• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

treatment
ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୯୬ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ହଜାରେ ୧,୧୭୪ ଜଣଙ୍କ ମୃତ୍ଯୁ ହୋଇଛି  । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ଯୁ ସଂଖ୍ୟା ୮୪,ହଜାର ୩୭୨ରେ ପହଞ୍ଚିଛି । ଦିନକରେ ୮୭, ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୮କୁ ବୃଦ୍ଧି ପାଇଛି । ମୋଟ ଆକ୍ଟିଭ୍ କେସ୍- ୧୦ଲକ୍ଷ ୧୭ହଜାର ୭୫୪ ରହିଥିବା ବେଳେ […]

mobile
କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନାଭି ମୁମ୍ବାଇ: ପତ୍ନୀଙ୍କୁ ଫୋନ୍‌ କରି କହିଲେ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି, ଏହାପରେ ହଠାତ୍‌ କେଉଁଆଡ଼େ ଗାଏବ୍‌ ହୋଇଗଲେ ସ୍ୱାମୀ। ଶେଷରେ ଗର୍ଲଫ୍ରେଣ୍ଡ୍‌ଙ୍କ‌ ସହ ସମ୍ପୃକ୍ତ ବ୍ୟକ୍ତି ଜଣକ ଥିବା ପୋଲିସ୍‌ ଜାଣିବାକୁ ପାଇଥିଲା। ନାଭି ମୁମ୍ବାଇରେ ଏଭଳି କିଛି ଘଟଣା ଘଟିଛି, ଯାହାକୁ ନେଇ ଏବେ ଚର୍ଚ୍ଚା। ଚଳିତ ବର୍ଷ ଜୁଲାଇରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଖୋଜ ଥିଲେ। ଏହାପୂର୍ବରୁ ସେ ତାଙ୍କ ପତ୍ନୀଙ୍କୁ ଫୋନ୍‌ କରି କହିଥିଲେ ଯେ, ତାଙ୍କ କରୋନା […]

pm
ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ନୂଆଦିଲ୍ଲୀ: ମୋଦି ସରକାର କୃଷି ସମ୍ବନ୍ଧିତ ବିଲ୍‌ ଗୁରୁବାର ଲୋକସଭାରେ ପା‌ରିତ କରିଦେଲେ। ତେବେ ଏହି କୃଷି ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ବିରୋଧ କରିଛନ୍ତି। ଏପରିକି ଏନ୍‌ଡିଏର ସହଯୋଗୀ ଦଳ ଶିରୋମଣି ଅକାଳି ଦଳ ମଧ୍ୟ ଏହାକୁ ବିରୋଧ କରିଛି। ଏହାକୁ ବିରୋଧ କରି ଅକାଳି ଦଳରୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ହରସିମରତ୍‌ କୌର ବାଦଲ ଇସ୍ତଫା ଦେଇଛନ୍ତି। କୃଷକ ନେତାମାନେ ମଧ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ। ସେମାନେ ଅଭିଯୋଗ ଆଣିଛନ୍ତି, […]

disha salian
ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ ମୃତ୍ୟୁ ପୂର୍ବରୁ କାହାକୁ ଶେଷଥର ପାଇଁ କଲ୍ କରିଥିଲେ, ଏହାକୁ ନେଇ ଲାଗି ରହିଥିବା ସନ୍ଦେହକୁ ନେଇ ମୁମ୍ବାଇ ପୋଲିସ୍ ବୟାନ ରଖିଛି। ଦିଶା ଶେଷଥର ପାଇଁ ନିଜ ସାଙ୍ଗ ଅଙ୍କିତାଙ୍କୁ ଫୋନ୍ କରିଥିଲେ ବୋଲି ପୋଲିସ୍‌ କହିଛି। ଯେଉଁ ଦାବି ହେଉଥିଲା ଯେ, ଦିଶା ଶେଷଥର ପାଇଁ ୧୦୦ ନମ୍ବରକୁ ଡାଏଲ୍‌ କରିବା ପାଇଁ ଚେଷ୍ଟା କରିଥିଲା, ଏହା ମିଛ ବୋଲି ମୁମ୍ବାଇ […]

