ବିଳାସପୁର: କଥାରେ ଅଛି, ରଖେ ହରି ତ ମାରେ କିଏ…ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ବିଲାସପୁର ଜିଲ୍ଲାରେ। ପାଣି ସୁଅରେ ଫସି ରହିଥିବା ଜଣେ ଯୁବକଙ୍କୁ ବାୟୁସେନା ପକ୍ଷରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ଖୁଟାଘାଟ ଡ୍ୟାମ୍ରେ ଜଣେ ଯୁବକ ଫସି ଯାଇଥିଲେ। ଧୀରେଧୀରେ ପାଣିର ସ୍ରୋତ ପ୍ରଖର ହେବାସହ ଜଳସ୍ତର ବଢୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଶାସନର ସହାୟତା ଲୋଡ଼ିଥିଲେ। ଯୁବକ ଜଣକ ନିଜକୁ […]
ନୂଆଦିଲ୍ଲୀ: କରୋନ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢି ବଢି ଚାଲିଛି। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର୍ କରିଛି। ୨୪ ଘଣ୍ଟାରେ ୯୪୧ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି। ସେହିଭଳି ୫୭ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪କୁ ବୃଦ୍ଧି ପାଇଛି। ଏବେ ୬ ଲକ୍ଷ […]
ସୁରଟ: ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ହେଲେ ଖାଦ୍ୟ ଖୋଜି ଖୋଜି ସିଂହ ସହର ଭିତରକୁ ଯଦି ପଶି ଆସେ ତେବେ କ‘ଣ ଅବସ୍ଥା ହେବ ! ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟରେ। ଗୋଟିଏ ବା ଦୁଇଟି ସିଂହ ନୁହେଁ, ଏକଥରକେ ୬ଟି ସିଂହ ଜଙ୍ଗଲରୁ ବାହାରି ଜନବସତି ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟି ଗୁଜରାଟ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ବାରାମୁଲାରେ ଯବାନଙ୍କ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ କାଶ୍ମୀରର ଜଣେ ସ୍ପେଶାଲ୍ ପୋଲିସ୍ ଅଫିସର୍ ଓ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି। ବାରାମୁଲାରେ ପୋଲିସ୍ ଓ ସିଆରପିଏଫ୍ ପକ୍ଷରୁ ମିଳିତ ନାକା ପାର୍ଟି ମୁତୟନ ଥିବା ବେଳେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଲାଇଥିଲେ । ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଗୁରୁତର ଆହତ ହୋଇଥିବା […]
ନୂଆଦିଲ୍ଲୀ: ଫେସବୁକ୍ ପକ୍ଷରୁ ଜାରି ହେଲା କଡ଼ା କଟକଣା। ଘୃଣା ଓ ହିଂସା ଉଦ୍ରେକକାରୀ ମନ୍ତବ୍ୟ ଉପରେ କଟକଣା ଜାରି କରିଛି ଫେସବୁକ୍। ଏଣିକି ଏଭଳି ମନ୍ତବ୍ୟକୁ ପୋଷ୍ଟ କଲେ ଏ ଉପରେ ପ୍ରତିବନ୍ଧକ ଲାଗିବ। ଯିଏ ଯେଉଁ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ। ସାରା ବିଶ୍ୱର ସବୁ ବ୍ୟକ୍ତି ଓ ରାଜନୈତିକ ଦଳ ପାଇଁ ସମାନ ନିୟମ ଲାଗୁ ହେବ ବୋଲି ଫେସବୁକ୍ ପକ୍ଷରୁ କୁହାଯାଇଛି। […]
ଡେରାଡୁନ୍: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ରେକର୍ଡ ସମୟରେ ନିର୍ମାଣ ହେଲା ବେଲି ବ୍ରିଜ୍। ବର୍ଡର ରୋଡ୍ସ ଅର୍ଗାନାଇଜେସନ ପକ୍ଷରୁ ମାତ୍ର ୨୦ ଦିନ ମଧ୍ୟରେ ୧୮୦ଫୁଟ ଲମ୍ବର ବ୍ରିଜ ତିଆରି କରାଯାଇଛି । ଫଳରେ ଚାମୋଲି ଜିଲ୍ଲାର ଜଲଜୀବୀ ଓ ପିଥୋରଗଡ ଜିଲ୍ଲାର ମୁନସିୟାରୀ ଅଂଚଳକୁ ଯୋଗାଯୋଗ ହୋଇପାରିବ । କିଛି ଦିନଧରି ଲଗାଣ ବର୍ଷା ଯୋଗୁଁ ଏହି ଅଂଚଳ ଗୁଡିକ ବାହ୍ୟ ଜଗତକରୁ ବିଚ୍ଛିନ୍ନ ହୋଇପଡିଥିଲା। ପ୍ରାୟ ୨୦ରୁ ଅଧିକ ଗାଁ ଭୂସ୍ଖଳନ ଓ ବନ୍ୟା […]
ନୂଆଦିଲ୍ଲୀ: ଘୁଞ୍ଚିବ ନାହିଁ NEET-2020 ଓ JEE Main-2020। ପୂର୍ବ ନିର୍ଦ୍ଧାରିତ ସମୟ ସେପ୍ଟେମ୍ବରରେ ହିଁ ହେବ ପରୀକ୍ଷା ।ପରୀକ୍ଷା ଘୁଞ୍ଚାଇବାକୁ ଦାଖଲ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଅରୁଣ ମିଶ୍ର, ବିଆର୍ ଗାବି, କ୍ରିଷ୍ଣା ମୋରାଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ୧୧ ଜଣ ପରୀକ୍ଷାର୍ଥୀ ଏଣ୍ଟ୍ରାନ୍ସ ଘୁଞ୍ଚାଇବାକୁ ନିବେଦନ କରିଥିଲେ। କୋଭିଡ୍ ପରିସ୍ଥିିତିରେ ପରୀକ୍ଷା କରାନଯାଇ ଏହାକୁ ଆସନ୍ତା […]
ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ସହ ଏକ ଫଟୋର ସମ୍ପର୍କ ଥିବା ରିୟା ଚକ୍ରବର୍ତ୍ତୀ କହିଥିଲେ। ୟୁରୋପ ଟ୍ରିପ୍ ସମୟରେ ଏହି ପେଣ୍ଟିଂକୁ ଦେଖିବା ପରଠୁ ସୁଶାନ୍ତଙ୍କ ବ୍ୟବହାର ପରିବର୍ତ୍ତନ ହେବାକୁ ଲାଗିଥିଲା। ଏହି ପେଣ୍ଟିଂର ଶନି ତାଙ୍କର ନବଜାତ ପୁତ୍ରକୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରକୃତରେ ଏହି ପେଣ୍ଟିଂ ମଣିଷର ମନକୁ ବିଚଳିତ କରିବା ପରି ଏକ ଆର୍ଟ। କେବଳ ଏଇ ପେଣ୍ଟିଂ ନୁହେଁ, ବିଶ୍ୱରେ ଏମିତି ଅନେକ ପେଣ୍ଟିଂ ରହିଛି ଯାହାକୁ ଦେଖିଲେ […]
ପାଟନା: ସାରା ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟ କିଛି କଡ଼ା ପଦକ୍ଷେପ ଉଠାଇଛନ୍ତି। ଏହିକ୍ରମରେ ବିହାରରେ ମଧ୍ୟ କରୋନା ମାମଲା ଲଗାତର ବଢ଼ିଚାଲିଛି। ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିସାରିଥିବା ବେଳେ ଏହାକୁ ଆଖି ଆଗରେ ରଖି ଆସନ୍ତା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଯାଇଛି। ଏହା ପୂର୍ବରୁ ରାଜ୍ୟକୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଥିଲା। ବିହାରରେ କରୋନାରେ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଧୋନିଙ୍କ ଅବସର ପରେ ତାଙ୍କ ପ୍ରଶଂସକଙ୍କ ମନରେ ନିରାଶ ଖେଳିଯାଇଛି। ସାରା ବିଶ୍ୱରେ ଧୋନିଙ୍କର ଅଗଣିତ ପ୍ରଶଂସକ ଅଛନ୍ତି। ଧୋନିଙ୍କ ପ୍ରଶଂସକଙ୍କ ତାଲିକାରେ ପାକିସ୍ତାନ କରାଚୀରେ ଜନ୍ମିତ ମହମ୍ମଦ ବଶିର୍ ବୋଜାଇ ସାମିଲ୍ ଅଛନ୍ତି। ଜଣେ ପାକିସ୍ତାନୀ ହେବା ସତ୍ତ୍ୱେ ବଶିର୍ ଧୋନିଙ୍କର ବହୁତ ବଡ଼ ପ୍ରଶଂସକ। ଧୋନିଙ୍କ ଅବସର ତାଙ୍କୁ ବହୁତ ବାଧିଛି। ଏଥିପାଇଁ ସେ ଧୋନିଙ୍କ ଭଳି […]
ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ। ୫୦ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ନିଶିକାନ୍ତଙ୍କ ପରଲୋକ ନେଇ ରିତେଶ ଦେଶମୁଖ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିଶିକାନ୍ତଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। କିଛି ଦିନ ହେବ ନିଶିକାନ୍ତଙ୍କ ଦେହାନ୍ତ ନେଇ ଗୁବତ ପ୍ରକାଶ ପାଇଥିଲା। ଯାହା ପରେ ରିତେଶ ଏହାକୁ […]
ନୂଆଦିଲ୍ଲୀ: ପୂରା ଦୁନିଆରେ କରୋନା ତା’ର କାୟା ବିସ୍ତାର କରିଚାଲିଛି। ଏଭଳି ଏକ ସଙ୍କଟ ସମୟରେ ଏହି ଭାଇରସକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାକୁ ବଢ଼ାଇ ଦେଇଛି। ମାଲେସିୟାରେ କରୋନାର ଏଭଳି ଷ୍ଟ୍ରେନ୍ ମିଳିଛି, ଯାହା ୧୦ଗୁଣ ଅଧିକ ମାରାତ୍ମକ। କରୋନାଭାଇରସର ମ୍ୟୁଟେସନକୁ ନେଇ ପୂର୍ବରୁ ଅନେକ ଖବର ଆସିଛ, କିନ୍ତୁ ଏବେ କରୋନା ଭାଇରସ୍ ଯେଉଁ ରୂପ ବଳଦାଇଛି, ତାହା ସବୁଠାରୁ ଅଧିକ ଭୟଙ୍କର କୁହାଯାଉଛି। ମାଲେସିୟା ବୈଜ୍ଞାନିକମାନେ […]
ଚେନ୍ନାଇ: ଆଉ ନାହାନ୍ତି ‘୫ ଟଙ୍କିଆ ଡାକ୍ତର’। ‘୫ ଟଙ୍କିଆ ଡାକ୍ତର’ ଭାବେ ଖୁବ୍ ଲୋକପ୍ରିୟ ବ୍ୟାସରପାଡ଼ିର ଡାକ୍ତର ଭି. ଥିରୁଭେଙ୍ଗାଡମଙ୍କର ଶନିବାର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଅଗଷ୍ଟ ୧୩ ତାରିଖରେ ଡାକ୍ତର ଥିରୁଭେଙ୍ଗାଡମ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ ଉତ୍ତର ଚେନ୍ନାଇରେ ରହୁଥିବା ଅନେକ ବାସିନ୍ଦା ଗଭୀର […]