ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଓକିଲ କହିଥିଲେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ରିୟା ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ପ୍ରଥମ ସାକ୍ଷାତ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲେ। ଗତ ବର୍ଷ ଏପ୍ରିଲ ମାସରେ ରିୟା ଓ ସୁଶାନ୍ତଙ୍କର ପ୍ରଥମ ଦେଖା […]
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ପାର କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୯୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୩୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ୍ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ଆକ୍ଟିଭ୍ କେସ୍ ୬ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ସୁଶାନ୍ତଙ୍କ ବେକରେ ଥିବା ଚିହ୍ନ ଏ ଦିଗକୁ ଇସାରା କରିଛି। ସୁପ୍ରିମକୋର୍ଟରେ ଏନେଇ ଜଣାଇଛନ୍ତି ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ। ପ୍ରଥମ ଥର ପାଇଁ କୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ବଡ଼ ତଥ୍ୟ ରଖାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ମିତୁ ପହଞ୍ଚିଥିଲେ। ହେଲେ ସେତେବେଳକୁ ମୃତଦେହ ତଳେ ରଖାଯାଇଥିଲା। ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହକୁ କିଏ ଦେଖିଛି ତାକୁ ନେଇ ପ୍ରଶ୍ନ […]
ଡେରାଡୁନ୍: ଉତ୍ତରାଖଣ୍ଡର ରାମନଗରରେ ରହୁଥିବା ୧୨ ବର୍ଷର ସନ୍ନି ଏବେ ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି। ବାହାଦୂର ସନ୍ନି ପାଣିରେ ଭାସିଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରି ଚର୍ଚ୍ଚାରେ ଆସିଛନ୍ତି। ଖବର ଅନୁଯାୟୀ, ଘଟଣାଟି ଗତ ରବିବାର ଦିନ ଘଟିଥିଲା। ଯୁବକ ଜଣଙ୍କ ବେକାରୀ ଥିବାରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଏନେଇ ସେ ରାମନଗରର କୋସି ବାଇପାସ୍ ବ୍ରିଜ୍ ଉପରେ ଚଢ଼ି ନଦୀକୁ ଡେଇଁ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ମଣିପୁରରେ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସମେତ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦୁଇ ଦିନତଳେ ମଣିପୁର ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଥିଲା ବିରେନ୍ ସିଂ ସରକାର । ଗତ ଜୁନ୍ ୧୭ରେ ବିଜେପିର ୩, NPPର ୪, TMCର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବାରୁ ବିରେନ୍ ସିଂ ସରକାର ସଙ୍କଟରେ […]
ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗନିକଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଏ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ୍ କରି ସୂଚନା ଦେଇଛି। ରୟାଲ୍ସ ପକ୍ଷରୁ କୁହାଯାଇଛି, ଟିମର ଫିଲ୍ଡିଂ କୋଚ୍ ଦିଶାନ୍ତଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି। ରାଜସ୍ଥାନ ପକ୍ଷରୁ ଆହୁରି କୁହାଯାଇଛି, ବିସିସିଆଇ ଦ୍ୱାରା କରାଯାଉଥିବା ଦୁଇଟି ଟେଷ୍ଟ ବ୍ୟତୀତ ଆମେ ୟୁଏଇ ଯାଉଥିବା ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍ […]
କୋଝିକୋଡ଼: କେରଳ କୋଝିକୋଡ଼େ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ମେଡିକାଲରୁ ଡିସ୍ଚାର୍ଜ ହୋଇଛନ୍ତି। ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୮୫ ଜଣଙ୍କୁ ଡିସ୍ଚାର୍ଜ କରାଯାଇଛି। ସମସ୍ତେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟ ୭ ତାରିଖରେ କେରଳ କୋଝିକୋଡ଼େ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନରେ ୧୮୪ […]
ମୁମ୍ବାଇ: ଭାରତୀୟ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ମୁମ୍ବାଇର ଜଣେ କ୍ଲବ୍ କ୍ରିକେଟର୍ କରନ୍ ତିୱାରୀ ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ମଲାଡସ୍ଥିତ ନିଜ ଘରେ କରନଙ୍କ ମୃତଦେହ ମିଳିଛି। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସିଲେକ୍ଟ ନହେବା କାରଣରୁ କରନ୍ ବହୁତ ଚିନ୍ତିତ ଥିଲେ। ଏହି କାରଣରୁ ହୁଏତ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇଥିବା ତାଙ୍କ ବନ୍ଧୁ କହିଛନ୍ତି। କରନଙ୍କୁ ମୁମ୍ବାଇର ଜୁନିୟର୍ ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସ୍ ବୋଲର୍) […]
