• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

death
ଦିନକରେ କରୋନା ନେଲା ଆଉ ୬୫୦ ଜୀବନ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ କରୋନା ନେଇଛି ଆଉ ୬୫୦ ଜୀବନ। ଏହା ସହିତ ୫୩ ହଜାର ୩୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୭୦ ଲକ୍ଷ ୧୬ ହଜାରରୁ ଅଧିକ। ମୋଟ ଆକ୍ଟିଭ କେସ୍ ହେଲା ୬ ଲକ୍ଷ ୮୦  ହଜାରରୁ ଅଧିକ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨ରେ ପହଞ୍ଚିଛି। ଏ ନେଇ […]

burger
ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ଅର୍ଡର କଲେ ବର୍ଗର, ଆସିଲା ସସ୍‌ ପ୍ୟାକେଟ୍

ନୂଆଦିଲ୍ଲୀ: ସାରା ଦୁନିଆରେ ଏମିତି ଅନେକ ଅଜବ ଘଟଣା ଘଟୁଛି, ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏମିତି ଅନେକ ଘଟଣା ଆପଣମାନେ ଅନ୍‌ଲାଇନ୍‌ ଅର୍ଡରରେ ଦେଖିବାକୁ ପାଇଥିବେ। ଆପଣ ଅନ୍‌ଲାଇନ୍‌ରେ ଗୋଟିଏ ଜିନିଷ ଅର୍ଡର କରିଥିବେ ହେଲେ ଆଉ ଗୋଟିଏ ଜିନିଷ ଆସି ଘରେ ପହଞ୍ଚିଯାଇଥାଏ। ଯାହା ଆପଣ କେବେ ଭାବି ମଧ୍ୟ ନଥିବେ। ଏଭଳି ଏକ ଘଟଣା କାନାଡାରେ ଦେଖିବାକୁ ମିଳିଛି। ସେଠାରେ ଜଣେ ମହିଳା ଅନ୍‌ଲାଇନ୍‌ରେ ହାମ୍‌ବର୍ଗର(Hamburger) ଅର୍ଡର କରିଥିଲେ। ହେଲେ […]

astrazica
ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କଲା ଅଷ୍ଟ୍ରେଜେନିକା

ୱାସିଂଟନ: ଆମେରିକାରେ ଅଷ୍ଟ୍ରେଜେନିକା ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି। ୟୁଏସ୍ ନିୟାମକ ପକ୍ଷରୁ ଅନୁମୋଦନ ପରେ କରୋନା ଭାକ୍ସିନର ପରୀକ୍ଷଣ ଆରମ୍ଭ ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି। କଂପାନିର ୟୁକେ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ସେପ୍ଟେମ୍ବର ୬ ତାରିଖରୁ ଭାକ୍ସିନର ୟୁଏସ୍ ଟ୍ରାଏଲ ବନ୍ଦ ରହିଥିଲା। ଅଷ୍ଟ୍ରାଜେନିକା ପିଏଲସି ହେଉଛି ବ୍ରିଟିଶ ବହୁରାଷ୍ଟ୍ରୀୟ ଫାର୍ମାସିୟୁଟିକାଲ୍ ଏବଂ ବାୟୋଫାର୍ମାସ୍‌ୟୁଟିକାଲ୍ କଂପାନି, ଯାହାର କେମ୍ବ୍ରିଜ୍, ୟୁନାଇଟେଡ୍ କିଙ୍ଗଡମ୍ ଏବଂ […]

pm modi
ଗୁଜରାଟକୁ ମୋଦି ଦେଲେ ୩ ଉପହାର

ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ପାଇଁ ତିନୋଟି ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ୩ଟି ପ୍ରକଳ୍ପ ହେଲା- ୟୁ.ଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର ଠାରେ ଶିଶୁ ହୃଦ୍‌ରୋଗ ହସ୍ପିଟାଲ୍‌, ଗୁଜରାଟର କୃଷକମାନଙ୍କ ପାଇଁ ‘କିସାନ ସୂର୍ଯ୍ୟୋଦୟ ଯୋଜନା’  ଓ  ଗିରନାରଠାରେ ୨,୩୨୦ ମିଟର ଲମ୍ବା ବିଶିଷ୍ଟ ରୋପ୍‌ୱେର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କିସାନ ସୂର୍ଯ୍ୟୋଦୟ ଯୋଜନା…. ଜଳସେଚନ ପାଇଁ ଦୈନିକ ବିଦ୍ୟୁତ […]

kapil dev
ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ହସ୍ପିଟାଲ୍‌ ବେଡ୍‌ରୁ ସାମ୍ନାକୁ ଆସିଥିବା ତାଙ୍କର ଏହି ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ଚେତନ୍‌ ଶର୍ମା ଏହି ଫଟୋକୁ ଟ୍ୱିଟ୍‌ରରେ ଶେଆର କରି ଲେଖିଛନ୍ତି, ‘ଅପରେସନ୍‌ ପରେ କପିଲ୍‌ ପା ଜୀ ବର୍ତ୍ତମାନ ଠିକ୍‌ ଅଛନ୍ତି। ସେ ତାଙ୍କ ଝିଅ ଅମ୍ୟାଙ୍କ ସହ ବସିଛନ୍ତି। ଜୟ […]

pic-1
ଫ୍ରି ଟ୍ରି: ଯେଉଁଠି ଗରିବଙ୍କ ପାଇଁ ଲୋକମାନେ ଛାଡିଯାଆନ୍ତି ଦରକାରୀ ଜିନିଷ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ‘ନେକି କି ଦିୱାର’ ବିଷୟରେ ଆପଣ ଶୁଣିଥିବେ। ଏହା ଏମିତି ଏକ ଷ୍ଟୋର୍‌ ଯେଉଁଠି ଲୋକମାନେ ଡ୍ରେସ୍‌ ଏବଂ ଜୋତା ଆଣି ରଖିଦିଅନ୍ତି। ଗରିବ ଏବଂ ଦରକାରୀ ଲୋକ ଏଠାରୁ ଆସି ସେମାନଙ୍କର ଆବଶ୍ୟକ ଅନୁସାରେ କପଡା ନେଇଯାଆନ୍ତି। ସେମିତି ଏହି ଅଞ୍ଚଳରେ ଆଉ ଏକ ଗଛ ରହିଛି। ଯାହାର ନାଁ ରହିଛି ‘ଫ୍ରି ଟ୍ରି’। ଏହି ଗଛ ତଳେ ଲୋକମାନେ ତାଙ୍କର ଅଦରକାରୀ କପଡା ଏବଂ ଜୋତା ରଖିଦେଇଯାଆନ୍ତି। ଏବଂ ଗରିବ ଲୋକମାନେ […]

1
ଟାଂଡା ଦୁଷ୍କର୍ମ ଘଟଣାକୁ ନେଇ ରାହୁଲଙ୍କ ଉପରେ ବର୍ଷିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ଭାରତୀୟ ଜନତା ପାର୍ଟି ବର୍ଷିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନୀରବତାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଶ୍ନ ଉଠାଇଛନ୍ତି। ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ବହୁର୍ଚ୍ଚିତ ଗଣ ଦୁଷ୍କର୍ମ ମାମଲାକୁ ନେଇ ରାହୁଲ ଗାନ୍ଧି ତତ୍ପରତା ଦେଖାଇଥିଲେ। ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ହାଥରସ ଯାଇ ପୀଡ଼ିତାଙ୍କ […]

gacha
ମ୍ୟାଜିକ୍‌ ଚାଉଳ ଚାଷ କରନ୍ତି ଏହି ଚାଷୀ, ଥଣ୍ଡା ପାଣିରେ ପକେଇଲେ ହୋଇଯିବ ଭାତ

ନୂଆଦିଲ୍ଲୀ: ଆପଣ କେବେ ମ୍ୟାଜିକ୍‌ ଚାଉଳ ବିଷୟରେ ଶୁଣିଛନ୍ତି? ଏହାକୁ ଗରମ ପାଣିରେ ନୁହେଁ, ଥଣ୍ଡା ପାଣିରେ ପକେଇଲେ ଭାତ ହୋଇଯିବ। ବିହାରର ପଶ୍ଚିମ ଚମ୍ପରଣର ହରିହର ଗାଁର ବିଜୟ ଗିରି ନାମକ ଜଣେ ଚାଷୀ ଏହି ମ୍ୟାଜିକ୍‌ ଧାନ କରି ପ୍ରସିଦ୍ଧ। ୬୪ବର୍ଷୀୟ ବିଜୟ ଗିରି ଆଜିକାଲି ଧାନ ଏବଂ ଗହମର ନୂଆ ପ୍ରକାର ଚାଷକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୧୦ମ ପର୍ଯ୍ୟନ୍ତ ପଢିଥିବା ବିଜୟ ଗିରି ନିଜ ବାପାଙ୍କ ୧୨ଏକର ଜମିରେ ଚାଷ କରି […]

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ମୁମ୍ବାଇ: ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ଆଜି ମହା ଅଷ୍ଟମୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡପରେ ଲୋକଙ୍କ କମ୍‌ ଗହଳିରେ ଏଥର ଦୁର୍ଗା ପୂଜା ହେଉଛି। ମାଆ ଦୁର୍ଗା ଆସିଲେ ସଂସାରରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତେବେ ଏଥର ଦୁର୍ଗା ମଣ୍ଡପରେ କିଛି ନୂଆ ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜି ବାସ୍ତବ ଜୀବନର ହିରୋ ହୋଇଥିବା ବଲିଉଡ୍‌ ଅଭିନେତା ସୋନୁ […]

kjriwal
'ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ମିଳିବା ଦରକାର'

ନୂଆଦିଲ୍ଲୀ: ବିହାର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ମାଗଣା କୋଭିଡ୍ ଭ୍ୟାକ୍ସିନ ଯୋଗାଇ ଦେବାକୁ ବିଜେପି କହିବା ପରେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଭିନ୍ନ ଦଳ ବିଜେପିର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛନ୍ତି। ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ମାଗଣା କୋଭିଡ୍ ଭ୍ୟାକ୍ସିନ ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଟିକା ମିଳିବା ଦରକାର ବୋଲି ଅରବିନ୍ଦ କହିଛନ୍ତି। ସେ କହିଛନ୍ତି “ପୂରା ଦେଶରେ ମାଗଣା କୋଭିଡ୍‌ […]

3
ପୁଣିଥରେ ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ୍ ଅବଧିକୁ କେନ୍ଦ୍ର ସରକାର ବଢ଼ାଇ ଦେଇଛନ୍ତି। ତେବେ ଏହି ଅବଧିକୁ ୩୧ ଡିସେମ୍ୱର ୨୦୨୦କୁ ବୃଦ୍ଧି କରାଯାଇଛି। ଏହା ସହ ଯେଉଁ କରଦାତା ବା କମ୍ପାନୀ ଗୁଡ଼ିକର ଆକାଉଣ୍ଟକୁ ଅଡିଟ୍‌ କରିବା ଜରୁରୀ ସେମାନଙ୍କ ପାଇଁ ଏହି ଅବଧି ଦୁଇ ମାସ ବଢ଼ାଯାଇ ୩୧ ଜାନୁଆରି ୨୦୨୧ ପର୍ଯ୍ୟନ୍ତ କରାଯାଇଛି। ପୂର୍ବରୁ ମେ ମାସରେ ଏହି ଅବଧିକୁ ଜୁଲାଇ ୩୧ରୁ ନଭେମ୍ୱର ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ […]

yello-2
ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

ନୂଆଦିଲ୍ଲୀ: ୟେଲୋ ଡଷ୍ଟ୍ ପ୍ରଭାବରୁ ବର୍ତ୍ତିବା ପାଇଁ ଉତ୍ତର କୋରିଆ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଲାଗି ରହିଥିବା ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ କେହି କୋଭିଡରେ ଆକ୍ରାନ୍ତ ହୋଇନାହାନ୍ତି। ଦେଶର ସୀମାକୁ ସିଲ କରିଦିଆଯାଇଛି। ତେବେ ଉତ୍ତର କୋରିଆ ସରକାରଙ୍କୁ ଏବେ ୟେଲୋ ଡଷ୍ଟ ର ଭୟ ଘାରିଛି । ତେବେ କଣ ଏହି ୟୋଲୋ ଡଷ୍ଟ୍ ଆସନ୍ତୁ ଜାଣିବା। ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଚୀନ ପଟୁ ଉତ୍ତର […]

4
କରୋନା ଉତ୍ପତ୍ତି ସ୍ଥଳକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଉହାନ୍‌କୁ ଯିବ ଏୟାର ଇଣ୍ଡିଆ ବିମାନ। କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ବିମାନ ଚଳାଚଳ ହେବ। ବନ୍ଦେ ଭାରତ ମିଶନ୍‌ରେ ଆସନ୍ତା ୩୦ ତାରିଖରେ ଏହି ବିମାନ ପ୍ରଥମ ଥର ପାଇଁ ଚୀନ ଯିବ। ତାହା ପୁଣି କରୋନାର ଉତ୍ପତ୍ତି ସ୍ଥଳି ଉହାନ୍‌କୁ। ଦିଲ୍ଲୀରୁ ବିମାନରେ ଚୀନର ନାଗରିକଙ୍କୁ ଫେରାଇ ନିଆଯିବ। ସେହିପରି ଚୀନରେ ଥିବା ଭାରତୀୟମାନେ ଏହି ବିମାନ ଜରିଆରେ ସ୍ୱଦେଶକୁ ଫେରିବେ। ଏନେଇ ବେଜିଂରେ ଅବସ୍ଥାପିତ ଭାରତୀୟ ଦୂତାବାସ […]