• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

flight
ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ବେଳେ ଯେଉଁ ଯାତ୍ରୀମାନେ ଟିକେଟ୍‌ ବୁକ୍‌ କରିଥିଲେ, ହେଲେ କଟକଣା ପାଇଁ ବିମାନରେ ଯାତ୍ରା କରିପାରିନଥିଲେ, ସେମାନଙ୍କୁ କ୍ୟାନ୍‌ସେଲସନ୍ ଚାର୍ଜ ନ କାଟି ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ। ଏମିତିକି ଟ୍ରାଭେଲ ଏଜେଣ୍ଟଙ୍କ ଦ୍ୱାରା ବୁକ୍ ହୋଇଥିବା ଟିକେଟ୍ ଟଙ୍କା ମଧ୍ୟ ଫେରସ୍ତ ମିଳିବ। ଏକ ମାମଲାର ଶୁଣାଣି ବେଳେ ବେସାମାରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଏଭଳି ସୁପାରିସକୁ ଗୁରୁବାର ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଯଦି ଏୟାରଲାଇନ୍ସ ତୁରନ୍ତ ଟିକେଟ୍ ଅର୍ଥ ଫେରାଇବାକୁ […]

cease-fire
ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଶ୍ରୀନଗର: ସୀମା ଲଘିଂଲା ପାକିସ୍ତାନର ବଦ୍‌ମାସି। ଏଲଓସିରେ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ। ଫଳରେ ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏଥି ସହିତ ୫ ଯବାନ ଗୁରୁତର ହୋଇଛନ୍ତି। ତେବେ ଭାରତୀୟ ଯବାନ ପାକ ସେନାକୁ ମୁହଁତୋଡ ଜବାବ ଦେଇଛନ୍ତି। ସେନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ସେନା ପୋଷ୍ଟ ଉପରକୁ ମୋର୍ଟାର ମାଡ଼ କରିଛନ୍ତି। ସେନା ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ […]

rahul
ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମୃତୟନ ଥିବା ପୁଲିସ କର୍ମୀ ଅଟକାଉଥିବା ବେଳେ ହଠାତ ତଳେ ପଡ଼ିଗଲେ ରାହୁଲ ଗାନ୍ଧି। ଗ୍ରେଟର ନୋଏଡ଼ାରେ ଉତ୍ତରପ୍ରଦେଶ ସୀମା ପରିଚାଳନାରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ରାହୁଲ ଗାନ୍ଧି ଓ ତାଙ୍କ ଟିମ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଠେଲାପେଲା ହେବାରୁ ତଳେ ପଡ଼ିଯାଇଥିଲେ ରାହୁଲ୍‌ ଗାନ୍ଧି। ଏହାପରେ ତୁରନ୍ତ କଂଗ୍ରେସ କର୍ମୀମାନେ ସେଠାରେ ଭିଡ଼ ଜମାଇଥିଲା। ଏହାପରେ […]

robin
ବଡ଼ ଭୁଲ୍ କରିଦେଲେ ରବିନ୍ ଉଥାପ୍ପା! ଭାଙ୍ଗିଲେ ଆଇସିସି ଗାଇଡଲାଇନ୍

ଦୁବାଇ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ୍ ଉଥାପ୍ପା ବଡ଼ ଭୁଲ୍ କରି ଦେଇଛନ୍ତି। ବୁଧବାର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ଉଥାପ୍ପାଙ୍କୁ ବଲରେ ଲାଳ ଲଗାଉଥିବା ଦେଖିବାକୁ ମିଳିଛି, ଯାହା ସେ ଆଇସିସିର କୋଭିଡ୍-୧୯ ଗାଇଡଲାଇନର ଉଲ୍ଲଙ୍ଘନ କରିଛନ୍ତି। ଏହି ଘଟଣା କେକେଆର୍ ଇନିଂସର ତୃତୀୟ ଓଭରର ପଞ୍ଚମ ବଲରେ ଘଟିଛି। ଏହି ଉଥାପ୍ପା ସୁନୀଲ୍ ନରିନଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ। ସେ ମିଡ୍-ଅନ୍ ଅଞ୍ଚଳରେ ବଲ୍ ଧରିବା […]

coronaviru7s
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ଅନଲକ୍‌-୫ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ଥମିବାର ନାଁ ନେଉନାହିଁ। ୨୪ ଘଣ୍ଟାରେ ଦେଶରେ ୮୬,୮୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ଦେଶର ମୋଟ ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ପାର୍ କରିଛି। ସେହିପରି ଦିନକରେ ୧୧ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ […]

yogi
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହାଥରସ ପୀଡ଼ିତାଙ୍କ ବାପା। ଏ କଥା ସେ ନିଜେ କହିଛନ୍ତି। ଅଦିତ୍ୟନାଥଙ୍କ ସହିତ ଫୋନ୍‌ରେ କଥା ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ଅଛନ୍ତି ବୋଲି ହାଥରସ ପୀଡ଼ିତାଙ୍କ ବାପା କହିଛନ୍ତି। ପୀଡ଼ିତାଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ ସେ ଉତ୍ତର ପ୍ରଦେଶ ପୁଲିସ ଦ୍ୱାରା ହେଉଥିବା ତଦନ୍ତକୁ ନେଇ ସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ କାହାକୁ ଧାରଣାରେ ବସିବା କିମ୍ବା ବିକ୍ଷୋଭ ପ୍ରଦର୍ଶନ କରିବାର […]

ahamd-patel
କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା। ସେ କୋଭିଡ-୧୯ ପଜିଟିଭ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ସରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି ପଟେଲ। ସେ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତୁରନ୍ତ ସେ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଛନ୍ତି। ଏନେଇ ଟ୍ୱିଟ୍ କରି ପଟେଲ ଲେଖିଥିଲେ “ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ […]

up-police
ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

ଲକ୍ଷ୍ନୌ: ହାଥରସ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ହୋଇନି। ଉତ୍ତରପ୍ରଦେଶ ଏଡିଜି  ଲ’ଆଣ୍ଡ ଅର୍ଡର୍‌ ପ୍ରଶାନ୍ତ କୁମାର କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଏଡିଜି କହିଛନ୍ତି “ ପୀଡ଼ିତାଙ୍କ ଫୋରେନ୍ସିକ ରିପୋର୍ଟେର କୌଣସି ସିମେନ୍‌(ଶୁକ୍ରାଣୁ)ର ଚିହ୍ନ ନାହିଁ। ଏଫ୍‌ଏସ୍‌ଏଲ୍‌(ଫେରେନ୍ସିକ ସାଇନ୍ସ ଲ୍ୟାବୋରେଟାରୀ) ରିପୋର୍ଟରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନାହିଁ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କେହି ଭୁଲ ସୂଚନା ଦେଇ ଜାତୀପ୍ରଥା ସମ୍ବନ୍ଧୀୟ ଅଶାନ୍ତିବାତାବାରଣ ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଯେଉଁମାନେ […]

dm
ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର ଲକ୍ସକରଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଡିଏମ୍‌ ପୀଡ଼ିତାଙ୍କ ପରିବାରକୁ କିଛି କହୁଥିବାର ଶୁଣାଯାଉଛି। ଭିଡିଓରେ ଡିଏମ୍‌ କହୁଛତି “ଆଜି ଅଧାରୁ ଅଧିକ ମିଡିଆ ଚାଲିଗଲେଣି। କାଲି ସମସ୍ତ ମିଡିଆ କର୍ମୀ ଚାଲିଯିବେ। କେବଳ ଆମେ ହିଁ ତମମାନଙ୍କ ପାଖରେ ରହିବୁ। ତେଣୁ ଏବେ ତମମାନେ ଭାବ ଯେ […]

hathrashj
ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ଲକ୍ଷ୍ନୌ: ହାତରସ ପୀଡ଼ିତାଙ୍କ ବାପା ୟୁପି ସରକାରଙ୍କ ତଦନ୍ତରେ ସନ୍ତୁଷ୍ଟ ଥିବା ପୋଲିସ କହୁଥିବା ବେଳେ ତାଙ୍କ ସାନ ଭାଇ କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି। ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ଫୋନ୍ ଯୋଗେ କଥା ହୋଇ ପୀଡ଼ିତାଙ୍କ ସାନଭାଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ଫୋରେନ୍ସିକ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କ ଦୁଷ୍କର୍ମ ହୋଇନଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ତାଙ୍କ ସାନଭାଇ। ଏନେଇ ସେ କହିଛନ୍ତି “ ଆମେ ଏହି ତଦନ୍ତରେ ସନ୍ତୁଷ୍ଟ ନାହୁଁ। […]

victim
ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ଲକ୍ଷ୍ନୌ: ହାଥରସ ଘଟଣା ପରେ ପୁଣି ସେହି ଉତ୍ତର ପ୍ରଦେଶର ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଭାଦୋହି ଜିଲ୍ଲାରେ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ। ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ବେଳେ ମୁହଁକୁ ସଂପୂର୍ଣ୍ଣ ଭାବେ ବିକୃତ କରିଦିଆଯାଇଛି। ପରିବାର ଲୋକ ନିଜ ଝିଅକୁ ଚିହ୍ନଟ କରିବା ସହ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଗୋପିଗଞ୍ଜ ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ଚକ୍ରାଜରମ ତିୱାରିପୁର […]

rahul-gandhi
ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବର୍ତ୍ତମାନର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗ୍ରେଟର ନୋଏଡ଼ାର ଇକୋଟେକ୍‌ ପୋଲିସ୍ ଷ୍ଟେସନ୍‌ରେ ଏହି ମାମଲା ହୋଇଛି। କରୋନା ସମୟରେ ଉକ୍ତ ଜିଲ୍ଲାରେ ସିଆର୍‌ପିସିର ୧୪୪ ଧାରା ଲାଗୁ ହୋଇଥିଲା। ଏହାକୁ କଂଗ୍ରେସ କର୍ମୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୩୨,୩୫୩,୪୨୭,୩୨୩,୩୫୪(B), ୧୪୭,୧୪୮ ଆଧାରରେ […]

youth found dead
ସ୍ୱାମୀଙ୍କୁ ଡ୍ରଗ୍ସ ଦେଉଥିଲେ ମଡେଲ୍‌ ପତ୍ନୀ, ବାଥ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀଙ୍କ ମୃତଦେହ

ବେଙ୍ଗାଲୁରୁ: ମଡେଲିଂ କରୁଥିବା ଜଣେ ଯୁବତୀଙ୍କ ସ୍ୱାମୀଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଫ୍ଲାଟ୍‌ରୁ ମିଳିଛି। କର୍ଣ୍ଣାଟକ ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି। ମଡେଲ୍‌ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ମଦରେ ଡ୍ରଗ୍ସ ମିଶାଇ ଦେଉଥିଲେ ବୋଲି ଅଭିଯୋଗ ଆସିଛି। ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କୁ ମଦରେ ଜୋରଜବରଦସ୍ତ ଡ୍ରଗ୍ସ ମିଶାଇ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ପତ୍ନୀଙ୍କ ନିର୍ଯାତନା ସହି ନ ପାରି ସ୍ୱାମୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ସମ୍ପୃକ୍ତ ଯୁବକଙ୍କ ଘର ମଧ୍ୟପ୍ରଦେଶର ରାୟସେନ୍‌ ଜିଲ୍ଲା ବରେଲିର […]

gandhi
ଦେଶର ଦୁଇ ଜନନାୟକ-‘ଗାନ୍ଧୀ-ଶାସ୍ତ୍ରୀ’ଙ୍କୁ କାହିଁକି ଝୁରୁଛି ଦେଶ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍‌। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍‌ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି।  ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ  ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ। ଆଜିର ଦିନରେ […]

Capture
VVIPଙ୍କ ପାଇଁ ଆସିଲା ବୋଇଙ୍ଗ-୭୭୭ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଏଣିକି ସ୍ୱତନ୍ତ୍ର ବିମାନରେ ଉଡିବେ ଭାରତର ଭିଭିଆଇପି । ଏଥିପାଇଁ ଭାରତରେ ପହଞ୍ଚଛି VVIP ବିମାନ ଏୟାର ଇଣ୍ଡିଆ ୱାନ୍ । ଆମେରିକାରୁ ଆସିଥିବା ଏହି ବିମାନଟି କେବଳ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ।  ଆସନ୍ତୁ ଦେଖିବା ଆସନ୍ତୁ ଜାଣିବା, କଣ ରହିଛି ଏହି ବିମାନର ବୈଶିଷ୍ଟ୍ୟ… ଦିଲ୍ଲୀ ବିମାନ ବନ୍ଦରରେ ବୋଇଙ୍ଗ 777-300ER । ଆମେରିକାରୁ ଆସିଥିବା ଏହ ଅତ୍ୟାଧୁନିକ ବିମାନର ନାମ ରଖାଯାଇଛି ଏୟାର ଇଣ୍ଡିଆ ୱାନ୍ । […]

trump
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ

ୱାଶିଂଟନ: ନିର୍ବାଚନ ପୂର୍ବରୁ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଟ୍ରମ୍ପଙ୍କର ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସଙ୍କ  କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଉଭୟେ କରୋନା ଟେଷ୍ଟ କରାଇଥିଲେ। ଉଭୟଙ୍କର ପଜିଟିଭ ଆସିଛି। ଟ୍ରମ୍ପ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ସୂଚନାଥାଉ କି, ହୋପ ଟ୍ରମ୍ପଙ୍କ ପ୍ରେସିଡେନ୍ସିଆଲ କ୍ୟାମ୍ପେନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ଗତ କିଛି ଦିନ ଧରି ସେ ଟ୍ରମ୍ପଙ୍କ ସହ […]