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ଲଗାତର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ କରୋନା ଭ୍ୟାକସିନକୁ ନେଇ ମଧ୍ୟ ଜୋରଦାର୍ ପ୍ରସ୍ତୁତି ଚାଲିଛି। ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ୍ କରୋନା ଭ୍ୟାକସିନ୍ ବାହାର କରିସାରିଥିବା ନେଇ ଘୋଷଣା କରିଛି। କିନ୍ତୁ ରୁଷର ଏହି ଭ୍ୟାକସିନକୁ ନେଇ ଏବେଠାରୁ ବିବାଦ ଦେଖା ଦେଲାଣି। ରୁଷର ଏହି ଭ୍ୟାକସିନ୍ ଉପରେ ଆମେରିକା ସନ୍ଦେହ ପ୍ରକଟ କରିଥିବା ବେଳେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (ଡବ୍ଲ୍ୟୁଏଚଓ) ଏହାର ପ୍ରମାଣ ମାଗିଛି। ଆମେରିକାର ଜଣାଶୁଣା […]
ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କର ପରଲୋକ ହୋଇଛି। ରାଜୀବ ତ୍ୟାଗିଙ୍କର ଅଚାଚକ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗାଜିଆବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। आज शाम 5:00 बजे आज तक पर रहूंगा। धन्यवाद। — Rajiv Tyagi (@RTforINDIA) August 12, 2020 ରାଜୀବ ତ୍ୟାଗି କଂଗ୍ରେସର ଆଗଧାଡ଼ିର ମୁଖପାତ୍ର ଥିଲେ ଏବଂ ଟିଭି ଚ୍ୟାନେଲର ଡିବେଟରେ […]
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଙ୍କଟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହେଉଛନ୍ତି। ଏବେ ମୋଦି ସରକାରଙ୍କ ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଖୋଦ୍ ଶ୍ରୀପଦ ନାଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଜି ନିଜର କୋଭିଡ୍-୧୯ ଟେଷ୍ଟ କରାଇଛି, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି। […]
ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଟ୍ରମ୍ପ ପ୍ରଶାସନ H-1B ଭିସାର ନିୟମରେ କିଛିଟା କୋହଳ କରିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଏହି ଭିସା ପାଇଥିବା ବିଦେଶୀଙ୍କୁ ଆମେରିକା ଯିବାକୁ ଅନୁମତି ମିଳିପାରିବ। ଯେଉଁମାନେ ଅମେରିକୀ କମ୍ପାନୀରେ କାମ କରୁଥିଲେ ଏବଂ ଭିସା ବ୍ୟାନ ହେବା ପରେ ନିଜ ଦେଶକୁ ଫେରି ଯାଇଥିଲେ, ସେମାନେ ଯଦି ଚାକିରିକୁ ଫେରିବାକୁ ଚାହୁଁଥିବେ ତେବେ ସେମାନଙ୍କ ପାଇଁ ଏହି କୋହଳ ନିୟମ ଲାଗୁ ହେବ। […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏ ନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ୍ତି। ମସ୍ତିଷ୍କରେ ରକ୍ତ ଜମାଟ ହୋଇଥିବା ଜଣାପଡ଼ିବା ପରେ ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ ଅସ୍ତ୍ରୋପଚାର ହୋଇଥିଲା। ସେହି ଦିନ ଜଣାପଡ଼ିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍ ରେଫରାଲ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି। The condition of […]
ନୂଆଦିଲ୍ଲୀ:ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨ ଜଣ ରୋଗୀ ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଫୋନ କରି ଏପରି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ପଜିଟିଭ ରିପୋର୍ଟ ଆସିଛି। ହସ୍ପିଟାଲ କୋଭିଡ କେୟାରର ନୋଡାଲ ଅଫିସର ଡା.ଅଜିତ୍ ଜୈନଙ୍କ କହିବା ଅନୁଯାୟୀ, ଦୁଇ ଜଣ ରୋଗୀ ପୁନର୍ବାର କରୋନା ଆକ୍ରାନ୍ତ ହୋଇଛନ୍ତି। କାହିଁଁକି […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଏବେ ସାମ୍ନାକୁ ଆସିଛି। ଷ୍ଟନ୍ ଗନ୍ ସାହାଯ୍ୟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଜଣେ ଫଲୋର୍ ଏକ ଟ୍ୱିଟ୍ କରି ଲେଖିଛନ୍ତି, ଶରୀରରେ ଷ୍ଟନ୍ ଗନ୍ ବ୍ୟବହାର ପରେ ଯେଉଁ ଦାଗ ସୃଷ୍ଟି ହୋଇଥାଏ, ଏହା ସୁଶାନ୍ତଙ୍କ ବେକରେ ଥିବା ଦାଗ ସହ କିଛି ମାତ୍ରାରେ ସମାନ ଥିଲା। ତେଣୁ ସୁଶାନ୍ତଙ୍କୁ ଷ୍ଟନ୍ ଗନ୍ ସାହାଯ୍ୟରେ ହତ୍ୟା କରାଯାଇ […]