• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

babri
ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଡିସେମ୍ବର ୬, ୧୯୯୨ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ସମେତ ଅନେକଙ୍କୁ ଅଭିଯୁକ୍ତ କରାଯାଇଥିଲା। ତେବେ ଆଜି କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ପାକିସ୍ତାନ ମଧ୍ୟ ପ୍ରତିକ୍ରିୟା ଦେଇଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏକ ବୟାନ ଜାରି କରି ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିଷ୍ପତ୍ତିଙ୍କୁ […]

coronavirus
ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ନୂଆଦିଲ୍ଲୀ: ଦେଶରେ ୬୨ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ  ୮୦,୪୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୧୧୭୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭କୁ ବୃଦ୍ଧି ପାଇଛି। ଏବେ ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୦ ହଜାର ୪୪୧ […]

ipl13
ଟସ୍ ଜିତିଲେ ସ୍ମିଥ୍, ପ୍ରଥମେ ବ୍ୟାଟିଂ କରିବ କେକେଆର୍

ଦୁବାଇ: ଲଗାତର ଦୁଇଟି ମ୍ୟାଚ୍ ଜିତିସାରିଥିବା ଷ୍ଟିଭେନ୍ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ତା’ର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟୁଛି। ବୁଧବାର ଖେଳାଯାଉଥିବା ଏହି ମୁକାବିଲାରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କେକେଆର୍ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଅପରିବର୍ତ୍ତିତ ରହିଛି। ରାଜସ୍ଥାନ ଏହି ମ୍ୟାଚ୍ ଜିତି ବିଜୟର ହ୍ୟାଟ୍ରିକ୍ ଲଗାଇବା ଲକ୍ଷ୍ୟରେ ଥିବା ବେଳେ କେକେଆର୍ ବିଜୟଧାରା ଜାରି ରଖିବାକୁ ଚାହିଁବ। […]

anurag-kashyap
ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢୁଛି। ଅଭିନେତ୍ରୀ ପାୟଲ ଘୋଷଙ୍କୁ ଯୌନ ଶୋଷଣ  ଅଭିଯୋଗରେ ଆସନ୍ତାକାଲି ତାଙ୍କୁ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ହାଜର ହେବେ ଅନୁରାଗ। ଏଥିପାଇଁ ତାଙ୍କୁ ସମନ ଜାରି କରାଯାଇଛି। ଆସନ୍ତାକାଲି ଦିନ ୧୧ଟା ବେଳେ ହାଜର ହେବା ପାଇଁ ମୁମ୍ବାଇ ପୋଳିସ ପକ୍ଷରୁ ଅନୁରାଗ କଶ୍ୟପଙ୍କୁ ସମନ ହୋଇଛି।   ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗ କଶ୍ୟପଙ୍କ ଓକିଲ। ଅନୁରାଗଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି […]

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅନଲକ୍-୫ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ୧ ତାରିଖ ଠାରୁ ଏହି ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହେବ। ଅନଲକ୍‌-୫ ଗାଇଡ୍‌ଲାଇନ୍‌ ଅନୁସାରେ କଣ ସବୁ ଖୋଲା ରହିବ, କାହା ପାଇଂ କଣ ନିୟମ ରହିବ ଆସନ୍ତୁ ଜାଣିବା। ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ଥିଏଟର ଖୋଲିବ। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିବ। ସିନେମା ହଲ୍ ଓ ଥିଏଟର୍ସ ଲାଗି SOP ଜାରି କରିବ […]

gill
ରାଜସ୍ଥାନ ଆଗରେ ୧୭୫ ରନର ଟାର୍ଗେଟ୍ ରଖିଲା କେକେଆର୍

ଦୁବାଇ: ଚଳିତ ଆଇପିଏଲର ଦ୍ୱାଦଶ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଏହି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୪ ରନ୍ କରିଛି। ଦଳ ପକ୍ଷରୁ ଶୁବମାନ ଗିଲ୍‌ ସର୍ବାଧିକ ୪୭ (୩୪ ବଲ୍‌, ୫ ଚୌକା, ୧ ଛକା) ରନ୍ ଓ ଇଅନ୍ ମୋର୍ଗାନ୍ ୩୪* କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ୍ ବିଜୟ ପାଇଁ ରାଜସ୍ଥାନକୁ ୧୭୫ ରନ୍ କରିବାକୁ […]

