ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ନେଇ ରବିବାର ଏକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁସାରେ, କରୋନାରେ ସର୍ବାଧିକ ମୃତ୍ୟୁ ଘଟିଥିବା ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ୩ୟ ସ୍ଥାନରେ ରହିଛି । ଆମେରିକା ଏବଂ ବ୍ରାଜିଲ ଭାରତ ଉପରେ ରହିଛନ୍ତି । ମହାମାରୀର ୨ୟ ଲହର ଭାରତରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ମହାମାରୀ ଦେଶରୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଗତ ୨ […]
କାଠମାଣ୍ଡୁ: ପଡୋଶୀ ରାଷ୍ଟ୍ର ନେପାଳରେ ରାଜନୈତିକ ଅସ୍ଥିରତା ଦିନକୁ ଦିନ ନୂଆ ମୋଡ ନେଉଛି। କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେପି ଶର୍ମା ଓଲି ଜରୁରୀ ବୈଠକ ଡାକି ଆଲୋଚନା କରିଛନ୍ତି। ଆଲୋଚନା ପରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶାନୁସାରେ ପ୍ରତିନିଧି ସଭା ଭଙ୍ଗ କରିଛନ୍ତି। ଦେଶ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆଡକୁ ମୁହାଁଉଛି। ୨୦୨୧ ନଭେମ୍ବର ୧୨ ଓ […]
ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଆଜି ବି ତଳମୁହାଁ ରହିଛି। ହେଲେ ମୃତ୍ୟୁ ସଂଖ୍ୟା କହୁଛି ଦେଶରୁ କରୋନା ବିପଦ ଟଳିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୫୭ ହଜାର ୨୯୯ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ହେଲେ ମୃତ୍ୟୁ ସଂଖ୍ୟା ଆଜି ବି ୪ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ […]
ବେଜିଂ:ସକାଳୁ ସକାଳୁ ଭୂକମ୍ପରେ ଥରିଲା ଚୀନ। ମ୍ୟାମାର ସୀମାକୁ ଲାଗିଥିବା ଇଲାକାରେ ଆଜି ସକାଳୁ ସକାଳୁ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଅତି କମ୍ରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଡଜନରୁ ଅଧିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶନିବାର ସକାଳେ ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଚାଇନାରେ ବଡ ଧରଣର ସିରିଜ ଭୂକମ୍ପ ଅନୁଭୂତ ହୋଇଥିଲା। ତିବ୍ବତିୟ ପ୍ଲାଟ୍ୟୁର ଦକ୍ଷିଣପଶ୍ଚିମରେ ଥିବା Qinghai ଏବଂ ଦକ୍ଷିଣ […]
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ହାର ୪ ହଜାର ଉପରେ ରହିଛି। ଦେଶର ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି କରୋନାର ଦ୍ୱିତୀୟ ଲହର ମୃତ୍ୟୁର ତାଣ୍ଡବ ସୃଷ୍ଟି କରିନି। ଆକଳନ ଅନୁସାରେ, କରୋନର ତୃତୀୟ ଲହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ। ହେଲେ ୩ୟ ଲହର କଥା ଛାଡ, ୨ ଲହର ପିଲାଙ୍କୁ ଯେପରି ସଂକ୍ରମିତ କଲାଣି ତାହା ଚିନ୍ତାର […]
