• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

londan
ଲଣ୍ଡନରେ ଭାରତୀୟ ପରିବାରର ସନ୍ଦେହଜନକ ମୃତ୍ୟୁ

ଲଣ୍ଡନ: ଗତ ମଙ୍ଗଳବାର ଲଣ୍ଡନରେ ଭାରତୀୟ ପରିବାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ପରିବାର ଲଣ୍ଡନର ବ୍ରେଣ୍ଟଫୋର୍ଡ ଅଞ୍ଚଳରେ ରହୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନଥିବା ବେଳେ ମୃତକମାନଙ୍କ ପରିଚୟ ମିଳିଛି। ଏମାନେ ହେଲେ, ସ୍ୱାମୀ କୁହା ରାଜ୍ ସିଥାମ୍ପରାନାଥନ(୪୨), ତାଙ୍କ ପତ୍ନୀ କାମେଶ୍ୱରୀ ଶିବରାଜ(୩୬) ଏବଂ ତାଙ୍କର ୩ ବର୍ଷର ପୁଅ କୈଳାଶ କୁହା ରାଜ୍‌। ଏମାନେ ସମସ୍ତେ […]

ashwani-kumar
ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମ୍‌ଲା: ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱନୀ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି। ସିମ୍‌ଲାସ୍ଥିତ ତାଙ୍କ ବାସଭବନରୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହିତ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସର ଟିମ୍‌ ଓ IGMCର ଏକ ଡାକ୍ତରୀ ଦଳ ଘଟଣାସ୍ଥଳକୁ ଯାଇଥିବା ବେଳେ ତଦନ୍ତ ଜାରି ରହିଛି। ୧୯୭୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅଶ୍ୱନୀ […]

atal
ଅଟଳ ଟନେଲ ଦେଇ ଗଲା ଭାରତୀୟ ସେନାର ଯାନବାହାନ

ନୂଆଦିଲ୍ଲୀ: ଉଦ୍‌ଘାଟନ ହେବା ପରେ ପ୍ରଥମ ଥର ପାଇଁ ଅଟଳ ଟନେଲ ଦେଇ ଯାତ୍ରା କରିଛି ଭାରତୀୟ ସେନାର ଯାନବାହାନ।  ହିମାଚଳ ପ୍ରଦେଶର ମନାଲିରେ ଥିବା ଏହି ଟନେଲ ଦେଇ ସେନାର ଗାଡ଼ି ପ୍ରଥମ ଥର ପାଇଁ ଯାତ୍ରା କରିଥିବା ଭାରତୀୟ ସେନା ସୂଚନା ଦେଇଛି। ଅଟଳ ଟନେଲ ଯୋଗୁ ମନାଲିରୁ ଲେହ ଯିବା ଆସିବାରେ ୫ ଘଣ୍ଟା ସମୟ  ବଞ୍ଚୁଥିବା ବେଳେ ୪୬ କିଲୋମିଟର ବ୍ୟବଧାନ କମିଯାଇଛି।  ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି […]

air-force-2
ଆଜି ୮୮ତମ ବାୟୁସେନା ଦିବସ, ଫ୍ଲାଏପାଷ୍ଟରେ ଭାଗ ନେବ ନବାଗତ ରାଫେଲ୍

ନୂଆଦିଲ୍ଲୀ: ଆଜି ୮୮ତମ ବାୟୁସେନା ଦିବସ। ଏହି ଦିବସ ପାଳନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ଭାରତୀୟ ବାୟୁସେନା। ଏଥିପାଇଁ ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତବର୍ଷ ବାୟୁସେନା ଦିବସରେ ପ୍ରମୁଖ ଆକର୍ଷଣ ହେବ ନବାଗତ ରାଫେଲ୍। ବାୟୁସେନା ଦିବସ ପାଳନ ଅବସରରେ ଫ୍ଲାଏପାଷ୍ଟରେ ଭାଗ ନେବ ରାଫେଲ। ତେଜସ୍ ସୁଖୋଇ ସହ ଏହା ବିଜୟ ଫର୍ମେସନ୍‌ରେ ଉଡ଼ିବ। ପୂର୍ବରୁ ଫୁଲ୍‌ଡ୍ରେସ୍ ରିହର୍ସାଲ୍ ବେଳେ ରାଫେଲ୍ କେବଳ ପରେଡ୍ ଗ୍ରାଉଣ୍ଡରେ […]

ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା ବେଳେ ବିମାନରେ ଶିଶୁପୁତ୍ର ଜନ୍ମଦେଲେ ମହିଳା

ବେଙ୍ଗାଲୁରୁ: ବିମାନରେ ଜନ୍ମ ନେଲା ଶିଶୁ। ଆକାଶରେ ଉଡ଼ିବା ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ବୁଧବାର ସନ୍ଧ୍ୟା ୬ଟା ୧୦ରେ ବିମାନଟି ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ବିମାନଟି ସଂଧ୍ୟା ୭ଟା ୪୦ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ବିମାନ ବନ୍ଦର କର୍ମଚାରୀମାନେ ମହିଳା ଓ ନବଜାତ ଶିଶୁକୁ ସ୍ୱାଗତ କରିଥିଲେ।

arjun-kapoor
କରୋନାକୁ ହାଲ୍‌କାରେ ନେବାକୁ ମନାକଲେ ଅର୍ଜୁନ୍‌

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁର୍‌। ସେପ୍ଟେମ୍ବର ୬ରେ ସେ କରୋନା ସଂକ୍ରମିତ ହେଇଥିଲେ। ଯାହାର ସୂଚନା ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଦେଇଥିଲେ। ଇନ୍‌ଷ୍ଟାରେ ଏକ ପୋଷ୍ଟ କରି ସେ ଲେଖିଥିଲେ ଏହା ମୋର ଦାୟିତ୍ୱ ଯେ ମୁଁ ଆପଣଙ୍କୁ ଜଣାଇବି ମୁଁ କରୋନା ସଂକ୍ରମିତ। ମୋର କୌଣସି ଲକ୍ଷଣ ନଥିଲା। ଡାକ୍ତରଙ୍କ ପରାମର୍ଶ ନେଇ ମୁଁ ଏବେ ହୋମ୍‌ ଆଇସୋଲେସନ୍‌ରେ ଅଛି। ଆଗକୁ ମୁଁ ମୋ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ଆପଣଙ୍କୁ […]

ben stokes
ବାପା ଅସୁସ୍ଥ ଥିବାରୁ ମ୍ୟାଚ୍‌‌ ଛାଡ଼ି ଘରକୁ ଚାଲିଯାଇଥିଲେ, ଏବେ IPL ଖେଳିବା ପାଇଁ ବାପା କହିଲେ...

ଲଣ୍ଡନ: ବାପାଙ୍କ ଅସୁସ୍ଥତା ଖବର ଶୁଣି କ୍ରିକେଟ୍ ମ୍ୟାଚ୍‌‌ ଛାଡ଼ି ଘରକୁ ଚାଲି ଯାଇଥିଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ହେଲେ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ଷ୍ଟୋକ୍ସଙ୍କୁ ତାଙ୍କ ବାପାଙ୍କ ବହୁତ ବୁଝାଇଥିଲେ। ଶେଷରେ ପରିବାର ଲୋକଙ୍କ ନିଷ୍ପତ୍ତି ଏବଂ ବାପାମା’ଙ୍କ ଭଲ ପାଇବା ଓ ଆଶୀର୍ବାଦରେ ପୁଣିଥରେ IPL ମାଧ୍ୟମରେ କ୍ରିକେଟ ମୈଦାନକୁ ଫେରିଛନ୍ତି ଷ୍ଟୋକ୍ସ। ଷ୍ଟୋକ୍ସ ଖୁଲାସା କରି  କହିଛନ୍ତି IPL ମାଧ୍ୟମରେ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ବାପା ବୁଝାଇଥିଲେ। ପରିବାର […]

