କଟକ:କଟକରେ କରୋନା କାୟା ବିସ୍ତାର କରି ଚାଲିଛି। ଆଜି ଦିନକରେ କଟକରୁ ୫୭୦ ପଜିଟିଭ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ କଟକ ସହରରେ ସାନି କଟକଣା ଲାଗୁ କରାଯାଉଛି । ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା। କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ […]
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ଭାବେ ବଢ଼ି ଚାଲିଛି କରୋନା ଦୈନିକ ସଂକ୍ରମଣ। ଦୈନିକ ମୃତ୍ୟୁ ଟ୍ରେଣ୍ଡ ସମସ୍ତ ରେକର୍ଡ ଭାଙ୍ଗିଛି।ଆଜି ଦିନକରେ ଦେଶରେ ସର୍ବାଧିକ୩ ଲକ୍ଷ ୮୬ ହଜାର ୪୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ସର୍ବାଧିକ ୩ ହଜାର ୪୯୮ ଜଣଙ୍କର ମୃତ୍ୟୁ ଘଟିଛି । ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ […]
ନୂଆଦିଲ୍ଲୀ: ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ବେଳକୁ ସୋଲି ସୋରାବଜୀଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ସୋଲି ସୋରାବଜୀ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ପତ୍ନୀ ସୁସ୍ଥ ହୋଇଥିଲେ ମଧ୍ୟ ସୋଲି ସୋରାବଜୀ ଚିକିତ୍ସାଧୀନ ଥିଲେ। ସୋଲି ସୋରାବଜୀ ଦୁଇ ଦୁଇ ଥର ଦେଶର ଆଟର୍ଣ୍ଣି ଜେନରାଲ ଥିଲେ। ପ୍ରଥମେ ୧୯୮୯ରୁ ୯୦ ଏବଂ ଦ୍ୱିତୀୟ ଥର ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ। […]
ଲଣ୍ଡନ: ଟିକା ନେବା ପରେ କରୋନା ହେଉଥିବା ଅନେକ ଖବର ଶୁଣିବାକୁ ମିଳୁଛି ଯାହା ସାଂପ୍ରତିକ ସ୍ଥିତିରେ ଗଭୀର ମାନସିକ ଚାପ ପକାଉଛି। ହେଲେ ଏବେ ଟିକାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର। ଗୋଟିଏ ଡୋଜ୍ କରୋନା ଟିକା ନେଲେ ସଂକ୍ରମଣ ୫୦ ପ୍ରତିଶତ ହ୍ରାସ ପାଉଛି। ଏ ନେଇ ବୁଧବାର ଏକ ଖବର ପ୍ରକାଶ ପାଇଛି। ଇଂରାଜୀରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର କିମ୍ବା ଆଷ୍ଟ୍ରାଜେନେକା ଟିକାର ଗୋଟିଏ ଡୋଜ୍ ନେଇଥିବା ବ୍ୟକ୍ତିଙ୍କଠାରୁ ପରିବାର […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର କ୍ଷତି ବିସ୍ଫୋରକ ରୂପ ନେଇ ଆସିଛି। କ୍ରମାଗତ ଭାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସପ୍ତମ ଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳେ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩, ୬୦, ୯୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ […]
ଏ ସପ୍ତାହର କବିତା…. ଅଂଧ ରାଇଜେ ଗଲି ଦର୍ପଣ ବିକି ଅଭିଯୁକ୍ତ ଏଠି ବିଚାରପତି ଦାସ-ଭକ୍ତଙ୍କ ସମାଗମ ନିର୍ଲଜ୍ଜ ନିଷ୍ପତ୍ତିରେ ନାଚେ ଅଧମ ସତ୍ୟକୁ ଜାଳିପୋଡ଼ି ମିଛ ରାଜୁତି ଭକୁଆ ସମ ଜନ ରଡ଼ି ଛାଡ଼ୁଛି ମୃତ୍ୟୁର ହାହାକାର ଏଠି ପଡ଼ୁଛି ଫିକା ପଦ ପଦବୀ ଏଠି ଚାଲେ କିଣା ବିକା କ୍ଷମତା ଅଳିନ୍ଦରେ ଫସିଛି ଗରିବ ‘ଦୀନବନ୍ଧୁ’ ନିର୍ଯାତନା ଧକ୍କାରେ ତରିଲେ ଜୀବ ସିନ୍ଧୁ ବିବେକ ବିଚାରହୀନ ବ୍ୟବସ୍ଥା ବେଦୀରେ ନିଇତି ମରନ୍ତି ଏଠି ଗରିବ […]