parrot
ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଲଣ୍ଡନ: ଆପଣମାନେ ଶୁଆ କଥା କହୁଥିବାର ନିଶ୍ଚୟ ଜାଣିଥିବେ। ଲୋକେ ସେମାନଙ୍କୁ ଘରେ ରଖିବା ସହ ସେମାନଙ୍କୁ ବିଭିନ୍ନ କଥା ଶିଖାଇଥାନ୍ତି। ତେଣୁ ଶୁଆର ଡାକ ପାଇଁ ସମସ୍ତେ ସେମାନଙ୍କୁ ଭଲ ପାଆନ୍ତି ଏବଂ ଘରେ ଜଣେ ସଦସ୍ୟ ଭଳି ଦେଖି ଥାନ୍ତି। ତେବେ ବ୍ରିଟେନର ଏକ ଘଟଣା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଠାକାର ଏକ ପ୍ରାଣୀ ଉଦ୍ୟାନରେ କିଛି ଶୁଆ ଖରାପ ଭାଷାରେ ପର୍ଯ୍ୟଟକଙ୍କୁ ଗାଳି ଦେଉଥିବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଏହି […]

raped 1
ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ଲକ୍ଷ୍ନୌ: ପୁଣି ହାଥରସ୍‌ ଭଳି ଆଉ ଏକ ଛାତିଥରା ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ହାଥରସ୍‌ରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହେବା ପରେ ମୃତ୍ୟୁସହ ଲଢ଼ି ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ। ଏହି ଘଟଣାକୁ ନେଇ ଦେଶବାସୀଙ୍କ ମନରୁ କ୍ରୋଧ କମିନି, ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ହାଥରସ୍‌ରୁ ୫୦୦ କି.ମି. ଦୂରରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ୨୨ ବର୍ଷୀୟ ଏହି ଦଳିତ ଯୁବତୀଙ୍କ ଘର ବଳରାମପୁରରେ।  […]

riya-shouvik
ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ମୁମ୍ବାଇ: ବଲିଉଡ ଏକ୍ଟର ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସଂପୃକ୍ତ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ( NCB)। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ପୂର୍ବରୁ ଗିରଫ କରିଛି। ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏନସିବି ସୁଶାନ୍ତଙ୍କ ଘର ଉପରେ ଚଢଉ କରି ଦେଢ କିଲୋ ଚରସ ଜବତ କରିଛି। ଏହା ପରେ ରିୟା ଏବଂ ସୌଭିକଙ୍କ ସମସ୍ୟା […]

priyanka
ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଏବଂ ପ୍ରିୟଙ୍କା ଗାନ୍ଧି ଗୁରୁବାର ଉତ୍ତର ପ୍ରଦେଶ ହାଥରସ ଗଣ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଆସୁଛନ୍ତି। ହେଲେ ହଥରସରେ ଏବେ ୧୪୪ ଧାରା ଲାଗୁ ହୋଇଛି। ପ୍ରଶାସନର କହିବା ଅନୁଯାୟୀ, କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ସେପ୍ଟେମ୍ବର୧ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଏଠି କହିରଖିବୁ, ହାଥରସର ୨୦ ବର୍ଷର ଜଣେ ଦଳିତ ଯୁବତୀ ଗଣ ଦୁଷ୍କର୍ମ ସହ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ।  […]

prabhas 3
ଯଦି ବାହୁବଳୀ ଷ୍ଟାର ପ୍ରଭାସ ପ୍ରପୋଜ କରନ୍ତି...କ’ଣ ଉତ୍ତର ଦେବେ ପୂଜା ?

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ଚାଲିଛି।  ପୂର୍ବରୁ ଅନେକ ଥର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଅନୁଷ୍କା। ପ୍ରଭାସ କେବଳ ତାଙ୍କର ଜଣେ ଭଲ ସାଙ୍ଗ ବୋଲି ଅନୁଷ୍କା କହିଥିଲେ। ପ୍ରଭାସ ମଧ୍ୟ ଏହି ସମାନ […]

32222
ହିରୋଇନ୍‌ଙ୍କ ପରେ ଆସୁଛି ହିରୋଙ୍କ ପାଳି, NCB ହାତରେ ଲାଗିଛି ୪ କୋଡ୍‌ ୱାର୍ଡ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଯାଇ ବଲିଉଡର ଡ୍ରଗ୍ସ ଲିଙ୍କ ଘଟଣାର ପର୍ଦ୍ଦାଫାଶ ହୋଇଛି। ଡ୍ରଗ୍ସ ଲିଙ୍କ ନେଇ NCB ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କୁ ମିଶାଇ ଅନେକଙ୍କୁ  ଗିରଫ କରିଛି। ତଥାପି ବଲିଉଡ୍‌ର ଆଉ କିଏ କିଏ ସଂପୃକ୍ତ ସେ ନେଇ ଖୋଳତାଡ ଚଲାଇଛି NCB । ଖାଲି ଦୀପିକା, ରକୁଲ, ସାରା ଏବଂ ଶ୍ରଦ୍ଧା ଏଥିରେ ରହିଛନ୍ତି ନା ଆଉ କିଛି ବଡ଼ ଚେହେରା  […]

