• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

railway
ଏହି କାରଣ ପାଇଁ ବଢ଼ିଲା ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: କରୋନାଭାଇରସକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ଭାରତୀୟ ରେଲୱେ ମଧ୍ୟ କରୋନାକୁ ରୋକିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଭାରତୀୟ ରେଲୱେ ଏବେ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ତେବେ କାହିଁକି ବଢ଼ିଲା ପ୍ଲାଟଫର୍ମ ଟିକେଟ୍। ଏହାର ଜବାବ ରଖିଛନ୍ତି ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ। ତାଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି ପାଇଁ ଏହି […]

hardik
ବାପା ହେବା ପରେ ଗ୍ରାଉଣ୍ଡକୁ ଫେରିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ନିକଟରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ କ୍ରିକେଟରୁ ଲମ୍ବା ବ୍ରେକ୍ ପରେ ମଇଦାନକୁ ଫେରିଛନ୍ତି। ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ପାଇଁ ପାଣ୍ଡ୍ୟା ନିଜ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଇପିଏଲ୍ ହେବାର ଥିଲା, କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା। ବୁଧବାର ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ […]

ms-dhoni
'ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଧୋନି କମବ୍ୟାକ୍ କରିବେ'

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଇସିସିର ତିନୋଟି ଟ୍ରଫି ଉପରେ କବଜା କରିଥିବା ଦୁନିଆର ଏକମାତ୍ର କ୍ୟାପଟେନ୍ ଧୋନିଙ୍କର ସନ୍ନ୍ୟାସକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏପରିକି ଧୋନିଙ୍କୁ ବିଦାୟୀ ମ୍ୟାଚ୍ ମିଳିବା ଦରକାର ବୋଲି ଅନେକେ ପ୍ରସ୍ତାବ ଦେଇଛନ୍ତି। ଏବେ ଏହିକ୍ରମରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଷ୍ଟାର୍ ପେସ୍ ବୋଲର […]

hotel
ଅନଲକ୍-୩: ହୋଟେଲ୍ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଦେଶରେ କିଛି କଟକଣା ଜାରି ରହିଥିବା ବେଳେ କିଛି କ୍ଷେତ୍ରରେ କୋହଳ ମଧ୍ୟ କରାଯାଇଛି। ଦେଶରେ ଏବେ ଅନଲକ୍-୩ ଚାଲିଥିବା ବେଳେ ଦିଲ୍ଲୀ ସରକାର ହୋଟେଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟରେ ଜିମ୍ ଖୋଲିବା ଉପରେ କଟକଣା ଜାରି ରହିବ। ସରକାର ଟ୍ରାଏଲ୍ ଆଧାରରେ ସାପ୍ତାହିକ ବଜାରକୁ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଦିଲ୍ଲୀର ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ଏହି […]

kashmir
କାଶ୍ମୀରରେ ମୁତୟନ ୧୦ ହଜାର ଯବାନକୁ ଫେରାଇ ଆଣିବ କେନ୍ଦ୍ର

ଶ୍ରୀନଗର: କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ପାରା ମିଲିଟାରୀ ଫୋର୍ସର ଯବାନ। ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏତେ ବଡ଼ ସଂଖ୍ୟାର ସୁରକ୍ଷା ବାହିନୀକୁ ଅପସାରଣ କରିବାର ଏହା ହେଉଛି ସବୁଠୁ ବଡ଼ ନିଷ୍ପତ୍ତି। ଗତ ମେ ମାସରେ ମଧ୍ୟ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ […]

football
ପରଲୋକରେ ଭାରତର ପୂର୍ବତନ ଫୁଟବଲର୍

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ ଗୋଲକିପର ଭାସ୍କର ମୈତୀଙ୍କର ବୁଧବାର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ନଭି ମୁମ୍ବାଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ। ଏ ନେଇ ତାଙ୍କ ପାରିବାରିବ ବନ୍ଧୁ ଶଶୀକାନ୍ତ ପ୍ରସାଦ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟା ବେଳେ ଏମଜିଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାସ୍କରଙ୍କର ମସ୍କିଷ୍କ ରକ୍ତସ୍ରାବ କାରଣରୁ ଦେହାନ୍ତ ହୋଇଛି। AIFF […]

doctor killed
ମହିଳା ଡାକ୍ତରଙ୍କୁ କିଡ୍‌ନାପ୍‌ ପରେ ମର୍ଡର ! ବାହା ହେବାକୁ ଚାପ ପକାଉଥିଲେ ସିନିୟର

ନୂଆଦିଲ୍ଲୀ: ମହିଳା ଡାକ୍ତରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ। ଆଗ୍ରା ଏସ୍‌ଏନ୍‌ ମେଡିକାଲ୍‌ କଲେଜ Gynaecology ବିଭାଗର ଜଣେ ୨୫ ବର୍ଷୀୟ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ସେ ନିଖୋଜ ଥିଲେ। ନିଖୋଜର କିଛି ଘଣ୍ଟା ପରେ ଆଗ୍ରାର ବମରୋଲି ଅହିର ଅଞ୍ଚଳରୁ ସମ୍ପୃକ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଡାକ୍ତର ହେଲେ ଦିଲ୍ଲୀ ଶିବପୁରୀ ଅଞ୍ଚଳର ଯୋଗୀତା ଗୌତମ। […]

china-1
ବିବାଦୀୟ ଲିପୁଲେଖରେ ସେନା ମୁତୟନ କଲା ଚୀନ

ଡେରାଡୁନ୍‌: ଉତ୍ତରାଖଣ୍ଡ ଲିପୁଲେଖ ବିବାଦକୁ ନେଇ ଭାରତ-ନେପାଳ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଅଞ୍ଚଳରେ ଚୀନ ଏବେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିଥିବା ଦେଖିବାକୁ ମିଳିଛି। ସ୍ଥିତି ଉପରେ ଭାରତ ତୀକ୍ଷ୍‌ଣ ନଜର ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଚୀନ ୧୫୦ ଲାଇଟ୍‌ କମ୍ବାଇନ୍‌ଡ ଆର୍ମ ବ୍ରିଗ୍ରେଡ୍‌ ମୁତୟନ କରିଛି। ପ୍ରାୟ ୨ ସପ୍ତାହ ପୂର୍ବରୁ ତିବ୍ବତ ପାଖ ଲିପୁଲେଖ ଇଲାକାରେ ଚୀନ ଏହି ସେନା ମୁତୟନ କରିଛି। ସୀମା ରେଖାର […]

Untitled-1
ପ୍ରଧାନମନ୍ତ୍ରୀଙ୍କୁ କୁନି ଝିଅର ଶେଷ ଚିଠି; ଏ ଦୁନିଆ ମୋତେ ଆଉ ଭଲ ଲାଗୁନି....

ନୂଆଦିଲ୍ଲୀ:  ‘ମୋ ନାଁ ଆଞ୍ଚଲ ଗୋସ୍ୱାମୀ। ଏ ଦୁନିଆ ଆଉ ମୋତେ ଭଲ ଲାଗୁନି। ଏଠାରେ ଲୋକେ ପରସ୍ପର ସହ ଝଗଡ଼ା କରୁଛନ୍ତି। ମା’ ବାପାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଗାଳିଗୁଲଜ କରୁଛନ୍ତି, ମାରପିଟ୍‌ ବି କରୁଛନ୍ତି। ଲୋକେ ନିଜ ସୁବିଧା ପାଇଁ ଗଛ କାଟି ଦେଉଛନ୍ତି। ଜୀବଜନ୍ତୁଙ୍କ ପ୍ରତି ନିର୍ଦ୍ଦୟ ହୋଇଯାଉଛନ୍ତି। ଯେଉଁମାନେ ମାଂସାହାରୀ ସେମାନେ ମୋତେ ବହୁତ ଖରାପ ଲାଗୁଛନ୍ତି। ଏମିତି ଲୋକଙ୍କୁ ବହୁତ୍‌ ଘୃଣା ଲାଗୁଛି ଯେଉଁମାନେ ରାଷ୍ଟ୍ରୀୟ ସଂଗୀତ ଗାଇବାବେଳେ ଠିଆ […]

neem
କରୋନା ଭାଇରସକୁ ରୋକି ପାରିବ କି ନିମ୍ବ ? ଭାରତରେ ହେବ ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ: ନିମ୍ବର ସ୍ୱାଦରେ ମଧୁରତା ନାହିଁ ସତ, ହେଲେ ଏହାର ଉପକାର ଅମୃତ ପରି ମଧୁର। ଏବେ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ନିମ୍ବର ବ୍ୟବହାର ବେଶ ଉପଯୋଗୀ ହୋଇପାରିବ। ଏ ନେଇ ଗବେଷଣା ଆରମ୍ଭ ହୋଇଛି। ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (AIIB) ପକ୍ଷରୁ କୁହାଯାଇଛି କରୋନା ମୁକାବିଲା ଦିଗରେ ନିମ୍ବ କେତେ ଦୂର ସଫଳ ହୋଇପାରିବ ସେ ନେଇ ଗବେଷଣା ଚାଲିଛି। ଏ ଦିଗରେ AIIB […]

corona-test
ଦେଶରେ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୭୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ:  ଦେଶରେ ସବୁ ପୁରୁଣା ରେକର୍ଡ ଭାଙ୍ଗିଲା କରୋନା। ଦିନକରେ ବାହାରିଲେ ପାଖାପାଖି ୭୦ ହଜାର କରୋନା ପଜିଟିଭ। ଏହା ପରେ କରୋନାକୁ ନେଇ ଦେଶରେ ଚିନ୍ତା ବଢି ଯାଇଛି। ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୬୯ ହଜାର ୬୫୨ କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ସେହିପରି ୨୪ ଘଣ୍ଟାରେ ୯୭୭ କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୫୩ ହଜାର ୮୬୬କୁ ବୃଦ୍ଧି ପାଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ […]

Untitled-1
ପ୍ରଶାନ୍ତଙ୍କ ଆବେଦନ ଖାରଜ୍: ଦଣ୍ଡବିଧାନ କରିପାରନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାରେ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ପାଇଁ ଦଣ୍ଡ ଘୋଷଣା କରିପାରନ୍ତି। ପ୍ରଶାନ୍ତ ଆବେଦନ ଖାରଜ କରି କୋର୍ଟ କହିଛନ୍ତି “ଏହା ଯଥୋଚିତ ଆବେଦନ ନୁହେଁ। ଦଣ୍ଡ ବିଧାନ ପରେ ହିଁ ବିଚାର ସମ୍ପୂର୍ଣ୍ଣ ହେବ।” ପ୍ରଶାନ୍ତ ଜୁନ ୨୭ ତାରିଖରେ ସୁପ୍ରିମକୋର୍ଟ ବିଷୟରେ ଏକ ଟ୍ୱିଟ୍ କରିଥିଲେ। ଯାହା ନ୍ୟାୟପାଳିକ ଓ ମୁଖ୍ୟ ବିଚାରପତିଙ୍କ ଗରିମା […]

sushant singh rajput
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ଯିବ CBIର ସ୍ୱତନ୍ତ୍ର ଟିମ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର SIT ଟିମ୍‌ ଏହାର ତଦନ୍ତ କରିବ। ଏହି ତଦନ୍ତକାରୀ ଟିମ୍‌ରେ ୪ ଜଣ ଅଧିକାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଗୁଜରାଟ […]