• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

food 12
ହୋଟେଲ୍‌ରେ ମିଳୁଛି ‘କୋଭିଡ୍‌ Curry’, ‘ମାସ୍କ Naan’

ଯୋଧପୁର: ‘କୋଭିଡ୍‌ କରି’, ‘ମାସ୍କ ନାନ୍’…ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଖାଦ୍ୟ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି। ‌ଅନ୍‌ଲକ୍‌-୩ରେ ହୋଟେଲ୍ ସବୁ ଖୋଲା ରହିଥିଲେ ମଧ୍ୟ, କେବଳ ପାର୍ସଲ ପାଇଁ ଅନୁମତି ରହିଛି। ଏସବୁ ଭିତରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ୍‌ ମାଲିକମାନେ ମଧ୍ୟ ନୂଆ ନୂଆ ଖାଦ୍ୟ ସବୁ ପ୍ରସ୍ତୁତ କରୁଛନ୍ତି। ରାଜସ୍ଥାନ ଯୋଧପୁରରେ ଏକ ରେଷ୍ଟୁରାଣ୍ଟ୍‌,‌ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଛି ଖାଦ୍ୟର ନାଁ ଏମିତି ରଖିଛନ୍ତି […]

corona
ଦେଶରେ ୧୮ ଲକ୍ଷ ଟପିଲା କରୋନା ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଗୁରୁତର ହେଉଛି କରୋନା ମହାମାରୀ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ହଜାର ୯୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୭୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୭୯ ହଜାର ୩୫୭ ଚିକିତ୍ସିତ ହେଉଥିବା ବେଳେ ୧୧ ଲକ୍ଷ ୮୬ ହଜାର ୨୦୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର […]

Karti P Chidambaram
କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ପି. ଚିଦାମ୍ବରମ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ କାର୍ତ୍ତି ଚିଦାମ୍ବରମ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। I have just tested positive for #Covid. My symptoms are mild and as per medical advice I am under home quarantine. I would urge all those who have recently […]

sushant singh
ଉଭଣୀର ଲୁହ ଭିଜା ଚିଠି- ଥାଳି ସଜ୍ଜା ହୋଇଛି, ଦୀପ ଜଳୁଛି...ହେଲେ କୁଆଡେ ଗଲା ସେଇ ମୁହଁ....

ମୁମ୍ବାଇ: ତିନି ଭଉଣୀ ରାକ୍ଷୀ ଧରି ଅପେକ୍ଷା କରିଛନ୍ତି। ତାଙ୍କର ଗେହ୍ଲା ଭାଇ ଆସିବ। ତା’ ହାତରେ ରାକ୍ଷୀ ବାନ୍ଧିଦେବେ। ମଥାରେ ସିନ୍ଦୂରର ଟିପା ଦେଇ ମଙ୍ଗଳ ମନାସିବେ। ଦୀପ ଦେଇ ବନ୍ଦାପନା କରି ଭାଇର ଦୀର୍ଘ ଜୀବନ କାମନା କରିବେ। ହେଲେ ଭାଇ କାହିଁ…..? ସତରେ କ’ଣ ଆଉ ସେ ଆସିବନି ? ତାଙ୍କ ହାତରୁ ରାକ୍ଷୀ ବାନ୍ଧିବନି ? ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ଭାଇ କଥା ମନେ ପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି […]

dogg
ଟିଭିରେ ଖେଳ ଦେଖିବା ସମୟରେ ଏମିତି ମଜ୍ଜି ଯାଇଥିଲା କୁକୁର, ଆଉ ତା’ପରେ...

ନୂଆଦିଲ୍ଲୀ: ଖେଳ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଯଦି ଟିଭିରେ ପ୍ରିୟ ଖେଳାଳିମାନେ ଖେଳୁଛନ୍ତି, ତେବେ ସେମାନେ ସବୁ କିଛି ଭୁଲିଯାଇ ଖେଳ ଦେଖିବାରେ  ହିଁ ମଜ୍ଜି ରୁହନ୍ତି।  ଖେଳାଳିମାନେ ବ୍ୟାଟ୍‌କୁ ଧରି ବଲ୍‌କୁ ମାରିବା ପାଇଁ ଆଗକୁ ଗତି କରିବା ସମୟରେ ଦର୍ଶକମାନେ ଚାତକ ପରି ସେମାନଙ୍କୁ ଚାହିଁଥାନ୍ତି।‌ ଠିକ୍‌ ସେତିକିବେଳେ ଯଦି ଖେଳାଳିଟି ଚଉକା କି ଛକା ଗୋଟେ ମାରି ଦିଏ, ତେବେ ଟିଭି ଦେଖୁଥିବା ଦର୍ଶକମାନେ ଖୁସିରେ ତାଳି ମାରିବା ସହ […]

snake
ଏମିତି ଟେକ୍‌ନିକ୍‌ରେ ନଡ଼ିଆ ଗଛରେ ଚଢିଲା ବିରାଟ ଅଜଗର

ନୂଆଦିଲ୍ଲୀ: ସମତଳ ଚଟାଣ ଉପରେ ବେଶ ସ୍ୱଚ୍ଛନ୍ଦରେ ଯାଇପାରେ ସାପ । ହେଲେ ଉପରକୁ ଉଠିବା ସାପ ପରି ସରୀସୃପଙ୍କ ପାଇଁ କଷ୍ଟ। କିନ୍ତୁ ଆମେ ସାପ ଗଛ ଚଢୁଥିବାର ଏମିତି ଦୃଶ୍ୟ ଦେଖାଇବୁ, ଯାହା ଦେଖାଇଲେ ଆପାଣ ଆଶ୍ଚର୍ଯ୍ୟ ହୋଇଯିବେ। ସାପ ଏଠି ଏକ୍‌ଦମ ସତର୍କତାର ସହ ବିରାଟ ଏକ ଗଛ ଚଢୁଛି, ସତେ ଯେମିତି ମଣିଷ। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ଏକ ଲମ୍ବା […]

sushant-singh
ଆତ୍ମହତ୍ୟା ପୂର୍ବରୁ ଏହିସବୁ ଜିନିଷ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଥିଲେ ସୁଶାନ୍ତ !

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାରେ ମୁମ୍ବାଇ କମିଶନରେଟ୍‌ ପୋଲିସ୍‌ ପରମବୀର ସିଂ ଆଜି ପ୍ରେସ୍‌ମିଟ୍‌ କରି  ନିଜ ବିଭାଗର ଦୋଷ ଲୁଚାଇବାର ଅପପ୍ରୟାସ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତଦନ୍ତରେ ଅବହେଳା, ତଥ୍ୟ ଲୁଚାଇବା, ବିହାର ପୋଲିସକୁ ସହଯୋଗ ନ କରିବା ଏପରିକି ତଦନ୍ତ ପାଇଁ ଆସିଥିବା ବିହାର ଆଇପିଏସ୍‌ଙ୍କୁ ଜବରଦସ୍ତ କ୍ୱାରେଣ୍ଟିନ୍‌କୁ ପଠାଇବା ପରି ଅଭିଯୋଗ ମୁମ୍ବାଇ ପୋଲିସ ବିରୋଧରେ […]

jim
ଖୋଲିବ ଜିମ୍‌ ଓ ଯୋଗ କେନ୍ଦ୍ର, ଜାରି ହେଲା ଗାଇଡ୍‌ ଲାଇନ

ନୂଆଦିଲ୍ଲୀ: କୋହଳ ହେଉଛି କୋଭିଡ କଟକଣା। ଆସ୍ତେ ଆସ୍ତେ ଖୋଲାଯାଉଛି ଦୋକାନ, ବଜାର ମଲ୍‌। ଏପରିକି ଜିମ୍‌ ସେଣ୍ଟର ଖୋଲିବା ପାଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।  ଏ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ଗାଇଡ ଲାଇନ୍। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗ କେନ୍ଦ୍ରକୁ ଅନୁମତି ମିଳିଛି। ତେବେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। […]

corona
୨୪ ଘଣ୍ଟାରେ ସବୁ ଦେଶକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନାଭାଇରସ୍। ଗତ ୨୪ ଘଣ୍ଟାରେ ଦେଶରେ ୫୨ହଜାର ୯୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ଦେଇଛି। ଆମେରିକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାରରୁ ଅଧିକ ଏବଂ ବ୍ରାଜିଲରେ ୨୫ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷରୁ […]

photo susanta
ରାକ୍ଷୀ ପୂର୍ଣ୍ଣିମାରେ ଭାଇ ସୁଶାନ୍ତଙ୍କ ଫଟୋ ଶେୟାର କରି ଭଉଣୀ ଲେଖିଲେ...

