ଥିରୁଅନନ୍ତପୁରମ୍: କେରଳ କୋଝିିକୋଡ଼ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍ । ଏହା ସହ ଘଟଣାସ୍ଥଳରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣାରେ ଆହତ ୧୨୭ ଜଣଙ୍କ ମେଡିକାଲରେ ବର୍ତ୍ତମାନ ଚିକିତ୍ସା ଚାଲିଛି । ଦୁର୍ଘଟଣା ପ୍ରସଙ୍ଗରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, କୋଝିିକୋଡ଼ ଏୟାରପୋର୍ଟରେ କ୍ରାସ୍ ଲ୍ୟାଣ୍ଡିଂରୁ ହିଁ ବିମାନ ଦୁଇ […]
ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ। ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିଷେକ ବଚ୍ଚନ ସୁସ୍ଥ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ନାନାବତୀ ହସ୍ପିଟାଲର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଷେକ। ସେ ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ଅପରାହ୍ନରେ ମୋର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସାଙ୍ଗମାନେ, ପ୍ରତିଜ୍ଞା କରିଥିଲି ଯେ […]
କୋଝିକୋଡ଼େ: କେରଳ କୋଝିକୋଡ଼େର କରିପୁର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ଘଟଣାରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କଲେ କେରଳ ସରକାର। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି କେରଳର ପିନରାୟୀ ବିଜୟନ ସରକାର। ଅନ୍ୟପଟେ କେରଳ କୋଝିିକୋଡ଼େ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍। ସୂଚନାନୁସାରେ, DGCA ଗତବର୍ଷ ଜୁଲାଇ ୧୧ ତାରିଖ ଏୟାରପୋର୍ଟର […]
ବାପୀ: ଗୁଜରାଟ ବଲସାଡର ବାପୀରେ ଏକ ବାୟୋକ୍ୟାମିକଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ୮ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ। #WATCH Gujarat: Fire breaks out at a chemical factory in Vapi, Valsad. More than 8 fire tenders are at the spot. […]
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଅନେକ ସମୟରେ ପଶୁ ପକ୍ଷୀମାନଙ୍କର ଭଳିକି ଭଳି ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ। ଭିଡିଓରେ ପଶୁପକ୍ଷୀମାନଙ୍କର ଅଜବ ଅଜବ କାର୍ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଦେଖୁ ଦେଖୁ ଭିଡିଓଗୁଡ଼ିକ ଭାଇରଲ୍ ବି ହୋଇଯାଏ। ଠିକ୍ ଏମିତି ଏକ ଭିଡିଓ ହେବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓଟି ହେଲା, ଛେଳିମାନଙ୍କର ଡିସ୍କୋ ଡାନ୍ସ ଭିଡିଓ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। […]
ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ଦେଶର ନମ୍ବରୱାନ୍ ମୁଖ୍ୟମନ୍ତ୍ରୀ ହେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ମୁଡ୍ ଅଫ୍ ନେସନ୍ରେ ଏହି ତଥ୍ୟ ପ୍ରକାଶ ପାଇଛି। ଯୋଗୀ ୨୪ ପ୍ରତିଶତ ଭୋଟ୍ ପାଇଁ ନମ୍ବର ୱାନ୍ ସ୍ଥାନରେ ରହିଛନ୍ତି। ତେବେ ଗତବର୍ଷ ତୁଳନାରେ ଏହି ବର୍ଷ ଯୋଗୀଙ୍କୁ ଅଧିକ ୬ ପ୍ରତିଶତ ଭୋଟ୍ ମିଳିଛି। ସବୁଠାରୁ ବଡ଼ କଥା ହେଲା ଏହି ସର୍ଭେରେ ପ୍ରକାଶ […]
ନୂଆଦିଲ୍ଲୀ: କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ତୃତୀୟ ସ୍ତାନରେ ରହିଛି। କିନ୍ତୁ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାକୁ ଦେଖିଲେ ଲାଗୁଛି ଭାରତ ଏହି ଘଟଣାରେ ଖୁବ୍ଶୀଘ୍ର ଶୀର୍ଷ ସ୍ତାନରେ ପହଞ୍ଚିବ। ତେବେ ଏସବୁରେ ପ୍ରଶ୍ନ ଉଠୁଛି, କେନ୍ଦ୍ରର ମୋଦି ସରକାର କରୋନା ମୁକାବିଲାରେ ସଫଳ ହୋଇଛନ୍ତି ତ ? ଏମିତିକ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡେ ମୁଡ୍ ଅଫ୍ ଦି ନେସନ୍ ନାଁରେ ଏକ ସର୍ଭେ […]
ମୁମ୍ବାଇ: ଦୁର୍ଘଟଣାରୁ ଦ୍ୱିତୀୟ ଥର ପାଇଁ ରକ୍ଷା ପାଇଗଲା ଏୟାର ଏସିଆର ଫ୍ଲାଇଟ୍। ଶନିବାର ସକାଳେ ଏହି ଫ୍ଲାଇଟ୍ ମୁମ୍ବାଇ ଅଭିମୁଖେ ଆସୁଥିବା ବେଳେ ଟେକ୍ଅଫ୍ କରୁଥିବା ସମୟରେ ଏକ ପକ୍ଷୀ ପିଟି ହୋଇଯିବାରୁ ଫ୍ଲାଇଟ୍ଟି ରାଞ୍ଚି ବିମାନ ବନ୍ଦରରେ ଅଟକି ରହିଯାଇଥିଲା। ଏହାର କିଛି ଘଣ୍ଟା ପରେ ବିମାନଟି ପୁଣିଥରେ ଟେକ୍ଅଫ୍ କରିବାକୁ ବାହାରିଥିବା ବେଳେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା। ଏୟାର ଏସିଆର i5-632 ବିମାନଟି ଆଜି ସକାଳେ ୧୭୬ ଜଣ ଯାତ୍ରୀଙ୍କୁ ଧରି […]
ନୂଆଦିଲ୍ଲୀ: କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି ଘଟଣାରେ IMA ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। IMAର ତଥ୍ୟ ଅନୁସାରେ ଅଧିକାଂଶ ରୋଗୀ ଜ୍ୱର ଓ ତତ୍ ସମ୍ଭନ୍ଧୀୟ ଲକ୍ଷଣ ଦେଖାଦେଲେ ଆଗ ସାଧାରଣ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି। ଏଥିପାଇଁ ଏହି ଡାକ୍ତରମାନେ ରୋଗୀ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲି ଏମ୍ସରେ ଭର୍ତ୍ତି କରାଯାଇଛି। ସେ ମୋଦି ସରକାରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ଦେଶର ଚତୁର୍ଥ ମନ୍ତ୍ରୀ ଭାବେ ମେଘୱାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମେଘୱାଲ ନୁହଁନ୍ତି, କେନ୍ଦ୍ର କୃଷିମନ୍ତ୍ରୀ କୈଳାଶ ଚୌଧୁରି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବର୍ତ୍ତମାନ ଯୋଧପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ସରକାରରେ ଆଉ ଜଣେ […]
ନୂଆଦିଲ୍ଲୀ: ମା’ ଜନ୍ମଦିନରେ ଲୁଚି ଲୁଚି ଆସି ମାଆକୁ ହଠାତ୍ ଚମକାଇ ଦେବ, ଓ ସର୍ପ୍ରାଇଜ୍ ଦେଇ କହିବ ହ୍ୟାପି ବାର୍ଥ ଡେ ମା।’ ଏଥିପାଇଁ ମାଆକୁ ନ ଜଣାଇ ଲୁଚି ଲୁଚି ବିଦେଶରୁ ଫେରୁଥିଲା ପୁଅ। କିନ୍ତୁ ଦଇବ ଯେ ଏମିତି ଦାଉ ସାଧିବ ତାହା କିଏ ଜାଣିଥିଲା। ପୁଅ ସିନା ଦେଶକୁ ଫେରିଲା, ହେଲେ ମାଆକୁ ଦେଖିପାରିଲା ନାହିଁ। ଆମେ କହୁଛୁ କେରଳ କୋଝିକୋଡେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟ କ୍ୟାପଟେନ୍ ଦୀପକ […]