ipl1
ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଆବୁ ଧାବି: ବାସ୍ ଆଉ କେଇ ଘଣ୍ଟାର ବ୍ୟବଧାନ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍। ବିଶ୍ୱର ସବୁଠାରୁ ମହଙ୍ଗା ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆସନ୍ତାକାଲିଠାରୁ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସାରା ଦୁନିଆରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଚଳିତ ସଂସ୍କରଣ ୟୁଏଇରେ ଆୟୋଜିତ ହେବ। ଆଇପିଏଲର ଆୟୋଜନ ପ୍ରଥମେ ଚଳିତ ବର୍ଷ ମାର୍ଚ୍ଚ ୨୯ […]

dog
ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ଲୁଧିଆନା: କୁକୁରଙ୍କ ପାଇଁ ଖୋଲା ଗଲା ବ୍ଲଡ୍ ବ୍ୟାଙ୍କ୍। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ପଞ୍ଜାବ ଲୁଧିଆନାର ଗୁରୁ ଅଙ୍ଗଦ ଦେବ ଭେଟେରୀନାରୀ ଆଣ୍ଡ ଆନିମଲ୍ ସାଇନ୍ସ ୟୁନିଭର୍ସିଟିରେ କୁକୁରଙ୍କ ପାଇଁ ଏକ ବ୍ଲଡ୍ ବ୍ୟାଙ୍କ୍ ଖୋଲାଯାଇଛି। ନିକଟରେ ଏକ କୁକୁର ବ୍ଲଡ୍ ବ୍ୟାଙ୍କକୁ ରକ୍ତ ଦାନ କରିଛି। ପ୍ରତିବର୍ଷ ମେଡିକାଲକୁ ପ୍ରାୟ ୨୫ ହଜାରରୁ ଅଧିକ କୁକୁର ଚିକିତ୍ସା ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଶହରୁ ୬ ଶହ କୁକୁରଙ୍କଠାରେ […]

ncb
ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଏବେ ମୁମ୍ବାଇରେ ସୀମିତ ହୋଇ ରହିନାହିଁ। ଏହାର ଚେର ଏବେ ହିମାଚଳ ପ୍ରଦେଶ ଯାଏ ଲମ୍ବିଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉ ପେଡଲରଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ହିମାଚଳରୁ ଗିରଫ ହୋଇଥିବା ରାହିଲ୍ ବିଶ୍ରମଙ୍କ ନିକଟରୁ ଗୋଟିଏ କିଲୋ ଚରସ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହାସହ ସାଢ଼େ ୪ ଲକ୍ଷ ଟଙ୍କା ଜବତ ହୋଇଛି। ଏନ୍ସିବିରୁ ମିଳିଥିବା […]

modi
ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଦେଶ-ବିଦେଶରୁ ଶୁଭେଚ୍ଛାରୁ ସୁଅ ଛୁଟିଛି। ସୋସିଆଲ୍‌ ମିଡିଆରେ ମଧ୍ୟ ପିଏମ୍ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇବାରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ସାମିଲ୍‌ ଥିଲେ। Thank you @imVkohli! I would also like to congratulate @AnushkaSharma and you. I am sure you will be amazing parents! https://t.co/6IsTEGOhAS […]

ipl
IPL 2020 Guidelines: ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ଆବୁ ଧାବି: କରୋନା ଭାଇରସକୁ ଆଖି ଆଗରେ ରଖି ଚଳିତବର୍ଷ ଆଇପିଏଲ୍ ବିନା ଦର୍ଶକରେ ଖେଳାଯିବ। ଅର୍ଥାତ୍ ଏଥର ଷ୍ଟାଡିୟମ ଭିତରେ ଦର୍ଶକଙ୍କ କୋହାହଳ ଶୁଣିବାକୁ ମିଳିବନି। ତା’ଛଡ଼ା ଚଳିତ ବର୍ଷ ଆଇପିଏଲରେ ଆଉ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେବେ ଆସନ୍ତୁ ଜାଣିବା, ଚଳିତ ଆଇପିଏଲରେ କେଉଁ ନୂଆ ନିୟମ ଲାଗୁ ହେବ। IPL 2020 New Guidelines ସାଧାରଣତ କ୍ରିକେଟ୍ ବଲ୍ ସୁଇଂ କରିବା ପାଇଁ ବୋଲରମାନେ ବଲରେ ନିଜର ଲାଳ ଲଗାଇଥାନ୍ତି। […]