sah-rukh
ଏହି ଅଭ୍ୟାସ ପାଇଁ ଦିନେ ଶାହାରୁଖଙ୍କୁ ଛାଡିବାକୁ ଚାହୁଁଥିଲେ ଗୌରୀ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରେ ସାମିଲ୍‌ ଅଛି ସୁପରଷ୍ଟାର ଶାହରୁଖ ଏବଂ ଗୌରୀଙ୍କ କାହାଣୀ। ଅନେକ ଉତ୍‌ଥାନ୍ ଏବଂ ପତନ ଦେଇ ଏହି ଦୁହିଁଙ୍କୁ ପ୍ରେମ କାହାଣୀ ଗତିକରିଛି। ଗୌରୀ ସେ ସମୟରୁ ଶାହାରୁଖଙ୍କ ସହ ଅଛନ୍ତି ଯେତେବେଳେ ଶାହାରୁଖଙ୍କୁ କେହି ଚିହ୍ନି ନଥିଲେ। ଅର୍ଥାତ୍‌ ଗୌରୀ ଶାହାରୁଖଙ୍କୁ ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ଭଲ ପାଇଛନ୍ତି। ପଞ୍ଜାବୀ ପରିବାରର ଜନ୍ମ ଗ୍ରହଣ କରିଥିବା ଗୌରୀଙ୍କୁ ଶାହାରୁଖଙ୍କୁ ଜୀବନ ସାଥୀ କରିବା ପାଇଁ ମଧ୍ୟ […]

old-man
ପତ୍ନୀଙ୍କ ସହ ୮୦ବର୍ଷର ବୃଦ୍ଧ ଖୋଲିଲେ ଢାବା, କାନ୍ଦି କାନ୍ଦି ଶୁଣାଇଲେ ଦୁଃଖଦ କାହାଣୀ

ନୂଆଦିଲ୍ଲୀ: କରେନା ଅନେକ କଠିନ ପରିସ୍ଥିତି ସହ ପରିଚିତ କରାଇଛି। ଏହି ଭାଇରସ୍‌ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଛଡେଇ ନେଇଛି। ୮-୧୦ମାସ ପୂର୍ବର ପରିସ୍ଥିତି ସହ ଯଦି ଆଜିର ତୁଳନା କରିବେ ତେବେ ଆପଣ ପରିବର୍ତ୍ତନ ପାଇବେ। ପ୍ରଗତିଶୀଳ ଦେଶ ଭାରତର ଅବନତିର ଚିତ୍ର ମଧ୍ୟ ମିଳିଯିବ। ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ହାର୍‌ ମାନିବା ଶିଖିନାହାନ୍ତି। କରୋନା ପାଇଁ ଯେତେବେଳେ ଲୋକମାନେ ବୃତ୍ତି ଏବଂ […]

dhoni
ଭାଙ୍ଗି ଯିବ କି ଧୋନିଙ୍କ ସ୍ୱପ୍ନ ?

ନୂଆଦିଲ୍ଲୀ: ଥରେ ନୁହେଁ, ତିନି ତିନି ଥର IPL ଚାମ୍ପିୟନ୍ସ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ୍‌ (Chennai Super Kings) ଟିମ୍‌କୁ ଏଥର ଖୁବ ସଂଘର୍ଷ କରିବାକୁ ପଡୁଛି। ଗୋଟିଏ ପରେ ଗୋଟିଏ ୪ଟି ମ୍ୟାଚ ହାରିବା ପରେ ଜିତିବା ଆଶା ଆସ୍ତେ ଆସ୍ତେ ଦୂରେଇ ଯାଉଛି। କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ(CSK)କୁ  ୧୦ ରନ୍‌ରେ ହରାଇଛି।  CSK ଟିମ୍‌ ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲରେ ୬ଟି ମ୍ୟାଚ୍ ଖେଳି ସାରିଲାଣି। ଏଥିରୁ ୪ଟି ମ୍ୟାଚରେ […]

kobi
‘ଫୁଲକୋବି ଖିରି’

ଭୁବନେଶ୍ୱର: ପରିବାରୁ ବି ହୋଇପାରେ ଖିରି। ଫୁଲକୋବି ସହାଯ୍ୟରେ ଆପଣ ଏହି ମିଠା ଖାଦ୍ୟଟି ପ୍ରସ୍ତୁତ କରିପାରିବେ। ତେବେ ଏହି ଖାଦ୍ୟଟି କେମିତି ପ୍ରସ୍ତୁତ କରାଯିବ ଜାଣନ୍ତୁ। ଆବଶ୍ୟକ ସାମଗ୍ରୀ:  କ୍ଷୀର, କାଜୁ, ପିସ୍ତା, କିସ୍‌ମିସ୍‌, ଫୁଲକୋବି, ଚିନି, ମିଲ୍କମେଡ୍ ଲୁଣ ଓ ଘିଅ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ କଡେଇରେ ଘିଅ ଗରମ କରି କଟା କୋବିରେ ଲୁଣ ପକାଇ ଭାଜିଦିଅନ୍ତୁ। ଏହାପରେ କଡେଇରେ କ୍ଷୀରକୁ ଫୁଟାଇ ସେଥିରେ […]

bell
ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି, ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ ଶବ୍ଦ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି। ଯାହାର ଓଜନ ୬୧୩ କିଲୋଗ୍ରାମ, ଉଚ୍ଚତା ୪.୧ ଫୁଟ୍ ଓ ଚଉଡ଼ା ୩.୯ ଫୁଟ୍ ବୋଲି ଜଣାପଡ଼ିଛି। ଏପରିକି ଏହି ଘଣ୍ଟି ବାଜିଲେ ଏଥିରୁ ‘ଓମ୍‌’ ଶବ୍ଦ ମଧ୍ୟ ଶୁଭିବ। ଖାଲି ଏତିକି ନୁହେଁ ଘଣ୍ଟିରୁ ଶବ୍ଦ ବାହାରିଲେ ଏହା ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ। ଚେନ୍ନାଇ ସ୍ଥିତ ଲିଗାଲ୍ ରାଇଟ୍ସ କାଉନସିଲ୍ ପକ୍ଷରୁ ତାମିଲନାଡୁର ରାମେଶ୍ୱରମରୁ ବାହାରିଥିବା ‘ରାମ ରଥଯାତ୍ରା’ ଅଯୋଧ୍ୟାରେ ପହଞ୍ଚି ପରେ ଏହି […]

cricket player
ଷ୍ଟାର କ୍ରିକେଟରଙ୍କ ସାନଭାଇକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭେର୍ଣ୍ଣନ୍‌ ଫିଲାଣ୍ଡରଙ୍କ  ସାନ ଭାଇଙ୍କୁ ଦୁବୃର୍ତ୍ତମାନେ ଗୁଳିକରି ହତ୍ୟା କଛନ୍ତି। ବୁଧବାର ଅପରାହ୍ନରେ ଫଲାଣ୍ଡରଙ୍କ ସାନ ଭାଇ ଘର ବାହାରକୁ ଆସିଥିବାବେଳେ ଦୁବୃର୍ତ୍ତମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଘଟଣା ଘଟିଛି ଫିଲାଣ୍ଡରଙ୍କ ନିଜ ଘର କେପ ଟାଉନ ଅଞ୍ଚଳରେ। ସ୍ଥାନୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ଟାଇରୋନ୍‌ ତାଙ୍କ ଘର ବାହାରେ ପାଣି ନେଇ ବାଣ୍ଟୁଥିବାବେଳେ ଆକ୍ରମଣ ହୋଇଥିଲା। ଆଫ୍ରିକା ନିଉଜ ଏଜେନ୍ସି କହିବା ଅନୁଯାୟୀ,  ତାଙ୍କ […]