର ଜାଲ ବିଛାଇଛି। ଏହି ସିଣ୍ଡିକେଟର ଲିଙ୍କ ୟୁରୋପ, କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସାଉଥ ଆମେରିକା […]

sapna
ମାଆ ହେଲେ ସ୍ୱପ୍ନା ଚୌଧୁରୀ

ମୁମ୍ବାଇ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ବିଗ୍‌ ବସ୍‌ ୧୧ର ପ୍ରତିଯୋଗୀ ସ୍ୱପ୍ନା ଚୌଧୁରୀ ମାଆ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସ୍ୱପ୍ନାଙ୍କ ସ୍ୱାମୀ ବିର୍‌ ସାହୁ ସୋଶାଲ୍‌ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସ୍ୱପ୍ନା ଖୁବ୍‌ କମ୍‌ ଆଲୋଚନା କରନ୍ତି। ବିର୍‌ଙ୍କ ସହ ସେ ରିଲେସନ୍‌ସିପ୍‌ରେ ଥିବା କଥା ମଧ୍ୟ ସେ ସର୍ବସମ୍ମୁଖକୁ ଆଣି ନଥିଲେ। ବିବାହକୁ ମଧ୍ୟ ସ୍ୱପ୍ନା ଦୀର୍ଘ ଦିନ ପର୍ଯ୍ୟନ୍ତ […]

sonu
 ୫୦ଜଣ ଯୁବତୀଙ୍କୁ ସୋନୁ ଦେବେ ଚାକିରି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବିଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାଠୁ ଆରମ୍ଭ କରି ପିଲାଙ୍କୁ ଅନ୍‌ଲାଇନ୍‌ ପଢିବା ପାଇଁ ଫୋନ୍‌ ଯୋଗାଇଦେବା ପର୍ଯ୍ୟନ୍ତ ସୋନୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଏବେ ସୋନୁ ୫୦ଜଣ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଝାଡ଼ଖଣ୍ଡର ଏକ ଗାଁରେ ଲକଡାଉନ୍ ଯୋଗୁ ୫୦ ଜଣ ଯୁବତୀ ଚାକିରି ହରାଇଥିଲେ। ଏ ଖବର ମିଳିବା ପରେ […]

shahin bag
ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ବନ୍ଦ କରାଯାଇ ପାରିବନି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଶାହିନବାଗ ପ୍ରତିବାଦ ମାମଲାର ଶୁଣାଣି କରି ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବସାଧାରଣ ସ୍ଥାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇ ପାରିବନି ବୋଲି  କୋର୍ଟ ମାମଲାର ଶୁଣାଣି ବେଳେ କହିଛନ୍ତି । ନାଗରିକତା ସଂଶୋଧନ ଆଇନ CAA ବିରୋଧରେ ଦିଲ୍ଲୀ ଶାହିନବାଗରେ ମାସାଧିକ କାଳ ପ୍ରତିବାଦ ଚାଲିଥିଲା। ଦିଲ୍ଲୀ-ନୋଏଡ଼ା ରାସ୍ତା ବନ୍ଦ କରି ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । କୋର୍ଟ କହିଛନ୍ତି ଯେ, କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ଷୋଭ […]