• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

police
‘ଏହା ମୋ କର୍ମର ଫଳ..’ ଏମିତି ସୁଇସାଇଡ୍‌ ନୋଟ ଲେଖି ଝୁଲି ପଡ଼ିଲେ ମହିଳା ପୋଲିସ ଅଫିସର

ବୁଲନ୍ଦସର: ୟୁପିର ବୁଲନ୍ଦସରରେ ନୂଆବର୍ଷ ପୂର୍ବଦିନ ଜଣେ ମହିଳା ପୋଲିସ ଅଫିସର ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ସବ୍‌ ଇନ୍ସପେକ୍ଟରଙ୍କ ପାଖରେ ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି। ଏହି ନୋଟରେ ମହିଳା ପୋଲିସ ଅଫିସର ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାସ୍ଥଳର ଫଟୋଗ୍ରାଫି ନେଇଛି। ଫୋରେନ୍ସିକ ଟିମ ପହଞ୍ଚି ନମୂନା ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ଅନୁପସର ଥାନାର ମହିଳା ପୋଲିସ ସବ୍‌ […]

sushant 11
ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସେ କାହିଁକି ଆତ୍ମହତ୍ୟା କଲେ ଯଦିଓ ଏହା ଜଣାପଡ଼ିନାହିଁ, ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ ହେଉଥିବା, ପାରିବାରିକବାଦ ଚାଲିଥିବା ନେଇ ଏବେ ସାମ୍ନାକୁ ଆସିଛି। ଏପରିକି ଇଣ୍ଡଷ୍ଟ୍ରିରେ ଯେଉଁମାନଙ୍କ ପାଖରେ ଟ୍ୟାଲେଣ୍ଟ୍‌ ଅଛି, ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଉନାହିଁ। ବରଂ ଏଠି ପାରିବାରିକବାଦ ଚାଲିଛି ବୋଲି […]

east
ଦିନେ ଭାରତକୁ ଶାସନ କରୁଥିଲା, ଆଜି ଭାରତୀୟଙ୍କ ହାତରେ ଇଷ୍ଟ ଇଣ୍ଡିଆ କମ୍ପାନୀ...

ନୂଆଦିଲ୍ଲୀ: ଡିସେମ୍ବର ୩୧ ସେଇ ତାରିଖ,  ୪୨୦ ବର୍ଷ ତଳେ ଠିକ୍‌ ଏଇ ଦିନରେ ଗଠିତ ହୋଇଥିଲା ଐତିହାସିକ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀ ଭାରତ ପାଇଁ ଏଥିପାଇଁ ସ୍ମରଣୀୟ ଯେ, ଏହା ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କଲା। ହେଲେ ଏବେ ବଦଳି ଯାଇଛି ସମୟ।  ଏବେ ଏହି କମ୍ପାନୀ ଶାସନ ଦାୟିତ୍ୱ ଜଣେ ଭାରତୀୟଙ୍କ ହାତରେ। ଏହା ଏକ ଐତିହାସିକ ଘଟଣା ବୋଲି ଏଥିପାଇଁ କୁହାଯାଉଛି ଯେ ଯେଉଁ କମ୍ପାନୀ […]

delhi
ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଦେଶର ରାଜଧାନୀରେ ଆଜି ତାପମାତ୍ରା ରହିଛି ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା  ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା। ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ […]

2014
ଏହି ଦେଶରେ ଚାଲିଛି ୨୦୧୪ ମସିହା, ବର୍ଷକରେ ପଡ଼େ ୧୩ ମାସ

ନୂଆଦିଲ୍ଲୀ: ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦। ଅନେକ ଆଶା, ସମ୍ଭାବନାକୁ ନେଇ ଆସିଛି ୨୦୨୧। ନିରାଡମ୍ବର ହେଲେ ବି ଆଗ୍ରହ ଓ ଉଚ୍ଛାହର ସହ ସମସ୍ତା ସ୍ୱାଗତ କରିଛନ୍ତି ୨୦୨୧କୁ । ହେଲେ ଆପଣ ଜାଣିଛନ୍ତି, ଏମିତି ଏକ ଦେଶ ଅଛି ଯାହା ୭ ବର୍ଷ ପଛରେ ଚାଲିଛି। ଅର୍ଥାତ୍‌ ଏହି ଦେଶରେ ଏବେ ବି ୨୦୧୪ ଚାଲିଛି। ଆଫ୍ରିକାର ଇଥିଓପିୟା କ୍ୟାଲେଣ୍ଡର ପୃଥିବୀର ଅନ୍ୟ କ୍ୟାଲଣ୍ଡରଠାରୁ ୭ ରୁ ୮ ବର୍ଷ ପଛରେ ଚାଲିଛି। […]

ସୀମାରେ ଭାରତର ଭିତ୍ତିଭୂମିକୁ ଡରୁଛି କି ଚୀନ୍‌ ?

ନୂଆଦିଲ୍ଲୀ: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ପୂର୍ବ ଲଦାଖ ସୀମା ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ଗତ ୬ ତାରିଖରେ କମାଣ୍ଡର ସ୍ତରରେ ବୈଠକ ହୋଇଥିଲା। ଏଥିରେ ଉତ୍ତେଜନା ହ୍ରାସ ନେଇ ଏକ ପ୍ରକାର ସହମତି ହୋଇଥିଲା। ଶୀର୍ଷ ସ୍ତରରେ […]

fizer
ଫାଇଜର ଭାକ୍ସିନକୁ ମିଳିଲା WHOର ଅନୁମତି

ନୂଆଦିଲ୍ଲୀ: ଫାଇଜର-ବାୟୋଟେକ୍‌ ପ୍ରସ୍ତୁତ ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ମିଳିଛି । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମତି ମିଳିଛି। ଫାଇଜର ଟିକାର ମାନ, ନିରାପତ୍ତା ଓ କେତେ ମାତ୍ରାରେ ଫଳପ୍ରଦ ହେବ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ WHO ପକ୍ଷରୁ ଏପରି ଘୋଷଣା କରାଯାଇଛି । ତେବେ ଫାଇଜର ଟିକାକୁ ରଖିବା ପାଇଁ ମାଇନସ ୬୦ରୁ ୯୦ ଡିଗ୍ରୀ ମଧ୍ୟରେ […]

sushant
ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ୫ ବର୍ଷର ଭଣଜା କହିଲେ ଏମିତି କଥା, ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ

ମୁମ୍ବାଇ: ନିଜ ଟ୍ୟାଲେଣ୍ଟ୍‌ ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମାଇଥିବା ବଲିଉଡ୍‌ ‌ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ ପୂରା ସ୍ତବ୍ଧ ହୋଇଯାଇଛି। ଫ୍ୟାନ୍ସଠୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ସମସ୍ତେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଅତି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ କେହି କେବେ ଭାବି ନ ଥିଲେ ଯେ, ସେ ଏଭଳି ଚରମ ପଦକ୍ଷେପ ନେବେ। ଯାହା ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ତାଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ସହ […]

keral
କରୋନା ପରେ କେରଳରେ ‘ଶିଗେଲା’ ଭୟ; ୧୧ ବର୍ଷ ବାଳକର ମୃତ୍ୟୁ

ଥିରୁଅନନ୍ତପୁମ୍‌: କରୋନା ଭାଇରସର ଭୟ ଦୂର ହୋଇ ନାହିଁ, ପୁଣି କେରଳରେ ଦେଖା ଦେଇଛି ଶିଗେଲା ପରି ସଂକମଣ ରୋଗ। ରାଜ୍ୟର ଏର୍ଣ୍ଣାକୁଲାର ଅଞ୍ଚଳରେ ଏହି ରୋଗର ଏକ ନମୂନା ଦେଖିବାକୁ ମିଳିଛି। ବୁଧବାର ଜଣେ ୫୬ ବର୍ଷର ମହିଳାଙ୍କ ଶରୀରରେ ଏହି଼ ରୋଗ ଠାବ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଏଠାରେ ଭୟର ବାତାବରଣ ଦେଖା ଦେଇଛି। ମହିଳା ଜଣକ ଜ୍ୱରରେ ପୀଡିତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠି କହି ରଖିବୁ, […]

corona covasild
ନୂଆବର୍ଷରେ ହେବ ଟିକା ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର  ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରସଙ୍ଗରେ ଅଧିକ ସମୟ ଲୋଡ଼ିଲେ ଏକ୍ସପର୍ଟ କମିଟି । ଏ ନେଇ  Central Drugs Standard Control Organisation ର ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ବୈଠକ ବସିଥିଲା।  ତେବେ କମିଟି ଏହି ୨ ଟିକାର ନିର୍ମାତା କଂପାନୀ ସିରମ୍ ଇନ୍‌ଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ତଥ୍ୟର ଅନୁଧ୍ୟାନ ପାଇଁ ଅଧିକ ସମୟ ଲୋଡ଼ିଥିବା ସୂଚନା ମିଳିଛି। ଆସନ୍ତାକାଲି ଅର୍ଥାତ୍ […]

iceman
-୩୫ ଡିଗ୍ରୀ ତାପମାତ୍ରାରେ ଖୋଲା ଦେହରେ ବରଫ ଉପରେ ଚାଲିଲେ

ପୃଥିବୀ ଏବେ ଥଣ୍ଡାରେ ଥରୁଛି। ଯେମିତି ଫୃଥିବୀ ଉପରେ କେହି ବରଫ ଚାଦର ଘୋଡାଇ ଦେଇଛି। ହେଲେ ଏହି ଶୀତ, ଥଣ୍ଡା ଯେମିତି ହାର ମାନିଯାଇଛି ଏଇ ଯୁବକଙ୍କ ପାଖରେ। ଖାଲି ହାର ମାନିନି। ଯେମିତି ଥଣ୍ଡା ନିଜେ କମ୍ପି ଯାଉଛି ତାଙ୍କୁ ଦେଖି। କାରଣ ଏତେ ଥଣ୍ଡାରେ ବି  ସେ ଖାଲି ପାଦରେ, ଖାଲି ଦେହରେ ବରଫ ଉପରେ ଦୌଡ଼ୁଛନ୍ତି। ଏହି ଆଇସମ୍ୟାନ ହେଉଛନ୍ତି ଫିନ୍‌ଲାଣ୍ଡର ବିମ ହାଫ। ବିମ୍‌ ହାଫ ଗତବର୍ଷ ଫିନ୍‌ଲାଣ୍ଡର ପୋଲାର […]

sushant 1
ଅଧୁରା ରହିଗଲା ସୁଶାନ୍ତଙ୍କ ଏହି ସବୁ ସ୍ୱପ୍ନ....

