• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

coronavirus
ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ ବାଲାସାହେବ ପାଟିଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ସପ୍ତମ ମନ୍ତ୍ରୀ ଭାବେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶ୍ରୀ ପାଟିଲ୍ ଉଦ୍ଧବ ସରକାରରେ ସମବାୟ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି। କରୋନା ଲକ୍ଷଣ ଦେବାରୁ ସେ କରୋନା ଟେଷ୍ଟ କରାଇଥିଲା। ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କରାଦର ଏକ ପ୍ରାଇଭେଟ୍ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। […]

lav-agarawal
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗରୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ସେ ଲେଖିଛନ୍ତି “ ଆପଣମାନେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଆଉ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରାଥମିକ ପଦକ୍ଷେପ ନେଇ ହୋଇମ୍ ଆଇସୋଲେସନ୍‌ରେ ରହିଛି। ମୋର ସମସ୍ତ ବନ୍ଧୁ ଓ ସହକର୍ମୀଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। […]

ndhm
ନ୍ୟାସ୍‌ନାଲ୍‌ ଡିଜିଟାଲ୍‌ ହେଲ୍‌ଥ ମିଶନ: ସମସ୍ତଙ୍କୁ ମିଳିବ ହେଲ୍‌ଥ ଆଇଡି

ନଆଦିଲ୍ଲୀ: ଆଧାର କାର୍ଡ ଭଳି ଏକ ସ୍ୱାସ୍ଥ୍ୟ କାର୍ଡ ରହିବ। ଯେଉଁଥିରେ ଆପଣଙ୍କର ପ୍ରେସ୍‌କ୍ରିପ୍‌ସନ୍‌ ଠାରୁ ଆରମ୍ଭ କରି ମେଡିକାଲ୍ ଟେଷ୍ଟ ରିପୋର୍ଟ ଆଦି ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ରହିବ। ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରୁଥିବା ବେଳେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। NDHM(ନ୍ୟାସ୍‌ନାଲ୍‌ ଡିଜିଟାଲ୍‌ ହେଲ୍‌ଥ ମିଶନ) ମଧ୍ୟମର ଏହି ସ୍ୱାସ୍ଥ୍ୟ କାର୍ଡ ଜାରି କରାଯିବ। ଏହି ଅଭିଯାନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି […]

msd
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଧୋନି

ନୂଆଦିଲ୍ଲୀ: ନାନା କଳ୍ପନା ଜଳ୍ପନାରୁ ଶେଷରେ ପରଦା ଉଠିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନୀ। ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଲେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ କୁଲ। ଆଜି ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଲେ ମାହି। ଇନ୍‌ଷ୍ଟା ପୋଷ୍ଟରେ ସେ ଲେଖିଛନ୍ତି ”  ଆପଣଙ୍କ ସମର୍ଥନ ଓ ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ।” ତେବେ ସେ କେଉଁ ଫର୍ମାଟ୍‌ରୁ ଅବସର […]

suresh
ଧୋନିଙ୍କ ପରେ ରାଇନା ବି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ପରେ କ୍ରିକେଟର୍‌ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରିଛନ୍ତି। ଆଜି ସ୍ୱାଧିନତା ଦିବସରେ ଦୁଇ ଦୁଇ ଜଣ ମହାନ କ୍ରିକେଟ୍‌ ଖେଳାଳି ଅନ୍ତର୍ଜାତୀୟ କ୍ରିକଟେରୁ ଅବସର ନେଇଛନ୍ତି। ରାଇନା ଅବସର ନେଲାବେଳେ ତାଙ୍କର ଅଗଣିତ ଫ୍ୟାନ୍ ଓ କ୍ରିକେଟ୍‌ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୧ ବିଶ୍ୱକପ୍‌ ବିଜୟୀ ଟିମ୍‌ ଇଣ୍ଡିଆରେ ରାଇନା ଧୋନିଙ୍କ ନେତୃତ୍ୱରେ ଖେଳିଥିଲେ। ସେ ମୋଟ ୧୮ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୭୮ […]

chetan-chohan
ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌‌ ଗୁରୁତର; ଭେଣ୍ଟିଲେଟର୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ତଥା ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ତଥା ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର(DDCA) ଉପ-ସଭାପତି ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେ ଜୁଲାଇ ମାସରେ କରୋନା ଆକ୍ରାନ୍ତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ବେଳେ ତାଙ୍କ ବୃକକରେ ସଂକ୍ରମଣ ହୋଇଥିଲା। ତା ସହିତ ରକ୍ତଚାପ ଜନିତ ସମସ୍ୟା ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଛି। ଚେତନ କରୋନା ପଜିଟିଭ୍‌ ହେବା ପରେ ତାଙ୍କୁ […]

dhoni-main
ଧୋନି ଯୁଗର ଅବସାନ: କେମିତି ଥିଲା କ୍ୟାପଟେନ୍ କୁଲ୍‌ଙ୍କ କ୍ରିକେଟ ଯାତ୍ରା, ଜାଣନ୍ତୁ...

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର୍ ସବୁଠୁ ସଫଳ ଅଧିନାୟକ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଆଜି ଏନେଇ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ବିଧିବଦ୍ଧ ଭାବେ ଘୋଷଣା କଲେ ଧୋନି। ଆଜି ସଂଧ୍ୟା ୭ଟା ୨୯ରେ ସେ ନିଜ ପ୍ରଶଂସକ, ବନ୍ଧୁ ପରିଜନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଅବସର ନେବା ନେଇ ଘୋଷଣା କରିଛନ୍ତି। ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ପରଠୁ କୌଣସି ମ୍ୟାଚ୍ ଖେଳିନଥିଲେ ଧୋନି। ଗତ କିଛି ଦିନ […]

justice indrajeet mohanty
ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗତକାଲି ସ୍ୱାଧୀନତା ଦିବସ ଅବସରରେ କୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି(୫୯) ଯୋଗ ଦେଇଥିଲେ। ଏହି ଉତ୍ସବରେ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ବିଚାରପତି, ଜୁଡିସିଆଲ୍‌ ଅଫିସର ଓ ପାଖାପାଖି ୧୦୦ଜଣ ଆଇନଜୀବୀ ଏହି ଉତ୍ସବରେ ଉପସ୍ଥିତ ଥିଲେ। […]

sushant singh rajput
ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନଥିବା ଅଭିଯୋଗ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି- ସୁଶାନ୍ତଙ୍କ ମୃତ୍ୟୁ ସମୟ ଅର୍ଥାତ୍‌ କେଉଁ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା, ତାହା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନାହିଁ। ଏହି କଥା ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଶନିବାର କହିଛନ୍ତି। ଏହି ଘଟଣା ଏବେ ସାମ୍ନାକୁ ଆସିବା […]

trump
ଆମେରିକା ରାଷ୍ଟ୍ରପତିଙ୍କ ସାନ ଭାଇ ରୋବର୍ଟ ଟ୍ରମ୍ପଙ୍କ ପରଲୋକ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ତଥା ଆମେରିକାର ପ୍ରତିଷ୍ଠିତ ବ୍ୟବସାୟୀ ରୋବର୍ଟ ଟ୍ରମ୍ପଙ୍କ ଦେହାନ୍ତ ହୋଇଛି। ନ୍ୟୁୟର୍କର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରୋବର୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ରୋବର୍ଟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ନେଇ ହ୍ୱାଇଟ୍‌ ହାଉସ୍‌ ସୂଚନା ଦେବା ପରେ ଭାଇକୁ ଭେଟିବାକୁ ଶୁକ୍ରାବର ନ୍ୟୁୟର୍କ ସିଟି ହସ୍‌ପିଟାଲ୍‌କୁ ଯାଇଥିଲେ […]

up-police
୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଦିଲ୍ଲୀ ପରେ ପୁଣି ଏକ ଅତ୍ୟାଚାରର ଛାତିଥରା ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ। ଏଠାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଏକ ଆଖୁ କିଆରିରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏନେଇ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାରେ ନାବାଳିକାର ଗାଁରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ମୃତ ନାବାଳିକାର ଗଳା ଓଢ଼ଣୀରେ ଭିଡ଼ାଯିବା ସହିତ ଆଖି ଖୋଳି ନିଆଯାଇଛି। ଏହାସହ ଝିଅଟିର ଝିଭ […]

corona-cas
୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ; ୯୪୪ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରବିବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫.୮୯,୬୮୨ ରେ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୪୯ ହଜାର ୯୮୦ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୬,୭୭,୪୪୪ ଟି କରୋନା ଆକ୍ଟିଭ୍‌ କେସ୍‌ ରହିଛି, ଓ […]

modi-tala
ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ବାଜପେୟୀଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କ ସମାଧି ପୀଠକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ଶ୍ରଦ୍ଧା ସୁମନ ଜଣାଇଛନ୍ତି। ଏହା ବ୍ୟାତୀତ ସୋସିଆଲ୍‌ ମିଡିଆରେ ବି ଅଟଳଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି। ସେ ଟ୍ୱିଟ୍‌ରରେ ଏକ ଫଟୋଇ […]

baishno-devi
୫ ମାସ ପରେ ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

ଶ୍ରୀନଗର: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ରବିବାର ସକାଳଠୁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲିଛି।  କରୋନା କଟକଣା ପାଇଁ ଗତ ୫ ମାସ ହେବ ମନ୍ଦିର ବନ୍ଦ ଥିଲା। ଦୈନିକ ଏହି ମନ୍ଦିରରେ ଦର୍ଶନ ଲାଗି ୨ ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳର ୧୯୦୦ ଓ ବାହାର ରାଜ୍ୟରୁ ଆସିଥିବା ୧୦୦ଜଣ ଶ୍ରଦ୍ଧାଳୁ ଛଡ଼ାଯିବ। ତେବେ ଯଦି କୌଣସି ବ୍ୟକ୍ତି ରେଡ ଜୋନରୁ ଆସନ୍ତି ତେବେ ତାଙ୍କର କରୋନା ନେଗେଟିଭ୍ […]

rahugandhi
'ପ୍ରଧାନମନ୍ତ୍ରୀଙ୍କ କାପୁରୁଷତା ପାଇଁ ଚାଇନା ଆମ ଜମି ନେଲା'

ନୂଆଦିଲ୍ଲୀ: ଚାଇନା ସହିତ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୁଣିଥରେ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ଭାରତୀୟ ଯବାନଙ୍କ ସାମର୍ଥ୍ୟ ଓ ବୀରତ୍ୱ ଉପରେ ଭରସା କରନ୍ତିନି ବୋଲି କହି ରବିବାର ଟ୍ୱିଟ୍ କରିଛନ୍ତି ରାହୁଲ। ଟ୍ୱିଟ୍‌ରେ ରାହୁଲ୍ ଲେଖିଛନ୍ତି “ କେବଳ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ଯବାନଙ୍କ ସାମର୍ଥ୍ୟ ଓ ବୀରତ୍ୱ ଉପରେ ସମସ୍ତେ ବିଶ୍ୱାସ କରନ୍ତି। ତାଙ୍କର କାପୁରୁଷତା ହିଁ ଚୀନ୍‌କୁ ଆମ ଜମି […]

sushant 11
ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଫ୍ଲାଟ୍‌ ଭିତରକୁ ଯାଇଥିବା ଏହି ସନ୍ଦିଗ୍ଧ ଯୁବତୀ କିଏ ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ଘଟଣାର ଖୁଲାସା ହେବାରେ ଲାଗିଛି। ଏବେ ଏମିତି କିଛି ଖୁଲାସା ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ସେଇ ଦିନର କିଛି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଜଣେ ସନ୍ଦିଗ୍ଧ ଯୁବତୀ ସୁଶାନ୍ତ ରହୁଥିବା ବିଲ୍ଡିଂ ପରିସର ଭିତରକୁ ପ୍ରବେଶ କରୁଥିବା […]

dhoni
କାହିଁକି ୧୫ ଅଗଷ୍ଟ ୧୯;୨୯ ସମୟରେ ଅବସର ନେଲେ ଧୋନି ?

ନୂଆଦିଲ୍ଲୀ: ଗତକାଲି ୭୪ ତମ ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଗଲେ ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ କୁଲ୍ ଧୋନି। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ଅବସର ଘୋଷଣା କରିଥିଲେ। ଇନ୍‌ଷ୍ଟାରେ ପୋଷ୍ଟ କରି ସେ ଲେଖିଥିଲେ “ ଆପଣଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଅଶେଷ ଧନ୍ୟବାଦ। ୧୯୨୯ ଘଣ୍ଟା ଠାରୁ ମୁଁ ଅବସରପ୍ରାପ୍ତ ବୋଲି ବିଚାର କରିବେ।” ତାଙ୍କର ଏହି ପୋଷ୍ଟ ଠିକ୍‌ ସନ୍ଧ୍ୟା ୧୯;୨୯ ସମୟରେ ହିଁ ଆସିଥିଲା। […]