america
ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ୱାଶିଂଟନ୍: ଭାରତ ପରେ ଏବେ ଆମେରିକା ମଧ୍ୟ ଚାଇନିଜ୍ କମ୍ପାନୀ ମାଲିକାନସତ୍ତ୍ୱ ଭିଡିଓ ଶେୟାରିଂ ପ୍ଲାଟଫର୍ମ TikTok ଓ ମେସେଜିଂ ଆପ୍ WeChat ବ୍ୟାନ୍ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାରଠାରୁ ଅର୍ଥାତ୍ ସେପ୍ଟେମ୍ବର ୨୦ ତାରିଖରୁ ଏହି ଦୁଇ ଆପ୍ସକୁ ବ୍ୟାନ୍ କରିବା ଲାଗି ଘୋଷଣା କରିଛନ୍ତି। ରବିବାରଠାରୁ ଆମେରିକାରେ TikTok ଏବଂ WeChatର ଡାଉନଲୋଡିଂ ହୋଇପାରିବ ନାହିଁ। ଆମେରିକାରେ TikTokର ପ୍ରାୟ ୧୦୦ ମିଲିୟନ୍ ଅର୍ଥାତ୍ ୧୦ କୋଟି ୟୁଜର ଅଛନ୍ତି, ଯେଉଁଥିରୁ […]

paytm
ପ୍ଲେ' ଷ୍ଟୋରକୁ ପୁଣି ଫେରିଲା Paytm

ନୂଆଦିଲ୍ଲୀ: ଗୁଗଲ୍ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ହଟିବା ପରେ ମୋବାଇଲ୍ ୱାଲେଟ୍ ଆପ୍ଲିକେସନ୍ Paytm ପୁଣିଥରେ ପ୍ଲାଟଫର୍ମକୁ ଫେରିଛି। ପେଟିଏମ୍ ଟୁଇଟ୍ କରି ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି। ଏହା ପୂର୍ବରୁ ଗୁଗଲ୍ ପ୍ଲେ’ ଷ୍ଟୋର Paytm ଆପକୁ ଗ୍ୟାମ୍ବଲିଂ (ଜୁଆ ଖେଳିବା) ଅଭିଯୋଗରେ ନିଜ ପ୍ଲାଟଫର୍ମକୁ ହଟାଇଥିଲା। ଗୁଗଲ୍ ପ୍ଲେ ଷ୍ଟୋରର କହିବା ଅନୁଯାୟୀ, ଆମେ ଗ୍ୟାମ୍ବଲିଂ ଆପର ସମର୍ଥନ କରୁନାହୁଁ ଏବଂ ଜୁଆ ସହ ସମ୍ପୃକ୍ତ ନୀତିର ଉଲ୍ଲଙ୍ଘନ କରିବା […]

corona11
କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ମସ୍କୋ: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଋଷ ପକ୍ଷରୁ ଔଷଧ ବାହାର କରାଯାଇଛି। ସାମାନ୍ୟରୁ ମଧ୍ୟମ ଧରଣ ଲକ୍ଷଣ ଥିବା ଆକ୍ରାନ୍ତମାନଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର କରି ହେବ। ଏଥିପାଇଁ ପାଇଁ ଋଷ ପକ୍ଷରୁ ଅନୁମତି ଦିଆଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା କରୋନା ଔଷଧ କରୋନାଭିର ବଜାରରେ ଉପଲବ୍ଧ ହୋଇପାରେ ବୋଲି ଋଷ କଂପାନୀ R-Pharm ପକ୍ଷରୁ କୁହାଯାଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ଏହି ଔଷଧକୁ ଜୁଲାଇ ମାସରେ ପ୍ରଥମଥର […]

nia
ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

ନୂଆଦିଲ୍ଲୀ: କେରଳ ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ National Investigation Agency (NIA) ଚଢ଼ଉ କରି ୯ଜଣ ଅଲ୍‌କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀମାନେ ଏକ ବଡ଼ ଧରଣର ହମ୍‌ଲା ପାଇଁ ଯୋଜନା କରୁଥିବା ଖବର ପାଇ NIA ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ଣ୍ଣାକୁଲ୍‌ମରେ ଏକକାଳୀନ ଚଢଉ କରାଯାଇଥିଲା। ଏର୍ଣ୍ଣାକୁଲ୍‌ମରୁ ୩ ଓ ମୁର୍ସିଦାବାଦରୁ ୬ଜଣ ଅଲ୍‌କାଏଦା ଆତଙ୍କବାଦୀ ଗିରଫ କରାଯାଇଛି। ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ହମ୍‌ଲା କରି ଆତଙ୍କ ସୃଷ୍ଟି କରିବା […]