ନୂଆଦିଲ୍ଲୀ:ଭାରତରେ କୋଭିଡ ସ୍ଥିତି ଦିନକୁ ଦିନ ବିଗୁଡୁଛି। ହେଲେ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଚେଷ୍ଟା ଚଲାଇଛନ୍ତି। ଟିକାର ଅଭାବ ଯୋଗୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ନେଇ ରାଜ୍ୟରେ ସଙ୍କଟ ଦେଖା ଦେଲାଣି। ଏପରି ସ୍ଥିତିରେ ଆଶ୍ୱାସନର ଖବର ଆସିଛି। ମେ’ ପହିଲାରେ ଭାରତକୁ ମିଳିବ ସ୍ପୁଟନିକ୍ -ଭି ଟିକା। ଋ଼ଷିଆ ତାର ନିଜସ୍ୱ ଭାକ୍ସିନ ସ୍ପୁଟନିକ ଭି ପ୍ରଥମ ଫେଜ୍ ଭ୍ୟାକସିନ୍ ଭାରତକୁ ଯୋଗାଇ ଦେବ । ଋ଼ଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ […]
ନୂଆଦିଲ୍ଲୀ: ଶେଷରେ କଠୋର ହେଲେ ନିର୍ବାଚନ କମିଶନ। କରୋନାର ଭୟଙ୍କର ସ୍ଥିତିକୁ ଦେଖି କଡ଼ା ନିିର୍ଦ୍ଦେଶ ଜାରି କରିଛନ୍ତି । ନିର୍ବାଚନ କମିଶନ କହିଛନ୍ତି, ମେ’ ୨ ଭୋଟ ଗଣତି ପରେ କେହି ବିଜୟ ଶୋଭାଯାତ୍ରା କରି ପାରିବେ ନାହିଁ । କୋଭିଡର ଦ୍ରୁତ ସଂକ୍ରମଣକୁ ଦେଖି ଏହି ନିର୍ଦ୍ଦେଶ ଦିଆଯାଇଛି । ମେ’ ୨ ତାରିଖରେ ୫ ବିଧାନସଭା ନିର୍ବାଚନର ଗଣତି ହେବ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରି ବିଧାନସଭାରେ ନିର୍ବାଚନ […]
ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ । ଦିନକୁ ଦିନ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଦିନକରେ ୨୭୭୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡୁଛି କରୋନା । ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗୋଟିଏ ଦିନରେ ୨୮୧୨ ଜୀବନ ନେଇଛି ଏହି ମହାମାରୀ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଥିବା ବେଲେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ […]
ନୂଆଦିଲ୍ଲୀ: ଭାରତରେ ବଢି ଚାଲିଛି କରୋନା ପ୍ରକୋପ। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ଏପରି ପରିସ୍ଥିତିରେ ଅକ୍ସିଜେନ୍ର ଅଭାବ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ଅକ୍ସିଜେନ ଅଭାବରୁ ଭାରତରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଭାରତର ଏପରି ବିପତ୍ତି ସମୟରେ ଆମେରିକା ସହାୟତାର ହାତ ବଢାଇଥିବାବେଳେ ବ୍ରିଟେନ ବି ସାହାଯ୍ୟ କରିବାକୁ ଆଗେଇ ଆସିଛି। କରୋନା ମୁକାବିଲା ଲାଗି ଭାରତକୁ ସହାୟତା ବଢ଼ାଇଛି ବ୍ରିଟେନ। ଗତକାଲି ବ୍ରିଟେନ ଭେଣ୍ଟିଲେଟର, ଅକ୍ସିଜେନ୍ କନସେନଟ୍ରେଟର ସମେତ […]
ନୂଆଦିଲ୍ଲୀ: ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମେ’ ୧ ତାରିଖରୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ତେଣୁ ଦେଶରେ ପର୍ଯ୍ୟାନ୍ତ ପରିମାଣର ଟିକାର ଆବଶ୍ୟକ ରହିଛି। ଅନ୍ୟପକ୍ଷେ ପର୍ଯ୍ୟାପ୍ତ ଟିକା ନ ଥିବାରୁ ଅନେକ ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷେ ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି। ଏପରି ସ୍ଥିତିରେ ଭାରତକୁ ସହୟତାର ହାତ ବଢାଇଛି ଆମେରିକା। ବିପତ୍ତି ସମୟରେ ଭାରତକୁ ସାହାଯ୍ୟ କରି ଋଣ […]
ମୁମ୍ବାଇ: ଦୁର୍ନୀତି ଅଭିଯୋଗରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗକୁ ନେଇ ମାମଲା ରୁଜୁ କରିଛି ସିବିଆଇ। ଦେଶମୁଖଙ୍କ ସହିତ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଏଫ୍ଆଇଆର ରୁଜୁ କରିଛି ସିବିଆଇ। ଏହାପରେ ତାଙ୍କର ଘର ସମେତ କିଛି ସ୍ଥାନରେ ରେଡ୍ ଚାଲିଛି । ପରମବୀର ସିଂ, ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଓ ବଟି […]
ଭୁବନେଶ୍ୱର: ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍ ଭି ରମନା। ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କଠାରୁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନର ଅଶୋକା ହଲ୍ରେ ନିର୍ଦ୍ଦିଷ୍ଟ ଅତିଥିଙ୍କୁ ନେଇ ଆଜି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କୋଭିଡ୍ କଟକଣା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ସୁପ୍ରିମକୋର୍ଟର ବିଚାରପତି ଉପସ୍ଥିତ ଥିଲେ। ଜଷ୍ଟିସ୍ ଏନ୍ଭି ରମନା […]