• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

arrest
ବୟଫ୍ରେଣ୍ଡ୍‌ଙ୍କୁ ହତ୍ୟା ଅଭିଯୋଗରେ ଯୁବତୀଙ୍କୁ ୪୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍‌‌ଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଯୁବତୀଙ୍କୁ ୪୦ ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଛି। ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଯୁବତୀ ଜଣକ ବୟଫ୍ରେଣ୍ଡ୍‌‌ଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ବୟଫ୍ରେଣ୍ଡ୍‌କୁ ହତ୍ୟା କରିବାର ୩ ସପ୍ତାହ ପରେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ୱେଷ୍ଟ୍‌ ଭର୍ଜିନିଆରେ ଏହି ଘଟଣା ଘଟିଛି। ଉକ୍ତ ବ୍ୟକ୍ତି ଯୁବତୀଙ୍କ ବାୟୋଲୋଜିକାଲ୍‌ ବାପା ବୋଲି କୁହାଯାଉଛି। DailyMailର ଏକ ରିପୋର୍ଟ ଅନୁସାରେ, ଏହି ଯୁବତୀ ଜଣକ ୨୦୧୯ […]

deepika
ଡ୍ରଗ୍ସ ମାମଲାରେ ଦୀପିକାଙ୍କୁ ଜେରା କରିଥିବା NCB ଅଧିକାରୀଙ୍କୁ କରୋନା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଖୋଳତାଡ଼ କରୁଥିବା Narcotics Control Bureau (NCB)ର ଡେପୁଟି ଡାଇରେକ୍ଟର କେପିଏସ୍‌ ମାଲ୍‌ହୋତ୍ରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ NCBର ଜେରା ସମୟରେ କେପିଏସ୍‌ ମାଲ୍‌ହୋତ୍ରା ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ NCB ମୁମ୍ବାଇ ଅଫିସ୍‌ର ୨୫ଜଣ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ମୁମ୍ବାଇ ଅଫିସ୍‌ର ଏତେ ସଂଖ୍ୟକ […]

mani-op
ପଦ୍ମ ନାଡ଼ରୁ ମାସ୍କ ତିଆରି କରୁଛନ୍ତି ଯୁବତୀ, ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ: ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ ବୃତ୍ତି ହରାଉଥିଲେ, ସେ ସମୟରେ ବିଜୟଶାନ୍ତି […]

nitessh-kumar
ବିହାର ନିର୍ବାଚନ ୨୦୨୦: ୫୦-୫୦ ଫର୍ମୁଲାରେ ନୀତୀଶ ରାଜି !

ପାଟନା: ବହୁ ଆଲୋଚନା ପର୍ଯ୍ୟାଲୋଚନା ତର୍କ ବିତର୍କ ପରେ ବିହାରରେ ଏନ୍‌ଡିଏର ଆସନ ବୁଝାମଣା ହୋଇଛି। ନୀତୀଶ ୫୦-୫୦ ଫର୍ମୁଲାରେ ରାଜି ହୋଇଥିବା ଖବର ମିଳୁଛି। ଅକ୍ଟୋବର ୨୮ ତାରିଖରୁ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ଭାଗ ବଣ୍ଟା ହୋଇଛି। ସୂଚନା ଅନୁସାରେ, ବିହାର ବିଧାନସଭାର ୨୪୩ ସିଟ୍‌ ମଧ୍ୟରୁ ଜେଡିୟୁ ୧୨୨ ଟି ଆସନରୁ ପ୍ରାର୍ଥୀ ଦେବାକୁ ଥିବା ବେଳେ ବିଜେପିକୁ ମିଳିବ ୧୨୧ ଆସନ। ଦୁଇ […]

coronavirus
ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ ଲାଗୁନାହିଁ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ଯେମିତି ବୃଦ୍ଧି ହେଉଛି, ମୃତ୍ୟୁ ସଂଖ୍ୟାରେ ବି ସେହି ଅନୁସାରେ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗୋଟିଏ ଦିନରେ ୭୫ ହଜାର ୮୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇଲେ ଦେଶରେ ଏବେ ମୋଟ ଆକ୍ରାନ୍ତ […]

salman
ଜ୍ୟୋତିଷଙ୍କୁ ସଲ୍‌ମାନ୍‌ ପଚାରିଲେ କେବେ ହେବ ମୋର ମ୍ୟାରେଜ୍‌ ? ମିଳିଲା ଏମିତି ଉତ୍ତର...

ମୁମ୍ବାଇ: ଆରମ୍ଭ ହୋଇଯାଇଛି ବିଗ୍‌ ବସ୍‌ ୧୪। ସବୁଥର ଭଳି ଏଥର ମଧ୍ୟ ଏହି ଶୋ’କୁ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ ହୋଷ୍ଟ୍‌ କରିଛନ୍ତି। ଶୋ’ର ପ୍ରଥମ ଏପିସୋଡ୍‌ରେ ଖୁବ୍‌ ମସ୍ତି ଦେଖିବାକୁ ମିଳିଥିଲା। ପ୍ରଥମ ଏପିସୋଡ୍‌ରେ ନୂଆ ପ୍ରତିଯୋଗୀଙ୍କୁ ନେଇ ଯେତିକି ଚର୍ଚ୍ଚା, ଏହାସହ ସଲ୍‌ମାନ୍‌ଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  କେବେ ହେବ ସଲ୍‌ମାନ୍‌ଙ୍କ ବିବାହ ?  ବିଗ୍‌ ବସ୍‌ ୧୪ ସିଜନ୍‌ର ପ୍ରଥମ ଏପିସୋଡ୍‌ରେ ପଣ୍ଡିତ ଜନାର୍ଦନ ନାମକ ଜଣେ […]

haladi
ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହଳଦୀ

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ। ଅନେକ ରୋଗର ଉପଶମ […]

mukesh-shani
ବିହାର ନିର୍ବାଚନ: ମେଣ୍ଟରୁ ଓହରିଲା ଭିଆଇପି, ଏକାକୀ ଲଢ଼ିବ ନିର୍ବାଚନ

ପାଟନା: ବିହାର ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତକାଲି ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହୋଇଥିବା ଭିଆଇପି(ବିକାଶଶୀଳ ଇନସାନ ପାର୍ଟି) ଏକାକୀ ୨୪୩ ସିଟ୍‌ରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଆର୍‌ଜେଡିର ମୁଖ୍ୟ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ ଅସ୍ୱୀକାର କରିବା ସହିତ ଏପରି ଘୋଷଣା କରିଛି ଭିଆଇପି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭିଆଇପି ଅଧ୍ୟକ୍ଷ ମୁକେଶ ଶାହନି ଏକଥା କହିଛନ୍ତି। ବଲିଉଡ୍‌ ସେଟ୍‌ ଡିଜାଇନର୍‌ରୁ ରାଜନେତା ସାଜିଥିବା […]

kejriwal
ଘରେ ପୁରୁଣା ପାଣିକୁ ଫିଙ୍ଗି ନୂଆ ପାଣି ଭର୍ତ୍ତି କରିବାକୁ କାହିଁକି କହିଲେ କେଜରିୱାଲ ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ରୋକିବାକୁ ଅଭିନବ ପଦକ୍ଷେପ। ୧୦ ସପ୍ତାହ, ଦିନ ୧୦ଟାରେ ୧୦ ମିନିଟ୍ କ୍ୟାମ୍ପେନ୍ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସପ୍ତାହରେ ପ୍ରତି ରବିବାର ଦିନ ୧୦ଟାରେ ମାତ୍ର ୧୦ ମିନିଟ୍ ସମୟ ଦେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେହି ଅନୁଯାୟୀ ଆଜି ମଧ୍ୟ କେଜରିଓ୍ୱାଲ ଏ ନେଇ ଲୋକଙ୍କୁ ସଚେତନ କରିଛନ୍ତି। ୧୦ ମିନିଟ ଭିତରେ ଘରେ ବିଭିନ୍ନ ସ୍ଥାନରେ ଜମି ରହିଥିବା ପାଣି ସଫା […]

hatharash
ହାଥରସ ଘଟଣା: ପୀଡ଼ିତାଙ୍କ ଭାଇ କହିଲେ, ମାଜିଷ୍ଟ୍ରେଟ୍‌ଙ୍କୁ ନିଲମ୍ବିତ କରାଯାଉ

ଲକ୍ଷ୍ନୌ: ହାଥରସ ପୀଡ଼ିତା ପରିବାରକୁ ଭେଟିବାକୁ ଅନୁମତି ମଳିବା ପରେ ରାଜନୀତି ଜୋର୍‌ ଧରିଛି। ବିଭିନ୍ନ ଦଳର ନେତା, ଆଇନିଜୀବୀ ଓ ଅନ୍ୟମାନେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ନ୍ୟାୟ ଦାବି କରୁଛନ୍ତି। ଏମିତି ସ୍ଥିତିରେ ହାଥରସ ପୀଡ଼ିତାଙ୍କ ଭାଇ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ ହେଉ ବୋଲି ପୀଡ଼ିତାଙ୍କ ଭାଇ ଦାବି କରିବା ସହିତ ହାଥରସ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିଲମ୍ବିତ କରାଯାଉ ବୋଲି ସେ କହିଛନ୍ତି। […]

harshwardhn
କରୋନା ଭ୍ୟାକ୍ସିନ: ୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ: ଆସନ୍ତା ବର୍ଷା ଜୁଲାଇ ମାସ ସୁଦ୍ଧା ୪୦୦ରୁ ୫୦୦ ମିଲିୟନ କରୋନା ଡୋଜ୍‌‌ ଆଣିବା ସହିତ ଭାରତର ୨୫ କୋଟି ଲୋକଙ୍କୁ ଟିକାକରଣ କରାଇବା ଲକ୍ଷ୍ୟ ରହିଛି। ‘ସଣ୍ଡେ ସମ୍ବାଦ’ କାର୍ଯ୍ୟକ୍ରମର ଚତୁର୍ଥ ଅଧ୍ୟାୟରେ ସୋସିଆଲ୍‌ ମିଡିଆ ୟୁଜର୍‌ଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କରୋନା ଭ୍ୟାକ୍ସିନ୍ ଥରେ ପ୍ରସ୍ତୁତ ହୋଇଗଲେ କିପରି ତାର ସଠିକ ବିତରଣ ହୋଇପାରିବ ସେ ନେଇ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ […]

ipl
ଫର୍ମକୁ ଫେରିଲେ ଡି'କକ୍: ହାଇଦ୍ରାବାଦକୁ ୨୦୯ ରନ୍‌ର ଟାର୍ଗେଟ୍

ଦୁବାଇ: ଚଳିତ ଆଇପିଏଲର ୧୭ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ୱାଇ ପକ୍ଷରୁ ଦୁଇ ଓପ୍‌ନର୍ ଅଧିନାୟକ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ପାୱାରପ୍ଲେ ଭିତରେ ଆଉଟ ହୋଇ ପାଭିଲିଅନକୁ ଫେରିଆସିଥିଲେ। ପରେ ଡି କକ୍ ଏବଂ ଇଶାନ୍ କିଶାନ୍ ତୃତୀୟ ୱିକେଟ୍ ପାଇଁ ୭୮ ରନ୍‌ର ସହଭାଗୀତା ସହିତ ମୁମ୍ବାଇ ଇଣ୍ଡିଆନ୍ସର […]

trump
ସୁଧୁରୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା। ଭଲ ଅନୁଭବ କରୁଛି, ଖୁବ୍‌ଶୀଘ୍ର ଫେରିବି, ଆଗକୁ ଅସଲ ପରୀକ୍ଷା ବୋଲି ଏକ ଭିଡିଓ ଟୁଇଟ୍ କରି କହିଛନ୍ତି ଟ୍ରମ୍ପ। ସେ କରୋନା ଆକ୍ରାନ୍ତ ହୋଇ ଓ୍ୱାଶିଂଟନ୍ ନିକଟସ୍ଥ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଗୁରୁତର ହେବା ପରେ ଅକ୍ସିଜେନ୍ ସପୋର୍ଟରେ ଥିଲେ ଟ୍ରମ୍ପ। ତେବେ ବର୍ତ୍ତମାନ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ପଡ଼ୁନଥିବା ବେଳେ, ରେମ୍‌ଡେସିଭିର୍ ଥେରାପି ଆରମ୍ଭ ହୋଇଥିବା ସୂଚନା […]

rahul
ରାହୁଲ ଗାନ୍ଧି କହିଲେ, ସରକାରକୁ ଆସିଲେ ନୂଆ କୃଷି ନିୟମ ହଟାଇ ଦେବୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିଷୟରେ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ପଞ୍ଜାବରେ ଏହାକୁ ଜୋର୍‌ଦାର ବିରୋଧ କରାଯାଉଛି। ଏହି ପ୍ରଦର୍ଶନରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଞ୍ଜାବର ମୋଗାରେ ପହଞ୍ଚିଥିଲେ। ସେଠାରେ କୃଷକଙ୍କୁ ପ୍ରତିଶ୍ରୁତି ଦେଇ ରାହୁଲ କହିଥିଲେ, ଆମେ ସରକାରଙ୍କୁ ଆସିଲେ କୃଷି କ୍ଷେତ୍ର ସହିତ ଜଡିତ ଏହି ତିନୋଟି ଆଇନ୍‌କୁ ହଟାଇଦେବୁ। ସେ ଆହୁରି ମଧ୍ୟ କହିଥିଲେ ଯେ ମୋଦି ବର୍ତ୍ତମାନର MSP […]

tamanna
ଅଭିନେତ୍ରୀ ତମନ୍ନାଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ବାହୁବଳିର ହିରୋଇନ୍‌ ତମନ୍ନା ଭାଟିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହାଇଦ୍ରାବାଦ୍‌ରେ ସେ ଏକ ୱେବ୍‌ ସିରିଜ୍‌ ଶୁଟିଂ କରୁଥିଲେ। କିଛିଦିନ ହେବ କରୋନା ଭାଇରସ ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟ କରାଇନେବା ଉଚିତ୍ ଭାବିଥିଲେ। ଏହାପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ, ତମନ୍ନା ବର୍ତ୍ତମାନ ବେଙ୍ଗାଲୁରୁର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ୍ସପର୍ଟ ଡାକ୍ତରୀ ଟିମ୍‌ ତତ୍ୱାବଧାନରେ ତାଙ୍କର ଚିକିତ୍ସା […]

prabhas-1
ପ୍ରଭାସଙ୍କ ସହ ଭାଇରାଲ ହେଉଥିବା ୱେଡିଂ ଫଟୋକୁ ନେଇ ମୁହଁ ଖୋଲିଲେ ଅନୁଷ୍କା

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ନେଇ ପୁଣି ଚର୍ଚ୍ଚା । ନିକଟରେ ଅନୁଷ୍କା ଟ୍ୱିଟରରେ #AskAnushka session ହୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ଫିଲ୍ମ ଓ ପ୍ରଭାସଙ୍କ ବିଷୟରେ କହିଥିଲେ। ଉଭୟଙ୍କ(ପ୍ରଭାସ-ଅନୁଷ୍କା)ଯୋଡ଼ିକୁ ଫ୍ୟାନ୍ସମାନେ ପସନ୍ଦ କରୁଥିବାରୁ ଆଉ ଏକ ଫିଲ୍ମ ପ୍ରଭାସଙ୍କ ସହ କରିବାକୁ ନେଇ ଜଣେ ପ୍ରଶଂସକ ଅନୁଷ୍କାଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଅନୁଷ୍କା କହିଥିଲେ, ଫିଲ୍ମର କାହାଣୀ ପାଇଁ ସ୍କ୍ରିପ୍ଟରେ ଯଦି ଏଭଳି ଯୋଡ଼ିର ଆବଶ୍ୟକତା […]

t
ହୋଟେଲ ନାଁରେ ଖରାପ ମନ୍ତବ୍ୟ ଦେବାରୁ ହୋଇପାରେ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ଜଞ୍ଜାଳମୟ ଜୀବନରୁ ଟିକେ ଫୁରସତ୍ ମିଳିଲେ ଆମେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିଥାଉ। ଆଉ ଏହି ଅବସରରେ ହୋଟେଲରେ ରହଣି ଆହୁରି ମଜାଦାର। ଅନେକ ଲୋକ ହୋଟେଲର ଭଲ ମନ୍ଦ ନେଇ ସେମାନଙ୍କର ମତ ମଧ୍ୟ ଦେଇଥାନ୍ତି। ଯାହା ଫଳରେ ଲୋକେ ସେଠାକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। କିନ୍ତୁ ଥାଇଲ୍ୟାଣ୍ଡର ଏକ ହୋଟେଲ ସମ୍ପର୍କରେ ଆମେରିକାର ଜଣେ ବ୍ୟକ୍ତି ନକାରାତ୍ମକ ମତ ପୋଷ୍ଟ କରିବା ପରେ ତାଙ୍କୁ ଜେଲ ହୋଇପାରେ ବୋଲି ଚର୍ଚ୍ଚା […]

trump
ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ଟ୍ରମ୍ପ

ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ସ୍ୱାସ୍ଥ୍ୟାବସ୍ଥା । ଆଜି ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ହ୍ୱାଇଟ ହାଉସ୍ ଫେରିପାରନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଟିମ କହିଛି । ସେ ରେମଡସିଭିର ନେଉଛନ୍ତି । ତାଙ୍କ କିଡ୍‌ନୀ ଓ ଲିଭର ଠିକ୍ ଭାବେ କାର୍ଯ୍ୟକରୁଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ କରୋନା ଆକ୍ରାନ୍ତ ଟ୍ରମ୍ପ ରବିବାର ଡାକ୍ତରଖାନା ବାହାରକୁ ଆସି ସମର୍ଥକମାନଙ୍କୁ ଅଭିବାଦନ କରୁଥିବା ଦେଖା ଯାଇଥିଲା। ମେରିଲାଣ୍ଡର ୱାଲ୍‌ଟର […]

ipl
IPL 2020: ପଏଣ୍ଟ ଟେବୁଲ୍‌ରେ କେଉଁ ସ୍ଥାନରେ ଅଛି ଆପଣଙ୍କ ପସନ୍ଦର ଟିମ୍,‌ ଜାଣନ୍ତୁ

ନୂଆଦିଲ୍ଲୀ:ଆଇପିଏଲର ଏକ ରୋମାଞ୍ଚକର ମ୍ୟାଚରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ହରାଇ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଏହା ସହ ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଛି ୩ ଥରର ବିଜେତା ଚେନ୍ନାଇ। ଗତକାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଏକତରଫା ଭାବେ ୧୦ ଓ୍ୱିକେଟରେ ପଞ୍ଜାବକୁ ପରାସ୍ତ କରିଛି। ସେନ୍ ଓ୍ୱାଟସନ୍ ୫୩ ବଲରୁ ଅପରାଜିତ ୮୩ ରନ୍ କରିଥିଲେ । ଫାପ୍ ଡୁ ପ୍ଲେସିସ୍ ୫୩ ବଲ୍ ରେ ଅପରାଜିତ ୮୭ ରନ୍ […]

dekhar
ସୁଶାନ୍ତଙ୍କ ମୃତ୍ୟୁ ନେଇ ଏମ‌ସ୍‌ ରିପୋର୍ଟକୁ ମିଛ କହିଲେ ଶେଖର ସୁମନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟା ସାମ୍ନାକୁ ଆସୁଛି। ଏମସ୍ ଡାକ୍ତରୀ ପ୍ୟାନେଲର ରିପୋର୍ଟ ଆସିବା ପରେ ଅସନ୍ତୋଷ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତାଙ୍କର ହତ୍ୟା ହୋଇନାହିଁ। ହେଲେ ଏମସ୍ ରିପୋର୍ଟକୁ ଲୋକମାନେ ସାଧାରଣ ଭାବେ ଗ୍ରହଣ କରି ପାରୁନାହାନ୍ତି। ଅଭିନେତା ଶେଖର ସୁମନ ଏମସ୍ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ବିପରୀତ ଦିଗରେ ଏହି […]