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସବୁଠି ରାକ୍ଷୀର ଉତ୍ସବ ପାଳନ କରାଯାଉଛି। କରୋନା ଯୋଗୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ନକରାଗଲେ ମଧ୍ୟ ଭଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। କାରଣ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ବର୍ଷକୁ ଥରେ ଏହି ଦିନକୁ ଭଉଣୀମାନେ ଅପେକ୍ଷା କରିଥାନ୍ତି। ଏଭଳି ପବିତ୍ର ଉତ୍ସବରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କୁ ମନେ ପକାଇ ଏକ ଫଟୋକୁ ଶେୟାର କରିବା ସହିତ ଭାବପ୍ରବଣ ଭରା ଏକ […]

j-and-k
ଜାମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ!

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜଣେ ଯବାନଙ୍କ ନିଖୋଜ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହି ଯବାନଙ୍କୁ ଆତଙ୍କବାଦୀ ଅପହରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ଯବାନଙ୍କ ଗାଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଛି। ଯାହା ପରେ ପୋଡ଼ିଯାଇଥିବା ଗାଡ଼ିକୁ ପୋଲିସ୍ ଉଦ୍ଧାର କରିଛି। ନିଖୋଜ ଯବାନଙ୍କ ପତ୍ତା ଲଗାଇବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଇଫଲମ୍ୟାନ୍ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। […]

crocodile
କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷର ବାଳକ!

ମାଲେସିଆ: ମାଲେସିଆରେ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୪ ବର୍ଷର ଏକ ବାଳକ କିଛି ସମୟ ପାଇଁ ନିଖୋଜ ଥିଲା। କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୂକା ସଂଗ୍ରହ କରିବାକୁ ଯାଇଥିଲା। ଠିକ୍‌ ସେତିକିବେଳେ କୁମ୍ଭୀରଟି ବାଳକଟିକୁ ନଦୀ ଭିତରକୁ ଟାଣି ନେଇଥିଲା। ଏହି ଘଟଣାର କିଛି ସମୟ ପରେ ବାଳକଟିର ମାଉସୀ ତାଙ୍କୁ ଖୋଜି ଖୋଜି ନଦୀ ତଟରେ ପହଞ୍ଚିଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ଯେ ନଦୀର […]

sushant
ସୁଶାନ୍ତଙ୍କ ବାପା ଦେଲେ ବିସ୍ଫୋରକ ବୟାନ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା କେକେ ସିଂହ ବିସ୍ଫୋରକ ବୟାନ୍ ଦେଇଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ କହିଛନ୍ତି, ମୋ ପୁଅ ନିଜ ଜୀବନ ପ୍ରତି ବିପଦ ଥିବା ଜାଣିପାରିଥିଲା ଏବଂ ଏଥିପାଇଁ ସେ ବାନ୍ଦ୍ରା ପୋଲିସକୁ ମଧ୍ୟ ସବୁ ସୂଚନା ଦେଇଥିଲେ। ସୁଶାନ୍ତ ଫେବୃଆରୀ ୨୫ ତାରିଖରୁ ବାନ୍ଦ୍ରା ପୋଲିସକୁ ନିଜ ପ୍ରତି ଥିବା ଥିବା […]

amar-singh
ପଞ୍ଚଭୂତୀରେ ଲୀନ ହେଲେ ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଦିଲ୍ଲୀର ଛତରପୁରଠାରେ ଆଜି ରାଜ୍ୟସଭା ସାଂସଦ ଅମର ସିଂହଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ସିଙ୍ଗାପୁରରେ ଅମର ସିଂହଙ୍କର ଦେହାନ୍ତ ହୋଇଥିଲା। ରବିବାର ତାଙ୍କ ପାର୍ଥିବ ଶରୀର ସିଙ୍ଗାପୁରରୁ ଦିଲ୍ଲୀ ଅଣାଯାଇଥିଲା। କରୋନା ସଂକ୍ରମଣ ଯୋଗୁ ତାଙ୍କ ଅନ୍ତିମ ସଂସ୍କାରରେ କମ୍ ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅଭିନେତ୍ରୀ ଓ ବିଜେପତି ନେତ୍ରୀ ଜୟାପ୍ରଦା ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀର […]