• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ddd
ଦୁନିଆର ସବୁଠାରୁ ମହଙ୍ଗା କାର୍ କିଣିଲେ ରୋନାଲ୍ଡୋ

ରୋମ୍: ପର୍ତ୍ତୁଗାଲ୍ ଟିମର ଷ୍ଟାର୍ ଫୁଟବଲର ତଥା ନାମୀ ଫୁଟବଲ୍ କ୍ଲବ୍ ଜୁଭେଣ୍ଟସର ମୁଖ୍ୟ ଖେଳାଳି କ୍ରିଷ୍ଟିଆନୋ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଥାନ୍ତି। ଏବେ ରୋନାଲ୍ଡୋ ଏବେ ଦୁନିଆର ସବୁଠାରୁ ମହଙ୍ଗା କାର୍ Bugatti La Voiture Noire କିଣିଛନ୍ତି। ରୋନାଲ୍ଡୋ ଯେଉଁ କ୍ଲବ୍ ପକ୍ଷରୁ ଫୁଟବଲ୍ ଖେଳନ୍ତି, ସେହି କ୍ଲବ୍ ନିକଟରେ ୩୬ତମ ସିରି-ଏ ଚାମ୍ପିୟନଶିପରେ ବିଜେତା ହୋଇଥିଲା। ଏହା ପରେ ସେ ନିଜ ପାଇଁ ଉପହାର ସ୍ୱରୂପ ଏହି କାର୍ […]

rhea
ସୁଶାନ୍ତ ମୃତ୍ୟୁର ସିବିଆଇ ତଦନ୍ତକୁ ବିରୋଧ କଲେ ରିଆଙ୍କ ଓକିଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଜୋର୍ ଧରିଛି। କିନ୍ତୁ ସିବିଆଇ ତଦନ୍ତ ସୁପାରିଶକୁ ରିଆ ଚକ୍ରବର୍ତ୍ତିଙ୍କ ଓକିଲ ସତୀଶ ମାନସିନ୍ଦେ ବିରୋଧ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇପାରିବନି ବୋଲି ରିଆଙ୍କ ଓକିଲ କହିଛନ୍ତି। ସତୀଶ କହିଛନ୍ତି, କୌଣସି ଆଇନଗତ ଦିଗ ନାହିଁ, ଯାହା ଦ୍ୱାରା ବିହାର ପୋଲିସ୍ ସିବିଆଇକୁ ମାମଲା ହସ୍ତାନ୍ତର କରିବ। ମୁମ୍ବାଇରେ ମୃତ୍ୟୁ ହୋଇଥିବାରୁ ଏନେଇ କେବଳ ମୁମ୍ବାଇ ପୋଲିସ୍ ହିଁ ଏହି […]

vi
ଚୀନ୍‌କୁ ଆଉଏକ ଝଟ୍‌କା, ଆଇପିଏଲ୍ ସ୍ପନସରଶିପରୁ ହଟିଲା 'VIVO'

ନୂଆଦିଲ୍ଲୀ: ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍ କରିବା ପରେ ଚାରିଆଡ଼ୁ ଏହାର ବିରୋଧ କରାଯାଉଥିଲା। ତେବେ ଲଗାତର ବିରୋଧ ପ୍ରଭାବରେ ଏବେ ଏହି ଚାଇନିଜ୍ ମୋବାଇଲ୍ କମ୍ପାନୀ ନିଜ ତରଫରୁ ଆଇପିଏଲରୁ ହଟିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲ୍ ସହ ‘VIVO’ର ଚୁକ୍ତି ଆଉ ତିନିବର୍ଷ ବାକି ରହିଛି। ଏଥିପାଇଁ […]

ram temple
୩ ମହଲା ବିଶିଷ୍ଟ ହେବ ଭବ୍ୟ ରାମ ମନ୍ଦିର, ଲାଗିବନି ଲୁହା

ଦୀର୍ଘ ଶତାବ୍ଦୀର ପ୍ରତୀକ୍ଷା ପରେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି। ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ଚଳଚଞ୍ଚଳ ସାରା ଅଯୋଧ୍ୟା। ଅଯୋଧ୍ୟାରେ ଥିବା ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି। ଏଥି ସହିତ ଅତିଥିମାନେ ମଧ୍ୟ ଆଗମନ କଲେଣି। ଏହି ସମୟରେ […]