ନୂଆଦିଲ୍ଲୀ:ଦେଶରେ କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ନେଉଛି। ସଂକ୍ରମଣ ହାର କମୁଥିଲେ ହେଁ ମୃତ୍ୟୁ ହାର ଏବେ ବି ୪ ହଜାର ଉପରେ ରହିଛି । ଏପରି ସ୍ଥିତିରେ ଗୋଟିଏ ଭରସା ଭାକ୍ସିନ। ଦେଶରେ ପର୍ଯ୍ୟାପ୍ତ ଭାକ୍ସିନ ମିଳୁ ନ ଥିବାରୁ ଅନେକ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜକୁ ଅପେକ୍ଷା କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ହାର ଏବଂ ଭାକ୍ସିନକୁ ଅପକ୍ଷା… ଏମିତି ପରିସ୍ଥିତି ମଧ୍ୟରେ ସାମ୍ନାକୁ ଆସିଛି ଏକ ଖୁସି ଖବର । […]
ରଥକାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ।
ନୂଆଦିଲ୍ଲୀ: କରୋନାର ୨ୟ ଲହରୀ ଦୁର୍ବଳ ହେଉଥିବା ପରି ମନେ ହେଉଥିଲେ ବି ବିପଦ ଟଳି ନାହିଁ। ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଡରେଇଲାଣି ମୃତ୍ୟୁ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟରୁ ଜଣାଯାଇଛି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨, ୫୯,୫୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୨୦୯ ରୋଗୀଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି […]
ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିରେ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ଏକ ବଡ ସଫଳତା ମିଳିଛି। ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟରରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ଗଡ଼ଚିରୋଲି ଜିଲ୍ଲାର ଏଟାପଲ୍ଲୀର ଘନଦାଟ ଜଙ୍ଗଲରେ ହୋଇଛି ଏନକାଉଣ୍ଟର। ଜଙ୍ଗଲରୁ ପ୍ରଥମେ ୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ଆଉ ୭ ଜଣଙ୍କ ମୃତ ଦେହ ଉଦ୍ଧାର କରାଯିବା ପରେ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହାପରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି […]
ଗାଜାସିଟି: ଦୀର୍ଘ ୧୧ ଦିନ ଧରି ଜାରି ରହିଥିବା ସଂଘର୍ଷରେ ବିରାମ ଆଣିବା ପାଇଁ ରାଜି ହୋଇଛନ୍ତି ଦୁଇ ଦେଶ ଇସ୍ରାଏଲ ଓ ହମାସ। ଶେଷରେ ଅସ୍ତ୍ରବିରତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ମନ୍ତ୍ରୀମଣ୍ଡଳ। ଇସ୍ରାଏଲ ସମୟ ଅନୁସାରେ ଶୁକ୍ରବାର ରାତି ୨ଟାରୁ ଏହି ଅସ୍ତ୍ରବିରତି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ହମାସର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସିଜଫାୟାର ଲାଗୁ ହୋଇଥିବା ସ୍ପଷ୍ଟ ହୋଇଛି । ପାଲେଷ୍ଟାଇନ ଉପରେ ଆକ୍ରମଣ ବନ୍ଦ କରିବାକୁ […]
ପୁରୀ: ରଥ ଖଳାରେ ପଶି ମହାମାରୀ କରୋନା। ଅକ୍ଷୟ ତୃତୀୟଠାରୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହୋଇଛି। ହେଲେ ବାଧକ ସାଜିଲାଣି କରୋନା। ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ୍ ପଜିଟିଭ ଥିବା ସୂଚନା ମିଳିଛି। । କରୋନାର ଦ୍ୱିତୀୟ ଲହରରେ ପୁରୀ ଜିଲ୍ଲା ପ୍ରଭାବିତ ହୋଇଛି। ୨ୟ ୱେଭରେ ମହାପ୍ରଭୁଙ୍କ ୨ ସେବାୟତ ଓ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଜାରି ହେଲା ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ। ମହାମାରୀ ବ୍ୟାପିବାର ପ୍ରମୁଖ ମାଧ୍ୟମ ହେଉଛି ଏରୋସଲ ଏବଂ ଡ୍ରପ୍ଲେଟ୍ । ଏପରି ସୂଚନା ଦେଇଛି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ । ଆଡଭାଇଜରିରେ କୁହାଯାଇଛି, ଭାରତରେ ମହାମାରୀ ପ୍ରକୋପ ମଧ୍ୟରେ ଆମକୁ ସାମାନ୍ୟ ନିୟମକୁ ମନେ ରଖିବାକୁ ହେବ ଏବଂ ଏହା ଦ୍ୱାରା ସାର୍ସ କୋଭିଡ-୨ ଭାଇରସର ସଂକ୍ରମଣକୁ ରୋକି ହେବ। ଆଡଭାଇଜରୀରେ କୁହାଯାଇଛି, ଘର ହେଉ ବା […]
ନୂଆଦିଲ୍ଲୀ: ସାଇକ୍ଲୋନ ତାଉତେ ତାଣ୍ଡବ ସୃଷ୍ଟି କରିବା ପରେ ଏବେ ଦୁର୍ବଳ ହୋଇଯାଇଛି । ହେଲେ ଏହାର ପ୍ରଭାବ ଉତ୍ତର ଭାରତରେ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ମଙ୍ଗଳବାର ପାଗ ପୂରା କୋହଲା ରହିଛି। ବୁଧବାର ସକାଳୁ ଝିପିଝିପି ବର୍ଷା ବି ଜାରି ରହିଛି। କୁହାଯାଉଛି, ୭୦ ବର୍ଷ ପରେ ଦିଲ୍ଲୀରେ ଏପରି ପାଗ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଲାଗି ରହିଥିବା ବର୍ଷା ୭୦ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୭୬ ମେ’ ମାସରେ ଏପରି ବର୍ଷା ହୋଇଥିଲା। […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୈନିକ ହାର ସାମାନ୍ୟ ହ୍ରାସ ପାଇଛି। ଯାହା ଜଣାଯାଉଛି, ଦ୍ୱିତୀୟ ଲହରର ପିକ୍ ସମୟ ଶେଷ ହେବାକୁ ଯାଉଛି। ଗୁରୁବାର ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୬ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ତେବେ ବୁଧବାର ତୁଳନାରେ ଆଜିର ହାର ସାମାନ୍ୟ ଅଧିକ ରହିଛି। ଏଥି ସହିତ ଆଉ ଏକ ଆଶ୍ୱସ୍ତକର ତଥ୍ୟ ମଧ୍ୟ ସାମ୍ନାକୁ […]
ନୂଆଦିଲ୍ଲୀ: ତାଉତେ ଆସିଲା , ତାଣ୍ଡବ ରଚିଲା ଆଉ ଚାଲିଗଲା । ଗଲାବେଳେ ଛାଡ଼ିଗଲା ଧ୍ୱଂସର ପଦଚିହ୍ନ। ଅନେକ ଧନଜୀବନ ହାନି କଲା । ତାଉତେ ଯିବା ପରର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ପ୍ରଳୟ ପରର ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ମୁମ୍ବାଇ ସମୁଦ୍ର ବେଳାଭୂମିରେ। ଅଳିଆ, ଆବର୍ଜନାରେ ଭର୍ତ୍ତି ମୁମ୍ବାଇ ସମୁଦ୍ର ବେଳାଭୂମି । ସମୁଦ୍ରକୁ ଯାହା ଫୋପଡ଼ା ଯାଇଥିଲା ଏବେ ତାହା ପୁଣି ଫେରି ଆସିଛି ବେଳାଭୂମିକୁ । ଦେଶର […]
ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ସିକିମ, ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ମୋଦି। ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହାସହ ଅଧିକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ପଡ଼ିବ।
କରୋନା କବଜାରେ ସାରା ପୃଥିବୀ । କାହାର ସୁନାର ସଂସାର ଉଜାଡି ଦେଇଛି ମହାମାରୀ । କାହାକୁ କରିଦେଇଛି ରାସ୍ତାର ଭିକାରୀ । କରୋନା ପାଇଁ ହଜିଯାଉଛି ମଣିଷ ପଣିଆ ।
ନୂଆଦିଲ୍ଲୀ: ମଣିଷ ସଭ୍ୟତାର ଅନେକ ଫର୍ଦ୍ଦ ଏବେ ବି ଅନ୍ଧାରରେ ରହିଛି । ସେହି ଅନ୍ଧାର ଭିତରୁ ରହସ୍ୟର ପେଡ଼ି ଖୋଲିବାକୁ ଚେଷ୍ଟା ଅବ୍ୟାହତ ରଖିଛନ୍ତି ଗବେଷକମାନେ । ସେଇ ରହସ୍ୟ ପେଡ଼ିର ସୂତାଖିଅଟେ ଏବେ ପଡ଼ଛି ଗବେଷଙ୍କ ହାତରେ । ବହୁ ପୂରାତନ ପାଣିର ସନ୍ଧାନ ମିଳିଛି । ଶହେ ବା ହଜାରେ ବର୍ଷର ପୁରୁଣା ପାଣି ନୁହେଁ,୧୬୦ କୋଟି ବର୍ଷର ପୁରୁଣା ପାଣି । ଏହି ପାଣିକୁ ଖୋଜି ପାଇଛନ୍ତି ଟରୋଣ୍ଟ ୟୁନିଭର୍ସିଟିର ଆଇସୋଟ୍ରପ […]
ଆଡଲଫ ହିଟଲର । ଜର୍ମାନର ଏକଛତ୍ରବାଦ ଶାସକ । ଦୁର୍ଦ୍ଦଷ ନାଜି ସେନାର ମୁଖ୍ୟ । ଦକ୍ଷ, ପରାକ୍ରମୀ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କର ପରାଜୟ ହେଲା । ତଥାପି ସେ ହାର ମାନି ନ ଥିଲେ । କେମିତି କଟିଥିଲା ତାଙ୍କ ଜୀବନର ସେଇ ଶେଷ ୨ ଦିନ.. ୧୯୪୫ ମସିହା ଏପ୍ରିଲ ଶେଷ ସପ୍ତାହ ବେଳକୁ ଜର୍ମାନୀର ପରାଜୟ ଏକ ପ୍ରକାର ସ୍ଥିର ହୋଇ ଯାଇଥିଲା । ମିତ୍ର ବାହିନୀ ଧୀରେ ଧୀରେ ଜର୍ମାନୀର […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି । ସଂକ୍ରମଣର ପ୍ରତିଦିନ ନୂଆ ରେକର୍ଡ ଦେଖିବାକୁ ମିଳୁଛି । କରୋନା ଗ୍ରାଫ ଯେପରି ଉପରମୁହାଁ ହେବାରେ ଲାଗିଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଏକ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪, ୦୧,୯୯୩ ଜଣଙ୍କୁ ମହାମାରୀ ନିଜ କବଜାକୁ […]
ମାନବସମାଜ ସୃଷ୍ଟି ହେଲା ପରେ ଶକ୍ତିଶାଳୀ ମଣିଷମାନେ ଶକ୍ତି ପ୍ରଦର୍ଶନ କରି ନିରୀହ ଲୋକଙ୍କୁ କାର୍ଯ୍ୟରେ ଲଗାଇ ନିଜେ ଆନନ୍ଦ , ସୁଖ ଅନୁଭବ କରୁଥିଲେ । ପରେ ରାଜା ମହାରାଜାମାନେ ଗରିବ, ଶ୍ରମିକ, ଶିଳ୍ପୀଙ୍କୁ ଲଗାଇ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କଲେ । ବିଦେଶୀ ରାଷ୍ଟ୍ର ଶିଳ୍ପ ସୃଷ୍ଟି କରି ମାଲିକମାନେ ଶ୍ରମିକମାନଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ୧୨ ଘଣ୍ଟା ଖଟାଉଥିଲେ । ଶ୍ରମିକ ନିହଣ ମୁନରେ ଦିନେ ଗଢି ଉଠିଥିଲା ଗ୍ରୀକ୍ ସଭ୍ୟତା । […]