• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

plazma
ମୃତ୍ୟୁହାରକୁ ରୋକିପାରୁନି ପ୍ଲାଜ୍‌ମା ଥେରାପି

ନୂଆଦିଲ୍ଲୀ: କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲଗାଇପାରୁନି ପ୍ଲାଜମା ଥେରାପି । ମଧ୍ୟମ କିମ୍ବା ଗୁରୁତର ରୋଗୀଙ୍କ ଦେହରେ ଏହି ଥେରାପି କାମ କରୁନି ବୋଲି କହିଛି ICMR । ପ୍ଲାଜମା ଥେରାପି ନେଇ ୪୬୪ ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରାଯାଇଛି । ଦେଶର ୩୯ ହସ୍ପିଟାଲରେ ହୋଇଥିବା ପରୀକ୍ଷାନିରୀକ୍ଷାରେ ୩୫୦ ଜଣ ଡାକ୍ତର ଭାଗ ନେଇଥିଲେ । ତେବେ ଏହା ମଧ୍ୟରୁ ଗୁରୁତର ରୋଗୀଙ୍କ ଦେହରେ ପ୍ଲାଜ୍‌ମା ଥେରାପି କାମ କରୁନି। ଯାହାଫଳରେ ମୃତ୍ୟୁହାର ରୋକାଯାଇ […]

smith
ଆଇପିଏଲରେ ପ୍ରଥମ ଥର ପାଇଁ ସ୍ମିଥଙ୍କୁ ଝଟକା

ଦୁବାଇ: ଚଳିତ ଆଇପିଏଲର ୨୦ତମ ମ୍ୟାଚ୍‌କୁ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୫୭ ରନ୍‌ରେ ହରାଇ ଜିତି ନେଇଥିଲା। କିନ୍ତୁ ମ୍ୟାଚ୍‌ ସରିବା ପରେ ରାଜସ୍ଥାନ ରୟାଲ୍ସର କ୍ୟାପ୍‌ଟେନ ଷ୍ଟିଭେନ ସ୍ମିଥଙ୍କ ଉପରେ ଫାଇନ ଲଗାଯାଇଛି। ମ୍ୟାଚ୍‌ରେ ସ୍ଲୋ ଓଭର୍ ରେଟ୍ କାରଣରୁ ସ୍ମିଥଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି। ୨୦୨୦ ଆଇପିଏଲରେ ତାଙ୍କ ଉପରେ ପ୍ରଥମ କରି ଏହି ଫାଇନ୍ ଲଗାଯାଇଛି। ମୁମ୍ବାଇ ବିପକ୍ଷ ମ୍ୟାଚରେ ଫିଲ୍ଡ ସେଟିଂରେ ସମୟ ନଷ୍ଟ […]

rhea
ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ବିରୋଧରେ ସୁପ୍ରିମ୍‌କୋର୍ଟ ଯିବ NCB

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଆଜି ମୁମ୍ବାଇ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହା ବିରୋଧରେ ଏନସିବି ସୁପ୍ରିମ କୋର୍ଟ ଯିବ ବୋଲି କହିଛି। ଆଡିସିନାଲ ସଲିସିଟର ଜେନରାଲ ଅ଼ନିଲ ସିଂ ହାଇକୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ କହିଛନ୍ତି, ‘ ଏହି କେସ୍‌ରେ  ଆଇନ ସହ ଜଡିତ ଅନେକ ପ୍ରଶ୍ନ ରହିଛି। ଏଥିପାଇଁ ଏନସିବି ରିୟାଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବ। ’ ଏନସିବି […]

londan
ଲଣ୍ଡନରେ ଭାରତୀୟ ପରିବାରର ସନ୍ଦେହଜନକ ମୃତ୍ୟୁ

ଲଣ୍ଡନ: ଗତ ମଙ୍ଗଳବାର ଲଣ୍ଡନରେ ଭାରତୀୟ ପରିବାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ପରିବାର ଲଣ୍ଡନର ବ୍ରେଣ୍ଟଫୋର୍ଡ ଅଞ୍ଚଳରେ ରହୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନଥିବା ବେଳେ ମୃତକମାନଙ୍କ ପରିଚୟ ମିଳିଛି। ଏମାନେ ହେଲେ, ସ୍ୱାମୀ କୁହା ରାଜ୍ ସିଥାମ୍ପରାନାଥନ(୪୨), ତାଙ୍କ ପତ୍ନୀ କାମେଶ୍ୱରୀ ଶିବରାଜ(୩୬) ଏବଂ ତାଙ୍କର ୩ ବର୍ଷର ପୁଅ କୈଳାଶ କୁହା ରାଜ୍‌। ଏମାନେ ସମସ୍ତେ […]

ashwani-kumar
ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମ୍‌ଲା: ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱନୀ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି। ସିମ୍‌ଲାସ୍ଥିତ ତାଙ୍କ ବାସଭବନରୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହିତ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସର ଟିମ୍‌ ଓ IGMCର ଏକ ଡାକ୍ତରୀ ଦଳ ଘଟଣାସ୍ଥଳକୁ ଯାଇଥିବା ବେଳେ ତଦନ୍ତ ଜାରି ରହିଛି। ୧୯୭୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅଶ୍ୱନୀ […]

atal
ଅଟଳ ଟନେଲ ଦେଇ ଗଲା ଭାରତୀୟ ସେନାର ଯାନବାହାନ

ନୂଆଦିଲ୍ଲୀ: ଉଦ୍‌ଘାଟନ ହେବା ପରେ ପ୍ରଥମ ଥର ପାଇଁ ଅଟଳ ଟନେଲ ଦେଇ ଯାତ୍ରା କରିଛି ଭାରତୀୟ ସେନାର ଯାନବାହାନ।  ହିମାଚଳ ପ୍ରଦେଶର ମନାଲିରେ ଥିବା ଏହି ଟନେଲ ଦେଇ ସେନାର ଗାଡ଼ି ପ୍ରଥମ ଥର ପାଇଁ ଯାତ୍ରା କରିଥିବା ଭାରତୀୟ ସେନା ସୂଚନା ଦେଇଛି। ଅଟଳ ଟନେଲ ଯୋଗୁ ମନାଲିରୁ ଲେହ ଯିବା ଆସିବାରେ ୫ ଘଣ୍ଟା ସମୟ  ବଞ୍ଚୁଥିବା ବେଳେ ୪୬ କିଲୋମିଟର ବ୍ୟବଧାନ କମିଯାଇଛି।  ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି […]

air-force-2
ଆଜି ୮୮ତମ ବାୟୁସେନା ଦିବସ, ଫ୍ଲାଏପାଷ୍ଟରେ ଭାଗ ନେବ ନବାଗତ ରାଫେଲ୍

ନୂଆଦିଲ୍ଲୀ: ଆଜି ୮୮ତମ ବାୟୁସେନା ଦିବସ। ଏହି ଦିବସ ପାଳନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ଭାରତୀୟ ବାୟୁସେନା। ଏଥିପାଇଁ ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତବର୍ଷ ବାୟୁସେନା ଦିବସରେ ପ୍ରମୁଖ ଆକର୍ଷଣ ହେବ ନବାଗତ ରାଫେଲ୍। ବାୟୁସେନା ଦିବସ ପାଳନ ଅବସରରେ ଫ୍ଲାଏପାଷ୍ଟରେ ଭାଗ ନେବ ରାଫେଲ। ତେଜସ୍ ସୁଖୋଇ ସହ ଏହା ବିଜୟ ଫର୍ମେସନ୍‌ରେ ଉଡ଼ିବ। ପୂର୍ବରୁ ଫୁଲ୍‌ଡ୍ରେସ୍ ରିହର୍ସାଲ୍ ବେଳେ ରାଫେଲ୍ କେବଳ ପରେଡ୍ ଗ୍ରାଉଣ୍ଡରେ […]

ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା ବେଳେ ବିମାନରେ ଶିଶୁପୁତ୍ର ଜନ୍ମଦେଲେ ମହିଳା

ବେଙ୍ଗାଲୁରୁ: ବିମାନରେ ଜନ୍ମ ନେଲା ଶିଶୁ। ଆକାଶରେ ଉଡ଼ିବା ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ବୁଧବାର ସନ୍ଧ୍ୟା ୬ଟା ୧୦ରେ ବିମାନଟି ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ବିମାନଟି ସଂଧ୍ୟା ୭ଟା ୪୦ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ବିମାନ ବନ୍ଦର କର୍ମଚାରୀମାନେ ମହିଳା ଓ ନବଜାତ ଶିଶୁକୁ ସ୍ୱାଗତ କରିଥିଲେ।

arjun-kapoor
କରୋନାକୁ ହାଲ୍‌କାରେ ନେବାକୁ ମନାକଲେ ଅର୍ଜୁନ୍‌

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁର୍‌। ସେପ୍ଟେମ୍ବର ୬ରେ ସେ କରୋନା ସଂକ୍ରମିତ ହେଇଥିଲେ। ଯାହାର ସୂଚନା ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଦେଇଥିଲେ। ଇନ୍‌ଷ୍ଟାରେ ଏକ ପୋଷ୍ଟ କରି ସେ ଲେଖିଥିଲେ ଏହା ମୋର ଦାୟିତ୍ୱ ଯେ ମୁଁ ଆପଣଙ୍କୁ ଜଣାଇବି ମୁଁ କରୋନା ସଂକ୍ରମିତ। ମୋର କୌଣସି ଲକ୍ଷଣ ନଥିଲା। ଡାକ୍ତରଙ୍କ ପରାମର୍ଶ ନେଇ ମୁଁ ଏବେ ହୋମ୍‌ ଆଇସୋଲେସନ୍‌ରେ ଅଛି। ଆଗକୁ ମୁଁ ମୋ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ଆପଣଙ୍କୁ […]

ben stokes
ବାପା ଅସୁସ୍ଥ ଥିବାରୁ ମ୍ୟାଚ୍‌‌ ଛାଡ଼ି ଘରକୁ ଚାଲିଯାଇଥିଲେ, ଏବେ IPL ଖେଳିବା ପାଇଁ ବାପା କହିଲେ...

ଲଣ୍ଡନ: ବାପାଙ୍କ ଅସୁସ୍ଥତା ଖବର ଶୁଣି କ୍ରିକେଟ୍ ମ୍ୟାଚ୍‌‌ ଛାଡ଼ି ଘରକୁ ଚାଲି ଯାଇଥିଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ହେଲେ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ଷ୍ଟୋକ୍ସଙ୍କୁ ତାଙ୍କ ବାପାଙ୍କ ବହୁତ ବୁଝାଇଥିଲେ। ଶେଷରେ ପରିବାର ଲୋକଙ୍କ ନିଷ୍ପତ୍ତି ଏବଂ ବାପାମା’ଙ୍କ ଭଲ ପାଇବା ଓ ଆଶୀର୍ବାଦରେ ପୁଣିଥରେ IPL ମାଧ୍ୟମରେ କ୍ରିକେଟ ମୈଦାନକୁ ଫେରିଛନ୍ତି ଷ୍ଟୋକ୍ସ। ଷ୍ଟୋକ୍ସ ଖୁଲାସା କରି  କହିଛନ୍ତି IPL ମାଧ୍ୟମରେ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ବାପା ବୁଝାଇଥିଲେ। ପରିବାର […]