ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜେପି ସାଂସଦ ସାକ୍ଷୀ ସିଂହ ମହାରାଜଙ୍କୁ ପାକିସ୍ତାନରୁ ଧମକ ଆସୁଛି। କେହି ଦୁର୍ବୃତ୍ତ ବାରମ୍ବାର ଫୋନ୍ କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ଧମକ ଦେଇଛି। ଏନେଇ ଉନ୍ନାଓ ଥାନାରେ ମାମଲା ରୁଜୁ କରିଛନ୍ତି ସାଂସଦ। ଜୀବନକୁ ବିପଦ ଥିବା ଦର୍ଶାଇ ଥାନାରେ ମାମଲା କରିବା ସହିତ ତ୍ୱରତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାକ୍ଷୀ ମହାରାଜ। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସାଂସଦ କହିଛନ୍ତି, ଦୃର୍ବୃତ୍ତ ଜଣକ ବାରମ୍ବାର ପାକିସ୍ତାନ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅନେକ ଲୋକ ନାଁ ସାମ୍ନାକୁ ଆସିଥିଲା। ସେଥିରେ ବଲିଉଡ୍ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ଦିଶାଙ୍କର ମୃତ୍ୟୁରେ ସୁରଜଙ୍କର ହାତ ଥିବା ନେଇ ଅନେକ ଖବର ପ୍ରକାଶ ପାଇବା ପରେ ଏବେ ଏନେଇ ଥାନାରେ ମାମଲା କରିଛନ୍ତି ସୁରଜ ପଞ୍ଚୋଲି। ଯେଉଁମାନେ ତାଙ୍କ ନାଁକୁ ଦିଶାଙ୍କ ମୃତ୍ୟୁ ମାମଲାରେ ଯୋଡ଼ିଛନ୍ତି, ସେମାନଙ୍କ ନାଁରେ ଥାନାରେ ମାମଲା କରିଛନ୍ତି ସୁରଜ। ଖବର […]
ରାଜକୋଟ୍: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଏକ ନୂଆ ବିବାଦରେ ଫସି ଯାଇଛନ୍ତି। ଜାଡେଜାଙ୍କ ପତ୍ନୀ ରିଭାବା ବିନା ମାସ୍କରେ ଯାଉଥିବା ବେଳେ ଜଣେ ପୁଲିସ୍ କନଷ୍ଟେବଳ ତାଙ୍କୁ ଅଟକାଇଥିଲେ ଏବଂ ଜୋରିମାନା ଦେବାକୁ କହିଥିଲେ। ଯାହା ପରେ ରିଭାବା ଉକ୍ତ କନଷ୍ଟେବଳଙ୍କ ସହ ଖୁବ୍ ଯୁକ୍ତିତର୍କ କରିଥିଲେ। ଉକ୍ତ କନଷ୍ଟେବଳଙ୍କର ରିଭାବାଙ୍କୁ ମାସ୍କ ନପିନ୍ଧିବାର କାରଣ ପଚାରିଥିଲେ। ଯେଉଁକାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇଥିଲା। ଏହି ଘଟଣା ସୋମବାର […]
ନୂଆଦିଲ୍ଲୀ: ପ୍ରସିଦ୍ଧ ଗୀତିକାର ଓ କବି ରାହତ ଇନ୍ଦୋରି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ ନିଜ ଟ୍ୱିଟ୍ରରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ କାଲି କୋଭଡ -୧୯ର ଲକ୍ଷଣ ଆରମ୍ଭ ହେବାର ମୁଁ ଜାଣିବାକୁ ପାଇଥିଲି। ଏନେଇ ଗତକାଲି ମୁଁ କରୋନା ପରୀକ୍ଷା କରିଥିଲି। ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ସେ ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ରାହତ ଇନ୍ଦୋରି ପ୍ରଂଶସକମାନଙ୍କୁ ଅପିଲ୍ କରିଛନ୍ତି ଯେ ତାଙ୍କର […]
