
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଗତକାଲି ରାତି ପ୍ରାୟ ୧୧ଟା ୪୬ ମିନିଟ୍ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ, ଏନସିଆର୍ ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିବା ସୂଚନା ମିଳିଛି । ଭୂମିକମ୍ପର ଉତ୍ପତ୍ତି ସ୍ଥଳ ହରିଆଣାର ଗୁରୁଗ୍ରାମଠାରୁ ୪୮ କିଲୋମିଟର୍ ଦୂରରେ ଥିଲା। ଭୂକମ୍ପ ହେବା କ୍ଷଣି ଲୋକେ ନିଜ ଘରୁ ବାହାରି ଆସିଥିଲେ। ବେଶ କିଛି ସମୟ ପାଇଁ ଦିଲ୍ଲୀ […]
ଲଣ୍ଡନ- ଇଂଲଣ୍ଡର ନଟିଙ୍ଗମଶାୟର (Nottinghamshire) ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଖାଲି ଆଶ୍ଚର୍ଯ୍ୟ ହେବେନି ବରଂ ମାନବିକତା ପରି ଏକ ଶବ୍ଦ ଉପରୁ ବିଶ୍ୱାସ ତୁଟିଯିବ । ଏଠାରେ ୧୯ ମାସର ଏକ ଶିଶୁକୁ ତା’ର ନିଶାଗ୍ରସ୍ତ ମା’ ଫୁଟନ୍ତା ପାଣିରେ ପକାଇ ଦେଇଛି । କୋକିନ ନିଶାରେ ପିଲାଟିକୁ ଖାଲି ଫୋପାଡ଼ି ଦେଇନି, ବରଂ ଏକ ଘଣ୍ଟା ପର୍ଯ୍ୟନ୍ତ ପିଲାଟିକୁ ସେମିତି କଷ୍ଟରେ ଛଟପଟ […]
ସୁରତ: ଛୋଟ, ହେଲେ ଦାନ ତାର କେତେ ମହାନ ସତେ ! ମରି ବି ହୋଇଗଲା ଅମର। ଖାଲି ଅମର ନୁହେଁ, ୭ ଜଣଙ୍କୁ ଦେଇଗଲା ନୂଆ ଜୀବନ । ସେ ଗୁଜରାଟ ସୁରତ ଜିଲ୍ଲାର ଏକ ଅଢେଇ ବର୍ଷର ଶିଶୁ। ନାଁ ତାର ୟଶ ଓଝା। ଏଇ ଅଢେଇ ବର୍ଷର ଶିଶୁ ନିଜ ଜୀବନ ବଦଳରେ ୭ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି। ଅଢେଇ ବର୍ଷର ଶିଶୁ ୟଶ। ଗୁଲୁଗୁଲୁ ସୁନ୍ଦର ଚେହେରାରେ ସମସ୍ତଙ୍କ […]
ୱାଶିଂଟନ: ନିର୍ବାଚନରେ ଆନୁଷ୍ଠାନିକ ଭାବେ ଜିତିବା ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୱିଲମିଙ୍ଗଟନ୍ କ୍ୱିନ ଭେନ୍ୟୁରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନଙ୍କୁ ମୁଁହତୋଡ ଜବାବ ଦେଇଛନ୍ତି । ଟ୍ରମ୍ପଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ତାଙ୍କର ଏହି ଅଭିଭାଷଣକୁ ସାରା ଆମେରିକାରେ ଲୋକମାନେ ଟେଲିଭିଜନ ଜରିଆରେ ଦେଖିଥିଲେ । ସେ କହିଥିଲେ, ଏହି ନିର୍ବାଚନ ହେଉଛି ଆମେରିକା ଲୋକଙ୍କ ପ୍ରକୃତ ଇଛାର […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ, ବ୍ରିଟେନ୍କୁ ପଛରେ ପକାଇ ଭାରତ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି। ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍ କରିଥିବାବେଳେ ବ୍ରାଜିଲ୍ରେ ୮ଲକ୍ଷ ପାର୍ ହୋଇଛି। ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ […]
ନୂଆଦିଲ୍ଲୀ: ଲଗାତାର ଷଷ୍ଠ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୫୭ ପଇସା ଓ ଡିଜେଲ ୫୯ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଘୋଷଣା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ୫୭ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୮୧ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୬ଟଙ୍କା ୪୮ପଇସା ଓ ୬୮ଟଙ୍କା ୭୦ପଇସା ରହିଛି। […]
ନୂଆଦିଲ୍ଲୀ: ଚୋରକୁ ଧରିବା ହେଉ କି, ଚୋରି ସାମଗ୍ରୀ ଠାବ କରିବା, ସବୁଠି କାମରେ ଆସେ ସନ୍ଧାନୀ କୁକୁର ରୁବି । ଏଥିପାଇଁ ରୁବିକୁ ସମ୍ମାନିତ କରିଛି ଛତିଶଗଡ଼ର ରାଇଗଡ଼ ପୋଲିସ । ପୋଲିସ କର୍ମଚାରୀଙ୍କୁ ପଛରେ ପକାଇ ରୁବିକୁ ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ଦିଆଯାଇଛି । ବଛା ବଛା ପୋଲିସ ଅଧିକାରୀଙ୍କୁ ପଛରେ ପକାଇ ଦେଲା ସନ୍ଧାନୀ କୁକୁର। ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ହାତେଇଲା ସନ୍ଧାନୀ କୁକୁର ରୁବି । ଛତିଶଗଡ ରାଇଗଡ […]
ନାରୀ ହୁଅନ୍ତୁ କି ପୁରୁଷ, କେଶ ହିଁ ସମସ୍ତଙ୍କ ସୌନ୍ଦର୍ଯ୍ୟର ଚାବିକାଠି। ଏ କଥାକୁ କେହି ଅସ୍ୱୀକାର କରିବେନି। ହେଲେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର କେଶ ଝଡ଼ିବା ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ବର୍ତ୍ତିବା ବଡ଼ ମୁସ୍କିଲ। କିନ୍ତୁ କିଛି ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକୁଳିବା ସମ୍ଭବ। କାରଣ ଏହି ସମସ୍ୟାଟି ଆମ ଦୈନନ୍ଦିନ ଖାଦ୍ୟ ପାନୀୟ ସହିତ ଜଡ଼ିତ। ପ୍ରଥମ ଉପାୟ କେଶକୁ ଟ୍ରିମିଂ କରି ଏକଦମ୍ ଛୋଟ ଛୋଟ କରିଦିଅନ୍ତୁ। […]
ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କର ଖୋଳତାଡ଼ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏନସିବି ସ୍କାନରରେ ଏବେ ଅଛନ୍ତି ଅଭିନେତା ଅର୍ଜୁନ ରାମପଲ । ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି NCB ମୁଖ୍ୟାଳୟରେ ହାଜର ହୋଇପାରନ୍ତି ଅର୍ଜୁନ ରାମପଲ । ଗତକାଲି ଏନସିବି ଅର୍ଜୁନ ରାମପଲଙ୍କୁ ପୁଣି ଥରେ ସମନ କରିଥିଲା । ଏଥିରେ ଆଜି ତାଙ୍କୁ ମୁମ୍ବାଇ ସ୍ଥିତ ଏନସିବି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । […]
ନୂଆଦିଲ୍ଲୀ: ଆଜି ବିଜୟ ଦିବସ। ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ। ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ସହ ଅପୂର୍ବ ବୀରତ୍ୱର ପ୍ରଦର୍ଶନ ଦେଖି ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା। ୧୯୭୧ ମସିହାରେ ହୋଇଥିବା ଏଇ ଭାରତ-ପାକ ଯୁଦ୍ଧରେ ପାକିସ୍ତାନ ସେନାମୁଖ୍ୟଙ୍କ ସହ ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଏଥିସହ ନୂତନ ରାଷ୍ଟ୍ରଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା। ୧୯୭୧ ଯୁଦ୍ଧର ସ୍ମାରକୀ ଭାବେ ଚଳିତବର୍ଷକୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ଭାବେ […]
ଔରଙ୍ଗାବାଦ: କିଛିଦିନ ତଳେ ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ନଜର ଆସିଥିଲା। ଏବେ ପୁଣି ଏମିତି କିଛି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଲୋନାର୍ ହ୍ରଦ ହଠାତ୍ ଗୋଲାପୀ ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ଦୃଶ୍ୟ ପ୍ରତ୍ୟେକ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁମ୍ବାଇ ଠାରୁ ପ୍ରାୟ ୫୦୦ କି.ମି. ଦୂରରେ ରହିଛି ବୁଲ୍ଧାନା ଜିଲ୍ଲାର ଲୋନାର୍ ହ୍ରଦ […]