
ଜୀବନର ଏକ ମହାର୍ଘ ମୁହୂର୍ତ୍ତ ହେଉଛି ପ୍ରପୋଜ କରିବା। ଏହି ମୁହୂର୍ତ୍ତକୁ ସେ ନିଆରା , ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏକଦମ୍ ରୋମାଣ୍ଟିକ୍ କରିବାକୁ ଚାହୁଁଥିଲେ। ହେଲେ ତାଙ୍କର ପ୍ରେମ ନିଶା ଉତୁରିଗଲା। ପ୍ରେମିକା ତାଙ୍କର ପ୍ରପୋଜାଲକୁ ଗ୍ରହଣ କରିବାକୁ ଯାଉଥିଲ, ତା’ ପରେ ଯେଉଁ ଦୁଃଖଦ ଘଟଣା ଘଟିଲା ଆପଣ ଶୁଣିଲେ ଲୋକ ଟାଙ୍କୁରି ଉଠିବ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ରୋମାଣ୍ଟିକ ପ୍ରପୋଜାଲ ଜଣେ ମହିଳାଙ୍କ ପାଇଁ କିପରି ମୃତ୍ୟୁର କାରଣ […]
ମୁମ୍ବାଇ: ଅଭିନେତା Sushant Singh Rajput ଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ବୁଧବାର ଦିନ ଏହି ମାମଲା ରୁଜୁ ହୋଇଛି। ଜୁଲାଇ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ୮ଜଣଙ୍କ ବିରୋଧରେ ମାମଲା […]
ଗାଜିଆବାଦ: ଆଉ କେତେଦିନ ଥଣ୍ଡାରେ ବସିବୁ ? ସରକାର ତ ଶୁଣୁ ନାହାନ୍ତି। ତେଣୁ ଜୀବନ ହାରିବା ପାଇଁ ନିଷ୍ପତି ନେଇଛି। ହୁଏତ ଏହା ପରେ ସରକାର ତରଳିବେ। ସମସ୍ୟାର ସମାଧାନ କରିବେ…ଏମିତି କୋହଭରା ଚିଠି ଲେଖି ଝୁଲ ପଡ଼ିଛନ୍ତି ଦିଲ୍ଲୀ ସୀମାରେ ଧାରଣାରେ ବସିଥିବା ଜଣେ ଚାଷୀ। କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଚାଲିଛି। ଏତେ ଥଣ୍ଡାରେ ବି ଚାଷୀମାନେ ଏହି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବିରେ […]
ବୁଲନ୍ଦସର: ୟୁପିର ବୁଲନ୍ଦସରରେ ନୂଆବର୍ଷ ପୂର୍ବଦିନ ଜଣେ ମହିଳା ପୋଲିସ ଅଫିସର ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ସବ୍ ଇନ୍ସପେକ୍ଟରଙ୍କ ପାଖରେ ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି। ଏହି ନୋଟରେ ମହିଳା ପୋଲିସ ଅଫିସର ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାସ୍ଥଳର ଫଟୋଗ୍ରାଫି ନେଇଛି। ଫୋରେନ୍ସିକ ଟିମ ପହଞ୍ଚି ନମୂନା ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ଅନୁପସର ଥାନାର ମହିଳା ପୋଲିସ ସବ୍ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍କୁ ଏକ ପ୍ରକାର ଝଟ୍କା ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସେ କାହିଁକି ଆତ୍ମହତ୍ୟା କଲେ ଯଦିଓ ଏହା ଜଣାପଡ଼ିନାହିଁ, ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ ହେଉଥିବା, ପାରିବାରିକବାଦ ଚାଲିଥିବା ନେଇ ଏବେ ସାମ୍ନାକୁ ଆସିଛି। ଏପରିକି ଇଣ୍ଡଷ୍ଟ୍ରିରେ ଯେଉଁମାନଙ୍କ ପାଖରେ ଟ୍ୟାଲେଣ୍ଟ୍ ଅଛି, ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଉନାହିଁ। ବରଂ ଏଠି ପାରିବାରିକବାଦ ଚାଲିଛି ବୋଲି […]
