• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

lockdown
ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଚେନ୍ନାଇ: ଦେଶରେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ୍‌ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩୧ ଯାଏ ଲକ୍‌ଡାଉନ୍‌ ବୃଦ୍ଧି ନେଇ ତାମିଲନାଡୁ ସରକାର ଘୋଷଣା କରିଛନ୍ତି। ଯଦିଓ ତାମିଲନାଡୁରେ ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା ହୋଇଛି, ହେଲେ କିଛି କଟକଣାକୁ କୋହଳ କରାଯିବା […]

ayodhya
୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ପରେ ବାବ୍‌ରି ମସଜିଦ୍ ଭଙ୍ଗା ମାମଲାର ଆଜି ରାୟ ଶୁଣାଣି ହେବ । ଲକ୍ଷ୍ନୌ ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏସ୍. କେ. ଯାଦବ ଏହି ରାୟ ଶୁଣାଇ ପାରନ୍ତି। ୧୯୯୨ ମସିହାରେ ଘଟିଥିବା ଘଟଣାରେ ଏଲ୍. କେ. ଆଡ଼ଭାନି, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହଙ୍କ ସମେତ ୩୨ ଜଣଙ୍କ ନାଁରେ ଏବେ ଅପରାଧିକ ମାମଲା ଚାଲୁଛି। ରାୟ ଶୁଣାଣି ବେଳେ ଉପସ୍ଥିତ ରହିବା ଲାଗି ବିଜେପି […]

corona vaccine
ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ:କରୋନା ଭାଇରସକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଥିବାବେଳେ ପୁଣେ ସ୍ଥିତ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏହି ଚିନ୍ତା ଦୂର କରିବାକୁ ଯାଉଛି। ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ପ୍ରସ୍ତୁତି କାମ ଶେଷ ହୋଇଯିବ ।  ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ଦେଶରେ କରୋନା ଟିକା ଯୋଗାଇ ଦିଆଯାଇ ପାରିବ। ପ୍ରାୟ ୨୦ କୋଟି କରୋନା ଟିକା ଉତ୍ପାଦନ କରିବ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ। ଏନେଇ […]

trump biden
ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରେସିଡେନ୍‌ସିଆଲ ଡିବେଟ । ଓହିଓ କ୍ଲେଭଲାଣ୍ଡରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ସାମ୍ନାସାମ୍ନି ହୋଇଛନ୍ତି। ପ୍ରଥମ ଡିବେଟ୍ ହେଉଛି ନିଜର ପ୍ରାର୍ଥିତ୍ୱକୁ ନେଇ। ଉଭୟଙ୍କ ମଧ୍ୟରେ କଡ଼ା ବିତର୍କ ହୋଇଛି । କରୋନା ମୁକାବିଲା ଓ ବର୍ଣ୍ଣବୈଷମ୍ୟ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରତିପକ୍ଷ ପ୍ରାର୍ଥୀ ଜୋ ବିଡେନ୍ । କରୋନା ଭଳି ମହାମାରୀ ମୁକାବିଲା କରିବାରେ ଟ୍ରମ୍ପ ସରକାର ବିଫଳ ହୋଇଥିବା ସେ କହିଥିଲେ।  […]

hathrus
ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ଲକ୍ଷ୍ନୌ: ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ହାରି ଯାଇଛନ୍ତି ପୀଡ଼ିତା । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହେଲେ ଏହି  ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଏହି ଜଘନ୍ୟ ଦୁଷ୍କର୍ମ ମାମଲାକୁ ନେଇ ତେଜୁଛି ରାଜନୀତି।  ପୀଡ଼ିତାଙ୍କ ମୃତଦେହକୁ ରାତି ଅଧରେ ସତ୍କାର କରିଛି ପୋଲିସ। ପୋଲିସର ଏପରି ଆଚରଣକୁ ବିରୋଧ କରିଛନ୍ତି ପରିବାର ଲୋକେ। ଜାତୀୟ ଗଣମାଧ୍ୟମ ରିପୋର୍ଟ […]

nayanthara
ବୟଫ୍ରେଣ୍ଡ୍‌ଙ୍କ ବର୍ଥ ଡେ’ ସେଲିବ୍ରେସନ୍‌ରେ‌ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଅଭିନେତ୍ରୀ ନୟନତାରା !

ମୁମ୍ବାଇ: ରିଲେସନ୍‌ସିପ୍‌ ଓ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ନୟନତାରା ଓ ଭିଗ୍ନେଶ୍‌। ଏପରିକି ସେମାନଙ୍କ ବିଷୟରେ ଅନେକ ଗୁଜବ ଖବର ମଧ୍ୟ ଶୁଣିବାକୁ ମିଳିଛି। ଏକ ଗୁଜବ ଖବର ଅନୁସାରେ, ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ ବୟଫ୍ରେଣ୍ଡ୍‌ ତଥା ତାମିଲ୍‌ ଡାଇରେକ୍ଟର ଭିଗ୍ନେଶ୍‌ଙ୍କ ବର୍ଥ ଡେ’ରେ କୁଆଡ଼େ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଶୁଣିବାକୁ ମିଳୁଛି। ବର୍ଥ ଡେ’ ସେଲିବ୍ରେସନ୍‌ ପାଇଁ ଭିଗ୍ନେଶ ଓ ନୟନତାରା ଗୋଆ ଯାଇଥିଲେ। […]

sonu sood
ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ଅସହାୟଙ୍କ ସାହା ପାଲଟିଥିଲେ ଅଭିନେତା ସୋନୁ ସୁଦ। ତାଙ୍କର ଏହି ମହନୀୟତା ପାଇଁ ବିଭିନ୍ନ ଆଡୁ ଛୁଟିଥିଲା ପ୍ରଶଂସାର ସୁଅ।  ଏବେ  ମିଳିତ ଜାତିସଂଘ ଦ୍ୱାରା ସମ୍ମାନଜନକ ସ୍ୱତନ୍ତ୍ର ମାନବିକତା ଆକ୍ସନ୍ ପୁରସ୍କାର (UNDP)ରେ ତାଙ୍କୁ ସମ୍ମାନିତ କରାଯାଇଛି । ଗତ ସୋମବାର ଅନୁଷ୍ଠିତ ଏକ ଭର୍ଚୁଆଲ୍ ସମାରୋହରେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ସୋନୁ ସୁଦଙ୍କୁ ସମ୍ମାନିତ କରାଯାଇଥିଲା। ପୁରସ୍କାର ପାଇବା ପରେ ସୋନୁ ସୁଦ କହିଛନ୍ତି, ଏହା […]

babri 11
ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ: ୩୨ ଅଭିଯୁକ୍ତ ନିର୍ଦ୍ଦୋଷ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ। ବାବ୍ରୀ ମସଜିଦ୍ ଭଙ୍ଗା ମାମଲାରେ ଲକ୍ଷ୍ନୌ CBI ସ୍ପେଶାଲ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି। ଏହି ମାମଲାରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଦୋଷମୁକ୍ତ ହୋଇଛନ୍ତି। ସେହପରି ଉମା ଭାରତୀ, ବିନୟ କଟିୟାର, କଲ୍ୟାଣ ସିଂହ ମଧ୍ୟ ଦୋଷମୁକ୍ତ ହୋଇଛନ୍ତି। ମାମଲାର ଶୁଣାଣି […]

advani
‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ନୂଆଦିଲ୍ଲୀ: ୨୮ ବର୍ଷ ପରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣାର ଶୁଣାଣି ଆଜି ଲକ୍ଷ୍ନୌ ସ୍ୱତନ୍ତ୍ର କୋର୍ଟରେ ହୋଇଯାଇଛି। କୋର୍ଟ ଏହି ମାମଲାର ଶୁଣାଣି କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି, ମସ୍‌ଜିଦ୍‌  ଢାଞ୍ଚାକୁ ଅସାମାଜିକ ବ୍ୟକ୍ତିମାନେ ଭାଙ୍ଗି ଥିଲେ। ଅଭିଯୁକ୍ତ ନେତାମାନେ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ। ରାୟ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ମାମଲାରେ ନିର୍ଦ୍ଧୋଷ […]

up
ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଦୁଷ୍କର୍ମ ମାମଲାକୁ ଗୁରୁତ୍ୱର ସହ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଘଟଣାକୁ ନେଇ ସବିଶେଷ ତଥ୍ୟ ପଚାରି ଥିବା ଜଣାପଡ଼ିଛି। ଏହି ଆଲୋଚନା ପରେ ମାମଲାରେ ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଅନ୍ୟପକ୍ଷେ ୟୁପି ପୋଲିସ ଦାବି କରିଛି, ୪ ଜଣ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ପୀଡିତା ନର୍ଭ ସିଷ୍ଟମ ଅଚଳ ହୋଇ ଯାଇଥିଲା ଯେଉଁଥିପାଇଁ […]

surjye-wala
ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ'ଣ କହିଲା କଂଗ୍ରେସ ?

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଆଜି ରାୟ ଶୁଣାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କର ଏହି ରାୟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। କଂଗ୍ରେସ ମୁଖାପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ବାବରୀ ମସ୍‌ଜିଦ୍ ଭଙ୍ଗା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀମୁକ୍ତ କରିବା ସ୍ପେଶାଲ୍‌ କୋର୍ଟଙ୍କର ଏହି ନିର୍ଦ୍ଦେଶ ଦେଶର ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ରାୟର ପ୍ରତିକୁଳ ନିଷ୍ପତ୍ତି। ୨୦୧୯ ଉଚ୍ଚ ନ୍ୟାୟାଳୟର […]

up-hatsrash-case
ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ନେଇ ସଫେଇ ଦେଇଛି ଉତ୍ତର ପ୍ରଦେଶ ପୁଲିସ। ୟୁପି ଏଡିଜି ଲ ଏଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି, ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶବକୁ ପୁଲିସ ଜବରଦସ୍ତି ଅନ୍ତିମ ସଂସ୍କାର କରି ନାହିଁ। ପରିବାରର ସହମିତ ପରେ ହିଁ ଅନ୍ତିମ ସଂସ୍କାର କରାଯାଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ପ୍ରାଶାନ୍ତ କୁମାର ଏପରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଳମ୍ବ ହେଉଥିବାରୁ […]