• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

farmer
କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ ରାୟ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର:  ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ କୌଣସି ରାୟ ଦିଆଯିବ ନାହିଁ । ଏ ନେଇ ଉପଯୁକ୍ତ ନିଷ୍ପତ୍ତି ଓ ପଦକ୍ଷେପ ନେବା ଦିଲ୍ଲୀ ପୋଲିସର ଦାୟିତ୍ୱ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରତ ଚାଷୀଙ୍କ ସହ ସରକାରଙ୍କ ଆଲୋଚନା ବିଫଳ ହେବା ପରେ ଜାନୁଆରି ୨୬ରେ ଦିଲ୍ଲୀ ଭିତରେ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଚାଷୀଙ୍କ ଟ୍ରାକ୍ଟର ରାଲି ବନ୍ଦ କରିବା ଦାବିରେ […]

12
ଅଷ୍ଟ୍ରେଲିଆକୁ ହରାଇବା ପରେ ଟିମ୍‌ ଇଣ୍ଡିଆ ଉପରେ ବର୍ଷିଲା ଟଙ୍କା

ନୂଆଦିଲ୍ଲୀ: ବ୍ରିସ୍‌ବେନ୍‌ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍‌ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି ପୂଜାରା ୫୬ ରନର ଜବରଦସ୍ତ ପାଳି […]

netaji-jayanti
ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ଜୟନ୍ତୀ

ନୂଆଦିଲ୍ଲୀ: ଏଣିକି ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ଜୟନ୍ତୀ । ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପୂର୍ବରୁ କେନ୍ଦ୍ର ସରକାର ଏହି ବଡ଼ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣାକୁ ନେଇ […]

Wtsp
ଏମିତି ଷ୍ଟେଟସ୍ ଦେଇ ୟୁଜର୍ସଙ୍କୁ ତାଜୁବ କରିଦେଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ଷ୍ଟେଟସ୍। ଦେଖିବା ପରେ ତାଜୁବ ହୋଇଗଲେ ୟୁଜର୍ସ।  ଷ୍ଟେଟସ୍ ଦେଖିଲା ପରେ ୟୁଜର୍ସ ଏବେ ଆଶ୍ୱସ୍ତ। ପ୍ରଥମ ଥର ପାଇଁ ଷ୍ଟେଟସ ଲଗାଇ ଚର୍ଚ୍ଚାକୁ ଆସିଛି ହ୍ୱାଟ୍ସଆପ୍। କିଛି ଦିନ ହେଲା ନୂଆ ପ୍ରାଇଭେସି ପଲିସୀକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ ଷ୍ଟେଟସରେ ସଫେଇ ଦେଇ ୟୁଜର୍ସଙ୍କ ମନ ଜିଣିବା ଆରମ୍ଭ କରି ଦେଇଛି। ଲୋକଙ୍କ ନେଗେଟିଭ ପ୍ରତିକ୍ରିୟା ଦେଖି ବିଭିନ୍ନ ପ୍ଲାଟଫର୍ମରେ ହ୍ୱାଟ୍ସଆପ ଲଗାତାର ସଫେଇ ଦେଇ ଚାଲିଛି। ପ୍ରଥମେ ହ୍ୱାଟ୍ସଆପ୍ […]

biden
ଆସନ୍ତାକାଲି ଶପଥ ନେବେ ବାଇଡେନ୍, କିଏ କରିବ କ୍ଷମତା ହସ୍ତାନ୍ତର ?

ୱାଶିଂଟନ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍‌। ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ଲାଗି ଆମେରିକୀୟ ସଂସଦୀୟ ପରମ୍ପରା ଅନୁସାରେ ଚାଲିଛି ପ୍ରସ୍ତୁତି । ହ୍ୱାଇଟହାଉସ ଓ କ୍ୟାପିଟଲ ହିଲ୍ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ତେବେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍ ଶପଥ ଉତ୍ସବରେ ଯୋଗ ଦେଉନଥିବାରୁ, ଉପରାଷ୍ଟ୍ରପତି ମାଇକ୍ ପେନ୍ସ ହିଁ କ୍ଷମତା […]

feb
୮୨୩ ବର୍ଷ ପରେ ଏଥର ଆସୁଛି ବିଚିତ୍ର ଫେବୃଆରୀ

ନୂଆଦିଲ୍ଲୀ: ସବୁ ବର୍ଷ ପରି ଏଥର ମଧ୍ୟ ଆସି‍ବ ଫେବୃଆରୀ। ହେଲେ ଏହି ଫେବୃଆରୀ ସବୁ ଫେବୃଆରୀଟଠାରୁ ଟିକେ ନିଆରା ହୋଇ ଆସିବ । ଅନ୍ୟଭାଷାରେ କହିବାକୁ ଗଲେ, ଏଥର ଫେବୃଆରୀ ଏକ ବିଚିତ୍ର ଫେବୃଆରୀ। ୮୨୩ ବର୍ଷ ଭିତରେ ଯାହା ହୋଇ ନ ଥିଲ ଏଥର ତାହା ହୋଇଛି । ଏଥର ଫେବୃଆରୀରେ ସବୁବାର ପଡୁଛି ୪ ଥର। ଯାହାକି ପୂରା ନିଆରା। ଦୀର୍ଘବର୍ଷ ପରେ  ଆସିଛି ଏପରି ଯୋଗ। ୨୦୨୧ ଫେବୃଆରୀ କ୍ୟାଲେଣ୍ଡରରେ ଏମିତି […]

