• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

corona
କରୋନାରେ ଆକ୍ରାନ୍ତ ହେଲେ ୭୪ ହଜାର, ସୁସ୍ଥ ହେଲେ ୭୬ ହଜାର

ନୂଆଦିଲ୍ଲୀ: ଦେଶରେ ଆଜି ବି ୭୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ୨୪ ଘଣ୍ଟାରେ ୯ଶହରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ପ୍ରଭାବ କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ଛୁଇଁଲା । ସେହିଭଳି ଦିନକରେ ୭୪ ହଜାର ୪୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ […]

ipl-1
କମାଲ କଲେ ଧୋନି; ୨ୟ ୱିକେଟକିପର ଭାବେ IPLରେ କଲେ ଏମିତି ରେକର୍ଡ

ଅବୁଧାବି: ଆଇପିଏଲ-୨୦୨୦ରେ ରେକର୍ଡ କଲେ ମହେନ୍ଦ୍ର ସିଂ ଧୋନି। କିଙ୍ଗସ୍‌ ଇଲେଭେନ ପଞ୍ଜାବ (KXIP) ବିରୋଧ ମ୍ୟାଚ୍‌ରେ କେଏଲ ରାହୁଲ (K.L.Rahul)ଙ୍କ କ୍ୟାଚ୍‌ ନେବାରେ ଧୋନି ସଫଳ ହେବା ପରେ ଆଇପିଏଲ ଇତିହାସରେ ଉଇକେଟକିପର ଭାବେ ୧୦୦ କ୍ୟାଚ୍‌ ନେବାରେ ଦ୍ୱିତୀୟ ଖେଳାଳିର ମାନ୍ୟତା ପାଇଲେ। ଆଇପିଏଲର ୧୮ତମ ମ୍ୟାଚରେ ଏମଏସ ଧୋନୀ କମାଲ କରିଛନ୍ତି। କିଙ୍ଗସ୍‌ ଇଲେଭେନ ପଞ୍ଜାବ ବିରୋଧରେ ଖେଳି ଧୋନି କେଏଲ ରାହୁଲଙ୍କ କ୍ୟାଚ୍ ଧରିବାରେ ସଫଳ ହୋଇଥିଲେ। ଆଇପିଏଲ ଇତିହାସରେ ଧୋନିଙ୍କୁ […]

malaika
କୋଭିଡ୍‌ରୁ ସୁସ୍ଥ ହୋଇ ଦମଦାର୍‌ କମ୍‌ବ୍ୟାକ୍‌ କଲେ ମଲାଇକା

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍‌ ଅଭିନେତ୍ରୀ ମଲାଇକା ଆରୋରା ଖାନ୍‌ ତାଙ୍କ ନିଆରା ଅନ୍ଦାଜ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏଥିସହ ସେ ସବୁବେଳେ ନିଜକୁ ଫିଟ୍‌ ରଖିବା ସହ ତାଙ୍କ ପ୍ରଶଂସକଙ୍କୁ ଫିଟ୍‌ ରହିବାର ପରାମର୍ଶ ଦିଅନ୍ତି। ନିକଟରେ ମଲାଇକା କରୋନା ଆକ୍ରାନ୍ତ ଥିବା ବେଳେ ଏବେ ସେ ସେଥିରୁ ମୁକ୍ତ ହୋଇ କାମକୁ ଫେରିଛନ୍ତି। ନିକଟରେ ମଲାଇକା ଆରୋରାଙ୍କର ଏକ ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର’ […]

12121
ନବଜାତ ଶିଶୁର ତିନି ଗୋଡ଼, ଠାକୁର ଭାବି ମୁଣ୍ଡିଆ ମାରିଲେ ଲୋକେ

ଗାଜିପୁର: ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତିନି ଗୋଡ ଥିବା ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ନେଇଛି। ଝିଅଟିକୁ ଦେଖି ପରିବାର ତଥା ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ତ ଶିଶୁଟିକୁ ଭଗବାନ ବୋଲି ବିଶ୍ୱାସ କରି ଦୂରରୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି। ଘଟଣା ଆଖପାଖ ଅଞ୍ଚଳରେ ବ୍ୟାପିଯିବା ପରେ ଶିଶୁକନ୍ୟାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ଘଟଣା ଘଟିଛି, ‍ବିରନୋ ଥାନା କ୍ଷେତ୍ର ସ୍ଥିତ ତିୟରା ଗାଁରେ। ଏହି […]

vishaal
ବଲିଉଡ୍ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ବିଶାଲ ଆନନ୍ଦଙ୍କର ପ୍ରକୃତ ନାମ ଭିଶମ୍ କୋହଲି। ସେ ବଲିଉଡରେ ୧୧ଟି ଫିଲ୍ମରେ ଅଭିନୟ କରିଛନ୍ତି। ସୁପରହିଟ୍‌ ଫିଲ୍ମ ‘ଚଲତେ ଚଲତେ’, ‘ସା-ରେ-ଗା-ମା-ପା’ ଏବଂ ‘ଟ୍ୟାକ୍ସି ଡ୍ରାଇଭର୍’ ସମେତ ଅନେକ ଫିଲ୍ମରେ ସେ କାମ କରିଛନ୍ତି। ୧୯୭୩ରେ ରିଲିଜ୍ […]

archita
ଶାଢୀ ବୁଣୁଛନ୍ତି ଅର୍ଚ୍ଚିତା

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ଷ୍ଟାଇଲିଶ୍ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଅର୍ଚ୍ଚିତାଙ୍କୁ ନୂଆ ନୂଆ କାମ ଶିଖିବାକୁ ଭଲ ଲାଗେ। ନିକଟରେ ସେ ଶାଢୀ ବୁଣା କାମ ଶିଖିବାକୁ ଚେଷ୍ଟା କରିଥିଲେ। ଗତ କିଛି ଦିନ ତଳେ ଅର୍ଚ୍ଚିତା ବରଗଡ ଯାଇଥିଲେ। ସେଠାରେ ସେ କିଛି ବୁଣାକାର ଘରକୁ ଯାଇ ସେମାନେ ଶାଢୀ କେମିତି ବୁଣୁଛନ୍ତି ଦେଖିଥିଲେ। କେବଳ […]

32222
ଏମ୍ସର ତଦନ୍ତ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂହ

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଡାକ୍ତରୀ ଟିମ୍ ଦ୍ୱାରା ତଦନ୍ତ ହେଉ। ଏମ୍ସର ତଦନ୍ତ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ନୂଆ ଦାବି କରିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଓକିଲ ବିକାଶ ସିଂହ। କୁପର ହସ୍ପିଟାଲର ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁ ସମୟ ଉଲ୍ଲେଖ ନାହିଁ । ତଥାପି ଏହାକୁ କିଭଳି ସନ୍ଦେହକୁ ନିଆଗଲାନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିକାଶ ସିଂହ। ସେପଟେ ଏହି ଘଟଣା ସ୍ୱାଭାବିକ ଓ ତଦନ୍ତ […]

shivkumar
କଂଗ୍ରେସ ସଭାପତିଙ୍କ ଘରେ ସିବିଆଇ ଚଢଉ

ବେଙ୍ଗାଲୁର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି  ଡିକେ ଶିବକୁମାରଙ୍କ ଘରେ ସିବିଆଇ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁୁଳ ଅଭିଯୋଗରେ ସିବିଆଇ ପକ୍ଷରୁ ଏହି ରେଡ କରାଯାଇଛି।  ଶିବକୁମାରଙ୍କ ସମେତ ତାଙ୍କ ଭାଇ ଡି.କେ ସୁରେଶଙ୍କ ଘରେ ବି ରେଡ୍ କରିଛି ସିବିଆଇ । ଏକକାଳୀନ ୧୪ଟି ସ୍ଥାନରେ ସିବିଆଇ ରେଡ୍ ନେଇ ସୂଚନା ଆସୁଛି । ସେଥିମଧ୍ୟରେ କର୍ଣ୍ଣାଟକର ୯, ଦିଲ୍ଲୀର ୪ ଓ ମୁମ୍ବାଇର ଗୋଟିଏ ସ୍ଥାନରେ ଚଢ଼ାଉ ହୋଇଛି । ଚଢ଼ାଉ […]

0001
ଦକ୍ଷିଣ କାଶ୍ମୀରରେ ଆତଙ୍କୀ ଆକ୍ରମଣ; ୨ ଯବାନ ସହିଦ

ନୂଆଦିଲ୍ଲୀ:ଦକ୍ଷିଣ କାଶ୍ମୀରର ପମ୍ପୋରରେ ପୁଣି ଆତଙ୍କୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏଥିରେ ଆଉ ୩ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଆକ୍ରମଣ ପରେ ଏହି ଆତଙ୍କୀମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ, ଦକ୍ଷିଣ କାଶ୍ମୀରର ପମ୍ପୋର ଇଲାକାରେ ପୁଣି […]

nobel
ମେଡିସିନ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା। ନୋବେଲ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରାଯାଇଛି। ହାର୍ଭେ ଜେ ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ ରାଇସଙ୍କୁ ମିଳିବ ବିଶ୍ୱର ଏଇ ସମ୍ମାନଜନକ ପୁରସ୍କାର। 2020 #NobelPrize in Medicine awarded jointly to Harvey J. Alter, Michael Houghton and Charles M. Rice “for the discovery of Hepatitis C virus.” pic.twitter.com/Ap6yyxnmy9 — ANI […]

r
ଏୟାର ଫୋର୍ସ ଡେ'‌ରେ ଭାଗ ନେବ ଶକ୍ତିଶାଳୀ ରାଫେଲ୍

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତ ଏବଂ ଚୀନ ସୀମାରେ ବିବାଦ ଲାଗି ରହିଛି। ଚୀନ ସେନାକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତର ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତ ରହିଛି। ଜଳ, ସ୍ଥଳ ଏବଂ ଆକାଶ ପଥରେ ଚୀନ ସେନାର ମୁକାବିଲା କରିବା ପାଇଁ ଆବଶ୍ୟକ ଯୁଦ୍ଧ ସରଞ୍ଜାମ ମୁତୟନ କରାଯାଇଛି। ଚୀନ ସେନାକୁ ପ୍ରତିରୋଧ କରିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସ୍ଥାନରେ ବାୟୁ ସେନା ମୁତୟନ ରହିଛି। ସବୁ ପ୍ରତିକୂଳ ପରିସ୍ଥିତିର […]

k
ଟସ୍ ଜିତିଲା ବାଙ୍ଗାଲୋର, ବିରାଟ ନେଲେ ବୋଲିଂ ନିଷ୍ପତ୍ତି

ଦୁବାଇ: ଆଇପିଏଲର ୧୯ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ  ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍‌ରେ ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଦିଲ୍ଲୀ କ୍ୟାପିଟାଲ୍ସ  ପ୍ରଥମେ ବ୍ୟାଟିଂ କରିବ। ପୂର୍ବ ମ୍ୟାଚ୍‌ରେ ଶ୍ରେୟାସ୍ ଆୟରଙ୍କ ଡିସି ଶାର୍ଜାରେ କେକେଆରକୁ ପରାସ୍ତ କରିଥିବାବେଳେ ବିରାଟ କୋହଲିଙ୍କ ଆରସିବି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୮ ୱିକେଟ୍‌ରେ ବିଜୟ ଲାଭ […]

c
ବାଙ୍ଗାଲୋରକୁ ୧୯୬ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ

ଦୁବାଇ: ଆଇପିଏଲର ୧୯ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦିଲ୍ଲୀ ପ୍ରଥମେ ବ୍ୟାଟିଙ୍ଗ କରି ବାଙ୍ଗାଲୋରକୁ ୧୯୬ ରନ୍‌ର ଟାର୍ଗେଟ ଦେଇଛି। ଦିଲ୍ଲୀ ପକ୍ଷରୁ ଦୁଇ ଓପନର ପୃଥ୍ୱୀ ଶ’୨୩ ବଲରୁ ୪୨ ରନ୍‌ ଏବଂ ଶିଖର ଧୱନ ୨୮ ବଲ୍‌ରୁ ୩୨ ରନ୍‌ର ଆରମ୍ଭ ପରେ […]

virat
ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ଏମିତି ରେକର୍ଡ କଲେ ବିରାଟ

ନୂଆଦିଲ୍ଲୀ: ଆଇପିଏଲର ୧୯ତମ ମୁକାବିଲାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (RCB) ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାସ୍ତ ହୋଇଛି। ଏହା ସତ୍ତ୍ୱେ RCB କ୍ୟାପ୍‌ଟେନ  ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଛି ବଡ ରେକର୍ଡ।  ସୋମବାର  ଦୁବାଇ ଇଣ୍ଟରନାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଖେଳି ବିରାଟ ୩୯ ବଲରେ ୪୩ ରନ୍‌ କରିଛନ୍ତି। ଆଇପିଏଲ ଇତିହାସରେ ତାଙ୍କର ବ୍ୟକ୍ତିଗତ ରନ୍‌ ସ୍କୋର ୯୦୦୦ ଛୁଇଁଛି। ଏହି ମ୍ୟାଚ୍‌ରେ ୧୦ ରନ୍‌ କରିବା ପରେ ଭାରତୀୟ କ୍ୟାପ୍‌ଟେନ ବିରାଟ […]

sabyasachi
ଅଭିନୟ ପାଇଁ ଚାକିରି ଛାଡିଥିଲେ ସବ୍ୟ

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ସବ୍ୟସଚୀ ମିଶ୍ରଙ୍କର ଆଜି ଜନ୍ମଦିନ। ୧୯୮୫ ମସିହା ଅକ୍ଟୋବର ୬ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଓଡିଆ, ବେଙ୍ଗଲୀ ଏବଂ ତେଲୁଗୁ ଫିଲ୍ମରେ ସବ୍ୟସଚୀ ଅଭିନୟ କରିଛନ୍ତି। ୨୦୦୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ତା ପୂର୍ବରୁ ସବ୍ୟ ଆଲବମ୍‌ ଜଗତର ଜଣେ ଲୋକପ୍ରିୟ ଚେହେରା ଥିଲେ। ଅନେକ ହିଟ୍‌ ଆଲବମ୍‌ ଦେଇ ସେ ସମୟରେ ଢେର୍‌ ପ୍ରଶଂସା ସାଉଁଟୁଥିଲେ ସବ୍ୟ। ତେବେ ସବ୍ୟସତୀ ଜଣେ […]