ନୂଆଦିଲ୍ଲୀ: ପ୍ରସିଦ୍ଧ କବି ଓ ଲିରିସିଷ୍ଟ ରାହତ ଇନ୍ଦୋରିଙ୍କ ପରଲୋକ ହୋଇଛି। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଛି। ସେ ଏହା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଅରବିନ୍ଦୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ରାହତ ଇନ୍ଦୋରୀ କରୋନା ପଜିଟିଭ୍ ହେବା ନେଇ ଆଜି ସେ ନିଜେ ଟ୍ୱିଟ୍ କରି ସୂଚନା […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଜାରି ରହିଛି। ମଙ୍ଗଳବାର ଇଡିରେ ପ୍ରଥମ ଥର ପାଇଁ ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ ଡକାଯାଇଛି। ଇଡି ମିତୁଙ୍କୁ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ପଚାରିପାରେ। ମିତୁ ମୁମ୍ବାଇରେ ରୁହନ୍ତି, ଏବଂ ପରିବାରର ଏକମାତ୍ର ସଦସ୍ୟ, ଯିଏ ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ଦିନ ବାନ୍ଦ୍ରାସ୍ଥିତ ପ୍ଲାଟରେ ପହଞ୍ଚିଥିଲେ। ମିତୁଙ୍କ ସହ ସୁଶାନ୍ତଙ୍କ ମ୍ୟାନେଜର୍ ଶ୍ରୁତି ମୋଦି […]
ରାୟପୁର: ଛତିଶଗଡ଼ର ଯଶପୁରରେ ସୁନା ଖଣି ମିଳିବାର ସମ୍ଭାବନା ରହିଛି। ଶତାବ୍ଦୀ ଧରି ଏଠାରେ ଥିବା ଦୁଇଟି ନଦୀରୁ ସୁନା ବାହାରୁଥିବାର ଦେଖିବାକୁ ମିଳୁଛି। ଏନେଇ ସେଠାରେ ଖୁବ୍ ଶୀଘ୍ର ସୁନା ଖଣି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ୁଛି। ଏହା ହେଉଛି ପ୍ରାଥମିକ ତଦନ୍ତ। କିନ୍ତୁ ସେଠାରେ ସୁନା ଖଣି ହେବାର ସମ୍ଭାବନାକୁ ଅନୁସନ୍ଧାନ କରିବା ପାଇଁ ଏକ ନୂଆ ସର୍ଭେ ପ୍ରସ୍ତୁତ କରାଯାଉଛି। ଖବର ଅନୁଯାୟୀ, ଜୋରା ଆଦିବାସୀ ସମ୍ପ୍ରଦାୟ ଯଶପୁରନଗର ଓ ଏହାର […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ସେ ଦିଲ୍ଲୀର ଆର୍ମି ହସ୍ପିଟାଲର ଭେଣ୍ଟିଲେଟରରେ ଅଛନ୍ତି, ଯେଉଁଠାରେ ତାଙ୍କର ବ୍ରେନ୍ ସର୍ଜରୀ କରାଯାଇଛି। ତେବେ ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହୋଇଯାଇଛି, ଯାହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ୍ୟ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଉଛି। ଗତକାଲି ଦିଲ୍ଲୀ ଆର୍ମି […]
ନୂଆଦିଲ୍ଲୀ: କରୋନା ପାଇଁ ୭୨ ଘଣ୍ଟାର ମହୌଷଧି। କୌଣସି ବ୍ୟକ୍ତି ସଂକ୍ରମିତ ହେବାର ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଓ କୋଭିଡ ନିୟମ ମାନିଲେ କରୋନାକୁ ସହଜରେ ହରାଇ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ୧୦ ରାଜ୍ୟ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଂଜାବ, ବିହାର, ଗୁଜରାଟ, ତେଲେଙ୍ଗାନା ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସ୍ଥିତି ସମୀକ୍ଷା କରିଥିଲେ। […]