Vaccine
ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଆସିବ କୋଭିସିଲ୍ଡ । ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ୍ ଆସିବାର ଅଛି । ସୂଚନା ଅନୁସାରେ, ଏହି ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ। ସେପଟେ ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ।ଏହାର ତୃତୀୟ ଦିନରେ […]

SURAT-ACCIDENT
ରାତିରେ ଫୁଟ୍‌ପାଥରେ ଶୋଇଥିଲେ ଶ୍ରମିକ , ଚଢିଗଲା ଟ୍ରକ

ସୁରଟ: ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୪ ଶ୍ରମିକଙ୍କ ଜୀବନ। ସୁରଟର ପଲୋଡ଼ ଗ୍ରାମ ନିକଟ କିମ୍‌ ମାଣ୍ଡବୀ ରୋଡ଼ ଫୁଟପାଥରେ ସୋମବାର ବିଳମ୍ବିତ ରାତିରେ ଶୋଇଥିଲେ ୧୮ ଜଣ ଶ୍ରମିକ। ଏକ ଟ୍ରକ ଦ୍ରୁତ ଗତିରେ ଆସି ଏହି ଶ୍ରମିକଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପରେ ଆଉ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ଥିବା ମଧ୍ୟ ଜଣାପଡିଛି […]

sonuuu-sixteen_nine
ରିଲିଜ ହେଲା ସୋନୁ ସୁଦଙ୍କ ଲାଟେଷ୍ଟ ସଙ୍ଗ୍ ’ପାଗଲ ନେହିଁ ହୋନା’, ଭାଇରାଲ୍ ହେଉଛି ଭିଡ଼ିଓ

ମୁମ୍ବାଇ: ଦେଶର କୋଣ ଅନୁକୋଣରେ ଏକ ପରିଚିତ ନାମ ସୋନୁ ସୁଦ୍‌ । ଗତ କିଛି ଦିନ ହେବ ଅସହାୟ ଏବଂ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସୋନୁ ସୁଦ୍‌ ସହାୟତାର ହାତ ବଢାଇ ସମସ୍ତଙ୍କ ହୃଦୟରେ ନିଜ ସ୍ଥାନ ସୁରକ୍ଷିତ ରଖି ପାରିଛନ୍ତି। ରିଲ୍‌ରେ ଭିଲିଆନ ରୋଲରେ ଦେଖିବାକୁ ମିଳୁଥିବା ସୋନୁଙ୍କୁ ଏବେ ରିୟଲ ହିରୋ ଭୂମିକାରେ ଦେଖୁଛନ୍ତି ଲୋକେ। ଗତ କିଛି ଦିନ ହେବ ସୋନୁଙ୍କ ଫ୍ୟାନ ବଢି ଯାଇଛନ୍ତି। ଯାହା ବି ହେଉ, ବ୍ୟକ୍ତିଗତ […]

vacn
କରୋନା ଟିକାକୁ ନେଇ ଖୁସି ଖବର ଦେଲେ ମୋଦି, କହିଲେ-୨ୟ ଡୋଜ୍‌ ନେବା ପରେ...

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ଆଜି ଆରମ୍ଭ ହୋଇଛି ଟିକାକରଣ। ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହାଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଉଦ୍‌ଘାଟନ କରିଛନ୍ତି। ଟିକାକରଣର ଆଜି ପ୍ରଥମ ଦିନରେ ଦେଶରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ-୧୯ ଟିକା ପ୍ରଦାନ କରାଯାଇଛି। ସାରା ଦେଶରେ ୩୦୦୬ ଟିକାକରଣ କେନ୍ଦ୍ରରେ ଏହି ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣଙ୍କୁ  ଟିକା ପ୍ରଦାନ […]

Er1E6nRVcAIBaix
କରୋନା ବିରୋଧରେ ଭାକ୍ସିନ ଯୁଦ୍ଧ; ଟିକାକରଣ ମହାଭିଯାନ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ମହାଭିଯାନର  ଶୁଭାରମ୍ଭ ଆଜି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ୧୦.୩୦ ମିନିଟ୍‌ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି, କରୋନା ଭାକ୍ସିନର ୨ ଡୋଜ ପ୍ରତ୍ୟେକ ନାଗରିକ ନେବା ନିହାତି  ଜରୁରୀ। ଗୋଟିଏ ଡୋଜ ନେବାର ଗୋଟିଏ […]

Sena-diwas
କିଏ ଥିଲେ ସ୍ୱାଧୀନ ଭାରତର ପ୍ରଥମ ସେନାମୁଖ୍ୟ

ନୂଆଦିଲ୍ଲୀ: ସାରା ଦେଶରେ ଗତକାଲି ପାଳିତ ହୋଇଯାଇଛି ଭାରତୀୟ ସେନା ଦିବସ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ଦିନ । ବୀର ଯବାନଙ୍କ ପାଇଁ ବନ୍ଦନା କରିବାର ଦିନ।  ପରିସ୍ଥିତି ଯାହା ବି ହେଉ ନା କାହିଁକି, ଭାରତୀୟ ସେନା ସବୁଠି, ସବୁ ପରିସ୍ଥିତିରେ ଲଢେଇ କରିଛି ଓ ବିଜୟ ହାସଲ କରି ତ୍ରିରଙ୍ଗା ପତାକା ଉଡାଇଛି । ଆପଣ ଜାଣନ୍ତି କି କାହିଁକି ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ […]

Shaid-Jaban
ଗୁଳି ସରିଗଲା, କେବଳ ଛୁରୀ ସାହାଯ୍ୟରେ ଚୀନ ସେନାକୁ ଏମିତି ଶିକ୍ଷା ଦେଇଥିଲେ ଭାରତୀୟ ସେନା

ନୂଆଦିଲ୍ଲୀ: ନାଥୁଲା ପାସ୍‌ (Nathula Pass)ରେ ଚୀନ ସହ ହୋଇଥିବା ଯୁଦ୍ଧରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଯୁଦ୍ଧରେ ଚୀନକୁ ଏମିତି ଏକ ଶିକ୍ଷା ମିଳିଥିଲା, ଯାହା ପରଠାରୁ ଚୀନ ଦୀର୍ଘ ୫୨ ବର୍ଷ ମଧ୍ୟରେ କେବେ ବି ଗୁଳି ଚଳାଇବାକୁ ସାହସ ଯୋଗାଡ଼ କରିପାରିନି। ଗୁଳି ସରିଯିବା ପରେ ବି ଭାରତୀୟ ଯବାନମାନେ ଚୀନ ସେନାଙ୍କୁ ଆରପାର କରି ଦେଇଥିଲେ। ଆର୍ମି ଏହି ବିଜୟ ସଫଳତାକୁ କେବେ ବି ଭୁଲି ପାରିବ ନାହିଁ। […]

army-captaion
୫ ଦିନ ହେଲା ରେଜେଇ ତଳେ ପଡ଼ିଛି ସେନା ଅଧିକାରୀଙ୍କ ଶବ, ପୁଅ କହୁଛି...

ଯମୁନାନଗର:‘ ବାପା ଶୋଇଛନ୍ତି। ଖାଇବା ବେଳକୁ ଉଠିବେ…’ ଏକ ମୃତ ଗଳିତ ଦେହକୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ପୁଅର ଏପରି କଥା ଶୁଣି ଭାବୁକ ହୋଇ ଯାଇଥିଲେ। ଗୋଟିଏ ମୁହୂର୍ତ୍ତ ପାଇଁ ସେମାନଙ୍କ ଖାକି ଦୃହୟ ସହାନୁଭୂତିରେ ଭିଜି ଯାଇଥିଲା। ହରିଆଣାର ଯମୁନାନଗର ଜିଲ୍ଲାର ସେକ୍ଟର ୧୭ରେ ରିଟା ରୁହନ୍ତି ଜଣେ ୮୦ ବଷୟ ବୟସ୍କ ଅବସରପ୍ରାପ୍ତ ଆର୍ମି କ୍ୟାପ୍‌ଟେନ।  ପାଖରେ ରହୁଥିଲେ ଏକମାତ୍ର ପୁତ୍ର।  ବାର୍ଦ୍ଧ୍ୟକରେ ବାପା ପୁଅର ଆଶ୍ରାରେ ବଞ୍ଚିବା କଥା। ହେଲେ […]

army
ସ୍ୱଦେଶୀ ଅସ୍ତ୍ରରେ ଭାରତର ଶକ୍ତି ବଢାଇବ ସେନା

ନୂଆଦିଲ୍ଲୀ:  ଭାରତୀୟ ସେନାର ବଳ ବଢ଼ାଇବ ମେସିନ୍ ପିସ୍ତଲ। ଶହେ ମିଟର ଦୂରରୁ ଶତ୍ରୁପକ୍ଷକୁ କରିହେବ ଟାର୍ଗେଟ୍। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମ ଥର ପାଇଁ ଏଭଳି ଏକ ଅତ୍ୟାଧୁନିକ ମେସିନ୍ ପିସ୍ତଲ ନିର୍ମାଣ କରାଯାଇଛି । ଭାରତୀୟ ସ୍ଥଳସେନା ସହାୟତାରେ ଡିଆରଡିଓ ପକ୍ଷରୁ ଏହା ନିର୍ମାଣ କରାଯାଇଛି । ଖାଲି ମସିନ୍ ପିସ୍ତଲ ନୁହେଁ, ଅତ୍ୟାଧୁନିକ ଡ୍ରୋନ୍, ମାଇକ୍ରୋ କପ୍ଟର ଓ ଏକ୍ସପ୍ଲୋଡର ଭଳି ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ମସିନ୍ ନିର୍ମାଣ କରାଯାଇଛି ସ୍ୱଦେଶୀ ଜ୍ଞାନ […]