ମୁମ୍ବାଇ: ଏମିତି ଲାଗୁଛି ସତେ ଯେମିତି, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା  ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ସାରା ଦେଶ ପୁରା ନୀରବି ଯାଇଛି। ହଠାତ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଖୁବ କମ ଦିନ ଭିତରେ ଅଭିନୟ ଯାଦୁରେ ସେ ଦର୍ଶକଙ୍କ ମନ ଜିତି ପାରିଥିଲେ।  ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ମାସ ହେବ […]

blast
ବିମାନ ବନ୍ଦରରେ ବିସ୍ଫୋରଣ: ୨୬ ମୃତ, ୬୦ରୁ ଅଧିକ ଗୁରୁତର

ସନା:ୟମନର ଦକ୍ଷିଣି ସହର ଅଦନ ଏୟାରପୋର୍ଟ (Aden Airport)ରେ ବୁଧବାର ବିଳମ୍ବିତ ରାତିରେ ବଡଧରଣର ବିସ୍ଫୋରଣ ଘଟିଛି। ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ,  ଏହି ବିସ୍ଫୋରଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୬୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।  ନବଗଠିତ କ୍ୟାବିନେଟର ସଦସ୍ୟଙ୍କୁ ନେଇ ଆସୁଥିବା ଏକ ବିମାନ ଏଠାରେ ଓହ୍ଲାଇବାର କିଛି ସମୟ ପରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି […]

sushant
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍‌ବିଦା କହି ଚାଲିଯାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଳାକାର। ପ୍ରଥମେ ଇର୍‌ଫାନ, ପରେ ଋଶି କପୁର, ସଚିନ କୁମାର,ସାଇ ଗୁଣ୍ଡେରା, ଗୀତିକାର ଯୋଗେଶ୍‌ ଗୌର, ୱାଜିଦ୍‌ ଖାନ୍‌, ରବି ଚୋପ୍ରା(ରତନ)ଙ୍କ ଦେହାନ୍ତ ବଲିଉଡ୍‌ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ପୁଣି ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ […]

married
ବାହାନା ଦେଖାଇ ଗାଡ଼ିରୁ ଓହ୍ଲାଇଲେ ନବବଧୂ, ଆଉ ତା’ପରେ କଲେ ଏମିତି କିଛି...

ଜୟପୁର: ବିବାହ ପରେ ସ୍ୱାମୀଙ୍କ ସହ ଶାଶୁ ଘର ଯାଉଥିବାବେଳେ, ହଠାତ୍‌ ଗାଡ଼ିରୁ ଓହ୍ଲାଇ କେହି କିଛି ବୁଝିବା ଆଗରୁ ଜଣେ ନବବଧୂ ଏକ ଚରମ ପଦକ୍ଷେପ ନେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦୁଃଖ ମଧ୍ୟ ଆଣି ଦେଇଛି। ଶାଶୁ ଘରକୁ ଯିବା ବାଟରେ ନବବଧୂ ଜଣକ ବାହାନା ଦେଖାଇ ଗାଡ଼ିରୁ ଓହ୍ଲାଇଥିଲେ ଓ ଏହାପରେ ନଦୀକୁ ଡେଇଁ ପଡ଼ିଲେ। ରାଜସ୍ଥାନର ସୱାଇ ମାଧୋପୁରରେ ଏଭଳି କିଛି ଘଟଣା ଘଟିଛି।  ସୂଚନା ଅନୁସାରେ, ସୱାଇ […]

1111111
ବ୍ରିଟେନ୍‌ରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନିକାର କରୋନା ଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି।  ଫାଇଜର୍ ପରେ ଦ୍ୱିତୀୟ ଭାକ୍ସିନ ଭାବେ କୋଭିସିଲ୍ଡକୁ ବ୍ରିଟେନ୍‌  ଅନୁମତି ଦେଇଛି।  ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢୁଥିବାବେଳେ ଅକ୍ସଫୋଡ୍ ଆଷ୍ଟ୍ରାଜେନିକାକୁ ବିଧିବଦ୍ଧ ଭାବେ ଅନୁମତି ଦେଇଛନ୍ତି ବ୍ରିଟେନ୍ ସରକାର। ଫାଇଜର୍ ଭଳି କୋଭିସିଲ୍ଡକୁ ଏଣିକି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯିବ। ତେବେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଏହା ଦେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି।  […]