rajesh-bhusan
ଖୁସି ଖବର, ଦେଶରେ କମୁଛି ମୃତ୍ୟୁ ହାର

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ, ଯାହାକି ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ତିଆରି ହେଉଛି, ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମୋଦନ ମିଳିଛି। ଏକ ସପ୍ତାହ ମଧ୍ୟରେ ଏହା ଦେଶର ୧୭ଟି ସ୍ଥାନରେ ଟ୍ରାଏଲ କରାଯିବ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ। ସେପଟେ କରୋନାକୁ ନେଇ ଜାତୀୟ ସ୍ତରରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଧୀରେ […]

pakistan
ପାକିସ୍ତାନ ଜାରି କଲା ବିବାଦୀୟ ନକ୍ସା, କାଶ୍ମୀରକୁ ନିଜର କହିଲା

ଇସଲାମାବାଦ: ନେପାଳ ରାସ୍ତାରେ ଚାଲିଲା ପାକିସ୍ତାନ। ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ବିବାଦୀୟ ନକ୍ସାକୁ ମଞ୍ଜୁରୀ ଦେଇଛନ୍ତି। ନକ୍ସାରେ ପାକିସ୍ତାନ କଶ୍ମୀରକୁ ନିଜର ବୋଲି ଦର୍ଶାଇଛି। ପ୍ରଥମେ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି କହିଆସୁଥିଲା, କିନ୍ତୁ ଏବେ ନୂଆ ନକ୍ସାରେ କଶ୍ମୀରକୁ ସାମିଲ୍‌ କରିଛି। ପାକିସ୍ତାନ ତା’ର ନୂଆ ନକ୍ସାରେ ଲଦାଖ, ସିଆଚେନ୍ ସମେତ ଗୁଜରାଟର ଜୁନାଗଡ଼ ପର୍ଯ୍ୟନ୍ତ ନିଜର ବୋଲି ଦାବି କରିଛି। The political map of Pakistan unveiled by PM […]

aditya
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ…

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହ ବ୍ୟକ୍ତିଗତ ସମ୍ପର୍କରେ ରହିବା ଅପରାଧ ନୁହେଁ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ନାଁକୁ ନେଇ ଚର୍ଚ୍ଚା ପରେ ଏପରି କହିଛନ୍ତି ଆଦିତ୍ୟ ଠାକରେ। ଗଣମାଧ୍ୟମରେ ଏହି ଘଟଣା ସହ ତାଙ୍କ ନାଁକୁ ଯୋଡ଼ା ଯାଉଥିବାରୁ ଏହାକୁ ଡାର୍ଟି ପଲିଟିକ୍ସ ବୋଲି କହିଛନ୍ତି ଆଦିତ୍ୟ। ଏପରିକି ବାଲା ଠାକରେଙ୍କ ନାତି ହିସାବରେ ମହାରାଷ୍ଟ୍ର, […]

sushant
ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ସହମତି

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ତରଫରୁ ହୋଇଥିବା ସୁପାରିଶରେ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ। ଏହା ପୂର୍ବରୁ ସୁଶାନ୍ତଙ୍କ ପିତା କେକେ ସିଂହ ରାଜପୁତ ସିବିଆଇ ତଦନ୍ତ ଦାବି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିବେଦନ କରିଥିଲେ। ଯାହା ପରେ ନୀତିଶ କୁମାର ମଙ୍ଗଳବାର ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ସୁପାରିଶ୍ କରିଥିଲେ। ସିବିଆଇ ତଦନ୍ତ ତଦନ୍ତର ସୁପାରିଶର ଘୋଷଣା କରି ନୀତିଶ କୁମାର କହିଥିଲେ, […]

leba
ବେରୁଟରେ ଭୟଙ୍କର ବିସ୍ଫୋରଣ, ଦୋହଲିଗଲା ବଡ଼ ବଡ଼ ଅଟ୍ଟାଳିକା

ବେରୁଟ: ଲେବାନନ ରାଜଧାନୀ ବେରୁଟରେ ବଡ଼ ଧରଣର ବିସ୍ଫୋରଣ। କ୍ୟାମେରାରେ କଏଦ ହେଲା ଭୟଙ୍କର ବିସ୍ଫୋରଣର ଦୃଶ୍ୟ। ଆଜି ଲେବାନନ ରାଜଧାନୀ ବିରଟ ସହରରେ କେନ୍ଦ୍ର ସ୍ଥଳରେ ପୋର୍ଟ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣର କାରଣ ଏଯାଏଁ ଜଣାପଡ଼ି ନାହିଁ। ଗୋଟିଏ ପରେ ଗୋଟିଏ ଦୁଇଟି ଲଗାତର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଶକ୍ତିଶାଳି ଥିଲା ଯେ ଆଖପାଖ ଅଞ୍ଚଳର ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଦୋହଲି ଯାଇଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ […]

explosion
ଭୟଙ୍କର ବିସ୍ଫୋରଣରେ ଥରିଲା ବେରୁଟ୍‌: ୭୮ ମୃତ, ୪୦୦୦ରୁ ଅଧିକ ଆହତ

ବେରୁଟ୍‌: ଲେବାନନ୍ ରାଜଧାନୀ ବେରୁଟ୍‌ରେ ଗତକାଲି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଅନେକ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବେରୁଟରେ ଗୋଟିଏ ପରେ ଗୋଟିଏ ଦୁଇଟି ଲଗାତର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳର ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଦୋହଲି […]

rammandir
ଆଉ କିଛି ସମୟର ଅପେକ୍ଷା, ଅଯୋଧ୍ୟାରେ ଆରମ୍ଭ ହେବ ଭୂମି ପୂଜନ ଉତ୍ସବ

ଅଯୋଧ୍ୟା: ଆଉ ମାତ୍ର କିଛି ସମୟର ଅପେକ୍ଷା । ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏଥିପାଇଁ ତିନି ଦିନ ଧରି ଚାଲିଛି ଭୂମି ପୂଜନ ଉତ୍ସବ । କୋଟି କୋଟି ରାମଭକ୍ତଙ୍କ ସ୍ୱପ୍ନ ସାକାର ହେବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ମହାସମାରୋହରେ ଭୂମି ପୂଜନ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି । ଭୂମି ପୂଜନ କାର୍ଯ୍ୟକ୍ରମ ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ […]

cylinder blast 11
ଶୋଇଥିବା ବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ରସାଳପୁର ଗାଁରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଫାଟି ୪ଜଣ ଗୁରୁତର ହୋଇପଡ଼ିଛନ୍ତି। ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ଗୁରତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ସ୍ଥାନାନ୍ତର ହୋଇଥିବା ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ରସାଳପୁର ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ସିଲିଣ୍ଡରଟି ଫାଟି ଯାଇଥିଲା। ନିଆଁ ଲାଗି […]

ram mandir-3
ରାମ ମନ୍ଦିର ଶିଳାନ୍ୟାସରେ ଲାଗିବ ରୂପା ଫାଉଡା, କରଣୀ, ଆମନ୍ତ୍ରିତ ଅତିଥିଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଉପହାର

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ମହାପ୍ରଭୁ ପୁରୁଷୋତ୍ତମ ରାମଙ୍କ ମନ୍ଦିରର ଭୂମି ପୂଜନ ହେବ । ଏହାକୁ ନେଇ ସାରା ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଛି । ଏହି ଉତ୍ସବରେ ପ୍ରାୟ ଏକ ହଜାର ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷହୋଇଛି। ଭକ୍ତଙ୍କୁ ପ୍ରସାଦ ଭାବେ ଦିଆଯିବ ରଘୁପତି ଲଡ୍‌ଡୁ। ଏଥି ସହିତ ଏକ ରୂପାର ଟଙ୍କା ମଧ୍ୟ ଉପହାର ଭାବେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପରେ […]

corona
ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ଆଖି ବୁଜିଲେ ୮୫୭

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ  ୮୫୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ  କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨, ୫୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୦୮. ୨୫୪ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୮୬,୨୪୪ ଅଛନ୍ତି। ତେବେ ଆଶ୍ୱସ୍ତିର […]

lebanon
ଲେବାନନ ବିସ୍ଫୋରଣ: କେତେ ଭୟଙ୍କର ଥିଲା ଦୃଶ୍ୟ, ଦେଖନ୍ତୁ ଭିଡିଓ

ବେରୁଟ: ଗତକାଲି ସନ୍ଧ୍ୟା ବେଳେ ଲେବନନର ରାଜଧାନୀରେ ହୋଇଥିଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ବେରୁଟ ଠାରୁ ୨୪୦ କିଲୋମିଟର ଦୂର ସମୁଦ୍ର ଆରପଟେ ଥିବା ଅନ୍ୟ ଏକ ଦେଶ ସାଇପ୍ରସକୁ ଶବ୍ଦ ଶୁଭିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭୩ ଜଣ ପ୍ରାଣ ହରାଇଲେଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି। This guy was easily 1.5 to 2 miles away!! Rip to […]

sibaji rao
ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ

ପୁଣେ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନିଲାଙ୍ଗେକର (Shivajirao Patil Nilangekar)ଙ୍କର ବୁଧବାର ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସ୍କ  ଶିବାଜିରାଓ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ। ଏଠି କହିରଖିବୁ, ଶିବାଜୀରାଓ କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। […]