ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସିହ୍ନାଙ୍କୁ ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ। ଏବେ ଶ୍ରୀ ମୁର୍ମୁଙ୍କ ସ୍ଥାନରେ ମନୋଜ ସିହ୍ନା ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବେ। ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା […]
ଅହମଦାବାଦ: ଗୁଜରାଟର ଅହମଦାବାଦ ସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଅହମଦାବାର ନାଭ୍ରଙ୍ଗପୁରା ଅଞ୍ଚଳରେ ଥିବା ଶ୍ରେୟ ହସ୍ପିଟାଲ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପାଖାପାଖି ୪୦ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ସର୍ଟ ସର୍କିଟରୁ ହସ୍ପିଟାଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି […]
ବେଙ୍ଗାଲୁରୁ : ପଞ୍ଜାବ ଓ ରାଜସ୍ଥାନ ପରେ କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ ଘନେଇବାରେ ଲାଗିଛି । ଗୋଟିଏ ପଟେ ଦିଲ୍ଲୀରେ କିଛି ଟାଣୁଆ କଂଗ୍ରେସ ନେତା ଗାନ୍ଧୀ ପରିବାର ବିରୋଧରେ ମେଳି କରୁଛନ୍ତି । ଅନ୍ୟପଟେ ରାଜସ୍ଥାନ ଏବଂ ପଞ୍ଜାବ ପରେ…
ବେଜିଂ: କରୋନା ଭାଇରସର ଆତଙ୍କରୁ ଏ ପର୍ଯ୍ୟନ୍ତ ବିଶ୍ୱ ମୁକ୍ତି ପାଇନି। ଏବେ ଚୀନରୁ ମାଡ଼ି ଆସୁଛି ଆଉ ଏକ ଆତଙ୍କ। ଚୀନରେ ଦେଖା ଦେଇଛି ଆଉ ଏକ ନୂଆ ତଥା ଭୟଙ୍କର ଭାଇରସ। ଏହି ନୂଆ ସଂକ୍ରାମକ ଭାଇରସରେ ଚୀନ୍ର ୭ ଜଣଙ୍କର ମୃତ୍ୟୁ ଘଟିଲାଣି। ୬୦ରୁ ଅଧିକ ଆକ୍ରାନ୍ତ ହେଲେଣି। ଚୀନ ସରକାରୀ ମିଡିଆ ବୁଧବାର ଏ ନେଇ ଲୋକଙ୍କୁ ସତର୍କ କରାଇବା ସହ ଏହା ସଂକ୍ରାମକ ହୋଇପାରେ ବୋଲି ଚେତାବନୀ ଦେଇଛି। ଚୀନ […]
ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ବିଜେପି ନେତା ତଥା ସରପଞ୍ଚ ସଜାଦ୍ ଅହମ୍ମଦ ପ୍ରାଣ ହରାଇଛନ୍ତି। ଆଜି ସକାଳେ ଆତଙ୍କବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସଜାଦ୍ ଅହମ୍ମଦଙ୍କୁ ମିଶାଇ ଗତ କିଛି ସପ୍ତାହ ଭିତରେ ଆତଙ୍କବାଦୀମାନେ ୪ଜଣ ବିଜେପି ନେତାଙ୍କ ଉପରେ ଆକ୍ରମଣ କରି ସାରିଲେଣି। ସଜାଦ୍ କୁଲ୍ଗାମ୍ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଥିଲେ।
ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ର। ଉବୁଟୁବୁ ମାୟାନଗରୀ ମୁମ୍ବାଇ। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି । ଚର୍ଚ୍ଚଗେଟ୍, ୱର୍ଲି, ଚୌପାଟୀ, ହିନ୍ଦ୍ମାତା, ମଦନପୁରା ଆଦି ଅଞ୍ଚଳ ବେଶୀ ପ୍ରଭାବିତ ହୋଇଛି । ବୁଧବାର ପରିସ୍ଥିତି ଆହୁରି ସଙ୍ଗୀନ ଥିଲା । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ମାତ୍ର ୬ […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ନିଦ ହଜାଇ ଦେଇଛି। ଗତ ୨୪ ଘଣ୍ଟା ସର୍ବାଧିକ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ପାର୍ କରିଛି । ଆଜି ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ରୋଗୀ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୬ ହଜାର ୨୮୨ ଆକ୍ରାନ୍ତ। […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଥିବାବେଳେ ପୁଣି ଜଣେ ଅଭିନେତା ଆତ୍ମହତ୍ୟା କରିଥିବା ଖବର ଏବେ ସାମ୍ନାକୁ ଆସିଛି। ‘ୟେ ରିସ୍ତେ ହେଁ ପ୍ୟାର୍ କେ’ ସିରିଅଲ୍ରେ ଅଭିନୟ କରିଥିବା ସମୀର ଶର୍ମା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୁମ୍ବାଇ ସ୍ଥିତ ମାଲାଦ୍ ୱେଷ୍ଟ ସ୍ଥିତ ଆପାର୍ଟମେଣ୍ଟ୍ରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। […]
ନୂଆଦିଲ୍ଲୀ: ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଅନେକ ପ୍ରକାରର ପନ୍ଥା ଆପଣାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ପ୍ରେମିକ ବିଷୟରେ କହିବାକୁ ଯାଉଛି, ଯାହାକୁ ପଢ଼ି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯାହା ବିପଜ୍ଜନକ ପ୍ରମାଣିତ ହୋଇଛି। ବ୍ୟକ୍ତି ଜଣଙ୍କ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଘରକୁ ମହମବତୀରେ ସଜାଇ ଥିଲେ। କିନ୍ତୁ ପ୍ରେମିକାଟି ହଁ କହିବା ପୂର୍ବରୁ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ […]
ମୁମ୍ବାଇ: ବାଧ୍ୟବାଧକତା କ୍ୱାରେଣ୍ଟିନ୍ ନୁହେଁ, ପାଟନା ଏସ୍ପି ବିନୟ ତିଓ୍ୱାରୀଙ୍କୁ ଗୃହବନ୍ଦୀ କରି ରଖିଛି ମୁମ୍ବାଇ ପୋଲିସ । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ଯାଇଥିଲା ବିହାର ପୋଲିସର ଏକ ଟିମ୍। ଏନେଇ ଆଗୁଆ ସୂଚନା ଦିଆଯିବା ସହ ଅଧିକାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବାକୁ କୁହାଯାଇଥିଲା । କିନ୍ତୁ ପାଟନା ଏସ୍ପିଙ୍କୁ ବିଏମ୍ସି ଅଧିକାରୀମାନେ କ୍ୱାରେଣ୍ଟିନ୍ରେ ରଖିଛନ୍ତି ଯାହା ଅଣପେସାଦାର ମନବୃତ୍ତିର ପରିଚୟ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ମାମଲାର ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ସମସ୍ତଙ୍କ ନଜର ରିୟା ଚକ୍ରବର୍ତ୍ତୀ ଉପରେ। ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ସାମ୍ନାକୁ ଆସିଛି। ଏହି କଲ୍ ଡିଟେଲ୍ସରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିୟା କେମିତି ସୁଶାନ୍ତଙ୍କୁ ବ୍ଲାକ୍ମେଲ କରୁଥିଲେ ତାହା ସ୍ପଷ୍ଟ ହୋଇଛି। ଏହି କଲ୍ ଡିଟେଲ୍ସରୁ ଜଣାପଡ଼ିଛି, ସୁଶାନ୍ତ ଯେତେବେଳେ ୨୦ରୁ ୨୪ ଜାନୁଆରୀ ୨୦୨୦ ମଧ୍ୟରେ ନିଜ ଭଉଣୀ […]
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ଭାବେ ନିଯୁକ୍ତ ହେବା ପରେ ମନୋଜ ସିହ୍ନାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମନୋଜ ସିହ୍ନା ଜଣେ ଭଦ୍ର, ବିଚକ୍ଷଣ, ଉଚ୍ଚ ଶିକ୍ଷିତ, ରାଜନୈତିକ ଓ ପ୍ରାଶାସନିକ ଭାବେ ବେଶ୍ ଅଭିଜ୍ଞ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ପାଇଁ ସେ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। କିଛି […]