ନୂଆଦିଲ୍ଲୀ: ଡିସେମ୍ବର ୩୧ ସେଇ ତାରିଖ, ୪୨୦ ବର୍ଷ ତଳେ ଠିକ୍ ଏଇ ଦିନରେ ଗଠିତ ହୋଇଥିଲା ଐତିହାସିକ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀ ଭାରତ ପାଇଁ ଏଥିପାଇଁ ସ୍ମରଣୀୟ ଯେ, ଏହା ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କଲା। ହେଲେ ଏବେ ବଦଳି ଯାଇଛି ସମୟ। ଏବେ ଏହି କମ୍ପାନୀ ଶାସନ ଦାୟିତ୍ୱ ଜଣେ ଭାରତୀୟଙ୍କ ହାତରେ। ଏହା ଏକ ଐତିହାସିକ ଘଟଣା ବୋଲି ଏଥିପାଇଁ କୁହାଯାଉଛି ଯେ ଯେଉଁ କମ୍ପାନୀ […]
ନୂଆଦିଲ୍ଲୀ: ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଦେଶର ରାଜଧାନୀରେ ଆଜି ତାପମାତ୍ରା ରହିଛି ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା। ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ […]
ନୂଆଦିଲ୍ଲୀ: ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦। ଅନେକ ଆଶା, ସମ୍ଭାବନାକୁ ନେଇ ଆସିଛି ୨୦୨୧। ନିରାଡମ୍ବର ହେଲେ ବି ଆଗ୍ରହ ଓ ଉଚ୍ଛାହର ସହ ସମସ୍ତା ସ୍ୱାଗତ କରିଛନ୍ତି ୨୦୨୧କୁ । ହେଲେ ଆପଣ ଜାଣିଛନ୍ତି, ଏମିତି ଏକ ଦେଶ ଅଛି ଯାହା ୭ ବର୍ଷ ପଛରେ ଚାଲିଛି। ଅର୍ଥାତ୍ ଏହି ଦେଶରେ ଏବେ ବି ୨୦୧୪ ଚାଲିଛି। ଆଫ୍ରିକାର ଇଥିଓପିୟା କ୍ୟାଲେଣ୍ଡର ପୃଥିବୀର ଅନ୍ୟ କ୍ୟାଲଣ୍ଡରଠାରୁ ୭ ରୁ ୮ ବର୍ଷ ପଛରେ ଚାଲିଛି। […]
ନୂଆଦିଲ୍ଲୀ: ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ପୂର୍ବ ଲଦାଖ ସୀମା ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ଗତ ୬ ତାରିଖରେ କମାଣ୍ଡର ସ୍ତରରେ ବୈଠକ ହୋଇଥିଲା। ଏଥିରେ ଉତ୍ତେଜନା ହ୍ରାସ ନେଇ ଏକ ପ୍ରକାର ସହମତି ହୋଇଥିଲା। ଶୀର୍ଷ ସ୍ତରରେ […]
ନୂଆଦିଲ୍ଲୀ: ଫାଇଜର-ବାୟୋଟେକ୍ ପ୍ରସ୍ତୁତ ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ମିଳିଛି । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମତି ମିଳିଛି। ଫାଇଜର ଟିକାର ମାନ, ନିରାପତ୍ତା ଓ କେତେ ମାତ୍ରାରେ ଫଳପ୍ରଦ ହେବ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ WHO ପକ୍ଷରୁ ଏପରି ଘୋଷଣା କରାଯାଇଛି । ତେବେ ଫାଇଜର ଟିକାକୁ ରଖିବା ପାଇଁ ମାଇନସ ୬୦ରୁ ୯୦ ଡିଗ୍ରୀ ମଧ୍ୟରେ […]
ମୁମ୍ବାଇ: ନିଜ ଟ୍ୟାଲେଣ୍ଟ୍ ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମାଇଥିବା ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁରେ ବଲିଉଡ୍ ପୂରା ସ୍ତବ୍ଧ ହୋଇଯାଇଛି। ଫ୍ୟାନ୍ସଠୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ସମସ୍ତେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଅତି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ କେହି କେବେ ଭାବି ନ ଥିଲେ ଯେ, ସେ ଏଭଳି ଚରମ ପଦକ୍ଷେପ ନେବେ। ଯାହା ସମସ୍ତଙ୍କୁ ଏକ ପ୍ରକାର ଝଟ୍କା ଲାଗିଛି। ତାଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ସହ […]
ଥିରୁଅନନ୍ତପୁମ୍: କରୋନା ଭାଇରସର ଭୟ ଦୂର ହୋଇ ନାହିଁ, ପୁଣି କେରଳରେ ଦେଖା ଦେଇଛି ଶିଗେଲା ପରି ସଂକମଣ ରୋଗ। ରାଜ୍ୟର ଏର୍ଣ୍ଣାକୁଲାର ଅଞ୍ଚଳରେ ଏହି ରୋଗର ଏକ ନମୂନା ଦେଖିବାକୁ ମିଳିଛି। ବୁଧବାର ଜଣେ ୫୬ ବର୍ଷର ମହିଳାଙ୍କ ଶରୀରରେ ଏହି଼ ରୋଗ ଠାବ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଏଠାରେ ଭୟର ବାତାବରଣ ଦେଖା ଦେଇଛି। ମହିଳା ଜଣକ ଜ୍ୱରରେ ପୀଡିତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠି କହି ରଖିବୁ, […]
ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରସଙ୍ଗରେ ଅଧିକ ସମୟ ଲୋଡ଼ିଲେ ଏକ୍ସପର୍ଟ କମିଟି । ଏ ନେଇ Central Drugs Standard Control Organisation ର ସବ୍ଜେକ୍ଟ ଏକ୍ସପର୍ଟ କମିଟି ବୈଠକ ବସିଥିଲା। ତେବେ କମିଟି ଏହି ୨ ଟିକାର ନିର୍ମାତା କଂପାନୀ ସିରମ୍ ଇନ୍ଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ତଥ୍ୟର ଅନୁଧ୍ୟାନ ପାଇଁ ଅଧିକ ସମୟ ଲୋଡ଼ିଥିବା ସୂଚନା ମିଳିଛି। ଆସନ୍ତାକାଲି ଅର୍ଥାତ୍ […]
ପୃଥିବୀ ଏବେ ଥଣ୍ଡାରେ ଥରୁଛି। ଯେମିତି ଫୃଥିବୀ ଉପରେ କେହି ବରଫ ଚାଦର ଘୋଡାଇ ଦେଇଛି। ହେଲେ ଏହି ଶୀତ, ଥଣ୍ଡା ଯେମିତି ହାର ମାନିଯାଇଛି ଏଇ ଯୁବକଙ୍କ ପାଖରେ। ଖାଲି ହାର ମାନିନି। ଯେମିତି ଥଣ୍ଡା ନିଜେ କମ୍ପି ଯାଉଛି ତାଙ୍କୁ ଦେଖି। କାରଣ ଏତେ ଥଣ୍ଡାରେ ବି ସେ ଖାଲି ପାଦରେ, ଖାଲି ଦେହରେ ବରଫ ଉପରେ ଦୌଡ଼ୁଛନ୍ତି। ଏହି ଆଇସମ୍ୟାନ ହେଉଛନ୍ତି ଫିନ୍ଲାଣ୍ଡର ବିମ ହାଫ। ବିମ୍ ହାଫ ଗତବର୍ଷ ଫିନ୍ଲାଣ୍ଡର ପୋଲାର […]
ମୁମ୍ବାଇ: ଏମିତି ଲାଗୁଛି ସତେ ଯେମିତି, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ସାରା ଦେଶ ପୁରା ନୀରବି ଯାଇଛି। ହଠାତ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଖୁବ କମ ଦିନ ଭିତରେ ଅଭିନୟ ଯାଦୁରେ ସେ ଦର୍ଶକଙ୍କ ମନ ଜିତି ପାରିଥିଲେ। ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ମାସ ହେବ […]
ସନା:ୟମନର ଦକ୍ଷିଣି ସହର ଅଦନ ଏୟାରପୋର୍ଟ (Aden Airport)ରେ ବୁଧବାର ବିଳମ୍ବିତ ରାତିରେ ବଡଧରଣର ବିସ୍ଫୋରଣ ଘଟିଛି। ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୬୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ନବଗଠିତ କ୍ୟାବିନେଟର ସଦସ୍ୟଙ୍କୁ ନେଇ ଆସୁଥିବା ଏକ ବିମାନ ଏଠାରେ ଓହ୍ଲାଇବାର କିଛି ସମୟ ପରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି […]