• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

cji
ଦେଶର ୪୮ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଏନ୍‌ ଭି ରମନା

ଭୁବନେଶ୍ୱର: ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍‌ ଭି ରମନା।  ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କଠାରୁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି  । ରାଷ୍ଟ୍ରପତି ଭବନର ଅଶୋକା ହଲ୍‌ରେ ନିର୍ଦ୍ଦିଷ୍ଟ ଅତିଥିଙ୍କୁ ନେଇ ଆଜି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କୋଭିଡ୍ କଟକଣା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ସୁପ୍ରିମକୋର୍ଟର ବିଚାରପତି ଉପସ୍ଥିତ ଥିଲେ। ଜଷ୍ଟିସ୍ ଏନ୍‌ଭି ରମନା […]

covid-19
ଭାରତରେ କରୋନା: ତୃତୀୟ ଦିନରେ ବି ୩ ଲକ୍ଷ ପାର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଆଶାତୀତ ଭାବେ ବୃଦ୍ଧି ପାଉଛି। ପ୍ରତ୍ୟେକ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ମାଡୁଛି। ଅବସ୍ଥା ଏତେ ଖରାପ ହଇଛି ଯେ, ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସ୍ଥାନ ନାହିଁ। ଡାକ୍ତରଖାନା ବାହାରେ ରୋଗୀ ଶେଷ ନିଃଶ୍ୱାସ ଛାଡ଼ୁଛନ୍ତ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଆଜିର ନୂଆ ସଂକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ହୋଇଛି। ଗତ ୨୪ […]

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଲେ ୮ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଲେ ୮ ଆକ୍ରାନ୍ତମଗ

radhe
ଦମଦାର ଆକ୍ସନ ନେଇ ‘ରାଧେ’ରେ ଆସିବେ ସଲମାନ

ମୁମ୍ବାଇ:  ସିଲଭର ସ୍କ୍ରିନ୍‌ରେ ପୁଣିଥରେ ଦେଖିବାକୁ ମିଳିବ ସଲମାନଙ୍କ ଦମଦାର ଆକ୍ସନ । ରିଲିଜ୍ ହୋଇଛି ସଲମାନ ଖାନ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ର ଟ୍ରେଲର୍। ଫିଲ୍ମରେ ଜଣେ ଅଣ୍ଡର କପ୍ ଭୂମିକାରେ ନଜର ଆସିବେ ସଲମାନ। ଦମଦାର ଆକ୍ସନ ସହ ରୋମାନ୍ସରେ ଭରପୁର ରହିଛି ଏହି ଫିଲ୍ମ। ଇଦ୍ ଅବସରରେ ଅର୍ଥାତ୍‌ ମେ’ ୧୩ରେ ରିଲିଜ୍ ହେବ ଫିଲ୍ମ ‘ରାଧେ’। ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ Radhe: Your Most Wanted Bhaiରେ […]

covid
ଦେଶରେ ଅଣାୟତ୍ତ କରୋନା; ଦିନକରେ ଆକ୍ରାନ୍ତ ହେଲେ ୩.୩୨ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବଢ଼ିବାରେ ଲାଗିଛି। ଗତକାଲି ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ହୋଇଥିବାବେଳେ ୨୧୦୪ ଜଣ ପ୍ରାଣ ନେଇଥିଲା କରୋନା। ହେଲେ ଆଜି ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଦିନକରେ ୨୨୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି […]

music director shravan
କରୋନାରେ ଆଖି ବୁଜିଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ

ମୁମ୍ବାଇ: କରୋନାରେ ପ୍ରାଣ ହରାଇଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । କୋଭିଡ୍ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗୁରୁବାର ବିଳମ୍ବିତ ରାତିରେ ସେ କରୋନା ଯୁଦ୍ଧରେ ହାରିଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ପୁରା ନାଁ ଶ୍ରବଣ ରାଥୋଡ୍ । ୯୦ ଦଶକରେ ବଲିଉଡ଼ର ଚର୍ଚ୍ଚିତ ସଙ୍ଗୀତ ନିର୍ଦେଶକ ଯୋଡି ଥିଲେ ନଦୀମ-ଶ୍ରବଣ। ଉଭୟେ ଦର୍ଶକଙ୍କୁ ଅନେକ ସୁପରହିଟ୍ […]

marc
ମଙ୍ଗଳରେ ମିଳିବ ଅମ୍ଳଜାନ

ନୂଆଦିଲ୍ଲୀ: ମଙ୍ଗଳରେ ଗଢି ଉଠିବ କି ଜୀବଜଗତ ! ଏହାକୁ ନେଇ ଦିନକୁ ଦିନ ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି। କାରଣ ଏକଦା ମଙ୍ଗଳଗ୍ରହରେ ହ୍ରଦ ଓ ସମୁଦ୍ର ଥିବାର ପ୍ରମାଣ ପାଇଥିଲେ ବୈଜ୍ଞାନିକମାନେ। ଯଦିଓ ଏହି ଜଳ ଲୋହିତ ଗ୍ରହରେ ଏବେ ନିଖୋଜ ହୋଇ ଯାଇଛି, ତେବେ ଗବେଷକମାନେ ଏହାକୁ ଖୋଜିବାର  ଚେଷ୍ଟା ଅବ୍ୟାହତ ରଖିଛନ୍ତି। ପାଣି ପରେ ଏବେ ମଙ୍ଗଳ ଗ୍ରହରେ ମିଳିଛି ଅମ୍ଳଜାନ। ତାହା ପୁଣି ଶ୍ୱାସଯୋଗ୍ୟ । ଏପରି ଅମ୍ଳଜାନ ତିଆରି […]