ଆବୁ ଧାବି: ଚଳିତ ଆଇପିଏଲ୍ର ୫୦ ତମ ମ୍ୟାଚ୍ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଗେଲ୍ଙ୍କ ଦମଦାର ୯୯ ରନ୍ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୮୪ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ […]
ଲଦାଖ: ଲଦାଖର ରାସ୍ତା ଉପରେ ଛୋଟ ପିଲାଟିଏ ଠିଆ ହୋଇ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍ ମାରୁଥିବାର ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏହି ଭିଡିଓ ସେ ସମୟରେ ବେଶ ଭାଇରାଲ ହୋଇଥିଲା। ପିଲାଟି ନିଜ ଇଲାକାରେ ମୁତୟନ ହୋଇଥିବା ଭାରତ-ତିବ୍ଦତ ସୀମା ପୋଲିସ୍ ଟିମକୁ ସାଲ୍ୟୁଟ୍ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଅକ୍ଟୋବର ୧୧ରେ ଜଣେ ସୁରକ୍ଷାକର୍ମୀ ଏହାକୁ ନିଜ ଅଫିସିଆଲ ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରିଥିଲେ। ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ପିଲାଟିର ବାପା-ମା’ଙ୍କୁ […]
ନୀସ୍: ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକାନ ଧାର୍ମିକ ଚରମପନ୍ଥୀଙ୍କ ବିରୋଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନୀସ ସହରର ଏକ ଚର୍ଚ୍ଚରେ ଏକ ଛୁରୀରେ ଜଣେ ଆତଙ୍କୀ ୩ ଜଣଙ୍କୁ ହତ୍ୟା କରିବା ପରେ ଇମେନୁଏଲ ଏହି ବୟାନ ଦେଇଛନ୍ତିି । ଦେଶରେ ଚଳିତ ମାସରେ ଏହା ୨ୟ ଆକ୍ରମଣ । ରାଷ୍ଟ୍ରପତି ଏହାକୁ ମୁସଲିମ୍ ଆତଙ୍କ ବୋଲି ଅଭିହିତ କରିଛନ୍ତି। ଫ୍ରାନ୍ସ ଏହି ମୂଲ୍ୟ ଉପରେ ହାର ମାନିବେ ନାହିଁ […]
ଇସ୍ତାନ୍ବୁଲ୍: ଗ୍ରୀସ ଓ ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ପରେ ସୁନାମି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତୁର୍କୀର ଏଜିୟନ୍ ଉପକୂଳରେ ହୋଇଛି ଶକ୍ତିଶାଳୀ ଭୂକମ୍ପ। Breaking: Video shows the moment a building collapsed in Izmir, Turkey, due to the earthquake. https://t.co/eKsDUmIdvn — PM Breaking News (@PMBreakingNews) October 30, 2020 ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା […]
ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲ୍ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ୍ ଗୌତମ କିଚଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ଏହି ବିବାହରେ ବହୁତ କମ୍ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। କାଜଲ ଓ ଗୌତମ ବରମାଳା ପିନ୍ଧିଥିବା ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଉଭୟ ବେଶ୍ ଖୁସିଥିବା ନଜର ଆସିଛି। ରିଲେସନ୍ଶିପ୍କୁ ନେଇ ଉଭୟ କିଛିଦିନ […]
ଇସ୍ତାନବୁଲ୍: ଗ୍ରୀସ୍ ଓ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨୨ଜଣଙ୍କ ମୃତ୍ୟୁ ଘଟିଛି। ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୦ ଥିଲା। ଶୁକ୍ରବାର ଅପରାହ୍ଣରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ସତେ ଯେମିତି କ୍ଷଣକ ମଧ୍ୟରେ ସବୁକିଛି ଛାର୍ଖାର୍ ହୋଇଯାଇଥିଲା। ଆଉ ମାଟିରେ ମିଶି ଯାଇଥିଲା ସବୁକିଛି। ଆଖି ପିଛୁଳାକେ ବଡ଼ […]
ନୂଆଦିଲ୍ଲୀ: ୧୪୫ ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଦେଇ କହିଛନ୍ତି ଯେ ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି। ସୀମାରେ ଭାରତ ଶହ ଶହ କିଲୋମିଟର ସଡ଼କ ନିର୍ମାଣ କରୁଛି। ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାର ଶକ୍ତି ଆମ ପାଖରେ ଅଛି। ଭାରତର ଭୂମି ଉପରେ ଆଖି ପକାଇଲେ ଉଚିତ୍ ଜବାବ ମିଳିବ ବୋଲି ମୋଦି କହିଛନ୍ତି। ଆତଙ୍କବାଦ ସମଗ୍ର ବିଶ୍ୱ […]
କେଭାଡିଆ: ରାଷ୍ଟ୍ରୀୟ ଏକତା ଦିବସରେ ପୁଲଓ୍ୱାମା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି। ଦେଶ କେବେ ବି ପୁଲଓ୍ୱାମା ଆକ୍ରମଣ ଭୁଲି ପାରିବନି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କିଛି ବ୍ୟକ୍ତି ପୁଲଓ୍ୱାମା ଆକ୍ରମଣରେ ବି ରାଜନୈତିକ ସ୍ୱାର୍ଥ ଦେଖୁଥିଲେ। ସ୍ୱାର୍ଥରେ ଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସବୁ ଶୁଣିବା ପରେ ବି ସେ ମୁହଁ ଖୋଲିନଥିଲି ବୋଲି ମୋଦି କହିଛନ୍ତି। […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ଉଠିଥିବା ନେପୋଟିଜମ୍(ପରିବାରବାଦ) ଝଡ଼ ଏବେ ବିଗ୍ବସ୍ ୧୪ ହାଉସ୍ରେ ଦେଖିବାକୁ ମିଳିଛି। କିଛିଦିନ ତଳେ ରାହୁଲ ବୈଦ୍ୟା ନେପୋଟିଜମ୍କୁ ନେଇ ଜାନ୍ କୁମାରଙ୍କୁ କମେଣ୍ଟ କରିଥିଲେ। ନିଜର ଦକ୍ଷତା ଅନୁସାରେ ଆଗକୁ ବଢ଼ିବା ପାଇଁ ଜାନ୍ଙ୍କୁ ପରାମର୍ଶ ଦେଇଥିଲେ ରାହୁଲ। ଯାହାକୁ ନେଇ ବିଗ୍ବସ୍ ହାଉସ୍ରେ ଝଡ଼ ସୃଷ୍ଟି ହୋଇଥିଲା। ରାହୁଲ ଉଠାଇଥିବା ଏହି ପ୍ରସଙ୍ଗକୁ ନେଇ ସଲ୍ମାନ୍ ଖାନ୍ ନାପସନ୍ଦ କରିଥିବା Weekend Ka […]
ନୂଆଦିଲ୍ଲୀ: ଆସନ୍ତାକାଲି ଏଲ୍ପିଜି ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ରେଲ୍ୱେ ଟାଇମ୍ ଟେବଲ୍ ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। କାଲିଠୁ ଏହିସବୁ ନିୟମ ବଦଳିବ…. ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ବୁକିଂ ଯଦି ଆପଣ Indane ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତା’ହେଲେ ଏଣିକି ବୁକିଂ ପାଇଁ ଆପଣଙ୍କୁ ନୂଆ ନମ୍ବର ବ୍ୟବହାର କରିବାକୁ ପଡ଼ିବ। ଇଣ୍ଡିଆନ୍ ଅଏଲ୍ ଇଣ୍ଡେନ୍ ଗ୍ୟାସ୍ ବୁକିଂ ନମ୍ବରରେ ପରିବର୍ତ୍ତନ କରିଛି। ଏବେ ଗ୍ରାହକମାନେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ବୁକିଂ […]
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସର୍ଭିସର ଉଦ୍ଘାଟନ କରିଛନ୍ତି। ଏହି ପ୍ଲେନ୍ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ କରି ଗୁଜୁରାଟର ଦୁଇଟି ପ୍ରୋଜେକ୍ଟକୁ ସଂଯୋଗ କରିବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ସାବରମତି ରିଭରଫ୍ରଣ୍ଟରୁ କେଓ୍ୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ୍ ସେବା ଚାଲୁ ରହିବ। ଫଳରେ ୨୦୦ କିଲୋମିଟରର ରାସ୍ତାକୁ […]
ନୂଆଦିଲ୍ଲୀ: ଭାରତୀୟ ବିମାନ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଆଲିଆନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରିଯାଇଛି। ହରପ୍ରିତ ଏ ଡେ ସିଂହ ନାମକ ଜଣେ ମହିଳାଙ୍କୁ ଏହି ପଦବୀରେ ସରକାର ନିଯୁକ୍ତି ଦେଇଛନ୍ତି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ। ତେବେ ହରପ୍ରିତଙ୍କୁ ଏୟାର […]
ମୁଜାଫରପୁର: ବିହାରରେ ନିର୍ବାଚନୀ ମାହୋଲ ବେଶ ସରଗରମ ହୋଇଛି। ଏପରି ସମୟରେ ଜଣେ ବାହୁବଳୀ ନେତା ମଞ୍ଚାରୁ ଗଳିପଡ଼ିବା ଘଟଣା ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ଲୋକଙ୍କୁ। ଶନିବାର ଜନ ଅଧିକାର ପାଟିର ଅଧ୍ୟକ୍ଷ ପପ୍ପୁ ଯାଦବ ମୁଜାଫରପୁର ଜିଲ୍ଲା ମୀନାପୁରରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସ୍ଥାନୀୟ ପ୍ରାର୍ଥୀ ବୀନା ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ। ମଞ୍ଚ ଉପରେ ପପ୍ପୁଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ଏହି ସମୟେର […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୀର୍ଘ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏନେଇ ତଥ୍ୟ ଜାରି କରିଛି। ଆଇଏମ୍ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଅକ୍ଟୋବର ମାସରେ ଏତେ ଶୀତ କେବେ ବି ହୋଇ ନ ଥିଲା। ଦୀର୍ଘ ୫୮ ବର୍ଷ ଅର୍ଥାତ ୧୯୬୨ ମସିହା ପରଠାରୁ ଅକ୍ଟୋବର ମାସରେ ଦିଲ୍ଲୀର ତାପମାତ୍ରା ହାରାହାରୀ ୧୭.୨ ଡିଗ୍ରୀ ସେଲ୍ସିୟସ୍ ରହୁଥିଲା । କିନ୍ତୁ ଏହି ବର୍ଷ ଦିଲ୍ଲୀରେ ଶୀତ ରେକର୍ଡ ଭାଙ୍ଗିଛି। […]
ଲଣ୍ଡନ: ପଞ୍ଜାବର ମହାରାଜା ରଣଜୀତ ସିଂହଙ୍କ ଶେଷ ପତ୍ନୀ ମହାରାଣୀ ଜିନ୍ଦନ କୌରଙ୍କ ଦାମୀ ଆଭୂଷଣ ଲଣ୍ଡନରେ ନିଲାମ ହୋଇଛି। ଏହି ଆଭୂଷଣ ଜିନ୍ଦନଙ୍କ ଜ୍ୟେଷ୍ଠ ନାତୁଣୀ ପ୍ରିନ୍ସ ବାମ୍ବା ସୁଥରଲେଣ୍ଡଙ୍କ ପାଖରେ ଥିଲା। ମହାରାଣୀଙ୍କ ଏହି ଆଭୂଷଣ ମଧ୍ୟରେ ସୁନା ଏବଂ ରତ୍ନ ଖଚିତ ଏକ ଚାନ୍ଦର ଟିକା, ମୋତି ହାର ଏବଂ ଅନ୍ୟ ଦୁର୍ଲଭ ଗହଣା ରହିଛି । ଏହି ସମସ୍ତ ଗହଣା ୬୨, ୫୦୦ ପାଉଣ୍ଡ ଅର୍ଥାତ୍ ୬୦ ଲକ୍ଷ ଟଙ୍କାରୁ ଅଧିକରେ […]