cqv
ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ନୂଆଦିଲ୍ଲୀ: କରୋନା ଭୂତାଣୁର ଆତଙ୍କ ସାରା ବିଶ୍ୱକୁ ନାକେଦମ୍ କରୁଥିବାବେଳେ ସାମ୍ନାକୁ ଆସିଲା ଆଉ ଏକ ନୂଆ ଭୂତାଣୁ। ଭାରତରେ ଏହି ନୂଆ ଭୂତାଣୁର ସଙ୍କେତ ପାଇଛି  Indian Council of Medical Research (ICMR)। କୁହାଯାଉଛି, ଏହା ମଧ୍ୟ ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ରୋଚକ କଥା ହେଉଛି, ଏହି ଭାଇରସ୍‌ର ଉତ୍ପତ୍ତି ମଧ୍ୟ ଚୀନ୍‌ରୁ ହୋଇଛି ବୋଲି ସନ୍ଦେହ କରାଯାଉଛି। ଏହି ଭୂତାଣୁର ନାଁ Cat Que Virus (CQV)। କେବଳ […]

sikshya
ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ଚଣ୍ଡିଗଡ: ମାରଣା ଷଣ୍ଢ ଗୋଡଉଛି। ଷଣ୍ଢର ଆକ୍ରମଣରେ ଜେଜେମା’ ତଳେ ପଡ଼ି ଚିତ୍କାର କରୁଛନ୍ତି। ଛୋଟ ପିଲାଟିଏ ଷଣ୍ଢକୁ ନ ଡରି ଦଉଡି ଆସୁଛି ଜେଜେ ମା’ଙ୍କୁ ଉଦ୍ଧାର କରିବା ପାଇଁ। ହେଲେ ଷଣ୍ଢ ଆକ୍ରମଣରୁ ସେ ବି ବର୍ତ୍ତି ପାରୁନି। ତଥାପି ଜେଜେ ମା’ଙ୍କୁ ଛାଡ଼ି ଯାଉନି। ଏମିତି ଏକ ଘଟଣା ଘଟିଛି ହରିଆଣାର ମେହେନ୍ଦ୍ରଗଡ଼ ଅଞ୍ଚଳରେ। ସିସିଟସିଭି ଫୁଟେଜରୁ ମିଳିଥିବା ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଛୋଟ ପିଲାଟିର  ସାହାସ ଓ […]

radhe-maa-cover
‘ବିଗବସ୍ -୧୪’ରେ ସାମିଲ୍‌ ହେବେ ରାଧେ ମା'

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେବାକୁ ଥିବା ରିଆଲିଟି ଶୋ’ ‘ବିଗବସ୍‌ -୧୪’ରେ ସାମିଲ୍‌ ହେବେ ରାଧେ ମା। ଅକ୍ଟୋବର-୩ରୁ ବିଗବସ୍‌ ସିଜନ୍‌-୧୪ ଆରମ୍ଭ ହେବାକୁ ଯାଉଛି। ଆଉ ଏଥିରେ ପ୍ରତିଯୋଗୀ ଭାବେ ସାମିଲ୍‌ ହେବାକୁ ରାଧେ ମା’ଙ୍କୁ ସପ୍ତାହକୁ ୨୫ ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ଚଳିତ ସିଜନ୍‌ରେ ସବୁଠୁ ଅଧିକ ଟଙ୍କା ରାଧେ ମା’ଙ୍କୁ ମିଳିବ ବୋଲି କୁହାଯାଉଛି। ତେବେ ପ୍ରଥମ ଥର ରାଧେ ମା’ଙ୍କ ନାଁ […]

abhi
ପ୍ରଶଂସକ ପଚାରିଲେ ଡ୍ରଗ୍ସ ଅଛି? ଅଭିଷେକ ଦେଲେ ଏମିତି ଉତ୍ତର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋଶାଲ୍‌ ମିଡିଆରେ ପ୍ରାୟ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ପ୍ରଶଂସକଙ୍କ ସହ ଆଲୋଚନା କରନ୍ତି। ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ପଚରା ଯାଉଥିବା ପ୍ରଶ୍ନର ମଧ୍ୟ ସେ ନିଆରା ଉତ୍ତର ରଖନ୍ତି। ନିକଟରେ ମଧ୍ୟ ଅଭିଷେକ ତାଙ୍କ ପ୍ରଶଂସକଙ୍କ ଦ୍ୱାରା ପଚରାଯାଉଥିବା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି। ଯାହା ଟ୍ୱିଟର ବ୍ୟବହାରକାରୀଙ୍କୁ ବେଶ୍‌ ପସନ୍ଦ ଆସିଛି। ଶିବାନୀ ଶର୍ମା ନାମକ ଏକ ଟ୍ୱିଟର ବ୍ୟବହାରକାରୀ ଅଭିଷେକଙ୍କୁ […]