ମୁମ୍ବାଇ: ବଲିଉଡ୍ର ଭେଟେରନା ଅଭିନେତା ତଥା ଦର୍ଶକଙ୍କ ସଞ୍ଜୁ ବାବା ସଞ୍ଜୟ ଦତ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ-ପ୍ରଶ୍ୱାସ ନେବାର କଷ୍ଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଲୀଳବାତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ନନ୍ କୋଭିଡ୍ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ କରୋନା ଟେଷ୍ଟ ନେଗେଟିଭ୍ ଆସିଥିଲା। ରାପିଡ୍ ଆଣ୍ଡିଜେନ୍ ଟେଷ୍ଟ ମଧ୍ୟ ନେଗେଟିବି ଆସିଛି। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ RT-PCR ଟେଷ୍ଟ ପାଇଁ […]
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭାରତୀୟ ଲେଗ୍ ସ୍ପିନର୍ ୟୁଜ୍ଭେନ୍ଦ୍ର ଚହଲ୍। କୋରିଓଗ୍ରାଫର୍ ତଥା ଡାକ୍ତର ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ଚହଲ୍, ଏନ୍ଗେଜ୍ମେଣ୍ଟ୍ ଫଟୋ ଇନ୍ଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ଇନ୍ଷ୍ଟାରେ ଫଟୋ ଶେଆର୍ କରି ଚହଲ୍ ଲେଖିଛନ୍ତି, ‘ଆମେ ପରସ୍ପରକୁ ହଁ କହିଲୁ, ଆମ ପରିବାର ମଧ୍ୟ ହଁ କହିଛନ୍ତି। ଚହଲ୍ ଇନ୍ଷ୍ଟାରେ ୩ଟି ଫଟୋ ଶେଆର୍ କରିଛନ୍ତି। ୨ଟି ଫଟୋରେ ଚହଲ ଓ ଧନଶ୍ରୀ ଥିବାବେଳେ […]
ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡାର ଏକ ହୋଟେଲ୍ରେ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃୃତ୍ୟୁ ହୋଇଛି। ଆଜ ଭୋର ୫ଟାରେ ହୋଟେଲ୍ରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ପରେ ହୋଟେଲ୍ରୁ ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ NDRF ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁସାରେ, କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏକ ପ୍ରାଇଭେଟ୍ […]
ନୂଆଦିଲ୍ଲୀ: ଆଇଏଫ୍ଏସ୍ ଅଫିସର ସୁଶାନ୍ତ ନନ୍ଦ ଅନେକ ସମୟରେ ପଶୁ ପକ୍ଷୀମାନଙ୍କ ଅଜବ ଅଜବ କାର୍ନାମାକୁ ସୋସିଆଲ୍ ମିଡିଆ ଶେୟାର କରନ୍ତି। ଯାହା ଖୁବ୍ ଭାଇରାଲ୍ ମଧ୍ୟ ହୋଇଥାଏ। ଜଙ୍ଗଲରେ ପଶୁପକ୍ଷୀମାନଙ୍କର ଅଜବ କାର୍ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଏବେ ସୁଶାନ୍ତ ଟ୍ୱିଟର୍ରେ ଆଉ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ଶୁଆକୁ ଶୋଷ ଲାଗିବାରୁ ସେ ନଡ଼ିଆ […]
ନୂଆଦିଲ୍ଲୀ: ଏବେ ଆଉ ୫୦ ହଜାର ନୁହେଁ ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିଭଳି ଦିନକୁ ୮ ଶହରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। ଆଜି ଗୋଟିଏ ଦିନରେ ୬୪,୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୪୩ ହଜାର ୩୭୯କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ […]