• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Corona Vaccine Update
Corona Updates: ଦେଶରେ ରେକର୍ଡ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୭୬ ହଜାର ରୋଗୀ

ନୂଆଦିଲ୍ଲୀ:  ଦେଶରେ ମାଡ଼ି ଚାଲିଛି କରୋନା । ଦିନକରେ ୧୦୨୧ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ୭୬ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ତଥ୍ୟକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଖ୍ୟା ୬୨ ହଜାର ୫୫୦ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ରେ ପହଞ୍ଚିଛି। ବର୍ତ୍ତମାନ ୭ ଲକ୍ଷ ୫୨ ହଜାର ୪୨୪ ଜଣ ଚିକିତ୍ସିତ ହେଉଥିବା ବେଳେ୨୬ ଲକ୍ଷ ୪୮ […]

corona test
ଲିଫ୍ଟ ଯୋଗୁ ବଢିଲା କରୋନା ସଂକ୍ରମଣ; ଆପର୍ଟମେଣ୍ଟରୁ ବାହାରିଲେ ୨୦ ପଜିଟିଭ

ହାଇଦ୍ରାବାଦ୍‌: ଯିବା ଆସିବାବେଳେ ଯଦି ଲିଫ୍ଟ ବ୍ୟବହାର କରୁଥାନ୍ତି ତେବେ ସାବାଧାନ ! କାରଣ କରୋନା ସଂକ୍ରମଣ ବ୍ୟାପିବାର ଏକ ମାଧ୍ୟମ ପାଲଟିଛି ଲି‍ଫ୍ଟ । ଲିଫ୍ଟ ଯୋଗୁ ଏଠାରେ ୨୦ରୁ ଅଧିକ ଲୋକ ଏଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଘଟଣା ଘଟିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲା ଅଞ୍ଚଳରେ । ଖମ୍ମମ ଜିଲ୍ଲାର ବାଇପାସ୍‌ ରୋଡ ଇଲାକାରେ ଥିବା ଏକ ୫ ମହଲା କୋଠାରୁ ୨୦ ଜଣ ପଜିଟିଭ ବାହାରିଛନ୍ତି। ଏହି ବିଲ୍‌ଡିଂରେ ରହୁଥିବା ପ୍ରାୟ […]

CSK
IPL 2020: ଧୋନିଙ୍କ ଟିମ୍‌ର ଆଉ ଜଣେ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ ଟିମ୍‌ର ଆଉ ଜଣେ ଖେଳାଳି ରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଚେନ୍ନାଇ ସୁପର କିଙ୍ଗସ ଟିମ୍‌ର ଜଣେ ଫାଷ୍ଟ୍‌ ବୋଲର୍‌ ଏବଂ କିଛି ସଦସ୍ୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ, ବ୍ୟକ୍ତିଗତ କାରଣରୁ ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ର ଖେଳାଳି ସୁରେଶ ରାଇନା ଚଳିତ ବର୍ଷ ଆଇପିଏଲ୍‌ର କୌଣସି ମ୍ୟାଚ୍‌ ଖେଳିବେ ନାହିଁ। ସେ ଭାରତ ଫେରି ଆସିଛନ୍ତି। ଚେନ୍ନାଇ ସୁପର […]

crime
ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ରୁମ୍‌ରେ ପୋତିଦେଲେ ମହିଳା

ଅଗରତାଲା: ତ୍ରିପୁରା ରାଜଧାନୀ ଅଗରତାଲା ନିକଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବକୁ ବେଡ୍‌ରୁମ୍‌ରେ ପୋତି ଦେଇଛନ୍ତି। ତେବେ ଏହି ଘଟଣା ପରେ ପତ୍ନୀ ନିଜ ସନ୍ତାନ ସହ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ମହିଳାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଗରତାଲାଠାରୁ ୨୦୦ କିମି ଦୂର ଢଲାଇ ଜିଲ୍ଲାର ଗଣ୍ଡଚେରାରେ ୩୦ […]

raina
ଆଇପିଏଲ ପୂର୍ବରୁ ଦୁବାଇରୁ ଫେରି ଆସିଲେ ରାଇନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ଭିତରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL 2020) ଆୟୋଜନ କରାଯାଉଛି। ତେବେ ଅଇପିଏଲ ପାଇଁ ଏକ ଅଶୁଭ ଖବର । ଚେନ୍ନାଇ ସୁପର କିଙ୍ଗସ (CSK) ଦମ୍‌ଦାର ବ୍ୟାଟ୍‌ସମ୍ୟାନ୍‌ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଫେରି ଆସିଛନ୍ତି। ରାଇନା ଫେରିବାର ପ୍ରକୃତ କାରଣ କ’ଣ ଜଣା ପଡ଼ି ନ ଥିଲେ ହେଁ ତାଙ୍କର ଏପରି ଅକସ୍ମାତ ପ୍ରତ୍ୟାବର୍ତ୍ତନ ଟିମ୍‌ ପାଇଁ ଏକ ଝଟ୍‌କା ନିଶ୍ଚୟ। ସେପ୍ଟେମ୍ବର ୧୯ ତାରିଖ ଆରମ୍ଭ ହେବ […]

rhea-cbi
ରିୟାଙ୍କୁ ସୁରକ୍ଷା ଯୋଗାଇବ ମୁମ୍ବାଇ ପୋଲିସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ମାରାଥନ୍ ଜେରା ଚାଲିଛି।  ଆଜି ପୁଣି ଥରେ ସିବିଆଇ ପାଖରେ ହାଜର ହୋଇ ଜେରାର ସମ୍ମଖୀନ ହୋଇଛନ୍ତି ସୁଶାନ୍ତଙ୍କ ଗାଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଦ୍ୱିତୀୟ ଥର ପାଇଁ ତାଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା। ରିୟାଙ୍କ ହାଜିରାକୁ ନେଇ ତାଙ୍କ ଘର ଓ ସିବିଆଇ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ୯ ଘଣ୍ଟାର ଜେରା ପରେ ସାନ୍ତାକ୍ରୁଜ୍ ଥାନାକୁ ଯାଇ ସୁରକ୍ଷା […]

Parliament-111
ମୌସୁମୀ ଅଧିବେଶନ ପୂର୍ବରୁ ସବୁ ସାଂସଦଙ୍କର ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ହେଲେ ତା  ପୂର୍ବରୁ ସବୁ ସାଂସଦଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଏହି  ଟେଷ୍ଟ କରାଯିବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ସାଂସଦଙ୍କ ସହ ସେମାନଙ୍କ ଷ୍ଟାଫ୍ ଓ ପରିବାର ଲୋକଙ୍କ ବି ନମୂନା ପରୀକ୍ଷା କରାଯିବ। ଏଥି ସହିତ ଖବର ସଂଗ୍ରହ ପାଇଁ ଆସିବାକୁ ଥିବା ଗଣମାଧ୍ୟମ […]

rohit
National Sports Awards 2020: ରୋହିତଙ୍କୁ ମିଳିଲା ଖେଳରତ୍ନ, ଦୂତୀଙ୍କୁ ଅର୍ଜୁନ

ନୂଆଦିଲ୍ଲୀ: ଜାତୀୟ ଖେଳ ଦିବସ ଅବସରରେ କ୍ରୀଡ଼ା ଜଗତରେ ଦେଶ ପାଇଁ ଗୌରବ ଆଣିଥିବା ପ୍ରଖ୍ୟାତ ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଧ। ସବୁଠାରୁ ବଡ଼ କଥା ହେଲା ଦେଶରେ ପ୍ରଥମଥର ପାଇଁ ଖେଳାଳିମାନଙ୍କୁ ବିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମାନିତ କରାଯାଇଛି। ଏଥିପାଇଁ ଅନ୍‌ଲାଇନ୍‌ରେ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଖେଳାଳିମାନେ ବିଭିନ୍ନ ସ୍ଥାନରୁ ଏଥିରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି କୋବିନ୍ଦ ଆଜି ଖେଳାଳିମାନଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର, […]

shah
ସୁସ୍ଥ ହେଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର ଗୁହମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି। ସେ ଖୁବ୍ ଶୀଘ୍ର ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଆଜି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶାହ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକାପଣ ଓ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅଗଷ୍ଟ ୧୮ ତାରିଖରେ ସେ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ଥିବା ନେଇ ଏମ୍ସ କହିଛି। “ କରୋନାରୁ ସୁସ୍ଥ […]

