ନୂଆଦିଲ୍ଲୀ: ଡେଲ୍ଟା ଭାରିଏଣ୍ଟ ଏବେ ସାରା ପୃଥିବୀରେ ଆତଙ୍କ ଖେଳାଇ ଦେଇଛି। କରୋନାର ଏହି ନୂଆ ଭାରିଏଣ୍ଟ କେବଳ ଦ୍ରୁତ ଗତିରେ ସଂକ୍ରମିତ ହେଉନି ବରଂ ଏହାର ଲକ୍ଷଣ ବି ଅନ୍ୟ ଭାରିଏଣ୍ଟଠାରୁ ଭିନ୍ନ ଥିବା ଦେଖିବାକୁ ମିଳୁଛି । ଏବେ…
ନୂଆଦିଲ୍ଲୀ: ଦେଶରେ ଆଜି ବି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରବିବାର ଦେଶର କରୋନା ପଜିଟିଭଙ୍କ ସଂଖ୍ୟା ୩୬ ଲକ୍ଷ ଟପିଛି। ୨୪ ଘଣ୍ଟାରେ ସବୁଠାରୁ ଅଧିକ କରୋନା ରୋଗୀ ଚିହ୍ନଟ ଦେଶ ତାଲିକାରେ ଭାରତର ନାମ ଏବେ ଆମେରିକାକୁ କାଟି ଉପରେ ରହିଛି। worldometer ଅନୁଯାୟୀ, ଦେଶରେ ଦିନକରେ ୮୦ ହଜାର ପାଖାପାଖି କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୯୭୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦେଶରେ […]
ନୂଆଦିଲ୍ଲୀ: ପୁଣି LACରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା। ପୂର୍ବ ଲଦାଖ ସୀମାରେ ଚୀନ ସେନା ଉତ୍ତେଜନା ସୃଷ୍ଟି କରିବାରୁ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଦେଶ। ଲଦାଖ ନିକଟ ପାଙ୍ଗୋଙ୍ଗ ହଦ୍ର ନିକଟରେ ଗତ ୨୯-୩୦ ତାରିଖ ମଧ୍ୟରାତ୍ରୀରେ ଏହି ସଂଘର୍ଷ ହୋଇଛି। ଦକ୍ଷିଣ ପାଙ୍ଗୋଙ୍ଗ ହଦ୍ର ନିକଟରେ ଭାରତ ସୀମାରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିଲେ। ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚୀନର ଏପରି […]
ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ ଅବମାନନା କରିବା ଅଭିଯୋଗରେ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା କରାଯାଇଛି। ଜରିମାନା ଅର୍ଥ ନଦେଲେ କଡ଼ା ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ନ ଦେଲେ ୩ ବର୍ଷ ପର୍ଯ୍ୟନ୍ତ ଓକିଲାତି କରିପାରିବେନି ବୋଲି କହିଲେ ସୁପ୍ରିମକୋର୍ଟ। ଏଥି ସହିତ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିବ। ଆଜି ପ୍ରଶାନ୍ତ […]
ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଜି ଦିନ ୧୧ଟାରେ ସୁନା ଦର Multi Commodity Exchange(MCX)ରେ ୨୪୦ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୫୧,୬୮୮ଟଙ୍କାରେ କାରବାର ଚାଲିଥିଲା। ଯଦି ଆମେ Domestic futures marketରେ ରୂପା କଥା କହିବା, ତେବେ ଆଜି ଦିନ ୧୧ଟାରେ Multi Commodity Exchange(MCX)ରେ ୧,୩୨୪ଟଙ୍କା ବୃଦ୍ଧି ସହ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନ କିଛି ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି, ରିୟା ଚକ୍ରବର୍ତ୍ତୀ କେବଳ ମୋହରା। ଏହାମାଧ୍ୟମରେ ମୁମ୍ବାଇ ପୋଲିସ ମହରାଷ୍ଟ୍ର ସରକାରର କୌଣସି କ୍ଷମତାଶାଳୀ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଉଦ୍ୟମ କରୁଛି। ବିବେକ ଅଗ୍ନିହୋତ୍ରୀ ତାଙ୍କର ଏପରି ଅଭିଯୋଗକୁ ସୋଶିଆଲ ମିଡିଆରେ ଶେୟାର କରିଛନ୍ତି। ବିବେକ ଏହି ଶେୟାରରେ ଏକ ପୁରୁଣା ପ୍ରସଙ୍ଗର ଉପସ୍ଥାପନା […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ସମୟସୀମାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିବାକୁ Directorate General of Civil Aviation(DGCA) ପକ୍ଷରୁ କୁହାଯାଇଛି। DGCAର ଏହି ନିଷ୍ପତ୍ତି ପରେ ପୂର୍ବଭଳି ଅନ୍ଲକ୍ ୪ରେ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। କେବଳ ଡିଜିସିଏ ଅନୁମତିପ୍ରାପ୍ତ କାର୍ଗୋ ଅପରେସନ ଓ ବିମାନକୁ ଉଡ଼ାଣ ପାଇଁ ଅନୁମତି ମିଳିଛି। ତେବେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ସହମତି ଭିତ୍ତିରେ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ସକାଳ ୭ଟାରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଅମିତ ଶାହା ଅସୁସ୍ଥତା ଅନୁଭବ କରିବାରୁ ଗତ ଅଗଷ୍ଟ ୧୮ରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ ଓଲ୍ଡ ପ୍ରାଇଭେଟ୍ ୱାର୍ଡରେ ରଖାଯାଇଥିଲା। ସେ କ୍ଲାନ୍ତ […]
ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇଥିବା ଏକ କଣ୍ଟେନର ଟ୍ରକ୍ ଓ କାର୍କୁ ଧକ୍କା ଦେବା ଫଳରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି। କଣ୍ଟେନରଟି କାର୍କୁ ଧକ୍କା ଦେବା ଫଳରେ କାର୍ରେ ଥିବା…
ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରିଯାଇଛନ୍ତି। ରାଇନାଙ୍କ ଓହରିଯିବା ଚେନ୍ନାଇ ସୁପର କିଙ୍ଗସ୍ ଟିମକୁ ବହୁତ ବଡ଼ କ୍ଷତି ହୋଇଛି। ତେବେ ହଠାତ୍ ରାଇନା କାହିଁକି ଦଳ ଛାଡ଼ି ଭାରତ ଫେରି ଆସିଲେ, ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ରାଇନା ସତରେ କ’ଣ ବ୍ୟକ୍ତିଗତ କାରଣରୁ ଟିମ୍ ଛାଡ଼ିଛନ୍ତି କି ନା ଏହା ପଛରେ ଆଉ କ’ଣ କାରଣ […]