amitabh
୨ଟଙ୍କା ପାଇଁ କ୍ରିକେଟ୍‌ ଟିମ୍‌ରେ ସାମିଲ୍‌ ହୋଇପାରିନଥିଲେ ବିଗ୍‌ ବି, ବାଣ୍ଟିଲେ ଏହି ନିଆରା ଅନୁଭୁତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ର ୧୨ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ମହାନାୟକ ଅମିତାଭ ବଚ୍ଚନଙ୍କ ହୋଷ୍ଟିଂରେ ହେଉଥିବା ଏହି ଶୋ’ର କିଛି ଏପିସୋଡ୍‌ ପ୍ରସାରିତ ହୋଇସାରିଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ ମାଧ୍ୟମରେ ଅମିତାଭ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥା ଶେଆର କରିଛନ୍ତି। ନିକଟରେ ବିଗ୍‌ ବି ୨ଟଙ୍କାର ଅଭାବ ପାଇଁ କେମିତି ତାଙ୍କ ସ୍କୁଲ୍‌ କ୍ରିକେଟ୍‌ ଟିମ୍‌ରେ ସାମିଲ୍‌ ହୋଇପାରିନଥିଲେ ତାର […]

rekha
ଛୋଟ ପରଦାକୁ ଫେରିଲେ ରେଖା! ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରେଖା ଦେଖିବାକୁ ଯେତେ ସୁନ୍ଦର, ତାଠୁ ଅଧିକ ଚମତ୍କାର ତାଙ୍କର ଅଭିନୟ। ରେଖାଙ୍କ ଗ୍ଲାମରସ୍‌ ଆନ୍ଦାଜ୍‌ ଦେଖିଲେ ଲାଗେ ଯେମିତି ବୟସ ତାଙ୍କ ପାଖେ ହାର୍‌ ମାନିଯାଇଛି। ବଡ ପରଦାରେ ଅନେକ ହିଟ୍‌ ଫିଲ୍ମ ଦେଇ ଲୋକଙ୍କୁ ମନୋରଞ୍ଜନ କରିଥିବା ରେଖାଙ୍କ ଝଲକ୍‌ ଏବେ ଛୋଟ ପରଦାରେ ଦେଖିବାକୁ ମିଳିଛି। ଷ୍ଟାର୍‌ ପ୍ଲସ୍‌ରେ ତାଙ୍କର ଏକ ପ୍ରମୋ ରିଲିଜ୍‌ ହୋଇଛି। ଯେଉଁଥିରେ ରେଖା ସୁନେଲି ରଙ୍ଗର ଶାଢୀ, କାନରେ ବଡ ଝୁମ୍‌କା ଲଗାଇ […]

china-1
ଜୈବିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ଚୀନ ନିର୍ମାଣ କରୁଛି ଗୁପ୍ତ ସହର !

ନୂଆଦିଲ୍ଲୀ: କରୋନାକୁ ନେଇ ଚୀନ ପ୍ରତି ସମସ୍ତଙ୍କ କ୍ଷୋଭ ଓ ବିରୋଧାଭାସ ବଢି ଯାଇଛି। ଏପରି ପରିସ୍ଥିତିରେ ଚୀନ ଏକ ନୂଆ ପ୍ରକାର ସହର ବସାଇବାକୁ ଯାଉଛି। ଇଣ୍ଟରନାଶନାଲ ମିଡିଆ ସୂତ୍ରରୁ ଜଣାଯାଇଛି, ସହରର ଡିଜାଇନ ଏପରି ଭାବେ କରାଯାଉଛି, ଯେପରି ଯେ କୌଣସି ପ୍ରକାର ରୋଗରୁ ସୁରକ୍ଷିତ ରହି ପାରିବ। ଡେଲି ମେଲ ରିପୋର୍ଟ ଅନୁସାରେ ଏହି ସହର ବେଜିଂର ଜିଓଙ୍ଗ ନ୍ୟୁ ଏରିଆରେ ଅବସ୍ଥିତ। ଅବଶ୍ୟ ଏପରି ଗୁପ୍ତ ସହର ନିର୍ମାଣ କରିବାର ପ୍ରୟାସ […]

mobile 11
ମହଙ୍ଗା ହେବ ମୋବାଇଲ୍‌ ଫୋନ୍‌ !

ନୂଆଦିଲ୍ଲୀ: ମହଙ୍ଗା ହୋଇପାରେ ମୋବାଇଲ୍‌ ଫୋନ୍‌ ଦାମ୍‌। ଡିସ୍‌ପ୍ଲେ ଓ ଟଚ୍ ପ୍ୟାନେଲ୍ ଉପରେ ୧୦% ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି କେନ୍ଦ୍ର ସରକାର। India Cellular and Electronics Association (ICEA) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାବାଦ୍ ୧% ଅତିରିକ୍ତ ସେସ୍ ବି ଲାଗୁ ହୋଇଛି। ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେଣୁ ଫିଚର୍ ଫୋନ୍ ଓ ସ୍ମାର୍ଟଫୋନ୍‌ ଗୁଡ଼ିକର ଦାମ ୩% ଯାଏ ବଢ଼ିପାରେ […]