ହାଇଦ୍ରାବାଦ: ଫିଲ୍ମ ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ନିଶାକାନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିଶିକାନ୍ତ ବହୁତ ଚର୍ଚ୍ଚିତ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ଦୃଶ୍ୟମ, ମଦାରୀ, ମୁମ୍ବାଇ ମେରି ଜାନ ଆଦି ଫିଲ୍ମ ପ୍ରମୁଖ। ନିର୍ଦ୍ଦେଶନା ସହିତ କିଛି ମରାଠୀ ଫିଲ୍ମରେ ମଧ୍ୟ ସେ […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ୟପଟେ ଦେଶରେ ମୃତ୍ୟୁହାର ହ୍ରାସ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି। ଓଏସଡିଙ୍କ ମୁତାବକ, ଚଳିତ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୫ଲକ୍ଷ ଟପିଛି ଏବଂ ମୃତ୍ୟୁହାର ୨ ପ୍ରତିଶତରୁ ତଳକୁ ଖସିଛି। ରାଜେଶ ଭୂଷଣ କହିଛନ୍ତି, ପ୍ରଥମଥର ଦେଶରେ ମୃତ୍ୟୁ ହାର ପ୍ରତିଶତରୁ କମ୍ ହୋଇଛି। ଆଜି ଏହି ହାର ୧.୯୯ରେ ପହଞ୍ଚିଛି। ଦେଶରେ ପ୍ରତି ୧୦ଲକ୍ଷ […]
କୋଲକାତା: ରାମ ମନ୍ଦିର ନିର୍ମାଣ ନେଇ ଶୁଭେଚ୍ଛା ଜଣାଇବାରୁ କ୍ରିକେଟର ମହମ୍ମଦ ଶାମୀଙ୍କ ପୂର୍ବତନ ପତ୍ନୀ ହସିନ ଜାହାଁନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଛି। ଏ ନେଇ ସୋମବାର ସୂଚନା ଦେଇଛି କୋଲକାତା ପୁଲିସ। ହସିନ୍ ଜାହାଁନ ତାଙ୍କର ବିଭିନ୍ନ ସୋସିଆଲ୍ ମିଡିଆ ଆକାଉଣ୍ଟରେ ରାମ ମନ୍ଦିର ଭୂମି ପୂଜନ ପରେ ଶୁଭେଚ୍ଛା ଜଣାଇ ଭାଇ ଚାରାର ମେସେଜ୍ ଦେଇଥିଲେ। ଏହାପରେ ସୋସିଆଲ୍ ମିଡିଆର ବିଭିନ୍ନ ଆକାଉଣ୍ଟରୁ ତାଙ୍କ ପାଖକୁ ଦୁଷ୍କର୍ମ ଓ ହତ୍ୟା ଧମକ […]
ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଫୁସ୍ଫୁସ୍ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇଥିବା ଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ଷ୍ଟେଜ୍-୩ରେ ଅଛି। ବଲିଉଡ୍ରେ ସଞ୍ଜୁ ବାବା ଭାବେ ପରିଚିତ ସଞ୍ଜୟ ଦତ୍ତ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଥିଲା। ଏନେଇ ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ କୋମଲ୍ ନାହତା ସୂଚନା ଦେଇଥିଲେ। ଅଗଷ୍ଟ ୮ ରେ ନିଶ୍ୱାସପ୍ରଶ୍ୱାସରେ ନେବାରେ କଷ୍ଟ ଅନୁଭବ କରିବାରୁ ସଞ୍ଜୟଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ସେ ତାଙ୍କର କରୋନା […]
ବେଙ୍ଗାଲୁରୁ: ପୂର୍ବ ବେଙ୍ଗାଲୁରୁରେ ମଙ୍ଗଳବାର ରାତିରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବ୍ୟାପକ ହିଂସାକାଣ୍ଡ ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ଡିଜେ ହାଲି ଓ କେଜି ହାଲି ପୋଲିସ ଷ୍ଟେସନ ଉପରକୁ ଟେକାପଥର ମାଡ କରିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏସିପିଙ୍କ ସମେତ ୬୦ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ପୋଲିସର ଗୁଳିରେ ଦୁଇ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ସାଂପ୍ରଦାୟିକ ପ୍ରସଙ୍ଗକୁ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ହିରିୟୁର୍ ତାଲୁକ୍ ନିକଟରେ ଏକ ଘରୋଇ ବସ୍ରେ ହଠାତ୍ ନିଆଁ ଲାଗିଯିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୭ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ବସ୍ଟି ବିଜୟପୁରାରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଚିତ୍ରଦୁର୍ଗ ଜିଲ୍ଲା ଜାତୀୟ ରାଜପଥ ୪ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଇଞ୍ଜିନ୍ରେ କିଛି ସମସ୍ୟା ସୃଷ୍ଟି […]
ୱାଶିଂଟନ: ଆମେରିକା ନିର୍ବାଚନ-୨୦୨୦ରେ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ଲଢ଼ିବେ ଭାରତୀୟ ବଂଶୋଦ୍ଧବ କମଲା ହାରିଶ (Kamala Harris)। ଡେମୋକ୍ରେଟିକ ଦଳରୁ କମଲାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏବେ କମଲା କାଲିଫର୍ଣ୍ଣିଆରୁ ସିନେଟର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଆମେରିକା ସିନେଟ୍ରେ ଏବେ କମଲା ସବୁଠୁ କନିଷ୍ଠ ସିନେଟର୍ । ଆମେରିକାରେ ଉପରାଷ୍ଟ୍ରପତି ଭଳି ଗୁରୁ ଦାୟିତ୍ୱ ପଦ ପାଇଁ ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ନିର୍ବାଚନ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ପରେ ତାଙ୍କର ଡିପ୍ରେସନକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ସହ କାମ କରିଥିବା ଅଧିକାଂଶ ବ୍ୟକ୍ତି ଗୋଟିଏ କଥା କହିଛନ୍ତି, ୟୁରୋପ ଟ୍ରିପ୍ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବେଶି ଖରାପ ହୋଇଥିଲା। ଏହା ପରଠାରୁ ସେ ଔଷଧ ନେବା ଆରମ୍ଭ କରିଥିଲେ। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ମାମଲା ହେବା ପରେ ଏହି ଖବର ଉପରେ ଅନେକ ଚର୍ଚ୍ଚା ହୋଇଛି। ଏବେ ଏହି କଥାକୁ ରିୟା […]
ବେଜିଂ: ବ୍ୟସ୍ତ ବହୁଳ ଜୀବନରେ ବାପା-ମା’ଙ୍କ ପାଖରେ ସମୟର ଅଭାବ। ବିଶେଷ କରି ଛୋଟ ପିଲାଙ୍କ ଲାଳନପାଳନ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଏପରି କ୍ଷେତ୍ରରେ ଅଧିକାଂଶ ବାପା-ମା’ ଘରେ ଆୟା ରଖିଥାନ୍ତି। ତେବେ ଆୟା ଯେ ଛୋଟ ପିଲାମାନଙ୍କୁ କେତେ ସ୍ନେହ, ଆଦର ଦେଇ ପାଳନ୍ତି ତାହାର ଅନେକ ଉଦାହରଣ ଆମେ ଦେଖିଛୁ। ଏଠି ଆମେ ଏମିତି ଜଣେ ଆୟାଙ୍କ କଥା କହିବୁ ଯିଏ ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି। ୫୦ ବର୍ଷ […]
ରାଇପୁର: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ ସୁକ୍ମାର ଜାଗରମୁଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଖବର ମିଳିଥିଲା। ଏହାପରେ କୋବ୍ରା ଓ DRG ଯବାନଙ୍କ ପକ୍ଷରୁ ମିଳିତ ଭାବରେ ଜାଗରମୁଣ୍ଡା ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ୪ଟି ବନ୍ଧୁକ ଜବତ କରାଯାଇଛି। ସର୍ଚ୍ଚ ଅପରେସନ ଏବେ ଜାରି ରହିଥିବା ସୂଚନା ମିଳିଛି।