ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ଚୂଡାନ୍ତ ବିଶ୍ଲେଷଣ ଡାଟା ଜାରି କରାଯାଇଛି। ଏହି ତଥ୍ୟରୁ ଜଣାଯାଇଛି, ଗୁରୁତର କୋଭିଡ୍ ରୋଗୀଙ୍କ ଠାରେ କୋଭାକ୍ସିନ୍ ଟିକା ୯୩ଦଶମିକ ୪ ପ୍ରତିଶତ ଫଳପ୍ରଦ ହେଉଛି…
ମିରଟ: ନିର୍ଭୟା ଗଣଦୁଷ୍କର୍ମ ଭଳି ଆଉ ଏକ ଛାତିଥରା ଘଟଣାର ପୁନରାବୃତ୍ତି ହୋଇଛି ଉତ୍ତରପ୍ରଦେଶ ମିରଟରେ। ଜଣେ ମହିଳା ଯାତ୍ରୀଙ୍କୁ ଚଳନ୍ତା ବସ୍ରେ ଗଣଦୁଷ୍କର୍ମ କରାଯିବା ପରେ ବସ୍ରୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ସାରା ରାତି ଚଳନ୍ତା ବସ୍ରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ଦିନ ମିରଟର ଦିଲ୍ଲୀ ରୋଡ୍ରେ ସମ୍ପୃକ୍ତ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହାପରେ […]
ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଜବରଦସ୍ତ ଝଟ୍କା ଲାଗିଛି। ଜୁନ୍ ମାସରେ ଜିଓକୁ କଡ଼ା ଟକ୍କର ଦେଇଛି ଏୟାର୍ଟେଲ୍। ଜୁନ ମାସରେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିଥିବା ବେଳେ ଏୟାର୍ଟେଲ୍ର କିନ୍ତୁ ସକ୍ରିୟ ଗ୍ରାହକ(ଆକ୍ଟିଭ୍ ୟୁଜର୍ସ)ଙ୍କ ସଂଖ୍ୟା ବଢ଼ିଛି। ଜୁନ ମାସରେ ଏୟାର୍ଟେଲ୍ର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୩୭ ଲକ୍ଷ ବଢ଼ିଥିବା ବେଳେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୨୧ ଲକ୍ଷ କମିଛି। ସେହିଭଳି ଭୋଡ଼ାଫୋନ୍-ଆଇଡିଆର ସକ୍ରିୟ ଗ୍ରାହକଙ୍କ ସଂଖ୍ୟାରେ ବି ହ୍ରାସ ହୋଇଛି। […]
ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ଭାରତରେ ସରକାର ଯେତେ ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାଇଲେ ମଧ୍ୟ ସେହିଭଳି କିଛି ପୁଣିଥରେ ନୂଆ ବ୍ରାଣ୍ଡିଂ ସହିତ ପୁଣି ପ୍ଲେଷ୍ଟୋର୍ରେ ଅପ୍ଲୋଡ୍ ହେଉଛି। ଆଉ କୋଟି କୋଟି ଗ୍ରାହକ ତାକୁ ଡାଉନ୍ଲୋଡ ମଧ୍ୟ କରୁଛନ୍ତି। ଭାରତ ସରକାର ପାଖାପାଖି ୨୨୪ ଚାଇନିଜ୍ ଆପ୍କୁ ବ୍ୟାନ୍ କରିଛନ୍ତି। କିନ୍ତୁ ସେହିଭଳି କିଛି ଚାଇନିଜ୍ ଆପ୍ରେ ଏବେବି ଭାରତୀୟ ବଜାରରେ ତାର କାୟା ବିସ୍ତାର କରି ଚାଲିଛି। ଏହି ଆପ୍ଗୁଡ଼ିକ ମଧ୍ୟରୁ ଗୋଟିଏ […]
ନୂଆଦିଲ୍ଲୀ: ଆକାଶବାଣୀରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୃଷକଙ୍କ ଉପରେ ଗୁରୁତ୍ୱ ଦେଇ କରୋନା ସମୟରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି। କରୋନା ସମୟରେ ଆମ ଦେଶର କୃଷି କ୍ଷେତ୍ର ନିଜର ଦମ୍ ଦେଖାଇଛି। ଦେଶର କୃଷି କ୍ଷେତ୍ର, ଆମ କୃଷକ ଓ ଆମ ଗାଁ ଆତ୍ମନିର୍ଭର ଭାରତର ଆଧାର। ଏମାନେ ମଜଭୁତ୍ ହେଲେ, ଆତ୍ମନିର୍ଭର ହେଲେ ଆତ୍ମନିର୍ଭର ଭାରତର […]
ନୂଆଦିଲ୍ଲୀ: କରୋନା ଭାଇରସ୍ କେବଳ ଶ୍ୱାସକ୍ରିୟାଜନିତ(ରେସ୍ପାଇରେଟୋରୀ) ଉପରେ ପ୍ରଭାବ ପକାଏ ନାହିଁ, ଏହା ଶରୀର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ହାର୍ଟ ମଧ୍ୟ କରୋନାରେ ପ୍ରଭାବିତ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସାପ୍ତାହିକ କାର୍ଯ୍ୟକ୍ରମ ‘Sunday Samvadରେ ଯୋଗ ଦେଇ ଏପରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ପ୍ରଭାବରେ ଜୀବନ ବଞ୍ଚିରହିବାର ସମ୍ଭାବନା ଓ ସାଧାରଣଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କେନ୍ଦ୍ର ସରକାରଙ୍କର ଆକ୍ସନ ପ୍ଲାନ୍ ସମ୍ପର୍କରେ ଏକ ସୋସିଆଲ୍ ମିଡିଆ […]
ପାଟନା: ପୁଲିସ ବର୍ଦ୍ଦି ଛାଡ଼ି ରାଜନୀତିରେ ମିଶିବେ ବିହାର ଡିଜିପି। ନିକଟରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଆଜି ସନ୍ଧ୍ୟାରେ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ମିଶିବେ। ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ହତ୍ୟା ମାମଲାର ରୋକ୍ଠୋକ୍ ବୟାନ ଦେଇ ଲୋକ ଲୋଚନକୁ ଆସିଥିଲେ ଗୁପ୍ତେଶ୍ୱର ପାଣ୍ଡେ। ବିହାର ସରକାରଙ୍କ ଠାରୁ ମଧ୍ୟ ତାଙ୍କୁ ପ୍ରଶଂସା ମିଳୁଥିଲା। ଶନିବାର ଗୁପ୍ତେଶ୍ୱର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ କାର୍ଯ୍ୟାଳଯରେ ଭେଟିଥିଲେ। ସେଠାରେ […]
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୮୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ପାଖାପାଖି ହୋଇଛି। ଅନ୍ୟୁପଟେ କରୋନାରେ ଆଜି ସୁଦ୍ଧା ପ୍ରାୟ ୯୫ ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦିନକରେ ୯୨ ହଜାର ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୮୮,୬୦୦ ଜଣ ଲୋକ କରୋନାରେ […]
ପାଟନା: JDUରେ ମିଶିଲେ ବିହାରର ପୂର୍ବତନ DGP ଗୁପ୍ତେଶ୍ୱର ପାଣ୍ଡେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନକୁ ଯାଇ ବିଧିବଦ୍ଧ ଭାବେ ସେ JDUରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏଇ କିଛି ସମୟରେ ପୂର୍ବରୁ ସେ ଜେଡିୟୁରେ ଯୋଗ ଦେବେ ବୋଲି ଖବର ପ୍ରକାଶ ପାଇଥିଲା। ନିକଟରେ ଡିଜିପ ପଦରୁ ଇସ୍ତଫା ଦେଇଥିଲେ ଗୁପ୍ତେଶ୍ୱର। ଅବସର ନେବା ପରେ ଗୁପ୍ତେଶ୍ୱର କହିଥିଲେ ‘ମୁଁ ବର୍ତ୍ତମାନେ ଏବେ […]
ନୂଆଦିଲ୍ଲୀ: ବିଜେପି ସାଂସଦ ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ? ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ମୁହଁ ଖୋଲିବା ପରେ ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ହତ୍ୟା ଧମକ ମିଳୁଛି ବୋଲି କୁହାଯାଉଛି। କିନ୍ତୁ ସତରେ ତାଙ୍କୁ ହତ୍ୟା ଧମକ ମିଳୁଛି କି ନାହିଁ। ସେ ସମ୍ପର୍କରେ ସମୟ ଆସିଲେ କହିବେ ବୋଲି ରବି କିଶନ କହିଛନ୍ତି। ତେବେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉତ୍ତ୍ୱୋଳନ କରିବାରୁ ତାଙ୍କ ହାତରୁ […]
ନୂଆଦିଲ୍ଲୀ: ୩ଟି କୃଷି ବିଲ୍ ଉପରେ ସ୍ୱାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂସଦର ଉଭୟ ଗୃହରେ ପାରିତ ପରେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଅନୁମୋଦନ ପରେ କୃଷି ବିଲ୍ ଆଇନରେ ପରିଣତ ହୋଇଛି। ଆଇନରେ ପରିଣତ ହୋଇଥିବା ୩ ବିଲ୍ ହେଲା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ବିଲ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ବିଲ୍ […]
ଭୁବନେଶ୍ୱର:- ରାଜ୍ୟରେ ଆଉ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଏବେସୁଦ୍ଧା ୧ ଲକ୍ଷ ୭୩ ହଜାର ୫୭୧ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ସର୍ବାଧିକ କଟକ ଜିଲ୍ଲାରୁ ୫୪୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୬୭, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡ଼ରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ୱଲପୁରରୁ ୧୨୭, […]
ମୁମ୍ବାଇ: ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରୁଥିବା Narcotics Control Bureau (NCB) ଶନିବାର ଦୁଇ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ପାଖାପାଖି ୬ଘଣ୍ଟା ଧରି ଜେରା କରିଥିଲା। ଡ୍ରଗ୍ସ ଚାଟ୍କୁ ନେଇ NCBର ଜେରା ବେଳେ ଦୀପିକା ୩ ଥର କାନ୍ଦି ଥିବା ସୂଚନା ମିଳିଛି। ABP Live ର ରିପୋର୍ଟ ଅନୁସାରେ, NCB ଦୀପିକାଙ୍କୁ ସାଢ଼େ ୫ ଘଣ୍ଟା ଜେରା କରିଥିଲା। କୋଲାବାରେ ଥିବା NCB ଗେଷ୍ଟ ଅଫିସ୍ରେ ଦୀପିକା ସକାଳ ୧୦ଟା ପୂର୍ବରେ […]
ନୂଅଦିଲ୍ଲି: ଦେଶବ୍ୟାପି କୃଷି ବିଲ୍ (Agricultural Bill)କୁ ବିରୋଧ ଜାରି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦସ୍ତଖତ ଦେଇ ଏହାକୁ ଆଇନରେ ପରିଣତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ହେଲେ ବିରୋଧୀ ଦଳ ଏବେ ବି ଏହି ବିଲ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି। କୃଷି ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା କୃଷକଙ୍କ ଧାରଣା ଏବେ ଗାଁ, ସହରରୁ ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି। ଏ ନେଇ ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ଆଜି […]