twitter
ଟ୍ୱିଟର ଇଣ୍ଡିଆ ଓ ଏମ୍‌ଡିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ୱେବସାଇଟ୍‌ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି।  ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ୱିଟର ଏବଂ ଏହାର ଏମ୍‌ଡି ମନୀଶ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଓକିଲ ଆଦିତ୍ୟ ସିଂହ ଦେଶୱାଲ।…

raina
କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ; ପିଉସା ମୃତ

ପଠାନକୋଟ: କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ କରିଛନ୍ତି ଅଜଣା ଦୁର୍ବୃତ୍ତ। ଏହି ଘଟଣାରେ ତାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପରିବାର ଲୋକ ଶୋଇଥିବା ଅବସ୍ଥାରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଗଷ୍ଟ ୧୯ ତାରିଖରେ ପଠାନକୋଟ ଯୋଧପୁର ଅଞ୍ଚଳର ଧରିୟାଲ ଗାଁରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପତ୍ତା […]

rhea-chokribarty
ଆଜି ରିୟାଙ୍କୁ ଏହିସବୁ ପ୍ରଶ୍ନ ପଚାରୁଛି ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସିବିଆଇ ଦ୍ୱିତୀୟ ଦିନ ପାଇଁ ଜେରା କରୁଛି। ଏଥିପାଇଁ ଆଜି ସକାଳୁ ରିୟାଙ୍କୁ ନୋଟିସ କିରଥିଲା ସିବିଆଇ। ନୋଟିସ ପାଇବା ପରେ ରିୟା ଜେରା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଆଜି ରିୟାଙ୍କୁ ସୁଶାନ୍ତଙ୍କ ମାନସିକ ରୋଗ ସମ୍ପର୍କରେ ପଚାରାଯାଉଛି। ତା ସହିତ ସୁଶାନ୍ତଙ୍କ ବାପା ଆଣିଥିବା ଅଭିଯୋଗ ଓ ଡ୍ରଗ୍ସ କାରବାର ସମ୍ପର୍କରେ ମଧ୍ୟ ପଚରାଉଚରା ଚାଲିଛି। ତେବେ […]

tunel
ସୀମାରେ ସୁଡ଼ଙ୍ଗ ଠାବ କଲା ସେନା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରେ ଏକ ସୁଡ଼ଙ୍ଗ ଠାବ କରିଛି ବିଏସ୍‌ଏଫ୍‌। ଜାମ୍ମୁର ସାମ୍ବା ଜିଲ୍ଲାରେ ଏହି ଏହି ସୁଡ଼ଙ୍ଗ ଠାବ କରାଯାଇଛି। ଏ ନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁଡ଼ଙ୍ଗ ଦେଇ ଆତଙ୍କାବାଦୀମାନେ ଭାରତକୁ ପ୍ରବେଶ କରୁଥିବା ସନ୍ଦେହ କରାଯାଉଛି। ଭାରତର ସୀମା ବାଡ଼ ଠାରୁ ସୁଡ଼ଙ୍ଗଟି ମାତ୍ର ୫୦ ମିଟର ଦୂରରେ ରହିଛି। ଶୁକ୍ରବାର ସାମ୍ବା ସେକ୍ଟରରେ ପାଟ୍ରୋଲିଂ କଲାବେଳେ ବିଏସ୍‌ଏପ୍‌ ଯବାନ ଏହାର ସନ୍ଧାନ ପାଇଥିଲେ। ଏହାପରେ ଛାନଭିନ […]

unlock-4
Unlock 4 guidelines; କ’ଣ ଖୋଲିଲା କଣ ବନ୍ଦ ରହିଲା ଜାଣନ୍ତୁ

ନୂଆଦିଲ୍ଲୀ: ଅନଲକ୍‌-୪ ଗାଇଡ୍‌ଲାଇନ୍ (Unlock 4.0 Guideline) ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡ୍‌ ଲାଇନ୍‌ ଜାରି  ହୋଇଛି। ଏହି ଅନୁସାରେ, ସେପ୍ଟେମ୍ବର ୭ ତାରିଖ ଠାରୁ ମେଟ୍ରୋ ଟ୍ରେନ୍‌ ଆରମ୍ଭ ହେବ। ମେଟ୍ରୋ ରେଳ ଚଳାଚଳ ପାଇଁ ଏସ୍ଓପି ଜାରି ହେବ। ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧର୍ମୀୟ ସମାବେଶକୁ ମଧ୍ୟ ଅନୁମତି ମିଳିଛି। ସେହିଭଳି ମନୋରଂଜନ, ରାଜନୈତିକ ସମାବେଶକୁ ମଧ୍ୟ ଅନ୍‌ଲକ୍‌-୪ରେ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। […]

school
Unlock 4.0 Guideline: ଶିକ୍ଷାନୁଷ୍ଠାନ ବନ୍ଦ; ପାଠ ବୁଝିବାକୁ ସ୍କୁଲ୍ ଯାଇପାରିବେ ୯ରୁ ୧୨ ଶ୍ରେଣୀ ପିଲା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍ ଲାଇନ୍‌ (Unlock 4.0 Guideline) ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ରେ ସ୍କୁଲ୍‌, କଲେଜ ଓ ଶିକ୍ଷାନୁଷ୍ଠାନ ସହିତ ଶିକ୍ଷାଦାନ ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ରେ ନିୟମ କରାଯାଇଛି। ଏହି ଗାଇଡ୍‌ଲାଇନ୍ ଅନୁସାରେ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ବନ୍ଦ ରହିବ। ସ୍କୁଲ୍ କଲେଜ୍ ବନ୍ଦ ରହିଲେ ମଧ୍ୟ ଅନଲାଇନ ଶିକ୍ଷାଦାନ ଜାରି ରହିବ। ତା ସହିତ ଅନ୍‌ଲାଇନ୍ ଶିକ୍ଷାଦାନକୁ ଅଧିକ […]

corona-guidelines
କେନ୍ଦ୍ରର ବିନା ଅନୁମତିରେ ଲକ୍‌ଡାଉନ୍ କରିପାରିବେନି ରାଜ୍ୟ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍‌-୪ ଗାଇଡ୍‌ଲାଇନ୍‌ରେ ଅନେକ କିଛି କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଲକ୍‌ଡାଉନ୍‌ କରିବାର ଅଧିକାର ଉଠାଇ ନେଇଛନ୍ତି। ଏଣିକି କେନ୍ଦ୍ରର ବିନା ଅନୁମତିରେ ଲକ୍‌ଡାଉନ୍‌ କରିପାରିବେନି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ।   ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ କୁହାଯାଇଛି “ କେନ୍ଦ୍ର ସରକାରଙ୍କ ସହିତ ବିନା ପରାମର୍ଶରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ […]

cured
ଦିନକରେ ୨୮୮୮ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୭୦୭୧୪ରେ ପହଞ୍ଚିଲା। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ରାୟଗଡ଼ାରୁ ସର୍ବାଧିକ ୪୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା- ୪୧୦, ଗଞ୍ଜାମ-୨୧୭, କଟକରୁ ୧୮୯, ବଲାଙ୍ଗିର-୧୭୩, କୋରାପୁଟ-୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡ଼-୧୩୮, ପୁରୀ-୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁର-୧୧୭, ମାଲକାନଗିରି-୮୧, ସୁନ୍ଦରଗଡ଼ରୁ ୭୮ ସୁସ୍ଥ ହୋଇଛନ୍ତି। […]

unlock-4-sports
ସେପ୍ଟେମ୍ବର ୨୧ରୁ କ୍ରୀଡ଼ା ଓ ରାଜନୈତିକ ସମାବେଶକୁ ଅନୁମତି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଅନଲକ୍‌-୪ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ନିୟମ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଅନ୍ୟ କିଛି ଉପରେ ନିର୍ଦ୍ଦିଷ୍ଟ ସମୟ ପାଇଁ କଟକଣା ଜାରି କରାଯାଇଛି। ଯେପରି ସାମାଜିକ କାର୍ଯ୍ୟ ଖେଳ, ଶୈକ୍ଷିକ କାର୍ଯ୍ୟ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟ ପାଇଁ ସେପ୍ଟେମ୍ବର ୨୧ ତାରିଖରୁ ଅନୁମତି ମିଳିଛି। ତେବେ ଏହିସବୁ କାର୍ଯ୍ୟରେ ୧୦୦ରୁ ଅଧିକ ଲୋକ ସାମିଲ୍‌ ହୋଇପାରିବେ ନାହିଁ। ଜାରି ହୋଇଥିବା […]