sc
ହାଥ୍‌ରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସର ତଥାକଥିତ ଗଣଦୁଷ୍କର୍ମ ଘଟଣା ସଂପର୍କିତ ଏକ ମାମଲାର ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଘଟଣାର ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବା ଦାବି ନେଇ ହୋଇଥିବା ଜନିସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶ ପୋଲିସର ଅବହେଳା ଯୋଗୁ ଏଭଳି ଏକ ଘଟଣା ଘଟିଲା । ଏଣୁ ଏହାର ନିରପେକ୍ଷ ତଦନ୍ତ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରାଯିବାର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ […]

mask
୧୫ରୁ ଖୋଲିବ ସ୍କୁଲ କଲେଜ, କେନ୍ଦ୍ର ଜାରି କଲା ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି। ଅକ୍ଟୋବର ୧୫ରୁ ସ୍କୁଲ କଲେଜ ଖୋଲିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି। ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଆଧାରରେ ଏଗୁଡ଼ିକ ଖୋଲାଯିବ। ତେବେ ନୂଆ ନିୟମାବଳୀ ଅନୁସାରେ:- ପିତାମାତା ବା ଅଭିଭାବକଙ୍କ ଲିଖିତ ଅନୁମତି ପରେ ପିଲାମାନେ ସ୍କୁଲ ଆସିପାରିବେ। ଏହାସହ ସ୍କୁଲରେ ଉପସ୍ଥାନ ନେଇ ନିୟମ କୋହଳ […]

suneli
ସୁନେଲି ସ୍ୱପ୍ନରେ ଲାଗିଲା ରଙ୍ଗ

ବାଲିଗୁଡ଼ା (ଅଜିତ୍ ନାୟକ): ପୂରଣ ହେଲା ଦିବ୍ୟାଙ୍ଗ ଝିଅ ସୁନେଲିର ଆଶା। ନିକଟରେ କନ୍ଧମାଳର ଦିବ୍ୟାଙ୍ଗ ଝିଅ ସୁନେଲିଙ୍କର ନାଚ ଭିଡ଼ିଓ ଓଟିଭିରେ ପ୍ରସାରଣ ହୋଇଥିଲା। ଏହି ଭିଡ଼ିଓରୁ ଅର୍ଥ ଅଭାବ ପାଇଁ ସୁନେଲି ସ୍କୁଲ୍‌ ଯାଇପାରୁନଥିବା ଜଣା ପଡିଥିଲା। ଭିଡିଓ ଦେଖିବା ପରେ ପ୍ରଶାସନ ସହାୟତାର ହାତ ବଢାଇଛି। ଗାଁ ସ୍କୁଲରେ ତାର ନାଁ ଲେଖାଯିବା ସହ ନିୟମିତ ସେ ସ୍କୁଲ୍‌ ଯିବାର ନିଷ୍ପତ୍ତି ହୋଇଛି।  ଏଥିପାଇଁ ସୁନେଲିଙ୍କ ପାଇଁ ଗୋଟିଏ ଟ୍ରାଇସାଇକେଲ, ସ୍କୁଲ ପୋଷାକ […]

rir force chief
ଚୀନ୍ ଉପରେ ଏୟାରଷ୍ଟ୍ରାଇକ ପାଇଁ ଭାରତ ପ୍ରସ୍ତୁତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ:  ଚୀନ୍ ସହ ଦ୍ୱିମୁଖୀ ସମ୍ମୁଖ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଯଦିଓ ଆକାଶମାର୍ଗରେ ଆକ୍ରମଣର ସେଭଳି ସମୟ ଆସିନାହିଁ,  ତଥାପି ଆମ ସେନା ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର.କେ. ଭଦୌରିଆ। ଶ୍ରୀନଗର ଏୟାରବେସ୍‌ରେ  ଗତକାଲି ବାଲାକୋଟ୍ ଏୟାରଷ୍ଟ୍ରାଇକର ପ୍ରଥମ ବାର୍ଷିକୀ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଭଦୌରିଆ ଏଭଳି ବୟାନ ଦେଇଛନ୍ତି। ଭାରତ-ଚୀନ୍ ସୀମା ବିବାଦକୁ ନେଇ ଲାଗି ରହିଥିବା ଉତ୍ତେଜନା ସମୟରେ ଭଦୌରିଆଙ୍କ ଏଭଳି ବୟାନ ବେଶ୍ ମହତ୍ତ୍ୱପୂର୍ଣ୍ଣ […]